Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୁଆ ଶାରୀ କଥା - ୨
ଶୁଆ ଶାରୀ କଥା - ୨
★★★★★

© ଓଡିଆ ଶିଶୁ ଗପ

Children

8 Minutes   573    18


Content Ranking

ଧର୍ମ ସହିବ ନାହଁ

ଇଣ୍ଡିଆରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ ପଚିଶରୁ ତିରିଶ ମଧ୍ୟରେ ହେଲେ ମଧ୍ୟ ଦେଖିବାର ଲୋକମାନେ କହିବେ ହଁ ରାଣୀଙ୍କର ବୟସ ଖୁବ୍ କମ୍ ହେବ କଂଚା ବୟସର ଝିଅ । କଅଁଳ ଗୌରବର୍ଣ୍ଣର ଚମ । ଯାହା ହେଉ ଝିଅର ଭାଗ୍ୟ ଭଲ । ତା’ ଭାଗ୍ୟରେ କେତେ ବଡ ଘାଗର ମିଳିଛି ।

ଦିନେ ଅନଙ୍ଗ ଉଦୟ ସୌଦାଗର ବଣିଜ ବେପାର କରିବା ନିମନ୍ତେ ବିଦେଶକୁ ବାହାରି ଗଲେ । ସ୍ୱାମୀ ଯେତେ ବେଳେ ବେପାର ବଣିଜ କରିବା ନିମନ୍ତେ ବାହାର ବିଦେଶ ଯାଉଛନ୍ତି ସ୍ତ୍ରୀ ହିସାବରେ କେଶରୀ ନିଜ ପୁରରେ ରହିବାକୁ ବାଧ୍ୟ ହେଲେ ।

ସ୍ୱାମୀ ସୌଦାଗର ଅନଙ୍ଗ ଉଦୟଙ୍କୁ ଛାଡି ଦେଲେ କେଶରୀଙ୍କର ସେ ଘରେ ଆଉ ଆପଣାର ବୋଲି କେହି ନଥିଲେ । ଶାଶୁ ନଥିଲେ କି ଶଶୁର ନଥିଲେ । ଦିଅର ନଥିଲେ କି ନଣନ୍ଦ ନଥିଲେ ।

ଘରକୁ ଏକା କେଶରୀ, ସୌଦାଗର କେଶରୀର ସୁବିଧା ନିମନ୍ତେ ଘରେ ଜଣେ ରୋଷେୟାକୁ ନିଯୁକ୍ତି କରି ଦେଇ ଗଲେ ।

ସେ ରୋଷେୟା ପୂଜାରୀର ନାମ ମଦନ ସୁନ୍ଦର, ମଦନ ସୁନ୍ଦରର ସେତେ ବେଳକୁ ଯୁବକ ବୟସ । ବଳିଲା ବଳିଲା ହାତ, ଗୋଡ, ଖୁବ୍ ସୁନ୍ଦର ମୁଖ ପୁଣି ଗୌରବର୍ଣ୍ଣ । ସେ ସିନା ଗରୀବ ଘରେ ଜନ୍ମ ହୋଇ ଥିବାରୁ ଏମିତି ତାକୁ ପର ଘରେ ମୁଣ୍ଡ ଗୁଂଜି ନିଜର ପେଟ ପୋଷିବାକୁ ପଡିଲା । ତାହା ନହେଲେ ମଦନ ସୁନ୍ଦରର ରୂପକୁ ଦେଖିଲେ ସ୍ୱର୍ଗର ଦେବ କନ୍ୟା ମାନେ ମଧ୍ୟ ମଦନ ସୁନ୍ଦର ରୂପରେ ମୋହିତ ହୋଇ ଯିବେ ।

ସୌଦାଗରଙ୍କର ସ୍ତ୍ରୀ କେଶରୀ ମଧ୍ୟ ଦେଖିବାକୁ କମ୍ ସୁନ୍ଦରୀ ନୁହଁ ଭୋଗ ବୟସର ଝିଅ । ବର୍ତ୍ତମାନ କେଶରୀ ସଂପୂର୍ଣ୍ଣ ଯୌବନା, ବିଧାତା ଏମିତି ଭାବରେ କେଶରୀଙ୍କୁ ଗଢି ଛନ୍ତି ଯେ ତାକୁ ଯଦି ଏବେ ସ୍ୱର୍ଗର ଦେବତା ଦେଖନ୍ତି ସେମାନେ କେଶରୀଙ୍କ ରୂପରେ ମୋହିତ ହେବେ ।

କଥାରେ ଅଛି ରାମ ସୁଗ୍ରୀବେ ଏକା ଦଶା, ମଦନ ସୁନ୍ଦରର ବିଭାଘର ହୋଇ ନଥିବାରୁ ତା’ର ସ୍ତ୍ରୀ ନାହିଁ । ସେହି ପରି ଯୁବତୀ ସ୍ତ୍ରୀକୁ ତା’ର ଏହି କୁନ୍ଦିଲା କୁନ୍ଦିଲା ଯୌବନ କାଳରେ ଏକା କରି ଘରେ ଛାଡି ଯାଇ ଥାନ୍ତି ସୌଦାଗର ଅନଙ୍ଗ ଉଦୟ ।

କେଶରୀଙ୍କର ମନ ସଦା ସର୍ବଦା ସ୍ୱାମୀଙ୍କର ଦେହ ଖୋଜୁ ଥାଏ । ଏକା ଏକା ପଲଙ୍କ ଉପରେ ଶୋଇ ବି କେତେ ବେଳେ ଶାନ୍ତିରେ ଶୋଇ ପାରୁ ନଥାଆନ୍ତି । ବୟସ ତ ସେ ନାଇ ହୋଇଛି । ମନଟା କେବଳ ସ୍ୱାମୀଙ୍କ ପାଖରେ । ଘରେ ଖାଇବାର ପିଇବାର ଆଉ ପିନ୍ଧିବାର ଅଭାବ ନାହିଁ ହେଲେ ଜଣେ ସ୍ତ୍ରୀ ଲାଗି ଯାହା ନିତାନ୍ତ ଆବଶ୍ୟକ କେଶରୀଙ୍କ ଲାଗି ତାହା ହିଁ ଥିଲା ଅଭାବ ।

ଦିନକର କଥା ରାତିରେ ଖିଆ ପିଆ କାର୍ଯ୍ୟ ସରିବା ପରେ କେଶରୀ ନିଜର ଶୋଇବା ଘରର ଦରଜା ଦେଇ ପଲଙ୍କ ଉପରେ ଶୋଇଲା ଯେତେ ଚେଷ୍ଟା କଲେ ମଧ୍ୟ ଆଖିକୁ ନିଦ ଆସିଲା ନାହିଁ । ପୁରୁଷ ସହିତ ସଙ୍ଗ କରିବା ନିମନ୍ତେ ମନ ଏବେ ଉତଲା ହେଉଛି । ଯେତେ ଚେଷ୍ଟା କଲେ ମଧ୍ୟ ତାହା ସହ୍ୟ କରି ହେଉ ନାହିଁ । ଯେତେ ବେଳେ କେଶରୀଙ୍କର ମନ ଅତ୍ୟନ୍ତ ଅଧୈର୍ଯ୍ୟ ହେଲା ସେତେ ବେଳେ ସେ ଆଉ ନିଜ ମନକୁ ବାନ୍ଧି ପାରିଲେ ନାହିଁ । ସେ ପଲଙ୍କ ପରିତ୍ୟାଗ କରି ଶୋଇବା ଘର ଦରଜା ଖୋଲି ସମ୍ମୁଖ ଘରକୁ ଚାହିଁଲେ । ସେ ଘରେ ବତୀଟି ଦିକ୍ ଦିକ୍ ହୋଇ ଜଳୁଛି । ଖଟ ଉପରେ ଖୁବ୍ ଶାନ୍ତିରେ ମଦନ ସୁନ୍ଦର ଶୋଇ ଯାଇଛି ।

ସେତେ ବେଳେ କାମ ପାଗଳିନୀ କେଶରୀ ନିଜକୁ ଆଉ ସମ୍ଭାଳି ନପାରି ଧୀରେ ଧୀରେ ଯାଇ ମଦନ ସୁନ୍ଦରଙ୍କର ଖଟ ଉପରେ ବସିଲା ତା’ ଦେହରେ ହାତ ମାରି କହିଲା – ହେ ମଦନ ସୁନ୍ଦର ଜଲ୍ଦି ଉଠିଲ । ତୁମ ପାଖରେ ମୋର ଏକ କାମ ପଡିଛି ।

ମାଲିକାଣୀଙ୍କର ଡାକରା ଶୁଣି ମଦନ ସୁନ୍ଦର ଧଡ ପଡ ହୋଇ ଖଟ ଉପରେ ଉଠି ବସି କହିଲା – ମାଲିକାଣୀ । ଏତେ ରାତିରେ ତମେ ଶଯ୍ୟା ଛାଡି ଉଠି ଆସିଲ । କ’ଣ ହୋଇଛି?

କେଶରୀ କହିଲା, ତମେ ମୋ ଶୟନ କକ୍ଷକୁ ଶୀଘ୍ର ଆସିଲ ମୁଁ ତୁମକୁ ସବୁ କଥା ସେହିଠାରେ କହିବି । ଏହା କହି କେଶରୀ ପୁଣି ନିଜର ଶୟନ କକ୍ଷକୁ ଯାଇ ନିଜର ପଲଙ୍କ ଉପରେ ମଦନ ସୁନ୍ଦରଙ୍କୁ ଅପେକ୍ଷା କରି ବସିଲେ ।

ମାଲିକାଣୀଙ୍କର ଅନ୍ନଖିଆ ଚାକର ମଦନ ସୁନ୍ଦର । ମାଲିକାଣୀଙ୍କର କହିବା ଅନୁସାରେ ମଦନ ସୁନ୍ଦର ମାଲିକାଣୀଙ୍କ ପଛେ ପଛେ ଯାଇ ମାଲିକାଣୀଙ୍କର ଶୟନ କକ୍ଷରେ ପହଁଚି ପଚାରିଲା – କୁହନ୍ତୁ ମାଲିକାଣୀ ମୋତେ ଏବେ କ’ଣ କରିବାକୁ ହେବ? ଏତେ ରାତିରେ ଆପଣଙ୍କର ପୁଣି କି ଅସୁବିଧା ହେଲା?

ମଦନ ସୁନ୍ଦର ଏ କଥା କହିବାରୁ ମାଲିକାଣୀ ମଦନ ସୁନ୍ଦରଙ୍କୁ ଠିଆ ନହେବାକୁ କହି ହାତ ଧରି ଟାଣି ନେଇ ପଲଙ୍କ ଉପରେ ବସାଇ ଦେଇ କହିଲା – ଦେଖ ମଦନ ସୁନ୍ଦର, ମୁଁ ତୁମର ମାଲିକାଣୀ । ମୁଁ ତୁମକୁ ଯାହା ଆଦେଶ କରିବି ତୁମକୁ ତାହା ମାନିବାକୁ ହେବ । ମଦନ ସୁନ୍ଦର କହିଲା – ମୁଁ ପରା ଆପଣଙ୍କର ଲୁଣ ଖାଉଛି, ଆପଣଙ୍କ ଆଦେଶକୁ କିପରି ଅମାନ୍ୟ କରିବି?

ମଦନ ସୁନ୍ଦର ଏ କଥା କହିବାରୁ କେଶରୀ କହିଲା ଦେଖ ମଦନ ସୁନ୍ଦର, ସୌଦାଗର ମୋତେ ଏକଲା କରି ବିଦେଶକୁ ବଣିଜ କରିବାକୁ ଯାଇଛି । ମୋର ଏପରି ଭରା ଯୌବନ କାଳରେ ତାଙ୍କର କ’ଣ ଏୟା କରିବାର ଥିଲା । ଆଉ ମଧ୍ୟ ତୁମକୁ ଦେଖିଲା ଠାରୁ ମୋର ମନ ତୁମଠାରେ ସଦା ସର୍ବଦା ଆକର୍ଷିତ ଅବସ୍ଥାରେ ରହୁଛି । ମନ କହୁଛି, ତମେ ଏକଲା ଖଟଟା ଉପରେ ନଶୋଇ ତମେ ସବୁ ବେଳେ ଆସି ମୋରି ପଲଙ୍କ ଉପରେ ଶୁଅନ୍ତ । ମୋ ସହିତ ପ୍ରେମାଳାପ କରନ୍ତ । ମୋ ମନ ମଧ୍ୟରେ ଯେଉଁ ଗୋପନ କଥାଟି ଉଙ୍କି ମାରୁଛି ତାହାକୁ ମଧ୍ୟ ତୁମେ ପୂରଣ କରନ୍ତ ।

କହୁନା ମଦନ । ଏଠାରେ ତୁମ ଆଉ ମୋ ବିନା କିଏ ଅଛି ଯେ ଆମର ପ୍ରେମ ଉପରେ ବାଧା ଆଣିବ । ମଦନ ସୁନ୍ଦରଙ୍କୁ ଏହା କହି କେଶରୀ ତାଙ୍କର ହସ୍ତ ଧରି ପାଖକୁ ଆଣିବାକୁ ଚେଷ୍ଟା କରନ୍ତେ ମଦନ ସୁନ୍ଦର କହିଲା – ମୋତେ ଏ ସବୁ କଥାରୁ କ୍ଷମା କର ମାଲିକାଣୀ । ମୁଁ ତୁମକୁ ହାତ ଧରୁଛି । ମୁଁ ଆପଣଙ୍କର ଚାକର, ଆପଣ ମୋର ପ୍ରଭୁ, ଯିଏ ଅନ୍ନ ବସ୍ତ୍ର ଦେଇ ବଂଚାଇ ରଖି ଛନ୍ତି । ସେମାନେ ମୋର ପିତା ମାତା ସମାନ, ମୁଁ କିପରି ଆପଣଙ୍କ ସହିତରେ ଏପରି ଅନ୍ୟାୟ ଆଚରଣ କରିବି । ତାହା କଲେ ତ ମୋତେ ନରକରେ ପଡିବାକୁ ହେବ । ଆପଣଙ୍କ ମନରେ ଏପରି ଧାରଣା ହେବା ତ ସ୍ୱାଭାବିକ, ହେଲେ ମୋତେ ଏହି କର୍ମରୁ କ୍ଷାନ୍ତ ଦିଅନ୍ତୁ ଆଉ କ୍ଷମା କରି ଦିଅନ୍ତୁ ।

ମଦନ ସୁନ୍ଦର ଏପରି କହିବାରୁ କେଶରୀ ଭାବିଲା ୟେ ମୋତେ ଧର୍ମ ଶାସ୍ତ୍ର ଶୁଣାଇ ଲାଣି । ଏଥିରେ କ’ଣ ମୋ ମନର ମାନସିକ ପୁରଣ ହୋଇ ଯିବ । ତହୁଁ କେଶରୀ ମଦନ ସୁନ୍ଦର ଉପରେ ଖୁବ୍ ରାଗ ଜର୍ଜରିତ ଅବସ୍ଥାରେ କହିଲା – ଦେଖ ମଦନ ସୁନ୍ଦର । ମୁଁ ଯେପରି ଏ ଘରେ ଏକା, ତମେ ମଧ୍ୟ ଏ ଘରେ ଏକା, ବର୍ତ୍ତମାନ ଯେବେ ତମେ ମୋ ପ୍ରସ୍ତାବରେ ରାଜି ନହେବ ତାହା ହେଲେ ମୁଁ ତୁମକୁ ନିଶ୍ଚୟ ବିପଦରେ ପକାଇ ଦେବି । ତୁମକୁ ଏପରି ବିପଦରେ ପକାଇ ଦେବି ଯେ, ଆଜି ଦିନେ କ’ଣ ମୋତେ ଜୀବନ ସାରାକୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ବାଧ୍ୟ ହେବ ।

ସେଦିନ ମାଲିକାଣୀର କଥାରେ ମଦନ ସୁନ୍ଦର ଆଦୌ ରାଜି ନହୋଇ ସେ ଘର ପରିତ୍ୟାଗ କରି ଚାଲି ଗଲା ।

ଏଥର କେଶରୀ କରେ କ’ଣ? ସେଦିନ ମନର କଥା ସବୁ ମନ ମଧ୍ୟରେ ଚାପି କରି ରହିଲା । ଏହା ମଧ୍ୟରେ ଅନେକ ଦିନ ବିତି ଯାଇଛି । ତେଣେ ବିଦେଶରେ ବଣିଜ ବେପାର ସାରି ସୌଦାଗର ଅନଙ୍ଗ ଉଦୟ ଗ୍ରାମକୁ ଫେରି ଆସିଲେ । ସେତେ ବେଳେ କେଶରୀ ମନରେ ଗୋଟିଏ ଚିନ୍ତା ସଦା ସର୍ବଦା ବସା ବାନ୍ଧି ରହିଲା । ସେ ଭାବିଲା ଏ କଥା ଯେବେ ମଦନ ସୁନ୍ଦର ସୌଦାଗରଙ୍କୁ ଖୋଲା ଖୋଲି ଭାବରେ କହି ଦେଲା । ତାହା ହେଲେ ସୌଦାଗରଙ୍କ ପାଖରେ ଅବିଶ୍ୱାସିନୀ ହୋଇ ପଡିବି । ସେଥି ଲାଗି ମୋତେ ଅନେକ କଷ୍ଟ ଭୋଗ କରିବାକୁ ହେବ । ନାଁ ଏହାର ଉପାୟ ମୋତେ କରିବାକୁ ହେବ ଆଉ ସେ ଉପାୟ ଏପରି କରିବି ଯେ ଯେପରି ଏଥିରେ ମୋ ପ୍ରତି କୌଣସି ବିପଦର ଆଂଚ ଆସିବ ନାହିଁ । ତା’ଛଡା ମଦନ ସୁନ୍ଦରକୁ ଏଥିର ଏମିତି ପାନେ ଦେବି ଯେ ସେ ତା’ ଜୀବନ ସାରା ଭାବୁଥିବ ।

ଏପରି ଯୋଜନା ଗୋଟିଏ ସ୍ଥିର କରି ପଲଙ୍କ ଉପରେ ମୁହଁ ମାଡି ଶୋଇ ରହିଲା କେଶରୀ । ସୌଦାଗର ସେଦିନ ନିଜର ପତ୍ନୀଙ୍କୁ ଏପରି ଅବସ୍ଥାରେ ଦେଖି ଖୁବ୍ ଅସ୍ତବ୍ୟସ୍ତ ହୋଇ ପଡିଲେ । ସେ କେଶରୀଙ୍କ ମଥାକୁ ସାଉଁଳାଇ ଦେଇ କହିଲେ, ମୁଁ ଏତେ ଦିନ ପରେ ବିଦେଶରୁ ଆସିଲି । ତୁମେ ମୋତେ ଆନନ୍ଦରେ କେତେ କଥା ହସି ହସି କହି ଥାଆନ୍ତ, ତାହା ନକରି ତମେ ଏପରି ଦୁଃଖରେ ମୁହଁ ମାଡି ଶୋଇଛ କାହିଁକି । ତୁମର ଏପରି ଉଦାସିନୀ ଭାବ ଦେଖି ମୋ ମନରେ ଖୁବ୍ କଷ୍ଟ ଆସୁଛି ।

ସୌଦାଗର ଯେତେ ବେଳେ ନିଜ ସ୍ତ୍ରୀଙ୍କର ମନକୁ ବଦଳାଇବା ଲାଗି ଏପରି ଚେଷ୍ଟା କରିଛନ୍ତି । ସେତେ ବେଳେ କେଶରୀ ଯେପରି ଏକ ବଡ ସୁଯୋଗ ପାଇ ଗଲା । ସେହି ସୁଯୋଗକୁ କିପରି କାର୍ଯ୍ୟକାରୀ କରିବେ । ସେପରି ଭାବନା କରି ସେ ସ୍ୱାମୀଙ୍କର କଥାର କୌଣସି ଉତ୍ତର ନଦେଇ କେବଳ କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରି ଦେଲା – କହିଲା – ତମେ ଆଉ ମୋତେ ବେଶୀ କିଛି ପଚାର ନାହିଁ । ତୁମ ଘର ତୁମେ ଏବେ ସମ୍ଭାଳ, ମୁଁ ଯାଉଛି ଜୀବନ ହରାଇ ଦେବି ।

ଏତେ ଦିନ ପରେ ବଣିଜ ସାରି ଘରକୁ ଫେରି ଥିଲେ ସୌଦାଗର ଅନଙ୍ଗ ଉଦୟ ନିଜ ଘରକୁ ଆସି ଥିବାରୁ ମନରେ ଥିଲା କେତେ ଖୁସି, କିନ୍ତୁ ସ୍ତ୍ରୀଙ୍କ ଠାରୁ ଏପରି କଥା ଶୁଣି ସୌଦାଗର ତଟସ୍ଥ ହୋଇ ଗଲେ । କେଶରୀଙ୍କୁ ବୁଝାଇବାକୁ ଯାଇ ତାଙ୍କୁ କହିଲେ, ତୁମର ଏବେ କଣ ହୋଇଛି, ତାହାତ କହୁ ନହଁ । କଥାଟା ନକହି ଏପରି ପାଗଳିନୀଙ୍କ ପରି ହେଉଛ କାହିଁକି । ତମକୁ ମୋ ରାଣ, କ’ଣ ହୋଇଛି ସେହି ସତ କଥାକୁ ମୋତେ ଖୋଲି କରି କୁହ, ମୁଁ ତାହାର ପ୍ରତିକାର ତ କରିବି ।

ସୌଦାଗରଙ୍କ ଠାରୁ ଏ କଥା ଶୁଣିବା ପରେ କେଶରୀ ଭାବିଲା ସବୁ ପୁରୁଷ ସହଜରେ ନାରୀ ମାନଙ୍କ ପାଖରେ ମୋହିତ ହୋଇ ଯାଆନ୍ତି । ମୋର ଏହି ମିଛ ଅଭିନୟରେ ସୌଦାଗରଙ୍କ ମନର ଅବସ୍ଥା ମଧ୍ୟ ସେୟା ହୋଇଛି । ଏପରି ସୁଯୋଗ ଆଉ ଛାଡିବାର ଅଛି । ତହୁଁ କେଶରୀ ଛଳନା କରି କହିଲା – ହେ ମୋର ପ୍ରିୟତମ, ସେ କଥା ତୁମକୁ କିପରି କହିବି । କହିବା ଆଗରୁ ମୋର ମରିଯିବାର ଥିଲା । ସତ କହୁଛି ତୁମେ ମୋର ସ୍ୱାମୀ, ଏତେ କଥା ପରେ ତୁମକୁ ଆଉ ମୁହଁ ଦେଖାଇବାର ନଥାଆନ୍ତା । ଈଶ୍ୱରଙ୍କର ସିନା ଦୟା ଥିବାରୁ ଏତେ ବଡ ବିପଦରୁ ମୁଁ ଖସି ଆସିଲି, ତାହା ହୋଇ ନଥିଲେ ପୂଜାରୀ ମଦନ ସୁନ୍ଦର ମୋର ସବୁ ସାରି ଦେଇ ଥିଲା ।

ସୌଦାଗର ଏ କଥା ଶୁଣି ବିସ୍ମିତ ହୋଇ ଗଲେ – ସେ ପୁଣି କହିଲେ – କ’ଣ ହୋଇଛି ସତ କଥା ଖୋଲି ନକହିଲେ ମୁଁ ପୁଣି ବୁଝିବି କିପରି? ମଦନ ସୁନ୍ଦର କ’ଣ କରିଛି ସେ କଥା ମୋତେ କହୁ ନାହଁ କାହିଁକି?

କେଶରୀ କହିଲା, ତାକୁ ତୁମେ ଘରେ ରୋଷେଇ କରିବାକୁ ରଖି ଦେଇ ଯାଇ ଥିଲ – ହେଲେ ଦିନେ ରାତିରେ ମୋର ଶୋଇବା ସମୟରେ ମୋ ଛାତି ଉପରେ ଶୋଇ ଯାଇ ମୋତେ ମାଡି ବସିଲା । ସେଦିନ ସେ ମୋର ନାରୀତ୍ୱର ସର୍ବନାଶ କରି ଦେବାକୁ ବସି ଥିଲା । ମୁଁ ଖୁବ୍ ଭୟରେ ଚିତ୍କାର କରିବାରୁ ସେ ମୋତେ ଛାଡି ପଳାଇ ଗଲା । ମୋ ପାଟି ଶୁଣି ପଡିଶା ଘର ଲୋକ ମାନେ ସିନା ମୋ ପାଖ ଯାଏଁ ଆସିଲେ ନାହିଁ କେହି କିଛି ପଚାରିଲେ ନାହିଁ । ମୋର ଏହା ଇଜ୍ଜତ କଥା, ମିଥ୍ୟା ହୋଇଥିଲେ ତାହାକୁ ପଡିଶାର ଲୋକେ ସତ ଭାବି ଥାଆନ୍ତେ । ସେଥି ଲାଗି ମୁଁ ମୁହଁ ଖୋଲି ଏ କଥାକୁ ପ୍ରଘଟ ନକରି ଚୁପ୍ ରହିଲି । ସେହି ଦିନ ଠାରୁ ମୁଁ ଖୁବ୍ ସାବଧାନରେ ଚଳୁଛି । କଥାରେ ଅଛି ଆପଣା ମହତ ଆପେ ରଖି, ତାହା ହୋଇ ନଥିଲେ ମୋର ଇଜ୍ଜତ ଯାଇ ଥିଲା ।

ନିଜର ସ୍ତ୍ରୀ ତାର କହିବା କଥାକୁ ସେ କାହିଁକି ବା ଅବିଶ୍ୱାସ କରନ୍ତେ, କେଶରୀ ଠାରୁ ଏକଥା ଶୁଣିବା ମାତ୍ରେ ସୌଦାଗରଙ୍କ କଲିଜାରେ ତ ନିଆଁ ଲାଗି ଗଲା । ସେ ରାଗରେ ପାଚି ଉଠିଲେ, ଠିକ୍ ଅଛି ତମେ ଆସ । ସେଥି ପାଇଁ ମନ ମଧ୍ୟରେ କାହିଁକି ଦୁଃଖ କରୁଛ, ତମେ ଯାହା କରିଛ ଠିକ୍ କରିଛ । ତୁମେ ଚୁପ୍ ହୋଇ ରୁହ । ସମୟ ଦେଖି ମୁଁ ତା’ର ପ୍ରତିଶୋଧ କିପରି ନେବି ତାହା ତମେ ବଳେ ଦେଖିବ ।

ସୌଦାଗର ମଦନ ସୁନ୍ଦର ଉପରେ ପ୍ରତିଶୋଧ ନେବେ ଏ କଥା ଶୁଣିବା ମାତ୍ରେ କେଶରୀଙ୍କର ମନ ବେଶ୍ ଖୁସ୍ ହୋଇ ଗଲା ।

ଏଣେ ସୌଦାଗର ସୁଯୋଗ ଉଣ୍ଡୁ ଥିଲେ । ଦିନେ ରାତିରେ ମଦନ ସୁନ୍ଦରକୁ ଡାକି ଆଣି ସୌଦାଗର ତା’ର ଛାତିରେ ଛୁରି ଭୁସି ହତ୍ୟା କରି ଦେଲେ । ଆଉ ଲୋକଙ୍କ ଜାଣିବା ଆଗରୁ ମଦନ ସୁନ୍ଦରକୁ ନିଜର ଅଗଣା ମଧ୍ୟରେ ପୋତି ପକାଇଲେ । ସେହି ପୂଜାରୀ ଟୋକା ଏବେ ସାପ ହୋଇ ଜନ୍ମ ହେଲାରୁ ସୌଦାଗର ଅନଙ୍ଗ ଉଦୟ ରାଜା ହୋଇଛି । ପୁଣି ସେହି ପୂର୍ବର ରାଗକୁ ସୁଝାଇବା ଲାଗି ରାଜାଙ୍କୁ ସର୍ପ ଦଂଶନ କରିବ ।

ଏଥର ରାଜା ବୁଢୀ ଠାରୁ ସମସ୍ତ କଥା ଶୁଣି ଉଆସକୁ ଫେରି ଆସିଲେ ।

ଏଥର ଶୁଆ କହିଲା ତୁ ଏଥର ଦେଖିଲୁ ତ ଶାରୀ । ଏଥିରେ ମଦନ ସୁନ୍ଦରର କି ଦୋଷ ଥିଲା କହିଲୁ?

ଶାରୀ କହିଲା – ହଁ ତା’ର ଦୋଷ ଅଛି । ହେଲେ ସୌଦାଗରର ଏଠାରେ ଅଧିକ ଦୋଷ ।

ସୌଦାଗର ତ ସବୁ ସତ କଥା ବୁଝିଲେ ନାହିଁ । ସତ କଥାକୁ ବାହାର ନକରି ମଦନ ସୁନ୍ଦରଙ୍କୁ ମାରି ଦେଲାନା । କିଏ ଏଥିରେ କମ୍ ଯେ ଶୁଆ କହିଲା । ଏଥର ସେ କଥା ଛାଡ – ଏବେ ଶୁଣ ରାଜା ତ ଉଆସକୁ ଫେରି ଗଲେ । ଭୟରେ ଆଉ ରାଜ ଉଆସରେ ତାଙ୍କ ଆଖିକୁ ନିଦ ଆସିଲା ନାହିଁ । ହଠାତ୍ ତାଙ୍କର ନିଜ ପାଇଜାମା ମୁଣିରେ ହାତ ବାଜି ଯିବାରୁ ତାଙ୍କର ମନେ ପଡି ଗଲା । ସେ ଦେଖିଲେ ପାଇଜାମା ମୁଣିରେ କାଗଜ ଖଣ୍ଡିଏ ଅଛି । ସେହି କାଗଜ ଖଣ୍ଡିକ ପୁଣି ସେହି ବ୍ରାହ୍ମଣର ।

ତା’ପରେ ସେ ମନକୁ ମନ ଭାବିଲା, ଯାହା ହେଉ ସେହି ବ୍ରାହ୍ମଣର ଗୋଟିଏ କଥାକୁ ତ ପରୀକ୍ଷା କରିବାକୁ ଯାଇ ଏତେ ଦୂର ଲାଭ ହେଲା ଯାଉଛି ତାର ପର କଥାଟିକୁ ପରୀକ୍ଷା କରି ଦେଖିବା ସେଥିରେ କ’ଣ ଲେଖା ଅଛି? ସେଥିରେ ଲେଖା ଅଛି ଯେ ଶତ୍ରୁର ସତ୍କାର କରିବ । ତାହା ହେଲେ ସାପ ତ ମୋର ଶତ୍ରୁ । ସାପର ସତ୍କାର ପୁଣି ମୋତେ କରିବାକୁ ହେବ । ରାଜା ଏହି କଥା ଭାବି ଭାବି ଶୋଇ ପଡିଲେ ।

ସୁବର୍ଣ୍ଣ ନଗର ଅନଙ୍ଗ ଉଦୟ ରାଜା

Rate the content


Originality
Flow
Language
Cover design

Comments

Post

Some text some message..