Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parambrahma Tripathy

Classics

3  

Parambrahma Tripathy

Classics

ଛୋଟ ପ୍ରେମ କଥା

ଛୋଟ ପ୍ରେମ କଥା

4 mins
14.3K


ଛୋଟ ପ୍ରେମ କଥା

--------------

ସେ ଥିଲା କ୍ଲାସ୍ର ସବୁଠୁ ସୁନ୍ଦର୍ ଝିଅ ଆଉ ମୋ ମନିଟର୍ ବି। ମୁଁ ଥିଲି ପାଠ ଆଉ ଦୁଷ୍ଟାମି ଦୁଇଟି ଯାକରେ ଫାଷ୍ଟ୍। ସବୁଦିନ ଦୁଷ୍ଟାମି ପାଇଁ ସେ ଲେଖେ ମୋ ନାଁ ଆଉ ମୁଁ ମାଡ ଖାଏ କ୍ଲାସ୍ ଟିଚର୍ଙ୍କଠାରୁ। ଦିନେ ତା’ ବାପାଙ୍କ ବଦଳି ହେଲା, ସେ ଚାଲିଗଲା କେଜାଣି କୁଆଡେ। ବହୁବର୍ଷ ପରେ ଦୁହେଁ ଚମକି ପଡିଲୁ। ଦୁହେଁ ଜଏନ୍ କରିଥିଲୁ ଗୋଟିଏ କମ୍ପାନୀରେ। ଲଂଚ୍ବ୍ରେକ୍ରେ ସେ ପଚାରିଲା-
ଦୁଷ୍ଟାମି ସେମିତି ଅଛି?
ନା।
ସୁଧୁରିଗଲଣି ତାହେଲେ..।
ନା, ଦୁଷ୍ଟ ହେବାପାଇଁ ମୁଡ୍ ନାହିଁ।
ବୁଝି ହେଲାନି।
ଆରେ ଦୁଷ୍ଟ ହେଉଥିଲି ତମେ ମୋ ନାଁ ଲେଖିବ ବୋଲି।
ମାନେ?
ଯାହାକୁ ଭଲପାଅ ସେ ସବୁଦିନ ସମସ୍ତଙ୍କ ଆଗରେ ତୁମ ନାଁ ଲେଖିବ। ୟାଠାରୁ ଅଧିକ କ’ଣ ଦରକାର ଜୀବନରେ?
ଥରେ ବି ତ କହି ନଥିଲ ଯେ ଭଲପାଅ ବୋଲି।
କହି ଦେଇଥିଲେ ତମେ କ’ଣ ଲେଖିପାରିଥାନ୍ତ ମୋ ନାଁ??? ତା’ଛଡା ଭଲପିଲା ଆଜିଯାଏଁ କ’ଣ କେଉଁଠି ଭଲପାଇଛନ୍ତି? ଏ କାମ ପରା ଦୁଷ୍ଟମାନଙ୍କର....!

ପିଟିସାର୍ଙ୍କୁ କାହାଣୀ ଶୁଣେଇ ଦେଲ ନା?
କ’ଣ ଆଉ କରିଥାନ୍ତି ଯେ? ସାର୍ ପରା ଦେଖିଦେଲେ ଆସିଲାବେଳକୁ।
କୋଉଠୁ ଆସେ ଏତେ କାହାଣୀ ତୁମ ମୁଣ୍ଡକୁ?
କାହାଣୀ ତିଆରିବା ଛଡା ଆଉ କିଛି ଆସେନି ମୋତେ।
ଭଲ ତ ପାଏ ତୁମକୁ ହେଲେ ଗୋଟିଏ ଡର।
କ’ଣ?
ଭୂଇଁରେ ଗାର ଟାଣି ଟାଣି ସେ କହିଲା- କାଳେ ତୁମର ଶହେ କାହାଣୀ ଭିତରୁ ମୁଁ ଗୋଟିଏ ହେଇ ରହିଯିବି।
ଟିକେ ଚୁପ୍ ରହିଲି ଆଉ ତା ପରେ କହିଲି- କାହାଣୀ ତ ହେବ, ହେଲେ କେବେ ସରୁନଥିବା କାହାଣୀଟେ।
ବହୁଦିନ ପରେ ଜାଣିଲି, ସେ ଭଳିଆ ଦେଖଭାଷାକୁ ଇଙ୍ଗିଲିସ୍ରେ କାଳେ ‘ଡେଟ୍’ କହନ୍ତି।

କ’ଣ ଚାଲିକି ଆସିଲୁ?
ବାଇକ୍ ଘରେ ଛାଡି ଆସିଲି, ବାପା ଭାବୁଛନ୍ତି ମୁଁ କୁଆଡେ ଖାଲି ବୁଲୁଛି।
ଶେଃ..ା ମଣିଷ କେତେ ପ୍ଲାନ୍ କରିଥିଲା, ସବୁ ଗଲା।
କ’ଣ?
ଆରେ, କାଲିପରା ‘ତେରେନାମ୍’ ରିଲିଜ୍ ହେଉଛି। ଭାବିଥିଲି ରାଜତରଙ୍ଗିଣୀରେ ଫାଷ୍ଟ୍ ସୋ ଦେଖିଥାନ୍ତେ, ତା’ପରେ ଷ୍ଟାଡିୟମ୍ ପାଖରେ ଦହିବରା ଖାଇ ବୁଲାବୁଲି କରି ଫେରିଥାନ୍ତେ।
ଅଟୋରେ ଯିବା?
ନାଇଁ, ନୂଆ ମାଟ୍ରିନ୍ ଆସିଛନ୍ତି। ଛଅଟାରୁ ଗୋଟେ ମିନିଟ୍ ବି ଡେରିହେଲେ ଘରକୁ ଜଣେଇ ଦେଉଛନ୍ତି।
ଶୀଘ୍ର ଆସିଯିବା। ତୋତେ ଗୋଟେ କଥା କହିବାର ଥିଲା।
କହ, କ’ଣ ମୋ ପର୍ମିସନ୍ ନବୁ ନା କ’ଣ?
ଭାବୁଛି ବୋଉକୁ ଆମ କଥା କହିବି, ସେ ତୁମ ଘରେ କଥା ହେବ।
କ’ଣ??? ତା’ପରେ କରେଣ୍ଟ୍ ମାରିଲା ପରି ଘୁଂଚିଗଲା ସେ, କହିଲା ତୋର ଏଇ ଗୁଣ ମତେ ଭଲଲାଗେନି, ଘୋଡା ମଦୁଆଙ୍କ ଭଳିଆ କ’ଣ ଦିନରେ ପିଉଛୁ?

ତୁମେ ଯାହାକୁ କହିଲ ବାରବାଟୀର କାନ୍ଦ, ମୁଁ ତାକୁ କହିଲି କାଠଯୋଡିର ଛନ୍ଦ। ସେ ଯାହାବି ହେଉ, ସେମିତି କିଛି ଶଦ୍ଦରେ ଅନେକଥର ଅଧାରାତିରେ ଭାଙ୍ଗିଛି ଆମ ଦୁହିଁଙ୍କ ନିଦ। ମକରରେ ଯେତେବେଳେ ଗୁଡିଟା କଟିଗଲା, ତୁମେ କହିଲ, ଦେଖିଲ ତ ଯେତେ ଉପରକୁ ଉଠିଲେ ବି ଦିନେ ଖସିବାକୁ ପଡେ। ମୁଁ ହସିକି କହିଲି, ନା। ଉପରକୁ ଉଠିଲାପରେ କିଛି ଲୋକ ତୁଟେଇ ପାରନ୍ତିନି ମାଟିର ମୋହ। ସେ ଯାହାବି ହେଉ, କଟାଗୁଡିରେ ହିଁ ଲାଖିଥିଲା ଆମ ଦୁହିଁଙ୍କ ଆଖି ଆଉ ମନ।
ଦେବୀଗଡରେ ଗଡୁଥିଲେ ଗୋଟାଏ ପରେ ଗୋଟାଏ ମେଢ଼। ତୁମେ କହିଲ ଚାରିଦିନର ମେଳା, ତା’ପରେ ଜୀବନଟା ମେଳା ପରର ମେଲଣପଡିଆ। ମୁଁ କହିଲି, ପୁଣିଥରେ ଫେରିବାର ନିଶ୍ଚିତ ପ୍ରତିଶୃତି ଦେଇ ଯିବାରେ ହିଁ ଚାଲେ ଦୁନିଆ। ସେ ଯାହାବି ହେଉ, କେଜାଣି କାହିଁକି ସେଦିନ ଆମ ଦୁହିଁଙ୍କ ଆଖିପତା ହେଇ ଯାଇଥିଲା ଓଦା ଓଦା।

ବାଲିଯାତ୍ରା ପଡିଆରେ ତୁମେ କହିଲ- ଓଃ, ଏ ଦୁନିଆଁରେ ଏତେ ଅଚିହ୍ନା? ମୁଁ କହିଲି-ନାଇଁମ! ଏପଟେ ଦେଖ ଭାଉଜଙ୍କ ସହ ମଧୂଭାଇ, ସେ ଚୁଙ୍ଗୁଡି ଚପ୍ ଦୋକାନ୍ ଆଗରେ ମହାପାତ୍ର ସାର୍.. ଭିଡରେ ଚିହ୍ନାମୁହଁଟା ପାଇବା ଏତେ କଷ୍ଟ ନୁହେଁମ! ସେ ଯାହାବି ହେଉ, ନିଜ ଭିତରୁ ନିଜକୁ ଖୋଜିବାର ଭଲ ମଉକାଟେ ଦେଇଥିଲା ଆମ ଦୁହିଁଙ୍କୁ ସେ ଭିଡ଼।
ତୁମେ କହୁନ.. ଅଲଗା ଭିତରେ ଯେତିକି ସମାନ ଥିଲେ ଆମେ ଦୁହେଁ, ନ ଥିଲେ କି ସମାନ ଭିତରେ ସେତିକି ଅଲଗା? ହଁ କି ନା?
କଟକକୁ କାହିଁକି ଦୋଷ ଦଉଛ? କେତେବା ଦୂରତା ଥିଲା ଆମ ଦୁହିଁଙ୍କ ଭିତରେ? ମୋଟେ ଦି’ ପାଦ.. ତୁମେ ଯାହା ଚାଲିଲନି ମୋ ଆଡକୁ.. କି ମୁଁ ଚାଲିପାରିଲିନି ତୁମ ଆଡକୁ ଗୋଟେ ପାଦ।

ସବୁ କାହାଣୀ ପରି ଏଠି ବି ପୁଅଟେ ଥିଲା ଆଉ ଝିଅଟେ। ପୁଅର ସ୍ପେସିଆଲ୍ଟି ଖାଲି ଗପିବା, ଚା’ ଚାଷରୁ ଚେରୀବ୍ଲୁଜୁମ୍, ଓବାମାରୁ ଓସାମା। ସାର୍ ପଢେଇଲାବେଳେ ନା ସେ ନୋଟ୍ ନେଉଥିଲା ନା ହଷ୍ଟେଲ୍ ଖାଇବା ଖାଇପାରୁଥିଲା। ଝିଅଟି ଠିକ୍ ଅପୋଜିଟ୍। କ୍ଲାସ୍ କରିବା, ନୋଟ୍ ନେବା ସବୁଥିରେ ଆଗୁଆ। ଆଉ ହଁ, ସବୁଦିନ ଘରୁ ଟିଫିନ୍ରେ ଆଳୁପରଟା ମଧ୍ୟ ଆଣୁଥିଲା। କେଜାଣି କେମିତି ଦୁହେଁ ଏକାଠି ହେଲେ? ଏକାଠି ହେଲେ ମାନେ ତ କିଛି ହେବ ନା? ହେବ କି ନାଇଁ? ଝିଅଟି ପୁଅକୁ ଭଲ ଲାଗୁଥିଲା ଆଉ ବୋଧହୁଏ ଝିଅଟି ପୁଅକୁ ଭଲପାଉ...

ସବୁ କାହାଣୀରେ ଟ୍ୱିଷ୍ଟ୍ ଆସେ। ଆସେ ନା ନାହିଁ? କଲେଜ୍କୁ ଆସିଲା ନୂଆ ଝିଅଟେ। ଝିଅ ନୁହେଁମ, ଆମ କଟକି ଭାଷାରେ ପୂରା କାଚମାରକା ମା... ଚାଲି, ଠାଣି, ଆଦବକାଇଦା ସବୁ ହିରୋଇନ୍ ଭଳି। ନୂଆ ଝିଅଟି ବି କ୍ଲାସ୍ରେ ନୋଟ୍ ନେବାକୁ ଭଲ ଲାଗୁନଥିଲା, ନା ସେ ଖୋଲୁଥିଲା ମାଆ ଦେଇଥିବା ଟିଫିନ୍ ବାକ୍ସ। ପୁଅ ଆଉ ନୂଆ ଝିଅକୁ ପୁଅର ଗପ। ତା’ପରେ??? ତା’ପରେ ଆଉ କ’ଣ, ଦୁହେଁ କଲେଜ୍ କ୍ୟାଣ୍ଟିନ୍ରେ ଖାଇବା ଆରମ୍ଭ କଲେ। ପୁଅ ନିଜ ହଷ୍ଟେଲ୍ ସାଙ୍ଗଙ୍କଠାରୁ ନୋଟ୍ ଯୋଗାଡ କଲା, କଲେଜ୍ ଛଳରେ ଜେରକ୍ସ ହେଲା ଦି’ କପି। ପୁଅଟା ଝିଅକୁ ଭଲ ଲାଗୁଥିଲା, ଆଉ ବୋଧହୁଏ ପୁଅଟା ଝିଅକୁ ଭଲପାଉ...

ୟା ଭିତରେ ପୁଅ ଆଉ ଝିଅ ଯେ ଦେଖା ହେଉନଥିଲେ ସେମିତି ନୁହେଁ, ହେଲେ ଯେତେବେଳେ ବି ଦେଖା ହେଉଥିଲା ପୁଅ ନୂଆ ଝିଅ ବିଷୟରେ ହିଁ ଗପୁଥିଲା। ଧିରେ ଧିରେ ପୁଅ ଆଉ ଝିଅ କଥା ହେବା ବନ୍ଦ କରିଦେଲେ। ଦୁହେଁ ଦୁହିଁଙ୍କୁ ଅଜଣା ଭଳି ବ୍ୟବହାର କଲେ। ଏମିତି ଚାଲିଲା। ଶେଷରେ କଲେଜ୍ର ଶେଷଦିନ ଆସିଲା, ମାନେ ଫ୍ୟାର୍ୱଲ୍...।

ଆଗରୁ କହିଛି। ପୁଅ, ଝିଅ ଆଉ ନୂଆ ଝିଅ ତିନିଜଣ ଯାକ ଗୋଟିଏ ଶ୍ରେଣୀର। ଫ୍ୟାର୍ୱଲ୍କୁ ପୁଅ ଆଉ ନୂଆ ଝିଅ ଏକାଠି ଆସିଲେ, ଝିଅ ଆସିଲା ଟିକେ ଲେଟ୍ରେ। ନୂଆ ଝିଅ ବ୍ୟସ୍ତଥିଲା ତା’ ମୋବାଇଲ୍ରେ। ପୁଅ ଚମକି ପଡିଲା ଝିଅକୁ ଦେଖି। କି ଚମକôାର ଦେଖାଯାଉଛି ଶାଢୀରେ। ଆଜିଯାଏଁ ପୁଅ କେବଳ ନୋଟ୍, ଟିଫିନ୍ ଆଉ ଝିଅର ‘ପାଠ ପଢ’ ଉପଦେଶ ଭିତରେ ହିଁ ବାନ୍ଧିହେଇ ରହିଥିଲା। ପୁଅ ଝିଅ ପାଖକୁ ଗଲା। ପ୍ରଥମଥର ପାଇଁ ତା ଆଖିରେ ଆଖି ମିଶେଇ ଚାହିଁଲା। କିଛି କହିବାକୁ ଚାହୁଁଥିଲା ହେଲେ କହୁ କହୁ ରହିଗଲା...

ଝିଅ କହିଲା, କଲେଜ ସରିଲା। ଏବେ ତ ସିରିୟସ୍ ହୁଅ। ତମେ ପାରିବ, ଚେଷ୍ଟା ତ’ କର ଆଗକୁ ଯିବାକୁ। ପୁଅ ସତେ ଯେମିତି ଷ୍ଟାଚୁ୍ୟ ହେଇସାରିଥିଲା। କେବଳ ଏତିକି କହିପାରିଲା ଯେ ତୁମେ ବହୁତ ମନେପଡିବ। ଝିଅ କହିଲା, ନା, ମନେ ନପଡିଲେ ହିଁ ଭଲ। ପୁଅ କହିଲା, କାହିଁକି? ଝିଅ କହିଲା, ମନେପଡିଲେ ବୋଧହୁଏ ମୁଁ ଦେଇଥିବା ନୋଟ୍, ସାଙ୍ଗ ହେଇ ଖାଇଥିବା ଆଳୁପରଟା ହିଁ ତୁମେ ଭଲପାଇବା ବୋଲି ଭାବିବ।
ପୁଅ କିଛି ସମୟ ଚୁପ୍ ରହିଲା ଆଉ ଭାବି ଭାବି କହିଲା, ବୋଧ ହୁଏ। ଝିଅ କହିଲା, ମୁଁ ସେଇଟା ହିଁ ହେଉ ବୋଲି ଚାହୁଁନି.. ଭାଲପାଇବାଟା କ’ଣ ଏତେ ଶସ୍ତା..

ତୁମକୁ ଲାଗୁନି ଆଜିକାଲି ତୁମେ ବହୁତ ଫିଲ୍ମ ଦେଖୁଛ?
ଦେଖିବା ତ ଏବେ ଆରମ୍ଭ କରୁଛି.. ଜୀବନର ୧୫ବର୍ଷ ତ ବିତିଗଲା ୯-୯.୧୫ ସମାଚାର ଦେଖି।
ମାର୍ଚ୍ଚରେ କାଉନ୍ସିଲ୍ ପରୀକ୍ଷା.. ମନେ ଅଛି ନା..?
ଛାଡ ସେ କଥା..ା
ଦୀପାବଳିରେ ଘରକୁ ଯିବ?
ନା, କ’ଣ ହେଲା କି?
‘ଦିଲ ତୋ ପାଗଲ୍ ହୈ÷’ ରିଲିଜ୍ ହେଉଛି, ଫାଷ୍ଟ୍ ଡେ ଫାଷ୍ଟ ସୋ?
ପଇସା ନାହିଁମ, ଘରକୁ ଯାଇନି ଦେଢ଼ମାସ ହେଲା। ତୁମ ପାଖରେ ଅଛି?
ନା, ବାପା ଆସିବେ ଦୀପାବଳି ପରେ।
ଠିକ୍ ଅଛି.. କିଛି ଗୋଟେ କରିବା.. ଫାଷ୍ଟ୍ ଡେ ଫାଷ୍ଟ ସୋ।
ତା’ପରେ? ତା’ପରେ ଆଉ କ’ଣ? ଦୀପାବଳି ପରେ ପୁଅଟି କଲେଜ୍ ଗଲା ଚାଲି ଚାଲି, ଗାଳି ବି ଅନେକ ଖାଇଲା ତା’ ବାପାଙ୍କଠାରୁ ଦାୟିତ୍ୱହୀନତା ପାଇଁ। ହେଲେ ପୁଅର କିଛି ସାଙ୍ଗ କୁହାକୁହି ହେଉଥିଲେ ଯେ ପୁଅ କୁଆଡେ ତା’ ସାଇକେଲ୍...
ଛାଡନ୍ତୁମ ! କାହାପାଟିରେ କ’ଣ ବାଡ ଦେଇହେବ?

***

 


Rate this content
Log in

Similar oriya story from Classics