ତିନୋଟି ମାଛର କାହାଣୀ
ତିନୋଟି ମାଛର କାହାଣୀ
ଗୋଟିଏ ଗାଁ ଥିଲା । ଗାଁ ର ନା ସାମନ୍ତପୁର ,ସେଠାରେ ଏକ ପଖରୀ ଥିଲା । ସେହି ପୋଖରୀରେ ତିନୋଟି ମାଛ ରହୁଥିଲେ ।ସେମାନଙ୍କ ମଧ୍ୟରୁ ପ୍ରଥମ ମାଛଟି ବେଶୀ ବୁଦ୍ଧିଆ ଥିଲା । ସେ କିଛି ବି କରିବା ଆଗରୁ ବହୁତ ଭାବଥିଲା । ଦ୍ଵିତୀୟ ମାଛଟି ବହୁତ ଚାଲାକ ଥିଲା ଦ୍ଵିତୀୟ ମାଛଟି ବହୁତ ଚାଲାକ ଥିଲା କୌଣସି ଅସୁବିଧା ପଡିଲେ ସେ ସାଙ୍ଗେ ସାଙ୍ଗେ ତାର ପ୍ରତିକାର ବାହାର କରୁଥିଲା । ତୃତୀୟ ମାଛଟି ଟିକେ ଅଲଗା ଥିଲା ସେ ଭାବୁଥିଲା ଯାହା ଯେତେବେଳେ ଘଟିବାର ଅଛି ତାହା ନିଶ୍ଚୟ ଘଟିବ ।
ଦିନେ ପ୍ରଥମ ମାଛଟି ଶୁଣିଲା ଆସନ୍ତା କାଲି ପୋଖରୀରେ ଜାଲ ପକାହେବ ଓ ଲୋକମାନେ ସେମାନଙ୍କୁ ଧରିନେବେ । ସେ ଏହି କଥା ଅନ୍ୟ ସାଙ୍ଗ ମାନଙ୍କୁ କହିଲା ଓ ଜଲଦି ଜଲଦି ଏ ପୋଖରୀ ଛାଡ଼ିଯିବା ପାଇଁ ପ୍ରସ୍ତାବ ଦେଲା । ଦ୍ଵିତୀୟ ମାଛଟି କହିଲା ମୁଁ ଏ ପୋଖରୀ ଛାଡି କୁଆଡେ ଯିବି ନାହିଁ ମୁ ଯେ କୌଣସି ବିପଦ ଆସିଲେ ମଧ୍ୟ ତହିଁରୁ ମୁକ୍ତି ହେଇ ପାରିବି । ତୃତୀୟ ମାଛଟି କହିଲା ଆରେ ଏ ପୋଖରୀ ପାଖରେ ତ ଆଉ ପୋଖରୀ ଅଛି ଓ ସେଠାରେ ବହୁତ ମାଛ ଅଛନ୍ତି ,ସେମାନେ ଏଠିକି କାହିଁ ଜାଲ ପକେଇବେ ।
ପ୍ରଥମ ମାଛ ଟି ବହୁତ ବୁଦ୍ଧିଆ ଥିଲା ସେ ନିଜର ଉପଯୁକ୍ତ ବୁଦ୍ଧି ପ୍ରୟୋଗ କଲା ଓ ନିଜ ଯିବା ବଂଚେଇବା ପାଇଁ ନିକଟସ୍ଥ ପୋଖରୀକୁ ଚାଲିଗଲା । ତା ପରଦିନ ମାଛ ଧରାଳି ମାନେ ଆସି ଅନ୍ୟ ମାଛ ସହିତ ଏ ଦୁଇଟି ମାଛ କୁ ମଧ୍ୟ ଧରିନେଲେ ଜାଲ ପକେଇକି । ହେଲେ ଦ୍ୱିତୀୟ ମାଛଟି ବହୁତ ଚାଲାକ ,ଜାଲ ଉପରକୁ ଆଣିବା ସମୟରେ ସେ ମଲାଭଳି ପଡି ରହିଲା । ଜାଲ ଧରାଳି କହିଲେ ଆମେ ଏ ମଲା ମାଛକୁ କଣ କରିବା ,ଏତିକି କହି ସେ ମାଛ ଟିକୁ ପୋଖରୀ ଭିତରେ ଫିଙ୍ଗିଦେଲେ ।
ତୃତୀୟ ମାଛଟି ଅନ୍ୟ ମାଛଙ୍କ ସହିତ ଧାରା ହେଇଗଲା । ମାଛ ଧରାଳି ଅନ୍ୟ ମାଛ ସହିତ ଏ ମାଛକୁ ବି ଧରିଲେ ।
"ସବୁବେଳେ ନିଜକୁ କେମିତି ନିଜେ ରକ୍ଷା କରିବେ ,ତା ବିଷୟରେ ଭାବିବା ଉଚିତ "