Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subhakanta Sahu

Inspirational Tragedy

3  

Subhakanta Sahu

Inspirational Tragedy

ପରିଶ୍ରମର ଖୁସି

ପରିଶ୍ରମର ଖୁସି

5 mins
7.5K


ଫାଇଲିନ୍ ମହାବାତ୍ୟା ଦନେଇ ଆଉ ମଦନ ଉଭୟଙ୍କ ନଡା ଛପର ଘରେ ସୂର୍ଯ୍ୟ ଚନ୍ଦ୍ରଙ୍କ ଅବାଧ ଯାତାୟତ କରାଇଦେଲା । ଭାଗ୍ୟ ଭଲ ସରକାରଙ୍କ ଆଗୁଆ ସୂଚନା କ୍ରମେ ସେମାନେ ଅତ୍ୟାବଶ୍ୟକୀୟ ଜିନିଷପତ୍ର ସହ ନିକଟସ୍ଥ ବିଦ୍ୟାଳୟରେ ଆଶ୍ରିତ ଥିଲେ । ଲୋକେ କୁହାକୁହି ହେଲେ ସରକାର ରିଲିଫ୍ ରେ ବୁଡେଇଦେବେ । ଭଙ୍ଗା ଘର ପାଇଁ ଇନ୍ଦିରା ଆବାସ ବି ମିଳିବ । ଦନେଇ ସରକାରୀ ସହାୟତାକୁ ଅନାଇ ରହିଲା । ହେଲେ ମଦନ ସରକାରୀ ସହାୟତାକୁ ଅପେକ୍ଷା ନ କରି ପରଦିନ ହିଁ ଲାଗିଗଲା ନିଜ ଘରକୁ ସଜାଡିବାରେ । ରିଲିଫ୍ ଦାୟିତ୍ୱରେ ଥିବା ସରକାରୀ ବାବୁ ଭଙ୍ଗାଘର ନ ଦେଖି ଅଫିସ୍ ରେ ବସି ପଲିଥିନ୍ ବାଣ୍ଟିଲେ । ଗୁହାଳ ଭାଙ୍ଗିଥିବା ଲୋକ, ପକ୍କାଘର ଥାଇ ଚାଳଘର ଭାଙ୍ଗିଥିବା ଲୋକ ଏପରିକି ପକ୍କାଘର ବାଲା ବି ଠେଲା ପେଲା ପ୍ରତିଯୋଗୀତାରେ ପାର ହୋଇ ଯିଏ ବାବୁଙ୍କ ନିକଟତର ହୋଇପାରିଲା ସିଏ ପଲିଥିନ୍ଟିଏ ପାଇ ଖୁସିରେ ଘରକୁ ଫେରିଲା । ଦନେଇ ଠେଲା ପେଲା ରେ ପଶିପାରିଲା ନାହିଁ । ମୁହଁ ସଞ୍ଜବେଳେ ବାବୁ ଶୁଣାଇଦେଲେ, “ଆଉ ପଲିଥିନ୍ ନାହିଁ, ପୁଣି ଆସିଲେ ଦିଆଯିବ”ା

ଦିନସାରା ସେ ଜଗିଜଗି ଘରକୁ ଫେରିବା ବେଳକୁ ମଦନ ଭଙ୍ଗାଘରୁ ବାଉଁଶ ବତା ସଜାଡୁଥାଏ । ଏମିତି ଦୁଇ ଦିନଯାଏଁ ଦନେଇ ଶୁଖିଲା ରିଲିଫ୍ ଚୁଡା ଟିକେ ପାଟିରେ ଦେଇ ସକାଳୁ ସଞ୍ଜ ଯାଏଁ ବାବୁଙ୍କ ଅଫିସ୍ ଆଗରେ ଜଗିଜଗି ମୁହଁ ସଞ୍ଜ ବେଳକୁ ନିରାଶ ହୋଇ ଫେରେ । ଏଣେ ମଦନ ଦିନ ସାରା ଭଙ୍ଗାଘରକୁ ସଜାଡୁ ସଜାଡୁ ଝାଳନାଳ ହୋଇଯାଏ । ଚତୁର୍ଥ ଦିନା ସଞ୍ଜବେଳକୁ ଆଠ କି ଦଶ ହାତ ଲମ୍ବର ପଲିଥିନ୍ ନେଇ ଶୁଷ୍କ ହସରେ ଫେରିଲା ଦନେଇ । “ଆରେ ଯାଇଥିଲେ ଖଣ୍ଡେ ପଲିଥିନ୍ ଆଣନ୍ତୁନି ? ସରକାର ତ ଇନ୍ଦିରା ଆବାସ ଦେବ ଏ ଭଙ୍ଗାଘରଟାକୁ ଆଉ ସଜାଡୁଛୁ କାହିଁକି ?”ଦନେଇ କହିଲା । ମଦନ କହିଲା, “ମୋର ଘର ଭାଙ୍ଗିଛି ବୋଲି ଗାଁ ଲୋକଙ୍କଠୁଁ ସରପଞ୍ଚ ଯାଏଁ କିଏ ନ ଜାଣିଛି ଯେ ? ଯଦି ସରକାର ଦେବାର ଥିବ ଦେବ । ତା’କୁ ଅନେଇ ମୁଁ ହାତ ବାନ୍ଧି ବସିବି କାହିଁକି? ବରଂ ଟିକିଏ ହାତ ଲଗାଇଦେଲେ ମୋ କୁଡିଆ ମୋତେ ମିଳିଯିବ । ପୁଣି ବାତ୍ୟା ହେଲେ ଅଲଗା କଥା । ହେଲେ ବର୍ଷା, ଖର. ଶୀତରୁ ତ ତ୍ରାହି ମିଳିଯିବ ନା ।”

ଦନେଇ ମାଗଣା ପଲିଥିନ୍ ଖଣ୍ଡକ ପାଇ ବେଶ୍ ଖୁସି । ପଡିଯାଇଥିବା ଚାଳବାଡକୁ ଉଠାଇ ଠେସ ଦେଇଦେଲା । ପୁରା ଘରକୁ ତ ପଲିଥିନ୍ ଗୁଡାଇ ପାରିଲା ନାହିଁ, ମଥାତୁଳିଟାରେ ପକାଇଦେଲା ।ଏଣେ ମଦନ ନଡା ନ ପାଇ ନଡିଆ ପତରରେ ଛପର କରିଦେଲା ।

ସ୍କୁଲ୍ ଖୋଲିଲା । ଆଶ୍ରିତ ଲୋକମାନେ ନିଜନିଜ ଘରକୁ ଫେରିଗଲେ । ଦୁର୍ଭାଗ୍ୟକୁ ପୁଣିଥରେ ଲଘୁଚାପ ହେଲା । ଏଥର ବାତ୍ୟା ଭୟ ନଥିଲା ; ହେଲେ ଅବିଶ୍ରାନ୍ତ ବର୍ଷା । କେବଳ ମଥାତୁଳି ଘୋଡାଇ ହୋଇଥିବା ଦନେଇର ଘର ପୁଣି ଭାସିଲା । ଏଥର ସ୍କୁଲ୍ ଘର ଖୋଲିନଥିଲା ଆଶ୍ରୟ ପାଇଁ । ସରକାର ବାବୁ ମାନେ ଗଣମାଧ୍ୟମରେ କହିଲେ ସରକାରଙ୍କ ଦୟାରୁ ଲୋକମାନେ ପଲିଥିନ୍ ତଳେ ଆରାମରେ ଅଛନ୍ତି । ମଦନର ପତର ଛପର ଘରେ କେଉଁଠି କେମିତି ଟିକେ ପାଣି ଗଳିଲା; ହେଲେ ବିଶେଷ ଅସୁବିଧା ହେଲା ନାହିଁ । ବର୍ଷା ସରି ଶୀତ ଆସିଲା ହେଲେ ବାବୁ ମାନେ ଆସିଲେନି ରିପୋର୍ଟ ନେବାକୁ । ଦନେଇ ଦିନେ ତହସିଲ୍ଙ୍କ ଠାରେ ଫେରାଦ୍ ହେଲା । ବାବୁ କହିଲେ, “ରିପୋର୍ଟ ପଠା ସରିଲାଣି, ଇନ୍ଦିରା ଆବାସ ଆସିବ । ଆଉ କିଛିଦିନ ଅପେକ୍ଷା କର” । ଇନ୍ଦିରା ଆବାସ କୁ ଅନେଇ ଅନେଇ ଶୀତ ସରି ଖରା ବି ଗଲା । ଦନେଇ ନା ଘର ସଜାଡି ପାରିଲା ନା ଆଉ କେଉଁ କାମ ? ପୁଣି ବର୍ଷା ଆସିଗଲା । ଦନେଇ ନିଜର ଜିନିଷପତ୍ର କିିଛିଦିନ ପାଇଁ ମଦନ ଘରେ ରଖିବାକୁ ଅନୁମତି ମାଗିଲା । ମଦନ ବି ଅରାଜି ହେଲାନି । ଜିନିଷପତ୍ର ଘୁଞ୍ଚାଉ ଘୁଞ୍ଚାଉ ଦନେଇ କହିଲା, “ମାଗଣା ସରକାରୀ ସହାୟତାକୁ ଅପେକ୍ଷା ନକରି ତୋ ଭଳି ଘରକୁ ସଜାଡିଥିଲେ ଆଜି ମୁଁ ବି ତୋ ଭଳି ଖୁସିରେ ଥାଆନ୍ତି”


ଠିକଣା- ଗୋପବନ୍ଧୁ ହାଇସ୍କୁଲ୍

ପୋଲସରା, ଗଂଜାମ,

ପିନ୍- ୭୬୧୧୦୫

ମୋ-୯୮୬୧୭୩୨୨୫୬

E-mail: sahusubhakanta@gmail.com


Rate this content
Log in

Similar oriya story from Inspirational