Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଠେକୁଆ ଏବଂ ଚୁଟିଆ ମୂଷା
ଠେକୁଆ ଏବଂ ଚୁଟିଆ ମୂଷା
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.0K    10


Content Ranking

ଅନେକ ଦିନ ତଳର କଥା । ଜଙ୍ଗଲର ଏକ ବୃକ୍ଷରେ ମୁଁ ବସା ବାନ୍ଧି ରହୁଥାଏ । ସେହି ବୃକ୍ଷର ଏକ କୋରଡରେ “କପିଞ୍ଜଳ” ନାମକ ଏକ ଚୁଟିଆ ମୂଷା ବାସ କରୁଥାଏ । କିଛିଦିନ ପରେ ଆମ୍ଭ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ପ୍ରତିଦିନ ସନ୍ଧ୍ୟା ହେଲେ ଆମେ ବସାକୁ ଫେରୁ । ଧର୍ମ ଆଲୋଚନା ଏବଂ ହସ ଖୁସିରେ ଆମର ସମୟ ଅତିବାହିତ ହୋଇଯାଉଥିଲା । ଦିନେ କପିଞ୍ଜଳର ଅନ୍ୟ କେତେକ ମୂଷାମାନଙ୍କ ସହିତ ଖାଦ୍ୟ ସଂଗ୍ରହ କରିବାକୁ ଯାଇ, ଆଉ ଫେରିଲା ନାହିଁ । କପିଞ୍ଜଳ ନ ଫେରିବାର ଦେଖି ମୋତେ ବହୁତ ବ୍ୟସ୍ତ ଲାଗିଲା । ନାନାପ୍ରକାର ଦୁଃଶ୍ଚିନ୍ତା ମୋତେ ଗ୍ରାସ କଲା । ଶେଷରେ ମୁଁ ଭାବିଲି ଯଦି କପିଞ୍ଜଳ ଜୀବିତ ଥିବେ । ତା’ହେଲେ ସେ ନିଶ୍ଚୟ ଫେରିଆସିବେ । ସେ ମୋତେ ଛାଡି କଦାପି ବଂଚିପାରିବେ ନାହିଁ । କିନ୍ତୁ ତହିଁ ଆରଦିନ ମଧ୍ୟ କପିଞ୍ଜଳ ଫେରିଲେ ନାହିଁ । କିଛିଦିନ ଅତିକ୍ରାନ୍ତ ହୋଇଗଲା । କପିଞ୍ଜଳ ଫେରିଲେ ନାହିଁ ।

କିଛିଦିନ ପରେ ‘ଶୀଘ୍ରଗ’ ନାମକ ଏକ ଠେକୁଆ କେଉଁ ଆଡୁ ଆସି ସେହି କୋରଡରେ ବସା ବାନ୍ଧି ବାସ କଲା । ସେତେବେଳକୁ ମୁଁ କପିଞ୍ଜଳଙ୍କୁ ଯେ କେବେ ଦେଖିପାରିବି, ସେ ଆଶା ଛାଡି ଦେଇଥାଏ । ଠେକୁଆଟି ଆସି ସେଠାରେ ରହିବାରୁ ମୁଁ ମଧ୍ୟ ସେଥିରେ ପ୍ରତିବାଦ କଲିନାହିଁ । କିଛିଦିନ ପରେ କପିଞ୍ଜଳ ପାଚିଲା ଧାନ ଖାଇ, ବେଶ୍ ମୋଟା ସୋଟା ହୋଇ ନିଜ ବସାକୁ ଫେରି ଆସିଲେ । କିନ୍ତୁ ବସାରେ ଶୀଘ୍ରଗକୁ ଦେଖି ରାଗିଗଲେ ଏବଂ ତା’ ସହିତ ଝଗଡା ଆରମ୍ଭ କରିଦେଲେ । ଦୁହେଁ ନାନା ପ୍ରକାର ଧର୍ମ ଶାସ୍ତ୍ରରେ ଥିବା ନୀତିବାକ୍ୟ ଗୁଡିକର ଉଦାହରଣ ଦେଉଥାଆନ୍ତି । କେହି ଯୁକ୍ତିରୁ ଓହରୁ ନଥାଆନ୍ତି । ଶେଷରେ ଦୁହେଁ ସ୍ଥିରକଲେ ଜଣେ ପଣ୍ଡିତଙ୍କ ନିକଟକୁ ଯିବେ ଏବଂ ସେ ଯାହା କହିବେ ତାହାକୁ ସେମାନେ ଗ୍ରହଣ କରିବେ ।

ସେମାନଙ୍କ ଝଗଡାକୁ ‘ତୀଖଦୁସ୍ଥର’ ନାମକ ଏକ ବଣଭୁଆ ଶୁଣୁଥାଏ । ସେ ମନେ ମନେ ଏକ ଉପାୟ ପାଂଚିଲା, କିପରି ଏମାନଙ୍କୁ ମାରି ଖାଇବ । ସେଥିପାଇଁ ନିଜକୁ ସାଧୁ ବେଶରେ ସଜାଇ ନଦୀ ତଟରେ ବସି ଧାର୍ମିକ ପ୍ରବଚନ ଦେବା ଆରମ୍ଭ କଲା, ସେ କହିଲେ, ‘ଏହି ସଂସାର କ୍ଷଣସ୍ଥାୟୀ । ଧନ, ସଂପଦ, ଘରଦ୍ୱାର ସବୁ କିଛି ଅସ୍ଥାୟୀ । କେତେବେଳେ କାହାକୁ ମୃତ୍ୟୁ କବଳିତ କରିବ ତାହା କେହି କହିପାରିବେ ନାହିଁ । ତେଣୁ ସଦାସର୍ବଦା ଧର୍ମ ପଥରେ ଚାଲିବା ଉଚିତ୍ । କାହାରି ମନରେ କଷ୍ଟ ଦେବା ଉଚିତ୍ ନୁହେଁ ।’

ତୀଖଦୁସ୍ଥର ମୁଖରୁ ଏପରି କଥା ଶୁଣି ଠେକୁଆ ଏବଂ ଚୁଟିଆ ମୂଷା ତାକୁ ଧର୍ମର ସାକ୍ଷାତ ଅବତାର ବୋଲି ଭାବିନେଲେ । କିନ୍ତୁ ଚୁଟିଆ ମୂଷା ଏହି କଥାକୁ ଆଦୌ ବିଶ୍ୱାସ କରିପାରୁନଥାଏ । ତା’କୁ ଏସବୁ ଆଶ୍ଚର୍ଯ୍ୟ ଲାଗୁଥାଏ । ତେଣୁ କପିଞ୍ଜଳ ତା’ର ପାଖକୁ ନଯାଇ ଦୂରରେ ଠିଆ ହୋଇ କଥାବାର୍ତ୍ତା କରୁଥିଲା । ସେ କହିଲା, ‘ମହାଶୟ! ଆମ ଦୁଇଜଣଙ୍କ ମଧ୍ୟରେ ଲାଗିଥିବା କଳହର ସମାଧାନ କରିଦିଅନ୍ତୁ । ଆମ୍ଭମାନଙ୍କ ମଧ୍ୟରୁ ଯିଏ ହାରିବ, ଆପଣ ତାହାକୁ ଭକ୍ଷଣ କରିବେ ।’

‘ତୀଖଦୁସ୍ଥର’ ଏହା ଶୁଣି ନିଜର ଧାର୍ମିକ ପ୍ରବଣତା ଦେଖାଇବାକୁ ଯାଇ କହିଲେ, ତୁମ୍ଭେମାନେ ସେପରି କୁହ-ନାହିଁ । ମୁଁ ଅହିଂସା ନୀତି ଅବଲମ୍ବନ କରୁଛି । ହିଂସା, ଦ୍ୱେଷ, ପରଶ୍ରୀକାତରତା, ଜୀବ ବଧ ଇତ୍ୟାଦି ଆଚରଣ ତ୍ୟାଗ କରି ମୁଁ ବର୍ତ୍ତମାନ ବୈଷ୍ଣବ । ମୁଁ ବର୍ତ୍ତମାନ ବୃଦ୍ଧ ଅବସ୍ଥାରେ ଉପନୀତ । ମୋର କାନକୁ ମଧ୍ୟ ଭଲ ଭାବେ ଶୁଭୁନାହିଁ । ତୁମେ ଦୁଇଜଣ ମୋ ନିକଟକୁ ଆସି ଯାହା କହିବା କଥା କୁହ । ଏହାପରେ ମୁଁ ତୁମ ମଧ୍ୟରେ ସୃଷ୍ଟି ହୋଇଥିବା କଳହର ଉଚିତ୍ ସମାଧାନ କରିଦେବି । ମୋ ଉପରେ ବିଶ୍ୱାସ ରଖ ଏବଂ ତୁମର ସମସ୍ୟା ସଂପର୍କରେ ନିର୍ଭୟରେ କୁହ ।

ଏହିପରି ଛଳନାପୂର୍ଣ୍ଣ କଥା କହି ଦୁଷ୍ଟ ଭୁଆଁ ବିରାଡି ନିରୀହ ଚୁଟିଆ ଏବଂ ଠେକୁଆର ମନରେ ବିଶ୍ୱାସ ଜାଗ୍ରତ କରିବାକୁ ସକ୍ଷମ ହୋଇପାରିଲା । ଏହାପରେ ଚୁଟିଆ ଏବଂ ଠେକୁଆ ବିରାଡିକୁ ବିଶ୍ୱାସ କରି ତା’ନିକଟରେ ଯାଇ ବସିଲେ । ବିରାଡିଟିତ ମହା ଚତୁର । ସେ ସଂଗେ ସଂଗେ ଜଣକୁ ଦାନ୍ତରେ ଏବଂ ଜଣକୁ ନଖରେ କାବୁକରି ଜୀବନରୁ ମାରି ଖାଇଦେଲା । କାହାଣୀଟି କହିସାରି କୁଆ କହିଲା, ‘ଦେଖିଲତ ଚୁଟିଆ ଏବଂ ଠେକୁଆ କିପରି ଉପଯୁକ୍ତ ରକ୍ଷାକର୍ତା ବାଛି ନପାରିବାରୁ ଶେଷରେ ଉଭୟେ ମୃତ୍ୟୁବରଣ କଲେ । ସେହିପରି ତୁମେମାନେ ଯଦି ଏହି ବିରଳ ପେଚାକୁ ରକ୍ଷାକର୍ତା ରୂପେ ନିଯୁକ୍ତ କରିବ ତୁମ୍ଭେମାନେ ମଧ୍ୟ ଠେକୁଆ ଓ ଚୁଟିଆର ଦଶା ଭୋଗ କରିବ । ତେଣୁ ମୋ କଥାକୁ ଚିନ୍ତାକରି ଉଚିତ୍ ମାର୍ଗରେ କାର୍ଯ୍ୟ କରିବାକୁ ଚେଷ୍ଟା କର ।

ଯେତେବେଳେ ପକ୍ଷୀମାନେ ଏହି କଥା ଶୁଣିଲେ ସେମାନେ କୁଆର କଥାକୁ ଠିକ୍ ବୋଲି ଭାବିଲେ ଏବଂ ନିଜେ ଚିନ୍ତା କରିଥିବା କଥା ଭୁଲ୍ ବୋଲି ବୁଝିପାରିଲେ । ଅନ୍ୟ ଗୋଟିଏ ପକ୍ଷୀକୁ ମହାରାଜାରୂପେ ନିଯୁକ୍ତ କରିବାକୁ ଚିନ୍ତାକଲେ । ଏହି କଥା ଚିନ୍ତାକରି ସବୁ ପକ୍ଷୀମାନେ ଉଡି ଚାଲିଗଲେ । ସେହି ସ୍ଥାନରେ କେବଳ କୁଆ, ପେଚା ଏବଂ ପେଚାର ପତ୍ନୀ ଉପସ୍ଥିତ ଥିଲେ । ପେଚା ମନେ ମନେ ରାଜା ହେବାପାଇଁ ଅପେକ୍ଷା କରି ବସିଥାଏ । କିନ୍ତୁ ସମସ୍ତ ପକ୍ଷୀ ଉଡି ପଳାଇ ଯିବାର ଦେଖି ପେଚା ଆଶ୍ଚର୍ଯ୍ୟ ହୋଇଗଲା । ପେଚାର ପତ୍ନୀ କହିଲା, ଏହି କୁଆଟି କିଛି ନା କିଛି ମିଥ୍ୟା କଥା କହି ତୁମର ରାଜା ହେବାରେ ପ୍ରଧାନ ପ୍ରତିବନ୍ଧକ ସାଜିଛି । ସମସ୍ତ ପକ୍ଷୀତ’ ଉଡି ଚାଲିଗଲେଣି । କେବଳ ଏହି କୁଆଟି ଏଠାରେ ବସିଛି ଏହା ଭିତରେ ନିଶ୍ଚୟ କିଛି ନା କିଛି କାରଣ ରହିଛି । ତେଣୁ ଭଲହେବ । ଆମେ ମଧ୍ୟ ଏଠାରୁ ପଳାଇଯିବା ।

ପତ୍ନୀଠାରୁ ଏହା ଶୁଣି ବିଚରା ପେଚାଟି ମନଦୁଃଖ କରି କୁଆକୁ କହିଲା, “ମୁଁ ତୁମର କ’ଣ ଅପରାଧ କରିଥିଲି? ଯେ ତୁମେ ମୋର ରାଜା ହେବାକୁ ପ୍ରଥମେ ପସନ୍ଦ କରୁନାହଁ । ତେଣୁ ତୁମେ ମନେରଖ ଆଜିଠାରୁ ତୁମ ସହିତ ମୋର କଦାପି ସୁସମ୍ପର୍କ ରହିବ ନାହିଁ” । ଏହା କହି ପେଚା ସେହି ସ୍ଥାନ ପରିତ୍ୟାଗ କରି ଚାଲିଆସିଲା । ସେହି ଦିନଠାରୁ କୁଆ ଏବଂ ପେଚା ମଧ୍ୟରେ ଶତ୍ରୁତା ରହିଆସିଛି ।

ଏହାପରେ ମେଘବର୍ଣ୍ଣ ସ୍ଥିରଜୀବିଙ୍କୁ ପଚାରିଲେ, ବର୍ତ୍ତମାନ ଆମକୁ କ’ଣ କରିବାକୁ ପଡିବ, କୁହନ୍ତୁ । ଉତ୍ତର ଦେବାକୁ ଯାଇ ସ୍ଥିରଜୀବି କହିଲେ, ଶତ୍ରୁକୁ ପରାଜିତ କରିବାକୁ ହେଲେ ସବୁ କାର୍ଯ୍ୟ ଚତୁରତାର ସହିତ କରିବା ସହିତ ଛଳନା ଏବଂ ପ୍ରତାରଣା ଦ୍ୱାରା ଶତ୍ରୁକୁ ହତ୍ୟା କରାଯାଇପାରିବ । ଏହି ସଂପର୍କରେ ମୁଁ ଏକ କାହାଣୀ କହିବି । ଏହା କହି ସ୍ଥିରଜୀବି କାହାଣୀ କହିବାକୁ ଆରମ୍ଭ କଲେ ।

ଜଙ୍ଗଲ କପିଞ୍ଜଳ ଶୀଘ୍ରଗ

Rate the content


Originality
Flow
Language
Cover design

Comments

Post

Some text some message..