Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Tragedy

2.5  

Dr Jharana Satapathy

Tragedy

କୁଆଁରି ମାତୃତ୍ବ

କୁଆଁରି ମାତୃତ୍ବ

4 mins
487


କୃଷ୍ଣା ନାମକ ଏକ ସରଳ ନିରିହ ଝିଅଟିଏ ।ମନରେ ତାର ଅନେକ ସ୍ବପ୍ନ ! ଦିନେ ନା ଦିନେ ସେ ବଡଲୋକ ହେବ ଭଲ ପାଠ ପଢିବ ।ଆଉ ମାଙ୍କ ଉପରେ କେବେ ବୋଝ ହୋଇ ରହିବ ନାହିଁ ।ଏ କଅଁଳ ବୟସରେ ସେ ଭବିଷ୍ୟତରେ ଉଜ୍ଜଳ ସ୍ବପ୍ନ ଦେଖିବାରେ ଲାଗିଥାଏ ।କିନ୍ତୁ ଦାରିଦ୍ରତା ପାଖରେ ସେ ହାର ମାନିଯାଏ ।ଘରର ସବୁ ବୋଝ ତା ଉପରେ ।ଛୋଟ ବେଳୁ ତା ବାପାକୁ ହରାଇଥିଲା ।

ଘରେ ତାର ଛୋଟ ଭଉଣୀଟିଏ ।ମା ତାର କୁଲି କାମ କରେ ।ପର ଘରେ ଅଇଣ୍ଠା ବାସନ ମାଜେ । ଯାହା ପଇସା ମିଳେ ସେଥିରେ ଦୁଃଖ କଷ୍ଟରେ ଚଳନ୍ତି ।ଛୋଟ କୁଡିଆ ଘର ଟିଏ ।କୃଷ୍ଣା ବେଳେ ବେଳେ ତା ମାଙ୍କୁ ମଧ୍ୟ କାମରେ ସାହାର୍ଯ୍ୟ କରେ।ପାଠ ପଢିବା ପାଈଁ କୃଷ୍ଣାର ଭାରି ସରଧା ।ରାତିରେ ସବୁ କାମ ସରିଲା ପରେ କୃଷ୍ଣା ବତି ଜଳାଇ ପାଠପଢେ ।ପାଠର ସରଧା ଦେଖି କୃଷ୍ଣାକୁ ତା ମା ପାଖ ସ୍କୁଲରେ ପଢିବା ପାଈଁ ପଠାଉଥିଲା ।କୃଷ୍ଣା ମଧ୍ୟ ମନଦେଇ ପାଠ ପଢେ ।

କିନ୍ତୁ ପଇସା ପତ୍ରର ଅଭାବ ଲାଗି ତା ମା ତାକୁ କନ୍ୟାଶ୍ରମକୁ ପଠାଇଦିଏ।କୃଷ୍ଣା ସେଠି ରହି ପାଠପଢେ ଏବଂ ସାଙ୍ଗସାଥୀଙ୍କ ଗହଣରେ ଖେଳାଖେଳି କରେ ।ସ୍କୁଲରେ ପ୍ରଥମ ମଧ୍ୟ ହୁଏ ।

କୃଷ୍ଣା ସପ୍ତମ ଶ୍ରେଣୀରେ ଉତ୍ତିଣ୍ଣ ହୋଇ ଅଷ୍ଟମ ଶ୍ରେଣୀରେ ପଢୁଥାଏ ।ନିରିହ ଝିଅଟିଏ ଭଲମନ୍ଦ ବିଚାର କରିବାର ଶକ୍ତି ତା ପାଖରେ ନଥାଏ ।ପାଠ ପଢାରେ ମନଧ୍ୟାନ ଦିଏ ।ଏ କଅଁଳ ବୟସରେ ମନରେ ନାନା ଅଶୁମାରି ସ୍ବପ୍ନ ।କେମିତି ଭଲ ପାଠ ପଢି ଏ ଦେଶର ନା ରଖିବ ।ଦେଶର ଜଣେ ସୁନାଗରିକ ହୋଇପାରିବ ।ଗୁରୁଜନଙ୍କ ପ୍ରତି ତାର ଅଗାଢ ଭକ୍ତି । ମହାପୁରୁଷମାନଙ୍କ ଜୀବନି ବାଣୀ ପଢିବାରେ ତାର ଭାରି ଆଗ୍ରହ।

ସେ ସର୍ବଦା ସ୍କୁଲର ଶିକ୍ଷକ ,ଶିକ୍ଷୟତ୍ରୀମାନଙ୍କୁ ସମ୍ନାନ ଦିଏ ଏବଂ ତାଙ୍କ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ ହୋଇଥାଏ ।

ସେ ଗୁରୁମା ,ଗୁରୁଜୀଙ୍କୁ ନିଜ ପିତାମାତା ବୋଲି ଭାବେ ,କିନ୍ତୁ ସେହି କନ୍ୟାଶ୍ରମର ପ୍ରଧାନ ଶିକ୍ଷକଙ୍କ ଖରାପ ନଜର କୃଷ୍ଣା ଉପରେ ପଡିଥାଏ । କୃଷ୍ଣା ଛୋଟପିଲା ଏହା ବିଷୟରେ କିଛି ଧାରଣା ନଥାଏ ।ସେ ପ୍ରଧାନ ଶିକ୍ଷକଙ୍କୁ ଗୁରୁ ହିସାବରେ ବଡ ସମ୍ନାନ ଦିଏ। ଵେଣୁଧର ପ୍ରଧାନ ଶିକ୍ଷକ ହିସାବରେ କନ୍ୟାଶ୍ରମ ସ୍କୁଲରେ ନା ଡାକରା ।କିନ୍ତୁ ଭିତର ଗୁଣକୁ କେହି ଜାଣନ୍ତି ନାହିଁ ।

ପ୍ରଧାନ ଶିକ୍ଷକଙ୍କ ଲୋଲୁପ ଦୃଷ୍ଟି ତା ଉପରେ ପଡିଥାଏ । କୃଷ୍ଣା ନିରିହ ନିଷ୍ଣପଟ ଆଦିବାସୀ ଝିଅଟିଏ ।ପ୍ରଧାନ ଶିକ୍ଷକ ବେଳେ ବେଳେ କନ୍ୟାଶ୍ରମର ପିଲାମାନଙ୍କୁ ନିଜର ଘର କାମ କରିବାକୁ ଡକାଇ ଥାନ୍ତି ।ଘର କାମରେ ଏମାନକୁ ନିୟୋଜିତ କରାନ୍ତି ।ଏମାନଙ୍କ ଦ୍ବାରା ଘର ବାସନ ମଜାଠୁ,ଘରଓଳା ଏମିତିକି ନିଜର ଗୋଡ ଘସିବାକୁ କହନ୍ତି ।

କଥାରେ ଅଛି ପରା ଘୁସୁରୀ ପ୍ରକୃତି ପଙ୍କେ ଲୋଟେ ,ମଣିଷ ପ୍ରକୃତି ମଲେ ତୁଟେ-ପ୍ରକୃତି କାହାର ବଦଳେ ନାହିଁ।

ସରଳ ଛୁଆ ଏମାନେ।ସେମାନଙ୍କ ହୃଦୟ ଫୁଲଠୁ ବି କୋମଳ ।ପ୍ରଧାନ ଶିକ୍ଷକ ଯାହା କାମ ବତାନ୍ତି ସେମାନେ କରିଦିଅନ୍ତି । ପ୍ରଧାନ ଶିକ୍ଷକ କୃଷ୍ଣାକୁ ଘର କାମ କରିବା ଆଳରେ ଡକାଉଥିଲେ

ଏବଂ ତା ସହ ଯୋରଯବରଦସ୍ତ କରୁଥିଲେ ।ଏବଂ କାହାକୁ କିଛି କହିଲେ ତତେ ମାରିଦେବି ଏବଂ ତୋ ମାକୁ ଆରପାରିକୁ ପଠାଇଦେବି ଆଉ ତ ସାନ ଭଉଣୀର ତଣ୍ଟିଚିପି ମାରିଦେବି ଧମକ ଦେଉଥିଲେ ।ଭୟରେ କୃଷ୍ଣା କାହାକୁ କିଛି କହୁନଥାଏ ।

ଏପରି ଭାବରେ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ଯୋରଯବରଦସ୍ତର ଶିକାର ହୋଇଥାଏ କୃଷ୍ଣା ।ଯେଉଁ ବୟସ ଖେଳକୁଦର ସମୟ ସେ ବୟସରେ ପାପର ଭାର ତା ପେଟରେ ବଢୁଥାଏ ।କୃଷ୍ଣା କିନ୍ତୁ କିଛି ଜାଣିପାରୁନଥାଏ ।ଭୟରେ ମଧ୍ୟ ଏ କଥା କାହାକୁ କହିପାରୁନଥାଏ ।ତା କଥା ମଧ୍ୟ ଅନ୍ୟ କେହି ଜାଣିନଥାନ୍ତି।ଦିନେ ସେ କନ୍ୟାଶ୍ରମରେ ଥିବା ଶୌଚାଳୟକୁ ଯିବା ସମୟରେ ଅନ୍ୟମାନେ ଶୁଣିବାକୁ ପାଇଲେ ଏକ ଶିଶୁର କ୍ରନ୍ଦନ।ସମସ୍ତେ ଯାଇ ସେଠି ଦେଖିଲାବେଳକୁ କୃଷ୍ଣା ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଛି ।

ଖବର ଚାରିଆଡେ ପ୍ରଚାର ହୋଇଗଲା କନ୍ୟାଶ୍ରମର ଏକ ଛାତ୍ରୀଶିଶୁ ପୁତ୍ରକୁ ଜନ୍ମ ଦେଇଛି । କୃଷ୍ଣାର ମା କାନକୁ ମଧ୍ୟ ଏ କଥାଟି ଯାଇଥିଲା ।ସାହି ବସ୍ତି ସବୁ ଯେତେଥିଲେ କୃଷ୍ଣାର ମାକୁ ଇଆଡୁ ସିଆଡୁ କହିବା ଆରମ୍ଭ କରିଦେଇଥିଲେ । କୃଷ୍ଣାର ମା ସେ ଘର ଛାଡି କୁଆଡେ ଚାଲିଯାଇଥିଲା ।ବିଚାରି କୃଷ୍ଣାକୁ ଏକଥା ଜଣାନଥିଲା କୃଷ୍ଣାକୁ ସବୁ ଯେତେଵେଳେ ଟାହି ଟାପରା କରିବାକୁ ଲାଗିଲେ ପିଲାର ବାପା କିଏ ! ଛି ଛି ଏ କୁଆଁରି ବୟସରେ ମାତୃତ୍ବ!

"କୃଷ୍ଣା କାହାକୁ କିଛି ନ କହି ସିଧା କାନ୍ଦି କାନ୍ଦି ଘରକୁ ଏକ ମୁହା ହୋଇ ଛୁଟିଲା ।ଆସି ଦେଖେ ତ ଘରେ ତାଲା ପଡିଛି।କ'ଣ କରିବ କରି ଭାବି ଘର ବାରଣ୍ଡାରେ ବସିପଡିଲା।ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କଣ ଭାବୁଥିଲା କେଜାଣି"।

ଏ କୁଆଁରି ବୟସରେ ଏକି ଦଶା ପ୍ରଭୁ !ସମାଜରେ ଏ ନିରିହ ଶିଶୁଟିର ପରିଚୟ କଣ ମିଳିବ ? ମନକୁ ମନେ ଭାବୁଥାଏ କୃଷ୍ଣା

ତାର ଆଖିରେ ଦେଖିଥିବା ଆଖିଏ ସ୍ବପ୍ନ ଧୂଳିସାତ୍ ହୋଇଗଲା ।

କେମିତି ଏ ସମାଜରେ ବଞ୍ଚିବ ? କିଏ ହେବ ସାହା ଭରଷା ।ଲୋକ ଲଜ୍ଜାକୁ ସହି ନ ପାରି ଆତ୍ମହତ୍ୟା କରିବାକୁ ମନେ ମନେ ଚିନ୍ତାକରୁଥିଲା ।

ଛାତ୍ରୀମା ହେବା ଘଟଣା ହେଉ ବା ନିର୍ଯ୍ୟାତନା !ଏ ଦିଗରେ ପ୍ରଶାସନର ଉଚିତ ପଦକ୍ଷେପ ନେବା ଜରୁରୀ ।ରାଜ୍ୟର ସବୁ କନ୍ୟାଶ୍ରମ ରହୁଛି ଚର୍ଚାରେ ।କୃଷ୍ଣା ପରି ନିରିହ ନିଷ୍ଣପ ବାଳିକା ମାନଙ୍କ ଏକି ପ୍ରକାର ଅବସ୍ଥା ।ନିଜର ଝିଅ ବୟସର ପିଲାମାନଙ୍କ ସହିତ ଏପରି ବ୍ୟବହାର କରୁଛନ୍ତି ଧିକ ସେମାନଙ୍କର ଏପରି ଘୃଣ୍ୟକର୍ମକୁ । ଶିକ୍ଷକ ମାନଙ୍କ ଏଭଳି ଆଚରଣ ଯୋଗୁ ଛାତ୍ରୀମାନେ ହଷ୍ଟେଲ ଛାଡିଯିବାକୁ ବାଧ୍ୟ ହେଉଛନ୍ତି । କେଉଁ ଆବାହାନ କାଳରୁ ଆସିଅଛି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ବର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ସି ଗୁରବେ ନମଃ।କଥାରେ ଅଛି ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ ଗୁରୁ ମହେଶ୍ବର !ହେ ପ୍ରଭୁ ସେ ଗୁରୁ କୁଆଡେ ଗଲେ ।ଗୁରୁଙ୍କୁ ଭକ୍ତି ପୂତ ନମସ୍କାରଟିଏ କଲେ ସବୁ ବାଧାବିଘ୍ନ ଦୂରେଇଯାଏ ।

ଗୋଟିଏ ମୁଦ୍ରାର ଦୁଇଟି ପାଶ୍ବ ଶିକ୍ଷା ଏବଂ ଶିକ୍ଷକ ।ପାଠ ପଢାଇବା ସହ ଶିକ୍ଷକ ଦେଇଥାନ୍ତି ପ୍ରେରଣା ।ଭବିଷ୍ୟତରେ କୃଷ୍ଣା, ତୃଣ୍ଣା,ବିନି,ମିନି ପରି ଆଉ ନିରିହ ଛାତ୍ରୀମାନେ ଦୁଷ୍ଣର୍ମର ଶିକାର ଯେପରି ନ ହୁଅନ୍ତି ସରକାର ଉଚିତ ପଦକ୍ଷେପ ନିଅନ୍ତୁ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya story from Tragedy