Quotes New

Audio

Forum

Read

Contests

Write

Sign in
Wohoo!,
Dear user,
ବୃକ୍ଷର ଜୀବନ
ବୃକ୍ଷର ଜୀବନ
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.1K    15

Content Ranking

ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ ସହଜିଆ ଉପାୟଟେ ପାଇଗଲେ । ଏବେ କ’ଣ କଲେନା ରାସ୍ତାକଡରୁ ଟେକା ପଥର ଗୋଟେଇ ଆମ୍ବଗଛକୁ ଫୋପାଡିଲେ । ଏହା ଦ୍ୱାରା ବେଶ୍ କିଛି ଆମ୍ବ ବି ଝଡିଗଲା । ତହୁଁ ପିଲାମାନେ ସେହି ଗଛ ଛାଇରେ ବସି ଆମ୍ବଗୁଡିକୁ ଖୁସିମନରେ ଖାଇ ସେଠାରୁ ଚାଲିଗଲେ । ଏହିଭଳି ଚାଲିଥାଏ ପ୍ରତିଦିନ । ଯାହାର ଆମ୍ବ ଦରକାର ଟେକାପଥର ଫିଙ୍ଗିଲେ ସେ ଆମ୍ବ ବାଂଟିଦେଉଥାଏ ।

ସେହି ଆମ୍ବଗଛ ପାଖରେ ଗୋଟିଏ ନିମ୍ବଗଛ ଥିଲା । ସେଥିରେ ବି ଆମ୍ବଗଛ ଠାରୁ ଅଧିକ ଫଳ ଆସି ପେନ୍ଥା ପେନ୍ଥା ଝୁଲୁଥାଏ । ଆମ୍ବଗଛର ଏଭଳି ସହିଷ୍ଣୁତା ଗୁଣଦେଖି ଦିନେ ନିମ୍ବଗଛଟି ଆମ୍ବଗଛକୁ କହିଲା, “ଭାଇ! ତୁମେ ତ ପ୍ରତ୍ୟହ ଖୁବ୍ ପଥର ମାଡ ଖାଉଛ, ହେଲେ କାହିଁକି କ’ଣ ପାଇଁ?”

ତହୁଁ ଆମ୍ବଗଛଟି ହସି ହସି କହିଲା, “ଭାଇ ଏଇ ତ ଦୁନିଆ । ଏଠି ଦେଶ ନେଶ ଅବିରତ ଚାଲିଛି । ଯାହାର ଦେବତା କ୍ଷମତା ଅଛି ତା’ ନିକଟକୁ ନେବା ପାଇଁ ପ୍ରତ୍ୟହ କିଛି ନା କିଛି ଲୋକ ଆସନ୍ତି । ଦେବାରେ ଯେଉଁ ସୁଖ ଅଛି ନେବାରେ ନ ଥାଏ । ବୁଝିବା ଶୁଝିବା ଲୋକ ଖୁସିରେ ଆମ୍ବ ତୋଳି ନିଅନ୍ତି । ମାତ୍ର ପିଲାଏ ମୋ ଫଳ ପାଖରେ ପହଂଚିବାକୁ ଅସମର୍ଥ ବୋଲି ପଥର ଫିଙ୍ଗି ଆମ୍ବସଂଗ୍ରହ କରନ୍ତି । ମୋର ଏତେ ବଡ ବକ୍ଷକୁ ସାମାନ୍ୟ ପଥର ଫିଙ୍ଗିଲେ କ’ଣ ବା କ୍ଷତି ହେବ? ଏଇ ଦେଖୁନ, ଛୋଟ ପିଲାଟିଏ କିଭଳି ଆମ୍ବଟିଏ ପାଇ ଖୁସି ହେଉଛି? ତାହା ଦେଖିଲେ ମୋ ମନବି ଖୁସିରେ ନାଚି ଉଠୁଛି । ଯେପର୍ଯ୍ୟନ୍ତ ମୋର ଦେବାକୁ ସାମର୍ଥ୍ୟ ଥିବ ସେପର୍ଯ୍ୟନ୍ତ ମୁଁ ଦେଇ ଚାଲିଥିବି ।”

ଆମ୍ବ ଫଳ ହାତ

Rate the content

Originality
Flow
Language
Cover design

Comments

Post

Some text some message..