Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଉଚିତ୍‌ ଶିକ୍ଷା
ଉଚିତ୍‌ ଶିକ୍ଷା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Children

2 Minutes   7.6K    16


Content Ranking

ମକ୍ରାମପୁର ଛୋଟ ଗାଁଟିଏ । ସେହି ଗାଁରେ ନଟବର ପଲେଇର ଘର। ପରିବାର କହିଲେ ନଟବର ଓ ତା’ସ୍ତ୍ରୀ ବୀଣା । ସେମାନଙ୍କର କୌଣସି ସନ୍ତାନ ସନ୍ତତି ନାହିଁ । ନଟବର ଅତି କୃପଣ । ତା’ର କଞ୍ଜୁସ୍‌ପଣ ଯୋଗୁଁ ଗାଁଟା ସାରା କେହି ତାକୁ ଭଲ ପାଆନ୍ତି ନାହିଁ । ପ୍ରଥମେ ପ୍ରଥମେ ବୀଣା ସ୍ୱାମୀର ଏପରି ବ୍ୟବାହରରେ ଅତିଷ୍ଠ ହୋଇଯାଉଥିଲା । ପରେ କିନ୍ତୁ ତା’ର ସବୁ କିଛି ଦେହସୁହା ହୋଇଗଲା । ନଟବରର କୂଅଟିଏ ଥାଏ । କୂଅର ପାଣି ପରିଷ୍କାର ଓ ମଧୁର । ସେ କୂଅରୁ ପାଣି ନେବା ପାଇଁ ପଡ଼ୋଶୀମାନେ ଆସିଲେ, ସେମାନଙ୍କୁ ସେ ରୋକ୍‌ ଠୋକ୍‌ ମନା କରିଦିଏ। ସମସ୍ତ ଅସ;ୁଷ୍ଟ ହୋଇ ଫେରନ୍ତି । ଯୋଗୀ, ଭିକାରୀଙ୍କୁ ଭିକ ମୁଠିଏ ଦେବାର କେହି କେବେ ତାକୁ ଦେଖି ନାହାନ୍ତି । ତା’ଘର ନିକଟରେ ବହୁତଗୁଡ଼ିଏ କଦଳୀ ଗଛ ସେ ଲଗାଇଛି । କାଳେ କଦଳୀପତ୍ର କିଏ ମାଗିବ, ସେଥିପାଇଁ ସେ ବାଡ଼ିରେ ବାଡ଼େଇ କଦଳୀପତ୍ରକୁ ଫଟାଇ ଦିଏ । ଥରେ ବୀଣାକୁ ଭିଷଣ ଥଣ୍ଡା ହେଲା । କାଶ ମଧ୍ୟ ହେଲା। ସେ ନଟବରକୁ ତା’ଦେହ କଥା କହିଲା । ନଟବର ତ ପଇସା ଖର୍ଚ୍ଚ କରିବାକୁ ଆଗଭର ! ସେ କହିଲା ଥଣ୍ଡା ଆପେ ଆପେ ଭଲ ହୋଇଯିବ। ଆସ୍ତେ ଆସ୍ତେ ବୀଣାର ଲହରା କାଶ ହେଲା । ପଡ଼ୋଶୀମାନେ ପରାମର୍ଶ ଦେଲେ ତୁଳସୀପତ୍ର ସଙ୍ଗେ ମହୁ ଖାଇବାକୁ । ବୀଣା ଏକଥା ନଟବରକୁ କହିଲା । ସେ ମହୁ ବଜାରରୁ ନ କିଣି ଆମ୍ବ ଗଛରେ ଯେଉଁ ମହୁ ଫେଣା ଅଛି ସେଥିରୁ ମହୁ ସଂଗ୍ରହ କରିବ ବୋଲି ତା’ ସ୍ତ୍ରୀକୁ କହିଲା । ବୀଣା ତାକୁ ବାରଣ କରିଲା କିନ୍ତୁ ସେ ମାନିଲା ନାହିଁ । ମହୁ ସଂଗ୍ରହ ପାଇଁ ଆମ୍ବ ଗଛରେ ନଟବର ଚଢ଼ିଲା । ହାତରେ ବାଡ଼ିଟିଏ ଥାଏ । ମହୁଫେଣା ନିକଟରେ ପହଞ୍ଚି ଭାବିଲା, ବୋଧହୁଏ ସେଥିରେ ମହୁମାଛି ନାହାନ୍ତି । ସେ ଯେମିତି ବାଡ଼ିରେ ମହୁ ଫେଣାକୁ ଛୁଇଁଛି, ମହୁମାଛିମାନେ ତାକୁ ଆକ୍ରମଣ କଲେ । ବୋପାଲୋ, ମାଆଲୋ, ମରିଗଲି, ମରିଗଲି କହି ସେ ତଳକୁ ଓହ୍ଲାଇ ଘରକୁ ଦୌଡ଼ିଲା । ସେମାନଙ୍କ ଦଂଶନରେ ତା’ର ମୁହଁ, ଦେହ ସବୁ ଫୁଲିଗଲା । ବାଧ୍ୟ ହୋଇ ସେ ଔଷଧ ଖାଇ ଧୀରେ ଧୀରେ ସୁସ୍ଥ ହେଲା। ମହୁ ଟିକେ ନ କିଣି ତା’ ପରିବର୍ତ୍ତେ ସେ ଅନେକ କଷ୍ଟ ପାଇଲା ଓ ପଇସା ମଧ୍ୟ ଖର୍ଚ୍ଚ କଲା । ଏବେ ତା’ର କଞ୍ଜୁସ୍‌ପଣ ଆଉ ନାହିଁ। ମହୁମାଛିମାନେ ତାକୁ ଉଚିତ୍‌ ଶିକ୍ଷା ଦେଲେ ।

ନଟବର ବୀଣା ମହୁମାଛି

Rate the content


Originality
Flow
Language
Cover design

Comments

Post

Some text some message..