Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

1.0  

Rasmi Rekha Tripathy

Others

ଉତ୍ତର ନାହିଁ

ଉତ୍ତର ନାହିଁ

2 mins
13.5K



       ନଣନ୍ଦ ଯାଇଥିଲେ ଦକ୍ଷିଣ ଭାରତ ବୁଲିବା ପାଇଁ l ଫେସବୁକରେ ପ୍ରତି ପଦକ୍ଷେପର ଷ୍ଟାଟସ୍ ଅପଡେଟ୍ କରୁଥିଲେ l ମୁଁ ସାହିତ୍ୟ ଅନୁରାଗୀ ମଣିଷଟିଏ l କେଉଁଠି କେମିତି ସାହିତ୍ୟ ସଭାଟିଏ ହେଲେ ଆପେ ଆପେ ପାଦ ଟାଣି ହୋଇଯାଏ ସେଠିକୁ l ସେଦିନ ବି ସେମିତି ଗୋଟିଏ ସଭାକୁ ଯାଇଥିଲି l ଇଛା ଥିଲେ ବି ମୋ ଟାଇମଲାଇନରେ ଫଟୋ ସବୁ ଦେବାକୁ ସାହସ ହେଉ ନ ଥିଲା l କିଏ ଶୁଣିବ ଏମାନେଙ୍କର ହାଡଭେଦୀ କଥା ସବୁ ? ଦିଅର, ନଣନ୍ଦ ଏପରିକି ପତିଦେବଙ୍କର ହାଡଜଳା କଥା ସବୁ ଶୁଣି ଶୁଣି ପଥର ହେଇ ଗଲିଣି ମୁଁ l ବେଳେ ବେଳେ ଭାବେ କହିଦେବି, “ବାହାଘର ପୂର୍ବରୁ ତ କାହାକୁ ପଟେଇ ପାରିଲିନି l ଏବେ ବାହା ହେବା ପରେ, ଗୋଟିଏ ଛୁଆର ମାଆ ହେବା ପରେ...........” ଛି ! ଆଉ ଆଗକୁ କିଛି ପଶେନି ମୋ ମନରେ l ପୁରା ଫାଙ୍କା ହୋଇଯାଏ ମସ୍ତିଷ୍କ l ଏତେ ନୀଚ ଚିନ୍ତାଧାରା କେମିତି ଏମାନଙ୍କରଜାଣି ପାରେନି ମୁଁ l ଏମାନେ ପୁଣି ଶିକ୍ଷିତ l ମାଇଁ ଫୁଟ୍ l

       ତେବେ ସେ ଦିନ ସଭାର ଫୋଟ ସବୁକୁ କେହି କେହି ନିଜ ନିଜ ଟାଇମଲାଇନରେ ଅପଡେଟ୍ କରି ମୋତେ ଟ୍ୟାଗ୍ କରି ଦେଇଥିଲେ l କାରଣ ସେ ଦିନ ସଭାର ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲି ମୁଁ l ବାସ୍ l ଆରମ୍ଭ ହୋଇଗଲା ସମସ୍ତଙ୍କର ଉପଦେଶ ବାଣୀ l ଘରର ବୋହୁମାନେ ଏମିତି ଫେସବୁକରେ ଫୋଟ ଦିଅନ୍ତିନି l ସେ ଦିନ କିନ୍ତୁ ମୋତେ ଚୁପ୍ ରହିବାକୁ ଇଛା ହେଲାନି l ନଣନ୍ଦଙ୍କୁ ଜଣେଇ ଦେଲି ଯେ ସେ ବି ଗୋଟିଏ ଘରର ବୋହୁ l ଦିଅର ଯଦି ଓପେନ୍ ଷ୍ଟାଟସ୍ ଦେଇପାରିବେ, “ଇନ୍ ଏ ରିଲେସନସିପ୍”, ମୋ ପତି ଦେବ ଯଦି ତାଙ୍କ ମହିଳା ସହକର୍ମୀଙ୍କ ସହ ଲଞ୍ଚ୍ କିମ୍ବା ଡିନରରେ ଯାଇପାରିବେ , ତେବେ ମୋତେ ଯଦି କିଏ ଟ୍ୟାଗ୍ କରି ଦେଲା, ତ କଣ ମହାଭାରତ ଅଶୁଦ୍ଧି ହୋଇଗଲା ? ବାସ୍, ଏହାପରେ ସବୁ ନୀରବ ପଡି ଯାଇଥିଲା l ମୁଁ ନିଶ୍ଚିତ ଥିଲି ଯେ, ୟା ପରେ ମୋତେ ଏମାନେ କହିବା ପୂର୍ବରୁ ଶହେ ଥର ଚିନ୍ତା କରିବେ l


Rate this content
Log in