Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଉପହାର
ଉପହାର
★★★★★

© ସତ୍ୟବତୀ ସ୍ୱାଇଁ

Tragedy

3 Minutes   279    7


Content Ranking

ଓଦା ହୋଇଗଲା ହୃଦୟ । ଭିଜିଗଲାଦେହ,ମନ,ଆତ୍ମା । ଖୁସିରେ ଏମିତି କାନ୍ଦି ପକାଏ ମଣିଷ !ଜୀବନରେ ପ୍ରଥମ ବାର ମୋତେ କେହି ଚମକାଇ ଦୋହଲାଇ ଦେଲା ମୋ ଅନ୍ତରାତ୍ମା । ମୁଁ କେଉଁ ଭବନରେ ଥିଲି ତାହା ପ୍ରକାଶ କରିବା ପାଇଁ,ନିହାତି ଅକ୍ଷମ,ଅଯୋଗ୍ୟ,ଅସମର୍ଥ ବି । ବେଳେବେଳେ ଜୀବନ ଏମିତି ଗୋଟା ପଣେ ଗାଧୋଇ ଦିଏ ଅବୋଧ ମଣିଷକୁ । ବିଶେଷ କରି ମୋ ପରି ବୋକା ଭାବନା ଭରା ପୂର୍ଣ୍ଣ କଳସୀ ମଣିଷ ମାନେ ଚହଲି ଉଠନ୍ତି ଟିକିଏ ଆତ୍ମୀୟତାରେ,ଧାପେ ସେହ୍ନରେ,ମୁଠିଏ ମମତାରେ ଯେଣୁ ।

ସ୍ୱାର୍ଥ ପୂର୍ଣ୍ଣ ସମାଜରେ ଏବେ ବି କେଉଁଠି ନା କେଉଁଠି ମଣିଷ ପଣିଆ,ସେହ୍ନ,ମମତା,ଆନ୍ତରିକତା ବଞ୍ଚିଛି । ଅଛ ନ୍ତି କେଇ ଜଣ ନିରୋଳା ନିଆରା ମଣିଷ । ମେଘ ମୁକ୍ତ ଆକାଶ ପରି ସଫା,ହୃଦୟ । ସମୁଦ୍ର ପରି ସେହ୍ନ ମମତାରେ କଳ ଛଳ । ପାହାଡ଼ ପରି କଷ୍ଟ ସହିଁଷ୍ଣୁ । ଦେବାରେ ଆନନ୍ଦ ପାଉଥିବା ହାତ ଗଣତି ତାର ଭର୍ତ୍ତି ଗଗନ ଅନ୍ଧକାର ଛାତିର ପୁନିଅଁ ଜହ୍ନ ପରି । ସ୍ୱତନ୍ତ୍ର,ଅନେକରେ ଏକ,ବାରି ହୋଇ ପଡୁଥିବା ହୃଦୟର ମଣିଷ ମାନେ ।

ଘରେ ପହଞ୍ଚୁ ପହଞ୍ଚୁ ପିଲାମାନେ ଟଣା ଓଟରା କରୁଥିଲେ ବ୍ୟାଗ୍ ଟି । କାରଣ ମୁଁ ଯେବେ କଟକ ଯାଏ ଦୋଳ ମୁଣ୍ଡେଇରୁ ମିକ୍ସଚର ର୍ଆଣିବା ଥୟ । ମିକ୍ସଚର ପ୍ରତି ମୋ ପିଲାଙ୍କ ଅହେତୁକ ମୋହ ।

ମୁଁ କଣ ଜାଣିଥିଲି ସେ ବ୍ୟାଗ ମୋତେ କନ୍ଦାଇବ । କାରଣ ତା ଭିତରେ ଡାଇରୀ,ଓଡ଼ିଆ କ୍ୟାଲେଣ୍ଡର ଅଛି ବୋଲି ମୋତେ କୁହା ଯାଇଥିଲା । ହେଲେ ଓ ମାଇଁ ଗଡ଼ ସେଥିରୁ କଣ ବାହାରିଲା

ମୋତେ ଅଭିଭୂତ କରି,ଝଟକା ଦେଇ ଗୋଟିଏ ଶାଢ଼ୀ,ସୁନ୍ଦର କଉଡ଼ି ଖୋଳ ସହ ସିନ୍ଦୁର,ଶଙ୍ଖା ଓ ଲାଲ ଚାନ୍ଦ ପର୍ସ ଭିତରେ ଥିବା ଝୁଣ୍ଟିଆ !

ଥରିଗଲା ମୋ ପିଣ୍ଡ,ପ୍ରାଣ । ଏ କଣ ! । ଯେବେଠୁ ନଈରୁ କେନାଲ ହୋଇଛି,ଘରର ବଡ଼ ବୋହୁ ଖୋଳପା ପିନ୍ଧିଛି କେବଳ ଅନ୍ୟକୁ ଦେବାର ମନ୍ତ୍ର ହିଁ ଶିଖିଛି । ସେ ଦେବା ହୋଇପାରେ ମୋ ଦେହ,ମୋ ସ୍ବପ୍ନ,ମୋ ପସନ୍ଦ,ମୋ ଭାଗର ସମୟ,ଖାଦ୍ୟ,ଆଭୂଷଣ,ଅର୍ଥ,

ଏପରିକି ଖୁସି ଟା ।

ମୋତେ କେହି କିଛି ଦେବା କାଇଁ ମନେ ପଡୁନି ଏଇ ଜିଉଁଥିବା ଜୀବନରେ । ବଡ଼ ବୋହୁ ପୁଣି ଚାକିରିଆ, ଗାଉଁଲି,ମଫସଲିଆ । ମୁଁ ଆସିଲା ଦିନୁ କେବଳ ଶୁଣିଛି ୟାକୁ ୟା ତାକୁ ତା ଦେ । ଦେ ଦେ ଖାଲି ଦେ ଦେ ଶବ୍ଦରେ ମୋ ଦୁନିଆଁ ଭରିଛି । କିନ୍ତୁ ମଜା କଥା ଯେତେ କଲେ ଯେତେ ଦେଲେ ବି କିଛି ଦେଉଛି ବୋଲି କାହା ପାଟିରୁ ଶୁଣିନି । ସମସ୍ତେ କୁହନ୍ତି ବଡ଼ ହୋଇଛି ଦିଅନ୍ତା ନାହିଁ । ସଂସାରରେ ସମସ୍ତେ ଦିଅନ୍ତି ନା ଏ ଏକା ଦେଉଛି ! ମନ ଥାଉ ବା ନ ଥାଉ ମୁଁ ଦେବାକୁ ବାଧ୍ୟ ଯେଣୁ ବଡ଼ ବୋହୁ ହୋଇଛି । ସତରେ ମ ଏ ବଡ଼ ବୋହୁ ଖୋଳପା ଟା ଭାରି ଦରଜ ଦିଏ ବେଳେ ବେଳେ ।

ଆଜି କିନ୍ତୁ କେହି ମୋତେ ଚମକାଇ ଚକିତ କରି ମୋ ମନ ତଳେ ଘର କରିଦେଲା 'ବବି',ମୋ ବନ୍ଧୁ ପତ୍ନୀ କିଛି ଦେବାର ଉଦାହରଣ ଟିଏ ବନି । ଗ୍ରହଣ କଲାବେଳକୁ ଭାରି ବାଧୁଛି,ମନ ପଡୁଛି ମୋ ବୋଉ,ମୋ ସାନ ଭାଉଜ,ମୋ ଗେହ୍ଲେଇ ନଣନ୍ଦ । ଯେଉଁ ମାନେ ମୋତେ ବୁଝୁଥିଲେ,ମନ ଭରି ପରଶି ଦେଉଥିଲେ ଗଦା ଗଦା ଖୁସି । ଯେଉଁ ମାନେ ଏବେ ଆକାଶର କେଉଁ ତାରା--

ମନେ ପଡ଼ିଲା ମୋ ବୋଉ,ସାନ ଭାଉଜ । ଯେବେ ଘରକୁ ଯାଏ ସେମାନେ ଏମିତି ମୋତେ କୁହନ୍ତି । ବ୍ୟାଗ ଧରି ଗାଡିଯାଏ ଆସନ୍ତି । ମୁଁ ଘରୁ କିଛି ଆଣିବାକୁ ବିରକ୍ତ ହୁଏ । କାରଣ ଭାଇ ଭାଉଜଙ୍କ ପିଲା ମାନେ ମୋତେ ଦେବା ଜିନଷ ଭୋଗ କରନ୍ତୁ ଏଇଟା ମୋର ଏକାନ୍ତ ଇଛା । ମୁଁ ତ ରୋଜଗାର କରୁଛି ,ବେ ରୋଜଗାରିଆ ଭାଇଟି ହଇରାଣରେ ଚଳେ । ଏଣୁ ପ୍ରାୟତଃ ବାପ ଘରୁ ଯେବେ ଯାଏ କେବେ କିଛି ଆଣେନି । ମାତ୍ର ମୋ ସାନ ଭାଉଜ ଛାଡିବା ଲୋକ ନୁହେଁ । ବବି ପରି ଡାଇରୀ ଟା ଏ,କଲମ ଟାଏ କହି ବ୍ୟାଗ ଗାଡି ଷ୍ଟାର୍ଟ କଲା ପରେ ରଖିଦେବେ ଗାଡି ଭିତରେ । ଘରେ ଖୋଲିଲା ବେଳକୁ ଶାଢ଼ୀ,ମିକ୍ସଚର ,ବିସ୍କୁଟ କି ମିଠା ଥିବ ।

ମାତ୍ର ଏବେ ସେମାନେ ଆଉ ନାହାନ୍ତି । ହୃଦଘାତରେ ଭାଇ ଭାଉଜ,ଏବଂ ବୋଉ,ବାପା ମୋର ସେ ପାରିର ଯାତ୍ରୀ । ଘରେ ଝିଆରୀ,ପୁତୁରା ମାନେ । ସେମାନଙ୍କୁ ମୋତେ ଦେଖିବାକୁ ପଡେ । ମୋତେ ଦେଖିବାକୁ ଆଉ କେହିଁ ନାହିଁ । ଭାରି ଖୋଜେ କିନ୍ତୁ ମନ ସେମାନଙ୍କୁ । ଝୁରେ ନିଶବ୍ଦେ ଝରେ ଗୋପନେ ।

' ଆଜି 'ବବି' ଭିତରେ ଏମାନେ ! ଏ କେମିତି ସମ୍ଭବ ହେଲା !ଏତେଟା ଚିହ୍ନା କି ପରିଚୟ ନଥିଲା । ସେ କେମିତି ଜାଣିଲା ମୁଁ ଭାରି ଆତୁର ହୋଇ ଖୋଜେ ତାଙ୍କୁ ! ଖୋଜେ ଟିପେ ନିଷ୍କପଟ ସେହ୍ନ,ଭଲ ପାଇବା !

ମୋ ଚାରି ପାଖେ ଅନେକ ମୁହଁ,ଦେହ,ଦାହ । କିନ୍ତୁ ଏମିତି ଅତ୍ମୀୟତା ଏଇ ପ୍ରଥମ ବାର ଟିକେ ନୁହେଁ ମହଣ ମହଣ ! ଏତେ ଆନ୍ତରିକତା,ଏମିତି ଅନ୍ତରଙ୍ଗତା !

ମୋତେ ଋଣୀ କରିଦେଲ ରେ ବବି ! ! ସୁନା ଝିଅ ! ମୋ ହୃଦୟେ ଛାଇ,ମୋ ମନ ଅଗଣାରେ ରହିଗଲ ସବୁଦିନ । ସେହ୍ନ ରଙ୍କୁଣୀଟାକୁ ସତରେ କନ୍ଦେଇ ଦେଲ ଖୁସିରେ ଡୁବାଇ ।

ଧନ୍ୟବାଦ ବବି,ସୁନ୍ଦର ମଣିଷଟିଏ ତୁମେ-- ଅମାୟିକ ତୁମ ଆଥିଥେୟତା,ଅନାବିଳ ତୁମ ଅନ୍ତରଙ୍ଗତା । ପ୍ରଥମ ଦେଖାରେ ଏତେ ନିଜର ପଣ ! ହେ ପ୍ରଭୁ ଏ "ଉପହାର" ମୋ ଜୀବନ ପାଇଁ ସର୍ବଶ୍ରେଷ୍ଟ ଉପହାର । ଯାହାକୁ କେଉଁଥିରେ ତୁଳନା କରି ହେବ ନାହିଁ । କାହିଁକି ନା ଏ ଉପହାର ଦେବାରେ ବାଧ୍ୟ ବାଧକତା ନଥିଲା । ଥିଲା ଆଞ୍ଜୁଳା ଆଞ୍ଜୁଳା ସେହ୍ନ,ପ୍ରେମ,ଭଲପାଇବା । ବବିର ଉପହାର ବାସୁଥିଲା ନିଜର ନିଜର ବାସ୍ନାରେ ଯଦିଓ ସେ ମୋ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଏଇ କେଇଟା ମୁହୂର୍ତ୍ତ ଆଗରୁ ଥିଲା । ମାତ୍ର ଅଧ ଘଂଟାଏ ଭିତରେ ସେ ମୋ ସବୁଠାରୁ ନିଜର ହୋଇଗଲା । କାରଣ ସେ ମୋ ହୃଦୟକୁ ଧକ୍କା ଦେଇ ମୋ ଭିତରେ ପଶି ମୋ ସମଗ୍ର ସତ୍ତାକୁ ଛୁଇଁ ଗଲା ।

ଛୋଟ ଉପହାର ଟି ଏତେ ଆନମନା କଲା,ଏପରି ସରପ୍ରାଇଜ ଦେଲା,ନା ମୁଁ ଲେଖି ପାରିବି ଭଲରେ,ନା, ଦେଖାଇ ପାରିବି ନିଚ୍ଛକ ଭାବେ,ନା ପ୍ରକାଶ କରି ପାରିବି ଭାବକୁ ହଁ ଏତିକି କିନ୍ତୁ କରି ପାରିବି ମୋର ଶରୀର କହୁଥିବା ଏ ଦେହ ମଶାଣୀରେ ମୁଠିଏ ପାଉଁଶ ହେବା ପର୍ଯ୍ୟନ୍ତ ବନ୍ଧ କବାଟ ଝରକା ଘରେ ନିବୁଜ ନିଆରା କୋଠରୀରେ ସାଇତି ରଖିବି ବବି ତୁମ ଉପହାର ।

ସତ୍ୟବତୀସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର*

ବବି ଉପହାର ନିଷ୍କପଟ

Rate the content


Originality
Flow
Language
Cover design

Comments

Post

Some text some message..