Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -195
ଜହ୍ନମାମୁଁ -195
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.8K    19


Content Ranking

ଦକ୍ଷିଣା 2

ସୁନନ୍ଦଙ୍କ କଥା ଶୁଣି ସେ ଖୁସି ହୋଇଗଲେ ଓ ସୁନନ୍ଦଙ୍କୁ ଆଶୀର୍ବାଦ ଦେଇ ସେ କହିଲେ, “ବତ୍ସ, ତୁମ ମଧ୍ୟରେ ଅପୂର୍ବ ତେଜ ରହିଛି; ପୁଣି ତା’ସାଙ୍ଗକୁ ଅସାଧାରଣ ବୁଦ୍ଧି ମଧ୍ୟ । ମୁଁ ଏ କ୍ଷେତ୍ରରେ ତୁମକୁ ସମସ୍ତ ଶାସ୍ତ୍ରରେ ବିଶାରଦ କରିବି । ମୋ’ ପରେ ତୁମେ ଏ ଆଶ୍ରମର ଦାୟିତ୍ୱ ନେଇ ପ୍ରଧାନାଚାର୍ଯ୍ୟ ହୋଇ ରହିଥିବ । ତୁମେ ଯାହା ଭାବୁଛ ତାହା ମଧ୍ୟ ସତ୍ୟ । କିନ୍ତୁ ନିଜର ସ୍ୱାର୍ଥ ପାଇଁ ଯିଏ ବିଦ୍ୟାର୍ଜ୍ଜନ କରେ ତା’ର ତା’ ଜୀବନରେ କୌଣସି ସାଫଲ୍ୟ ହୁଏ ନାହିଁ ।”

ଆଚାର୍ଯ୍ୟଙ୍କ କଥା ଶୁଣି ସୁନନ୍ଦ ନୀରବ ରହିଲେ । କିନ୍ତୁ ସେହିଦିନଠାରୁ ତାଙ୍କ ବିଦ୍ୟାଶିକ୍ଷା ଆରମ୍ଭ ହେଲା । ବିତଣ୍ଡ ସୁନନ୍ଦଙ୍କୁ ସମସ୍ତ ପ୍ରକାର ଶାସ୍ତ୍ରଜ୍ଞାନର ଶିକ୍ଷା ଦେଲେ । ରାଜ୍ୟଶାସନ ବିଷୟରେ ମଧ୍ୟ । ଏହିପରି ଭାବରେ ତିନିବର୍ଷ ବିତିଗଲା । ସୁନନ୍ଦଙ୍କ ପୂର୍ବରୁ ପଢୁଥିବା ଛାତ୍ରମାନେ ପଛରେ ପଡି ରହିଲେ । ବାସ୍ତବରେ ସେ ଅନ୍ୟାନ୍ୟ ବିଦ୍ୟାର୍ଥୀମାନଙ୍କ ତୁଳନାରେ ଅତ୍ୟନ୍ତ ବିଚକ୍ଷଣ ଥିଲେ ।

ଦିନେ ଆଚାର୍ଯ୍ୟ ସମସ୍ତ ବିଦ୍ୟାର୍ଥୀଙ୍କୁ ଡାକି କହିଲେ, “ତୁମମାନଙ୍କ ମଧ୍ୟରେ ରମାକାନ୍ତ ହେଉଛି ସମସ୍ତିଙ୍କ ଅପେକ୍ଷା ବେଶି ବୁଦ୍ଧିହୀନ । ମୁଁ ତାକୁ ଏତେ ବର୍ଷ ଧରି ପଢାଇଲି କିନ୍ତୁ ମନେହୁଏ ସବୁ ପାଠ ବ୍ୟର୍ଥ । ତେଣୁ ତୁମମାନଙ୍କ ଭିତରୁ କେହି ଯଦି ତାକୁ କିଛିଟା ଶିକ୍ଷା ଦେଇ ପାରନ୍ତା ବା ତା’ ମଧ୍ୟରେ ଜ୍ଞାନର ଉଦ୍ରେକ କରାଇ ପାରନ୍ତା ତେବେ ମୁଁ ରମାକାନ୍ତକୁ ଶିକ୍ଷିତ କରାଇଥିବା ବ୍ୟକ୍ତିକୁ ଏହି ଗୁରୁକୁଳର ଉତ୍ତରଦାୟିତ୍ୱ ଦିଅନ୍ତି ।”

ଆଚାର୍ଯ୍ୟଙ୍କର ଏପରି କଥା ଶୁଣି ରମାକାନ୍ତ ଭୀଷଣ ଅପମାନିତ ବୋଧ କରି କହିଲା, “ମୁଁ ଏଠାରୁ ଛାତ୍ରମାନଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଆସି ନଥିଲି । ଗୁରୁ ଯଦି ସମସ୍ତିଙ୍କ ସମ୍ମୁଖରେ ମୋତେ ଏପରି ଅପମାନ ଦେଉଛନ୍ତି ତେବେ ମୁଁ ଏହି ମୁହୂର୍ତ୍ତରେହିଁ ଏହି ସ୍ଥାନ ଛାଡି ଚାଲିଯିବି ।” ଏତିକି କହି ସେ ସେହି ଗୁରୁ ଆଶ୍ରମ ତ୍ୟାଗ କରି ତତ୍କ୍ଷଣାତ୍ ସେଠାରୁ ପଳାଇଗଲା ।

ସେ ଯିବା ପରେ ଗୁରୁ ଏକ ଦୀର୍ଘଶ୍ୱାସ ପକାଇ କହିଲେ, “ରମାକାନ୍ତର ମନ୍ତ୍ରୀ ହେବାକୁ ପ୍ରବଳ ଇଚ୍ଛା । ସେଥିପାଇଁ ସେ ଅନ୍ୟ ବିଦ୍ୟା ମୋଟେ ଶିକ୍ଷା କଲାନାହିଁ ।”

ଦୁଇ ବର୍ଷ ପରେ । ସୁନନ୍ଦଙ୍କ ଶିକ୍ଷା ଦୀକ୍ଷା ସମାପ୍ତ ହେଲା । ସୁନନ୍ଦ ଗୁରୁଦକ୍ଷିଣା ଦେବାକୁ ଚାହିଁବାରୁ ଆଚାର୍ଯ୍ୟ କହିଲେ, “ମୋ ପରେ ତୁମେ ଯଦି ଏ ଗୁରୁକୁଳର ସମସ୍ତ ଦାୟିତ୍ୱ ନିଅନ୍ତ, ତେବେ ତାହାହିଁ ମୋର ଗୁରୁଦକ୍ଷିଣା ହୁଅନ୍ତା ।”

ସୁନନ୍ଦ କହିଲେ, “ଗୁରୁଦେବ, ସବୁ ପ୍ରକାର ଶାସ୍ତ୍ରରେ ଅଛି ଯେ ଗୁରୁଠାରୁ ବଡ ହେଉଛି ମାତା । ଯଦି ଆପଣ ମାତାକୁ ଦ୍ୱିତୀୟ ସ୍ଥାନ ଦେଇ ଗୁରୁଙ୍କୁ ପ୍ରଥମ ସ୍ଥାନ ଦେବାକୁ କହିବେ ତେବେ ତାହାହିଁ ହେବ; ଏପର୍ଯ୍ୟନ୍ତ ଶିକ୍ଷା କରିଥିବା ଜ୍ଞାନରୁ ମୁଁ ଭାବୁଛି ଯେ ମାତାଙ୍କ କଥାକୁ ପ୍ରଥମେ ମାନିବା କଥା । କେବଳ ମୋ ମା’ଙ୍କ ଉପଦେଶ ଯୋଗୁଁ ମୋର ଏଠାକୁ ଆସି ବିଦ୍ୟା ଶିକ୍ଷା କରିବା ସମ୍ଭବ ହୋଇଛି । ଯଦି ତାଙ୍କ ଇଚ୍ଛା ପୂର୍ଣ୍ଣ ହେବ ତେବେ ମୋର ଶିକ୍ଷା ସାର୍ଥକ । ସେ ଚାହିଁଲେ ମୁଁ ପୁଣି ଏଠାକୁ ଫେରି ଆସି ଏହି ଆଶ୍ରମର ଦାୟିତ୍ୱ ନେବି ।”

ଆଚାର୍ଯ୍ୟ ଏ ଉତ୍ତର ଶୁଣି ଟିକିଏ ହସି ତା’ପରେ ସୁନନ୍ଦକୁ ଆଶୀର୍ବାଦ ଦେଇ ସେ କହିଲେ, “ପନ୍ଦର ବର୍ଷ ବୟସ କାଳ ମଧ୍ୟରେ ତୁମେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଛ । ତୁମର ବୁଦ୍ଧି ମଧ୍ୟ ଅତ୍ୟନ୍ତ ପ୍ରଖର । ତେଣୁ ମୁଁ ଚାହୁଁଥିଲି କି ତାହା ସାଧାରଣ ରାଜକାର୍ଯ୍ୟ ମଧ୍ୟରେ ସୀମିତ ନ ରହୁ । ସେଥିପାଇଁ ମୁଁ ତୁମକୁ ସେପରି ପ୍ରସ୍ତାବ ଦେଇଥିଲି । ତେବେ ତୁମେ ଯାହା ଭଲ ଭାବିବ ତାହା କର । ତାହାକୁହିଁ ମୁଁ ମୋର ଗୁରୁଦକ୍ଷିଣା ବୋଲି ଭାବିନେବି । ଏବେ ତୁମେ ନିଜର ଲକ୍ଷ୍ୟପ୍ରାପ୍ତ କରିବାକୁ ତତ୍ପର ହୁଅ ।”

ସୁନନ୍ଦ ଘରକୁ ଫେରିଆସି ଶୁଣିଲେ ରାଜା ସୁରସେନ ଅସୁସ୍ଥ ହୋଇ ପଡିଛନ୍ତି । ତେଣୁ ତାଙ୍କ ପୁତ୍ର ବୀରସେନ ରାଜ୍ୟ ଚଳାଉଛନ୍ତି । ବୀରସେନ ବଡ ଅହଂକାରୀ ଥିଲେ । ତାଙ୍କର ମତ ହେଉଛି ମନ୍ତ୍ରୀ କେବଳ ରାଜାଙ୍କ ପ୍ରସ୍ତାବରେ ‘ହଁ’ ‘ନାହିଁ’ କରିବାକୁ ରହିବେ, କିନ୍ତୁ ସେ ନିଜେ କୌଣସି ପ୍ରସ୍ତାବ ଦେବେନାହିଁ । ତେଣୁ ପୂର୍ବ ମନ୍ତ୍ରୀଙ୍କୁ ବାହାର କରି ଦିଆଗଲା । ଏଥର ବୀରସେନ ଏପରି ଏକ ମନ୍ତ୍ରୀ ଖୋଜୁଛନ୍ତି ଯିଏ କି ବୁଦ୍ଧିମାନ ହୋଇଥିବ ଓ ରାଜଭକ୍ତ ବି ହୋଇଥିବ, ଏପରିକି ରାଜାଙ୍କର ଭୁଲ୍ କଥାକୁ ବି ସେ ସ୍ୱୀକାର କରିନେବ ।

ସୁନନ୍ଦଙ୍କ ମା’ ପୁଅକୁ ସବୁକଥା ବୁଝାଇ କହିଲେ, “ପୁଅ, ତୁ ଠିକ୍ ସମୟରେହିଁ ଆସିଛୁ । କାଲି ବୀରସେନ ନୂଆ ମନ୍ତ୍ରୀ ରଖିବେ । ମୁଁ ଚାହେଁ ମନ୍ତ୍ରୀ ହୋଇ ଭଲ କାମ କରି ତୁ ତୋ ପିତାଙ୍କ ନାମ ରଖିବୁ ।”

ସୁନନ୍ଦ ଗୁରୁଦକ୍ଷିଣା ଆଚାର୍ଯ୍ୟ

Rate the content


Originality
Flow
Language
Cover design

Comments

Post

Some text some message..