Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Inspirational

4.9  

Writer Roja Panda

Inspirational

ଅଧର୍ମ କୂପ

ଅଧର୍ମ କୂପ

4 mins
671


ଲେଖିକା-ରୋଜା ପଣ୍ଡା

ଗୋଟିଏ ମନର ଅକୁହା କଥାକୁ ବୁଝିପାରୁଥିବା ମନଟିର ନାମ ହିଁ ବନ୍ଧୁତା । ବର୍ଷାରେ ଯେତେ ଭିଜିଥିଲେ ବି ଆଖିରୁ ଗଡୁଥିବା ଲୁହକୁ ଦେଖିପାରୁଥିବା ଆଖିଟିର ନାମ ହିଁ ବନ୍ଧୁତା ।

ବନ୍ଧୁତା କୌଣସି ଗୋଟିଏ ଦିନର ଅଧୀନ ନୁହେଁ,ବନ୍ଧୁତା ତ ଜନ୍ମ ଜନ୍ମର । ବେଦ, ପୁରାଣରେ କଥିତ ଅଛି ,"ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ, ରାଜଦ୍ୱାରେ ସ୍ମଶାନେ ଚ ଯଃ ତିଷ୍ଠତି ଶଃ ବାନ୍ଧଵଃ"

ଅର୍ଥାତ "ସାମାଜିକ କାର୍ଯ୍ୟରେ, ଖାଦ୍ୟପେୟ ସମୟରେ,ଅଭାବ ଅନଟନ ସମୟରେ,ଦେଶରେ ଅରାଜକତା,ଜରୁରୀ ପରିସ୍ଥିତି ବା ବିପ୍ଳବ ସମୟରେ ,କୋଟ କଚେରୀ,ଥାନା ବା ସରକାରୀ ସମସ୍ୟାରେ ଓ ମୃତ୍ୟୁ ପରେ ମଧ୍ୟ ଯିଏ ପାଖରେ ଉପସ୍ଥିତ ରହେ ସେ ହିଁ ପ୍ରକୃତ ବନ୍ଧୁ"

କ୍ଷଣ ଭଙ୍ଗୁର ଜୀବନର ସ୍ୱଳ୍ପ ପରିଧି ମଧ୍ୟରେ ମନୁଷ୍ୟ ଉପରେ ଅନେକ ଦାୟିତ୍ୱର ବୋଝ ଥାଇ ମଧ୍ୟ ସେ ନିଃସଙ୍ଗତା ବରଦାସ୍ତ କରିପାରେନାହିଁ । ଜୀବନର ଯେକୌଣସି ମୁହୂର୍ତ୍ତରେ ମଧ୍ୟ ମନୁଷ୍ୟକୁ ବନ୍ଧୁତାର ଆବଶ୍ୟକତା ରହିଛି । କେଉଁ ଆଦିମ କାଳରୁ ନେଇ ଆଜିର ଏହି ବିଜ୍ଞାନ ଯୁଗ ପର୍ଯ୍ୟନ୍ତ ମନୁଷ୍ୟ ବିନା ବନ୍ଧୁତ୍ୱରେ ବହୁତ ଅସ୍ତବ୍ୟସ୍ତ ହୋଇପଡେ । ଏନ୍ତୁଡ଼ିଶାଳାରୁ ମଶାଣି ଭୂଇଁ ପର୍ଯ୍ୟନ୍ତ ସବୁ ପରିସ୍ଥିତିରେ ବନ୍ଧୁତାର ଉପସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଆମେ କଦାପି ଏଡେଇ ପାରିବା ନାହିଁ ।

ବନ୍ଧୁତା ହିଁ ମନୁଷ୍ୟର ମାନସିକ ଓ ସାମାଜିକ ଆବଶ୍ୟକତା । ବନ୍ଧୁତ୍ୱର ପବିତ୍ର ଉଦାହରଣ ଯୁଗେଯୁଗେ ପୃଥିବୀର କୋଣ ଅନୁକୋଣରେ ପ୍ରଶଂସାର ପାତ୍ର ହୋଇଆସିଛି । ଜଣେ ଭଲ ବନ୍ଧୁ ହିଁ ମନୁଷ୍ୟକୁ ସୁପଥରେ ଯାଇ ସୁ-ଚିନ୍ତା ଗଠନ ଦିଗରେ ତାକୁ ଦିଗ ଦର୍ଶନ ଦେଇଥାଏ ।

ବନ୍ଧୁତ୍ୱ ଏମିତି ଏକ ଶବ୍ଦ ଯାହା ମନୁଷ୍ୟର ଗତାନୁଗତିକ ଧାରା ଭିତରେ ନିଜର କାୟା ବିସ୍ତାର କରିଥାଏ । ବନ୍ଧୁ ତାର ବନ୍ଧୁକୁ ସୁମାର୍ଗ ତଥା ସାମାଜିକ ଅଧୋପତନକୁ ରୋକିବା ପାଇଁ ପ୍ରେରଣା ଦେବା ନିହାତି ଅପରିହାର୍ଯ୍ୟ । ତେଣୁ ଜଣେ ବନ୍ଧୁକୁ ସଂଯମତା ରକ୍ଷାକରିବା ଓ ଅଙ୍ଗୀକାର ବଦ୍ଧ ହେବା ଅତ୍ୟନ୍ତ ଜରୁରୀ । ବନ୍ଧୁତ୍ୱର କୌଣସି ପରିଚୟ ଦେବାକୁ ପଡିନଥାଏ କାରଣ ସେ ନିଜେ ହିଁ ନିଜର ପରିଚୟ ସୃଷ୍ଟି କରେ ।

ବନ୍ଧୁତା ଏମିତି ଏକ ଶବ୍ଦ ଯାହାର ଆଦି ଅନ୍ତ କିଛି ନଥାଏ । ନା ବନ୍ଧୁତାରେ ଛଳନାର ସ୍ଥାନ ଅଛି ନାଁ ପ୍ରତାରଣାର । ବନ୍ଧୁତା ଏକ ପବିତ୍ର ନିରାମୟ ଶବ୍ଦ । କୃଷ୍ଣ,ସୁଦାମାଙ୍କ ବନ୍ଧୁତା, କୃଷ୍ଣ,ଅର୍ଜୁନଙ୍କ ବନ୍ଧୁତା,କର୍ଣ୍ଣ, ଦୁର୍ଯ୍ୟଧନଙ୍କର ବନ୍ଧୁତା ଏମିତି ଅନେକ ବନ୍ଧୁତାର ଉଦାହରଣ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।

ମନୁଷ୍ୟ ସାମାଜିକ ବନ୍ଧୁଙ୍କୁ ଆପଣେଇବା ସହିତ ସତ୍ୟ,ଧର୍ମ, ଓ ନ୍ୟାୟକୁ ବି ନିଜର ଘନିଷ୍ଠ ବନ୍ଧୁ ଭାବରେ ଗ୍ରହଣ କରିବା ଅପରିହାର୍ଯ୍ୟ ।

ସତ୍ୟ ଏମିତି ଏକ ବନ୍ଧୁ ଯିଏ କି ମୃତ୍ୟୁ ପରେ ମଧ୍ୟ ସାଥିରେ ଥାଏ । ଜୀବନର ପ୍ରତ୍ୟେକଟି କଠିନ ମୁହୂର୍ତ୍ତରେ ମଧ୍ୟ ସତ୍ୟ,ଧର୍ମ ଆଉ ନ୍ୟାୟକୁ ବନ୍ଧୁ ଭାବି ସେଇ ମାର୍ଗରେ ଗଲେ ଜୀବନ ଅତ୍ୟନ୍ତ ଆଲୋକମୟ ହୋଇପାରିବ । ଯୁଗେଯୁଗେ ଏହି ତିନିଜଣଙ୍କ ସହିତ ବନ୍ଧୁ ବାନ୍ଧିଥିବା ବ୍ୟକ୍ତି ସବୁଠାରେ ବିଜୟଟୀକା ଲଗାଇ ଆସିଛି । ସତ୍ୟ ଏମିତି ଏକ ପୁଷ୍କରିଣୀ ଯେଉଁଠି ବୁଡ଼ ଦେଲେ ମନୁଷ୍ୟ ସାର୍ଥକ ହୁଏ ଏବଂ ସତ୍ୟ ସହିତ ବନ୍ଧୁ ବାନ୍ଧିଲେ ମନୁଷ୍ୟ ସ୍ୱର୍ଗଗାମୀ ହୁଏ । ବନ୍ଧୁତା ଈଶ୍ୱରଙ୍କ ସହିତ କରିବାପାଇଁ ହେଲେ ପ୍ରଥମେ ସତ୍ୟ,ଧର୍ମ ଓ ନ୍ୟାୟ ଏହି ତିନିଜଣଙ୍କ ସହିତ ବନ୍ଧୁ ବାନ୍ଧିବା ନିହାତି ଆବଶ୍ୟକ ।

ଏହାକୁ ନେଇ ଏକ ଛୋଟ କାହାଣୀ,

ଗୋଟିଏ ଛୋଟ ଝିଅଟିଏ ଥିଲା । ସେ ବହୁତ ମହାନ ନୁହେଁ କି ତା ପାଖରେ କୌଣସି ଦିବ୍ୟଶକ୍ତି ନଥିଲା । ସେ ପିଲାଦିନରୁ ନିଃସଙ୍ଗତାରେ ଜୀବନ କାଟିଥିଲା । କେବଳ ମାତ୍ର ସତ୍ୟ,ଧର୍ମ ଓ ନ୍ୟାୟକୁ ସାଙ୍ଗ କରୁଥିଲା । ସେ ସବୁବେଳେ ଈଶ୍ୱରଙ୍କୁ ନିଜର ଶ୍ରେଷ୍ଠ ବନ୍ଧୁ କରିବାପାଇଁ ଚେଷ୍ଟା କରୁଥିଲା । ସେଥିପାଇଁ ସେ ସତ୍ୟ ପଥରେ ଯିବାକୁ ସତଚେଷ୍ଟା କରି ଆସୁଥିଲା । ଅନ୍ୟାୟ ଦେଖିଲେ ସେ ଦୁଃଖରେ ଭାଙ୍ଗି ପଡୁଥିଲା । ଅଧର୍ମରେ ଯିବାପାଇଁ ସେ ବହୁତ ଡରୁଥିଲା । ସେ ସବୁବେଳେ ନ୍ୟାୟ ବିଚାରକୁ ପ୍ରାଧାନ୍ୟ ଦେଉଥିଲା । ନିଜଲୋକମାନେ ବି ଯଦି ଅନ୍ୟାୟ,ଅଧର୍ମ କରୁଥିଲେ ସେ ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲା । ସେଥିପାଇଁ ସେ ସବୁ କାର୍ଯ୍ୟରେ ସଫଳ ହେଉଥିଲା । ସେ ଯାହା ଚିନ୍ତା କରୁଥିଲା ତା ଜୀବନରେ ତାହା ହିଁ ଘଟୁଥିଲା । ତାକୁ ଶତ୍ରୁ ମାନେ କ୍ଷତି ପହଞ୍ଚେଇବାକୁ ଚେଷ୍ଟା କରି ବାରମ୍ବାର ତା ନିକଟରେ ହାର ମାନୁଥିଲେ। ସେ ପରୋପକାରୀ ଥିଲା । ସମସ୍ତଙ୍କ ଆଶୀର୍ବାଦ ତା ଉପରେ ଥିଲା । ସତ୍ୟ ତାର ପ୍ରିୟ ବନ୍ଧୁ ଥିଲା । ସେଥିପାଇଁ ସେ ସବୁଠି ଜିତୁଥିଲା । ତା ପାଖକୁ ଆସୁଥିବା ପ୍ରତ୍ୟେକଟି ଭୟଙ୍କର ଅସୁବିଧା ସବୁ ତାକୁ ଛୁଇଁବା ପୂର୍ବରୁ ତା ପାଖରୁ ଫେରିଯାଉଥିଲେ ।

ହଠାତ ଦିନେ ସେ ଏକ ଅନ୍ୟାୟ ଆଉ ମିଥ୍ୟାର କୂଅ ଭିତରେ ପଡିଗଲା । ଯେଉଁଠି କେବଳ ଅନ୍ୟାୟ ଆଉ ମିଥ୍ୟା ଭରିରହିଥିଲା । ସେଇ ଛୋଟ ଝିଅଟି ଧୀରେ ଧୀରେ ସେହି କୂଅରେ ଅଣନିଶ୍ୱାସୀ ହେବାକୁ ଲାଗିଲା । ଅନ୍ୟାୟକୁ ପ୍ରତିବାଦ କରିବାପାଇଁ ତା ପାଖରେ କୌଣସି ଉପାୟ ନଥିଲା କାରଣ ସେଇ କୂଅଟି ଅନ୍ୟାୟ ଓ ମିଥ୍ୟାର ଇଲାକା ଥିଲା । ସେଠି ରହି ସେ ଛୋଟ ଝିଅଟି ଧୀରେ ଧୀରେ କ୍ଷୁଣ ହେବାକୁ ଲାଗିଲା । ତାକୁ ଶତ୍ରୁ ବେଡିଗଲେ । ତାକୁ ଖଣ୍ଡ ଖଣ୍ଡ କରି ରକ୍ତାକ୍ତ କଲେ । ତା ଦେହରେ ଅଧର୍ମ,ଅନ୍ୟାୟ ଓ ମିଛର ବଳୟ ପିନ୍ଧାଇଦେଲେ । ସେ ଛଟପଟ ହେଲା । ମୁକୁଳିବାକୁ ବହୁତ ଚେଷ୍ଟା କଲା । ସେଇ କୂଅରେ ସତ୍ୟର ଆଲୋକ ଆଣିବାକୁ ମଧ୍ୟ ବହୁତ ପ୍ରୟାସ କଲା । ଶେଷରେ ସେ ହାରିଗଲା । ଆଉ ଚୁପ ରହିଲା । ସେଇ ଚୁପ ରହିବା ହିଁ ତା ପାଇଁ ଏକ ଅଧର୍ମ ଓ ଅନ୍ୟାୟ ଥିଲା । ସେ ପରୋକ୍ଷରେ ଅନ୍ୟାୟ ଓ ଅଧର୍ମ କଲା । ମିଛ ନକହି ବି ମିଛ କହୁଥିବା ଲୋକର କଥାରେ ମୌନ ରହି ପରୋକ୍ଷରେ ମିଥ୍ୟାବାଦୀ ହେଲା । ଫଳରେ ତା ପାଖ ଛୁଉଁନଥିବା ବିପଦ ସବୁ ତା ଦେହରେ ଜୋକପରି ଲାଖିଯାଇ ତା ରକ୍ତ ଷୋସିବାରେ ଲାଗିଲେ । ଶେଷରେ ସେ ଜାଣିପାରିଲା । ସେଇ କୂଅରୁ ବହାରିବାପାଇଁ ବହୁତ ଚେଷ୍ଟା କଲା ।

କାରଣ କୂଅରେ ଥିବା ଅନ୍ୟାୟ ,ଅନିତି, ଅଧର୍ମ ଓ ମିଥ୍ୟାକୁ ନିବାରଣ କରିବାପାଇଁ ତା ପାଖରେ ଶକ୍ତି ଓ ସାମର୍ଥ୍ୟ ନଥିଲା । ବହୁତ ଚେଷ୍ଟା କରି ସେ ବିଫଳ ହୋଇସାରିଥିଲା । ସେଠି ସେ ସତ୍ୟ ଆଉ ଧର୍ମର ଫୁଲ ଫୁଟାଇବାପାଇଁ ବହୁତ କ୍ଷତାକ୍ତ ବି ହୋଇସାରିଥିଲା । ଶେଷରେ ନିଜର ମଣିଷପଣିଆକୁ ନଷ୍ଟ ହେବା ଆଗରୁ ବଞ୍ଚେଇ ରଖିବାର ଅଭିଳାଷରେ ସେ ଉଦ୍ୟମ କରି ସେହି କୂଅରୁ ବାହାରକୁ ବାହାରିଗଲା ଓ ପୁଣି ଆଗଭଳି ତାର କର୍ମକୁ ବଜାଇରଖିଲା । ଆଉଥରେ ନିଜକୁ ସୁଧାରିଲା । ନିଜ ଦେହର ଅଧର୍ମ ,ଅନ୍ୟାୟ ଓ ମିଥ୍ୟା ରୂପକ ବଳୟକୁ କାଢି ଦୂରକୁ ଫିଙ୍ଗିଦେଲା । ତାପରେ ଆଉଥରେ ତାର ପାଖକୁ ଆସୁଥିବା ଅସୁବିଧା ଓ ସବୁ ବିପଦ ତାଠାରୁ ଦୁରେଇ ଗଲେ । ସେ ଆଗପରି ଚୁଲବୁଲ ପ୍ରଜାପତି ହେଇ ସତ୍ୟ,ଧର୍ମ ଆଉ ନ୍ୟାୟର ଫୁଲ ବଗିଚାରେ ଉଡ଼ିବୁଲିଲା ।

ଆଜି ସେ ଖୁସିରେ ଅଛି କାରଣ ସେ ନ୍ୟାୟରେ ଅଛି,ସତ୍ୟରେ ଅଛି,ଦୁନିଆଁ ତାକୁ ଯେତେ ଇର୍ଷା କଲେବି ଈଶ୍ୱର ପ୍ରତିମୁହୂର୍ତ୍ତରେ ତାକୁ ସାହାଯ୍ୟ କରୁଛନ୍ତି । ତାର ପ୍ରତିଟି ମନସ୍କାମନା ପୁରା ହେଉଛି । ତାର ସବୁ ଭାବନା ଧୀରେଧୀରେ ସତ୍ୟରେ ପରିଣତ ହେଉଛି । ସେ ସବୁ ବିପଦରୁ ରକ୍ଷା ପାଉଛି । ବିନା କାହାର ସାହାରାରେ ଖୁବ ଖୁସିରେ ଅଛି ।

ଏହି କାହାଣୀଟି କାଳ୍ପନିକ ନୁହେଁ ବନ୍ଧୁ । ଏହା ହିଁ ନିରାଟ ସତ୍ୟ । କେବଳ କାଳ୍ପନିକ ଢଙ୍ଗରେ ଲିଖିତ । ଆଜି ସେ ଟିକିଝିଅ ମନରେ ସାହସ ବାନ୍ଧିଛି । ଆଉ ଆଗ ଅପେକ୍ଷା ବହୁତ ଶକ୍ତିଶାଳୀ ହୋଇଯାଇଛି । ପୁନଃର୍ବାର ସେଇ କୂଅ ଭିତରକୁ ଯିବାପାଇଁ ମନରେ ସାହାସ ବାନ୍ଧିଛି । ସେଠି ବୁଡିବାକୁ ନୁହେଁ ବରଂ ସେହି କୂଅରୁ ଅନ୍ୟାୟ,ଅଧର୍ମ ଓ ମିଥ୍ୟାକୁ ସମୂଳେ ବିନାଶ କରିବାପାଇଁ ।

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର

ମଧୁପାଟନା

କଟକ-୭୫୩୦୧୦


Rate this content
Log in

Similar oriya story from Inspirational