Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ବାର୍ଥପର
ସ୍ବାର୍ଥପର
★★★★★

© Prasant Kumar Senapati

Inspirational Tragedy

3 Minutes   7.1K    12


Content Ranking

 ଟ୍ରିଙ୍ଗ-ଟ୍ରିଙ୍ଗ......ଟ୍ରିଙ୍ଗ-ଟ୍ରିଙ୍ଗ.....ଟ୍ରିଙ୍ଗ-ଟ୍ରିଙ୍ଗ

"ହେଲୋ"

"ପ୍ରଣାମ, କଣ କରୁଛୁ ମାଆ ?"

"କିଏ, ଜାଣି ପାରିଲିନି ।"

"କଣ ମାଆ, ମୁଁ ରମେଶ, ମୋ କଣ୍ଠସ୍ବର ଜାଣି ପାରୁନୁ ?"

"ଆରେ ବାପା, ଅନେକ ବର୍ଷ ପରେ ଫୋନ୍ କଲୁ ତ, ଆଉ କେମିତି ଅଛୁ ?"

"ଭଲ ଅଛି ମାଆ, ତୁମ କଥା ମନେ ପଡିଲା ତ ଫୋନ୍ ଲଗେଇଦେଲି ।"

"ହଉ, ଆଉ ତୋ ଖବର କଣ ?"

"ହଁ ଭଲ ସବୁ, ମାଆ ଶୁଣୁନା,,,,ଏ ବର୍ଷ ଗଣପତି ସ୍ଥାପନା କରିବି,,,ବାପାଙ୍କ ମୋବାଇଲରେ ପ୍ଲେନ୍ ଟିକଟ ପଠେଇ ସାରିଛି, ଆପଣ ଦୁହେଁ ଆସିବେ ନା ?"

"ଆରେ ବାପା, ପ୍ଲେନ୍ ଟିକଟ କାହିଁକି ଏତେ ଖର୍ଚ୍ଚ କରି ପଠେଇଲୁ, ଟ୍ରେନରେ ଆମେ ଚାଲି ଯାଇଥାନ୍ତୁ ।"

"ନାହିଁ ମାଆ, ସେମିତି କିଛି ନୁହଁ, ଆପଣ ଏବେ ପ୍ଲେନରେ ବସିବେ ନାହିଁ ତ କେବେ ବସିବେ, ତୁମେ ବାପାଙ୍କୁ ବୁଝେଇ ଶୁଝେଇ ଆଣିବ ନା ?"

"ବାପରେ ତୁ ଚିନ୍ତା କରେନି, ତୋ ବାପାଙ୍କୁ ବୁଝେଇବା କାମ ମୋର ।"

.

.

"ହଉ ମାଆ, ମୁଁ ରଖୁଛି । ଅଫିସ୍ ପାଇଁ ଲେଟ୍ ହୋଇଯିବ । ପ୍ରଣାମ ।"

"ହଉ ବାପା ରଖେ ।"

ମୁମ୍ବାଇ ଏୟାରପୋର୍ଟରେ ଓହ୍ଲାଇବା ଭିତରେ ପୁଅର ଫର୍ଚ୍ୟୁନ୍ ବିଦେଶୀ କାର୍ ପିକଅପ୍ ପାଇଁ ପ୍ରସ୍ତତ୍ ଥାଏ । ମାଆ ବହୁତ ଖୁସି ହେଉଥାଏ ପୁଅର ସ୍ନେହ ପ୍ରେମ ଦେଖି । କିନ୍ତୁ ବାପାଙ୍କ ମନରେ ଅନେକ ପ୍ରଶ୍ନ, ଯେଉଁ ପୁଅ ଗତ ଅଠର ବର୍ଷ ହେଲା ଭଲମନ୍ଦ ପଚାରି ବୁଝିନି, ନିଜ ଇଚ୍ଛାରେ ବିବାହ କରି ମୁମ୍ବାଇରେ ରହୁଛି, ଖରାଛୁଟିରେ ନାତି ନାତୁଣିଙ୍କୁ ଏହା କହି ଗାଁକୁ ଛାଡିଲାନି, ଇଂରାଜି ମିଡିୟମରେ ପଢୁଛନ୍ତି, ଗାଁ ପରିବେଶରେ ପାଠପଢା ଖରାପ ହୋଇଯିବ,,,,ଆଜି ଏତେ ଭଲପାଇବାଟା ହଜମ ହେଉନି ତାଙ୍କର, ।

ହଠାତ୍ ପରିବର୍ତ୍ତନ, ଯେପରି ବିଗ୍ ବି'ଙ୍କ "ବାଗବାନ" ଫିଲ୍ମି ଦୁଇ ପାଞ୍ଚଥର ଦେଖିଛି, ବାପାମାଆଙ୍କ ପ୍ରେମ ସ୍ନେହ ଝରି ପଡୁଛି ହୃଦୟର ଝରଣାରୁ ।

ବାପାଙ୍କ ଫ୍ଲାସବ୍ୟାକ୍ ରେ ବିରାମ ହେଲା, ଯେତେବେଳେ କାର୍ ଏକ ସୁନ୍ଦର ସୁସଜ୍ଜିତ ଭବ୍ୟ ବଙ୍ଗଳା ସାମନାରେ ବ୍ରେକ୍ କଷିଲା । ଯେଉଁ ବୋହୁକୁ ଫଟୋରେ ଅଠର ବର୍ଷ ହେଲା ଦେଖି ଆସୁଥିଲେ, ସେ ଆଜି ମଥାରେ ଓଢଣୀ ଦେଇ ପ୍ରଣାମ କରୁଥିଲା । ପୁଅ କାର୍'ରୁ ବ୍ୟାଗ୍ ଘରକୁ ବୋହି ନେଇ ଯାଉଥାଏ । ନାତି ନାତୁଣୀ ଜେଜେ ଓ ଜେଜେମାକୁ ପ୍ରଥମ ଥର ଦେ ଅନେକ ଖୁସି ହେଉଥାନ୍ତି ।

ଗଣପତି ସ୍ଥାପନା ପାଇଁ ପୂର୍ବରୁ ସମସ୍ତ ବ୍ୟବସ୍ଥା ସରିଥାଏ,,,,,ସାତ ଆଠ ଦିନ କେତେବେଳେ ବିତିଗଲା,,,, ଗଣପତି ବିଷର୍ଜନ ବି ସରିଗଲା ।

ବାପାରେ ତୁମ ଉନ୍ନତି ଦେଖି ମନ ବିଭୋର ହୋଇଗଲା, ଏବେ ଆମେ ବୁଢା ବୁଢୀ ହେଲୁଣି, ଗାଁକୁ ଯିବା ପାଇଁ ଆମ ବ୍ୟବସ୍ଥା କରିଦେଏ । ଗାଁରେ ଲକ୍ଷ୍ମୀକୁ କହି ଆସିଛି ଅଳପ ଦିନରେ ଫେରି ଆସିବୁ, ସେ ବିଚରା ଆମ ପାଇଁ ହଇରାଣ ହେଉଥିବ ।

ପୁଅ ମାଆ କୋଳରେ ମଥା ରଖି,,,ମାଆ ଶୁଣୁନା,,,ସାକ୍ଷୀର ଭର୍ତ୍ତି ଏକ ନାମକରା ବଡ ମେଡିକାଲ କଲେଜରେ କରି ଦେଇଛି । ତୁ ତ ଜାଣିଛୁ ଏକୁଟିଆ ଝିଅଟା,,,କହି,,,,ମୋବାଇଲରେ ବହୁତ ଗୁଡିଏ ଫଟୋ ଦେଖାଇଲା,,,,ଯେଉଁଥିରେ....

----ଏକୁଟିଆ ଝିଅଟି ସାଥିରେ...।

----ହଷ୍ଟେଲର ଖାଦ୍ୟ ଖାଇ ଷ୍ଟୁଡେଣ୍ଟ ମେଡିକାଲରେ...।

----ବର୍ଡନର ଟର୍ଚ୍ଚର ସହି ନପାରି ଷ୍ଟୁଡେଣ୍ଟ ଆତ୍ମହତ୍ୟା...।

----"ମୁଁ ଚାହୁଁନି ତୁମେ ଥାଉ ଥାଉ ସାକ୍ଷୀ ଏକୁଟିଆ ରହୁ,,,,କଲେଜ ପାଖରେ ଘର ଠିକ୍ ହୋଇ ସାରିଛି,,,କେବଳ ତୁମେ,,,,।

କିଛି ଦୂରରେ ଠିଆ ହୋଇ ସବୁକିଛି ଦେଖୁଥିବା ଶୁଣୁଥିବା ବୃଦ୍ଧ ବାପା କାହାକୁ କିଛି ନକହି ବାହାରି ଗଲେ । ଯେତେବେଳେ ଦୁଇ ଘଣ୍ଟା ପରେ ଘରକୁ ଫେରିଲେ ତାଙ୍କ ହାତରେ ବି ପେପରର କେତେ ଖଣ୍ଡ କଟିଙ୍ଗ ଥିଲା, ପୁଅ ହାତରେ ଧରେଇ ଦେଲେ ......

-----ପ୍ରଥମ ପୃଷ୍ଠା

,,,,ବୃଦ୍ଧ ଦମ୍ଫତ୍ତିଙ୍କୁ ଘରେ ଏକୁଟିଆ ଦେଖି ବନ୍ଧୁକ ମୁନରେ ଲୁଟ୍,,,,।

----ଦ୍ବିତୀୟ ପୃଷ୍ଠା

,,,,,ଏକୁଟିଆ ରହୁଥିବା ବୃଦ୍ଧଙ୍କ ଗଳା ଚିପି ହତ୍ୟା,,,,,।

-----ତୃତୀୟ ପୃଷ୍ଠା

,,,,,ମରିବାର ସାତଦିନ ପରେ ପଡୋଶୀଙ୍କ ଦ୍ବାରା ବୃଦ୍ଧ ଦମ୍ପତିଙ୍କ ପଚା ସଢା ଶବ ଉଦ୍ଧାର,,,।

ପୁଅ ପୃଷ୍ଠା ପରେ ପୃଷ୍ଠା ଓଲଟାଇବା ସହିତ ଚେହେରାର ରଙ୍ଗ ବଦଳି ଯାଉଥିଲା । ଚତୁର୍ଥ ପୃଷ୍ଠା ଖୋଲିବା ପୂର୍ବରୁ ପୁଅର ଚେହେରା ବିକୃତ ହୋଇ ସାରିଥାଏ, ଯେପରି ଜଣେ ଜୁଆରୀ ତାର ସର୍ବଶ୍ବ ଜୁଆରେ ଲଗାଇବା ପରେ ବାଜି ହାରି ଯାଉଛି ।

ପୁଅ କିଛି କହିବା ପୂର୍ବରୁ ବାପା ଆଦେଶ ଭରା କଣ୍ଠସ୍ବରରେ ଡାକିଲେ ପାର୍ବତୀ,,,,,,,ପାର୍ବତୀ ଉଠି ଆସିଲେ ।

ବୃଦ୍ଧ ବାପା ନିଜ ପାନ ବଟୁଆରୁ ଶହେ ଶହେ ଟଙ୍କାର ନୋଟ୍ ଖୋଲି ନାତି ନାତୁଣୀଙ୍କ ହାତରେ ଧରେଇ ଦେଲେ,,,,, ସେ ଦୁହେଁ ବି ପାଦ ଛୁଇଁ ପ୍ରଣାମ କଲେ ।

ପୁଅ ନିଜ ସୁସଜ୍ଜିତ ବଙ୍ଗଳାର ଝରକାରୁ ପରାସ୍ତ ସୈନିକ ଭାବେ ଚାହିଁ ଥାଏ । ବାପା ନିଜ କାନ୍ଧରେ ଗାମୁଛା ପକାଇ ଗୋଟିଏ ହାତରେ ବ୍ୟାଗ ଓ ଅନ୍ୟ ହାତରେ ନିଜ ଧର୍ମପତ୍ନୀର ହାତକୁ ସମ୍ଭାଳି,,,, ଚିକମିକ୍ ବଙ୍ଗଳାକୁ ପିଠି ଦେଖାଇ ବାହାରି ଯାଉଥିଲେ,,,,ଜୀବନର ଅନ୍ତିମ କ୍ଷଣ ନିସ୍ବାର୍ଥ ଗାଁ ମାଟିରେ ବିତାଇବା ପାଇଁ ।

ସମାଜର ଦର୍ପଣ

ପ୍ରଶାନ୍ତ ସେନାପତି

ସ୍ବାର୍ଥପର ବୁଢା ବୁଢୀ ସ୍ନେହ ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..