Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Inspirational

0.8  

pratap nayak

Inspirational

ବାପା-ଏକ ଅମ୍ଳାନ ସତ୍ୟ

ବାପା-ଏକ ଅମ୍ଳାନ ସତ୍ୟ

4 mins
7.7K


ବାପା ଏକ ଅସରନ୍ତି ଯାଦୁ ମୁଣି । ସେ ମୁଣିରେ ହାତ ପୁରେଇଲେ ବାହାରୁ ଥାଏ ବଡ ପାଟିଆ ଆକଟ , ରାଗ ମିଶା ସ୍ନେହ , ନିରବଚ୍ଛିନ ପ୍ରେମ ଆଉ ଅନାବିଳ ଭଲପାଇବା ।

ବାପା ଘରକୁ ଆସିବା ନାଁ ଶୁଣିଲେ ଅଝଟ ପଣ ଲୁଚେ କାହିଁ କେତେ ଦୂରେ କିନ୍ତୁ ବେଳେବେଳେ ମେଲଣ ଯାତରେ ପଇସା ନବାର ଝୁଙ୍କକୁ ଆହୁରି ବଢେଇ ଦିଏ ବାପାଙ୍କର କଅଁଳିଆ ସରୁ ଡାକ ।

ଗଡ ଜିତିଲା ପରି ଲାଗେ ବାପାଙ୍କ ସାଇକେଲ ଆଗରେ ବସି ଭିଡ ରାସ୍ତାକୁ କାଟିବା ପାଇଁ ଘଣ୍ଟି ବଜେଇଲା ବେଳେ । ଲାଜ ଲାଜ ଲାଗେ ଲୁଗା ଦୋକାନରେ ନିଜ ଫରମାସିର ପୋଷାକ କିଣିଲେ ବାପାଙ୍କ ସାଂଗରେ ।

ଆଇସକ୍ରୀମ ବାଲା ପଇସା ନିଏ,ସୋଲା ମଟର ବାଲା ପଇସା ନିଏ,ବେଲୁନ ବାଲା ପଇସା ନିଏ,କଣ୍ଢେଇ ବାଲା ପଇସା ନିଏ,ବରା ତରକାରୀ ବାଲା ବି ପଇସା ନିଏ ବାପାଙ୍କ ଅଣ୍ଟିରୁ ।ସେ ଅଣ୍ଟିରୁ ଏତେ ପଇସା ବାହାରେ , କୋଉଠୁ ଆସେ କେଯାଣି?

ମୁଠା ମୁଠା ଟଙ୍କା ଖର୍ଚ ହୁଏ ପାଠ ପଢାରେ, ଅଚିନ୍ତାରେ ଶୋଇ ହୁଏ ବାପା କାଲି ଦେବେ। ବାପା ବୋଉଙ୍କ ଚୁପି ଚପି କଥା ସରେନା ରାତି ରାତି ଟୁପଟାପରେ ସକାଳ ହୁଏ ,ବିଡାଇ ଟଙ୍କା ନେଇ କଲେଜ ଯାଏ,ଆସି ଦେଖେ ବୋଉ ହାତରେ ସୁନା ଚୁଡି ଯାଗାରେ ପାଣି କାଚ ଚୁଡି ଥାଏ । ହେଲେ ବୋଉ ମୁହଁରେ ହସ କିନ୍ତୁ ସର୍ବଦା ଝଲସୁଥାଏ।

ବାପା କେବେ ହସିବାର ତ ମୁଁ ଦେଖିନି । ଗମ୍ଭୀର ମୁହଁ ଉଜ୍ଜ୍ୱଳ ଦିଶେ ଦିନକୁ ଦିନ ମୋତେ ମୋ ପାଠ ପଢାର ଖୁସିରେ ।

ମୋ ଚାକିରୀ ପାଇବା ଦିନ ବୋଉ ତ କୋଉ ଦେବଦେବୀଙ୍କୁ ନପୂଜି ଛାଡିନି କିନ୍ତୁ ବାପା !ବାପାଙ୍କ ପାଦ ସ୍ପର୍ଶରେ ଅନୁଭବ କରିହୁଏ ତାଙ୍କର ଗୋଟିଏ ଦୀର୍ଘ ନିଶ୍ୱାସ । ଯେଉଁଥିରେ ତାଙ୍କର ସବୁ ଦୁଃଖ ଯାତନା ଦୂରହୋଇ ସ୍ୱପ୍ନ ପୂରଣ ହେବାର କାମନା ଜଳଜଳ ଦିଶେ........।

ଏବେ ବାପା ସମୁଦି ସମୁଦିଆଣିରେ ଘର କଲେଣି । କାର ଚଢା ବନ୍ଧୁ ଦେଇଥିବା ଝିଅ କିନ୍ତୁ ତାଙ୍କ ଗମ୍ଭୀର ଚାହାଣୀକି ଭୟ କରିବାତ ଦୂରର କଥା,ତାଙ୍କୁ ଅଭ୍ୟାସରେ ପକେଇ ଦେଲାଣି । ବୋହୁ ଡେରିରେ ବିଛଣା ଛାଡିଲେ ଦୋଷ ନାହିଁ । ଦୋଷ ନାହିଁ ବିଉଟି ପାର୍ଲର ଗଲେ । ହାଇହିଲ୍ ଏରୁଣ୍ଡି ଡେଇଁଲେ ଅନୁମତି ଦରକାର ପଡେନା ଘର ମୂରବୀର।

ତା ସ୍ୱାମୀର ପୁଳା ପୁଳା ଟଙ୍କାରେ ତୁଚ୍ଛା ମୂରବୀ ପଣିଆକୁ ବାପା ବୁଝିଗଲେଣି ଧିରେ ଧିରେ। ହେଲେ ମୁଁ ତ୍ରୀଶଙ୍କୁର ଆବରଣର ଖୋଳପା ମୋ ଦେହରେ ଚଢେଇଲିଣି କାହିଁ କେତେଦିନୁ । ବୋଧହୁଏ ବାହାଘର ଦିନୁ,ସାର୍ଟ ଉପରେ ପ୍ରଥମ ଦିନ କୋଟ ଚଢେଇଲା ବେଳେ ।

ରାତିରେ ଶୋଇପାରେନା ,ଫିସ୍ ଫିସ୍ କାନ ପାଖରେ ଶବ୍ଦର ବନ୍ୟାକୁ ସମ୍ଭାଳି ପାରେନା ,ଏଣୁ ବାପାଙ୍କ ଦମ୍ଭକୁ ବି ଭସେଇବାକୁ ସାହାସ କଲିଣି ଥରେ କି ଦିଥର । ବିନା ଅସ୍ତ୍ରରେ ଯୁଦ୍ଧ ,ମନେ ମନେ ବାପା ହସୁଥିବେ ମୋ ନମ୍ପୁସକତାରେ ମୋ ମନକୁ ପିସପିସ କରି କାଟୁଥିବେ ତାଙ୍କ ଧାରୁଆ ବିଚଖ୍ୟଣ ବିଚାର ଛୁରୀରେ । ନାଚାର ସୈନିକ ବାନ୍ତି କରେ ଅନେକ ଅକୁହା କଥା ନକୁହା କଥା,ଛଳ ସବୁ ଗରଳ ପରି ଭରି ରହିଯାଏ ଛାତିର କେଉଁ ଅଦୃଶ୍ୟ କୋଣରେ,ମୋ ମନର ପତ୍ନୀ ପ୍ରେମ ବନ୍ୟା ଯେତେ ଉଛୁଳିଲେ ବି ଡୁବେଇ ପାରେନା ବାପାଙ୍କ ସେହି ଫୁଙ୍ଗୁଳା ଛାତିକି । କରିଚାଲେ ତିରସ୍କାର ବୋଉ ମ୍ଳେଚ୍ଛ ବାପା ମ୍ଳେଚ୍ଛ ,ସାଣ୍ଠଣା ଶିଷ୍ଠାଚାର ଯଣା ନାହିଁ ତାଙ୍କୁ । ନାରୀ ସ୍ୱାଧିନତା ବୁଝିବାର ଜୁ ପାଇବେ କୋଉଠୁ । ବୋଉ ପିନ୍ଧେ କାସ୍ତା ଶାଢୀ ଖଣ୍ଡେ ,ମଳି ଧୁଳିରେ ସରସର ନିଆଁ ଲାଗିବନି । ବାପା ...ଆଣ୍ଠୁ ଲୁଚୁ ନଥିବା ସାତସିଆଁ ନାଲି ଗାମୁଛା ଗୁଡା ସରୁ ଅଣ୍ଟା ଆଉ ସେହିଥିରୁ ଖଣ୍ଡେ ଛାତିରେ ପିଠିରେ ମଇଳା କୋଚ୍ଚଟ। ମତେ ବି ଦିକଦାର କଲାଣି ବାପାଙ୍କ ଲହରା ଖୁଁ ଖୁଁ କାଶ ରାତି ସାରା,ବୋଉର ସତେକି ମିଛେ ଆଣ୍ଠୁଗଣ୍ଠି କଷ୍ଠ। ତାଙ୍କ ବାପା ସାଦ ଦେଇ ପାରିବେନି ,ସାତ ମାସରେ ପାଦ ଦେଲୁ ଆମେ ଶ୍ୱଶୁରଙ୍କ ନୂଆ ବଙ୍ଗଳାରେ ,ଏଠି ରାତିରେ ଶୁଭେନା ବୋଉର ଆଣ୍ଠୁଗଣ୍ଠି କଷ୍ଠ ,ବାପାଙ୍କ ଲହରା ଖୁଁ ଖୁଁ କାଶ । ନିଶବ୍ଦରେ ରାତିସରେ ଚେଇଁ କି ସ୍ୱପ୍ନ ଦେଖେ ମୋ ରକ୍ତର କଣ୍ଢେଇ ଆସିବ ଅନତୀ ଦିନରେ, ଚାକର ବାକର ଭରା ବଙ୍ଗଳାରେ....।

ଏକୋଇଶାର ଖବର ନାହିଁ ଗାଁକୁ । ସେହି ସାତସିଆଁ ନିଆଁ ଲାଗୁନଥିବା କାସ୍ତା ଶାଢୀ ,ଚାରି ହାତି ନାଲି ଗାମୁଛାର ଭିକାରୀ ଭିକାରୁଣୀଙ୍କି ଗାଳି ବର୍ଷି ଚାଲିଥାଏ ଫୁଲ ସଜା ଗେଟ ବାହାରେ । ବୁଜୁଳାଏ ସିରିଣି ଦାନ୍ତ ନେଭିରି ପଡିଥାନ୍ତି ଇତଃତସ୍ଥ ଏଣେ ତେଣେ ବୁଲା କୁକୁର ଖୋଉ ଥାଏ ତା'ର ଶାବକକୁ । ଆଡ ଆଖି ମୋର ପହଁରିଯାଏ ନମିଶି ସେହି ଗମ୍ଭୀର ଆଖିରେ...। ଯାହାର ଚୁପଚାପ ଡାକ ଡରେଇ ପାରେନା ମତେ କାରଣ ମୁଁ ଆଜି ପରା ବାପ ଏକୋଇଶା ଛୁଆର । ବାପାର ପୁଣି ଡର କଣ ଯେ ।

କଣେଇ କଣେଇ କାନ୍ଦୁଥିଲା ବୋଉ ,ବାପାଙ୍କ ହାତ ଧରିଥିଲା ଜାବୁଡି ବୋଉର ଖୁଆକୁ ,ପାଦ ଦୁହିଁଙ୍କର ବସଷ୍ଟାଣ୍ଡ ମୁହାଁ କିନ୍ତୁ ଶହଶହ ଦାମିକାର ଓଲଟା ଦିଗରେ ରହି କରୁଥିଲେ ଅପେଖ୍ୟା ଏକୋଇଶା ଭୋଜିର ।

ପତ୍ନୀଙ୍କ ପ୍ରିୟ ବାନ୍ଧବୀ ଡାକ୍ତରାଣୀ ଘୋଷଣା କଲେ ଜଣ୍ଡିଷ ପୁଅର ,ନିତାନ୍ତ ଚିକିତ୍ସା,ଏକୋଇଶା ବନ୍ଦ । ତାଙ୍କ ବାପାଙ୍କ କାରରେ ପତ୍ନୀ ବସି ସାରିଲେଣି ପୁଅକୁ ଧରି । ବଡପାଟିରେ ଡାକୁଛନ୍ତି ମତେ ପଛରେ ଆମ କାର ଧରି ଆସ ବାନ୍ଧବୀ କ୍ଲିନିକ୍।

ଟଂକାପଇସା ମାନମର୍ଯ୍ୟାଦା ସବୁ ଅଛି ତାଙ୍କର କିନ୍ତୁ ପୁଅର ସାମାନ୍ୟ ଜଣ୍ଡିଷ ଥରୋଉଛି ଛାତି,ଥରୋଉଛି ବାପା ପଣକୁ,ଲଲକାର କରୁଛି ତୁଚ୍ଛ ବଢୀମାର......।

ପିଲା ପାଖରେ,ସବୁ କଣ ତୁଚ୍ଛ,ସବୁ କଣର କଣ ମୁଲ୍ୟ ନାହିଁ ପୁଅ ରୂପକ ସନ୍ତୁଷ୍ଠି ପାଖରେ......

ହେଲେ ମୋ ବାପା ଦେହ ଖରାପରେ କୋଳରେ ପୁରେଇ ରାତି ରାତି ବସନ୍ତି ଡାକ୍ତରଖାନାରେ ,ଗୋଡ ଧରନ୍ତି ଡାକ୍ତରଙ୍କର ,ଅଛି ମୋ ମାନସ ପଟରେ । ପିଲା ବେଳେ ନଇ ଗାଧୁଆରେ ପେଟ ତଳେ ହାତଦେଇ ପହଁରା ଶିଖାନ୍ତି । ହାତ ଧରି ବୁଲାନ୍ତି ଦୁର୍ଗାମେଢ ଆଉ ବାରୁଆଳି । କୋଉ ଦିନ ଫେରନ୍ତିନି ତ ଖାଲି ହାତରେ ଘରକୁ ।

ଖୁସିବାସିରେ କେବେ ଦିନେ କରିତ ନାହାଁନ୍ତି ନିଜପାଇଁ ସୁଦୃଶ୍ୟ ପୋଷାକ ,ଖାଇ ନାହାଁନ୍ତି ତ ପେଟକୁ ପଲୋଉ ମାଉଁସ । ସବୁ ଯେମିତି ମୋ ପାଇଁ କରନ୍ତି ,ଯେମିତି ମୁଁ ତାଙ୍କୁ ଉଧାର ଦେଇଛି ଆଉ ସୁଧମୂଳ ସିଏ ସୁଜୁଛନ୍ତି ଏହି ଜନମରେ ।

ଆଖି କୋଣ ଲୁହରେ ଝଲସା ହେଇଯାଏ, ଛାତିର କୋହ ନିଗିଡି ପଡେ ସେହି ବାଟେ ,ବାମ ହାତ ଷ୍ଟିୟରିଂ ଛାଡି ସଜାଡି ନିଏ ଦି ଆଖି କି ମୋର ଡାହାଣ ହାତର ଇସାରାରେ କାରର ଚକ କ୍ଲିନିକ ମୁହାଁ ଛାଡି ଚାଲୁଥାଏ ବସଷ୍ଟାଣ୍ଡ ଆଡେ,ଆଜି ବୁଝୁଛି ମୁଁ ବାପା ହବାର ବୋଝ ମୋରି ଉପରେ । ଯଥା ସ୍ଥାନରେ କାର୍ ରଖି ଖୋଜେ ଆଖି ଖୋଜେ ପାଦ ଏପଟୁ ସେପଟ ,ପୂର୍ବରୁ ପଶ୍ଚିମ ହେଲେ ।

ହେଲେ ଗାଁ ବସ୍ ଯାଇସାରିଥାଏ......

ମୋବାଇଲରେ ପତ୍ନୀଙ୍କର ଅନେକ ମିସ୍ କଲ୍। ଶେଷ କଲ ଉଠିବାରୁ ଭତ୍ସନାର ଦୁରନ୍ତ ଦିଗନ୍ତକୁ ଗୋଟିଏ ଉତ୍ତର ମୋର। ତୁମେ ତୁମ ପୁଅକୁ ନେଇ ଅୟସରେ ରୁହ । ମୁଁ ଯାଉଛି ପୁଅ ହବାକୁ ଆଉ କାହାର ,ପାରିବତ ସଂଗେ ସଂଗି ହୁଅ ।

ବାପା ରୁପକ ଚାନ୍ଦୁଆ ଝଲସୁଥିଲା ମଥା ଉପରେ ମୋର,ଆଉ କାହାକୁ ପରୁଓ୍ୱା ମୋର,ବେପରୁଓ୍ୱା ମୁଁ । ଉଡୁଛି ଆକାଶେ ବୁଡୁଛି ସାଗରେ ଚଢୁଛି ପର୍ବତ ଡେଉଁଛି ମୋ ମନ ଗିରି କାନ୍ତାରରେ....

କାରଣ ପାଇଛି ଆଜି ମୁଁ ସେହି ଅମାନିଆଁ ଅଝଟିଆ ପୁଅ ମୋ ବାପାର । ଯାହାର ଅଭୟ ହାତ ରହିଛି ମୋରି ମଥାରେ ।


Rate this content
Log in

Similar oriya story from Inspirational