Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

5.0  

Banali Dash

Others

ସ୍ମୃତି ରେ ରାମନବମୀ

ସ୍ମୃତି ରେ ରାମନବମୀ

2 mins
857


ପିଲା ଦିନ ମାମୁଁ ଘରେ ଆଈ ଅଜା' ଙ୍କ ପାଖେ କଟିଛି। ଓଡ଼ିଆ ଘର କୁ ବ୍ରାହ୍ମଣ ଘର ,ହଜାରେ ଯାନିଯାତ ପର୍ବପର୍ବାଣୀକୁ କୁଢ଼କୁଢ଼ ବ୍ରତ ବାହା। ଗାଁ ହେତୁ ସବୁ ମନ ଭରି ଅଙ୍ଗେ ନିଭେଇ ହେଇଯାଏ।ଜୀବନ ର ନାନାଦି କର୍ମ ବ୍ୟସ୍ତତା ବୟସ ଆଭିଜାତ୍ୟ ଭୁଲେଇ ସମସ୍ତଙ୍କୁ ଏକାଠି ହେବାକୁ ଖୁସି ରେ ବାଧ୍ୟ କରେ ଆଉ ସମସ୍ତେ ଆମନ୍ତ୍ରଣ ଟିକକ ମାନିଯାଈ ହଜିଯା'ନ୍ତି।

ଆଈ ମୋ'ର ପରମ ଈଶ୍ୱର ବିଶ୍ୱାସୀ।ପର୍ବ ପର୍ବାଣୀ କୁ ଛାଡି ଅନେକ ଥର ରୁଦ୍ରାଭିଷେକ,ଶନିମେଳା,ଚଣ୍ଡୀ ଇତ୍ୟାଦି ପିଲାଙ୍କ ମଙ୍ଗଳ ମନାସି କରିପକାଏ।ଆଉ ସେଇଦିନ ତା'ର ନିର୍ଜଳା, ସମସ୍ତେ ଜ୍ଞାତି କୁଟୁମ୍ବ ଅତିଥି ପୂଜାସାରି ଖାଇପିଇ ସାଷ୍ଟମ ହେଇଗଲେ ଯାଇ ସେ ପତ୍ର ପକେଇବ।ଯେତେ ଯିଏ କହିଲେ ମୋଟେ ଶୁଣେନି।

ତା'ର ହାତ ବାରିଷି ଟି ଥିଲି ମୁଁ।ପିଲାଦିନୁଁ ତା'ରି ପାଖେ ରହି ସବୁକିଛି ଶିଖିଚି।ସେଥିଲାଗି ଭାରି ଡ଼ର ଲାଗେ କାଳେ ଶାଶୁଘରେ ଭୁଲ୍ ଭଟ୍କା ହେଇଗଲେ ;ଆଈ କ'ଣ ଶିଖେଇଚି ଶୁଣିବାକୁ ନପଡୁ ବୋଲି।

ଶ୍ରୀ ରାମ'ଙ୍କୁ ଭାରି ମାନେ ମୋ' ଆଈ'। ପରମ ଆରାଧ୍ୟ ତା'ର ସିଏ।କୋଉଠି ରାମଚରିତ ମାନସ ହେଲେ ମୋତେ ସକାଳୁ କହିଥିବ,ସାଙ୍ଗ ଯୋଗାଡିବାକୁ ସାଇରେ।ରାତି ହେଲେ କେହି ବାହାରିବା ଆଗରୁ ନିଜେ ବାହାରି ଅପେକ୍ଷା କରେ ପାଣି ବୋତଲ, ଟର୍ଚ୍ଚ ଆଉ ରୁମାଲ୍ ରେ କିଛି ମସଲା ବାନ୍ଧି।ଆଉ ସେଇଠି ପହଞ୍ଚି ମଜ୍ଜିଯାଏ ମୂଳାଧାର ରୁ ସହସ୍ରାର ଯାଏଁ।

ଆଉ ରାମନବମୀ ଦିନ ଭୋର୍ ରୁ ଉଠି ଆଉ ମୋତେ ଉଠେଇ ଫୁଲ ,ଫଳ ଏକାଠି ଚାଲେ,ଦୁବ ବରକୋଳି ପତ୍ର ଯାଏଁ। ପ୍ରଥମେ ଘରେ ପୂଜା ସାରି ମନ୍ଦିର କୁ ଯାଇ ପୂଜା କରି ଫେରୁଥିଲା।ଆଉ ଫେରିବା ବାଟରେ ନେଇଥିବା ଭୋଗ ଆଉ ସାଙ୍ଗ ରେ ବାଣ୍ଟିବାକୁ ନେଇଥିବା ଉଖୁଡା ,ଯାହା ସେ ପୂର୍ବଦିନୁଁ ତିଆରିଥାଏ,ସ୍କୁଲ୍ ରେ କୁନିପିଲାଙ୍କୁ ବାଣ୍ଟିଫେରେ।ତା'ପରେ ଆଜା' ଙ୍କୁ ଲଗେଇ ଲଗେଇ ରାମ ଲକ୍ଷ୍ମଣ ସୀତା ଆଉ ହନୁମାନ' ଙ୍କ ପିତ୍ତଳ ମୂର୍ତ୍ତି ବିମାନ ସାଙ୍ଗେ କିଣି ପ୍ରତିଷ୍ଠା କରେଇ ‌ହୋମକରାଏ ଘରେ।ଆଉ ତା'ପରେ ଯାହାସବୁ କରୁଥିଲା ତାହା।

ସବୁବେଳେ ବେଳ ଅବେଳ ରେ ମନ ଭରିଗଲେ କହେ,ନିଠୁରିଆ ରାମ ମତେ କ'ଣ ଦେଇଚି କି ମେଞ୍ଚେ ପିଲା,ଗଞ୍ଜଣା,ଅଭାବ ଆଉ କେତେ କ'ଣ..ରାମ ଙ୍କୁ ଯିଏ ଡାକିବ ସିଏ ଦୁଃଖ ପାଇବ।ତୁ ଡାକିବୁନି ମୋ' ସାଙ୍ଗେ ମିଶି। ଖୁସି ହେଇଗଲେ କହିବ,ଦେଖିଲୁ ରାମ ଏଇସବୁ କରେଇଲା ନାଁ।

ବୁଝିପାରେ ନି ସେ ରାମଙ୍କୁ କେତେ ଭଲପାଏ !

ଆଜି ବୟସ ର ଅପରାହ୍ନ ବି ଟପିଲାଣି ସିଏ।ସବୁଛୁଆ ଙ୍କୁ ଆତ୍ମନିର୍ଭରଶୀଳ କରେଇଚି ଅଜା'ଙ୍କ କାନ୍ଧ ରେ କାନ୍ଧ ମିଶେଇ। କିନ୍ତୁ ଅଜା' ଙ୍କୁ ହରେଇ ପୁଣି କହୁଚି ," ପିଲେରେ ପୋଡ଼ା ମୁହାଁ ରାମ'କୁ ପୂଜନି।ନିଜେ ଯେମିତି କଷ୍ଟ ପାଇଥିଲା ମୋତେ ବି ଦିଆଉଚି।"

କିନ୍ତୁ ରାମନବମୀ ଓଷା ଆଜିବି କରୁଚି।

(ବି:ଦ୍ର: ନିଜସ୍ଵ ଶୋଚନା,ଦୟାକରି କେହି ଦିହ କୁ ନେବେନି)


Rate this content
Log in