Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Inspirational

2  

Arabinda Acharya

Inspirational

ରେଡ଼ ରିବନ ଡେ

ରେଡ଼ ରିବନ ଡେ

2 mins
7.2K


" ଆଜ୍ଞା ! ଆଜି କେତେବେଳେ ରାଲି ହେବ ?"

"କଲେଜ ପିଲାଏ ଆସିଲେ ସିନା , କାଲି କଲେଜଗଲି ପ୍ରିନ୍ସପାଲଙ୍କୁ ବି କହି ଆସିଥିଲି । ଦେଖିବା କେବେ ପିଲାଙ୍କୁ ଛାଡ଼ୁଛନ୍ତି ।"

ଜଣେ ସ୍ଵାସ୍ଥ୍ୟ କର୍ମଚାରୀ ଓ ଜଣେ ଏନ୍ ଜିଓ କର୍ମୀଙ୍କ କଥୋପକଥନ , ମୋ କାନରେ ବାଜିଲା ।ଶୀତୁଆ ସକାଳେ ମୁଁ ସବୁଦିନେ ଏଇଠି ଆସି ଚା ପିଏ । ବିଭିନ୍ନପ୍ରକାର ଲୋକଙ୍କଭିଡ଼ ଏ ଦୋକାନରେ । ଚା ତିଆରି କରୁ କରୁ ସଫା । ଦିନରେ କେତେ ଲିଟର କ୍ଷୀରରେ ସେ ଦୋକାନୀ ଚା ତିଆରିକରୁଥିବ କେଜାଣି । ଥରେ ପେପରରେ କାଳେ ବାହାରି ଥିଲା , କୋଉ ଗୋଟେ ଜାଗାରେ କିଏ ଜଣେ ଚା ଦୋକାନୀ ,ନିଜ ଚା'କୁ ବହୁତ ଲୋକମାନଙ୍କ ନିଶାରେ ପରିଣତ କରିବାପାଇଁ କାଳେ ଚା ରେ ଅଫିମ ମିଶୋଉ ଥିଲା । ସେକଥା ମନେ ପଡ଼ିଗଲା ବେଳକୁ ମୁଁ ଅଧା ଚା ଫିଙ୍ଗିଦେଲି । ପଇସା ବଢ଼େଇ ଦେଇ ,ସେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚାହିଁଲି । ସିଏ ମୋର ଏଇ ଦୋକାନରେ ଦେଖା ଚିହ୍ନ। , ତେଣୁ ହାଠାତ ପଚାରିଲେ,

"କଣ ଆଜ୍ଞା ! ସବୁ ଭଲ ? "

"ହଁ , ସେମିତି । ଆଉ ଆଜି କି ରାଲି କଥା କହୁଥିଲେ ?"

"ଆଜ୍ଞା ! ଆଜି ପରା ଡିସେମ୍ବର ୧ । ଭୁଲିଗଲେ କି ? ବିଶ୍ୱ ଏଡ଼ସ୍ ଦିବସ ....ପରା !"

"ଆଛା ....!"

"ରେଡ଼ ରିବନ ଡେ ।"

"ଓଃ..ହୋ ।"

ଏୟା କହିବା ଭିତରେ , ଛୋଟ ରେଡ ରିବନଟିକୁ ଆଣି ମୋ ଛାତିଉପରେ ଖଞ୍ଜି ଦେଲେ । ଦେଖିଲି ତାଙ୍କ ଛାତିରେ ଆଉ ସେ ଏନ୍ ଜିଓ କର୍ମୀଙ୍କ ଛାତିରେ ମଧ୍ୟ ସେଇ ରେଡ଼ ରିବନ ଶୋଭା ପାଉଥିଲା ।

ସେମାନେ ଚାଲିଗଲେ କିଛି ସମୟ ମଧ୍ୟରେ । ମୁଁ କିନ୍ତୁ ଭାବୁଥଲି , ଚା ପିଉ ପିଉ ଅଧା ଚା ଫିଙ୍ଗି ଦେଲେ କଣ ଦେହରେ ,ଚା ରୁ ମିଶିଥିବା ଅଫିମ ବାହାରିଯିବ ? ଆଉ ଏଚ ଆଇ ଭି ପରି ମୋତେ ଜାବୁଡି ଧରିବନି ତ ?


Rate this content
Log in

Similar oriya story from Inspirational