Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Inspirational Drama

3  

Lopamudra Mishra

Inspirational Drama

ସୁରକ୍ଷା କବଚ

ସୁରକ୍ଷା କବଚ

2 mins
594


   

  


ସେ ସାବିତ୍ରୀ ଜଣଙ୍କ ଟିକେ ଅଲଗା ପ୍ରକାରର । ସେ ପ୍ରକୃତରେ ଯାହା ତାହା ବାହାରକୁ କୌଣସିଦିନ ଦେଖାନ୍ତି ନାହିଁ । ସେହି ତାଙ୍କ ଛଦ୍ମବେଶ କୁଆଡେ ତାଙ୍କୁ ଏଇ ହିଂସ୍ର ଦୁନିଆଁରେ ଏକ୍ଲା ବଞ୍ଚିବାକୁ ସାହସ ଓ ସୁରକ୍ଷା ଯୋଗାଇଦିଏ । 


    ସ୍ୱାମୀଙ୍କ ସହ ତାଙ୍କର ପ୍ରତ୍ୟେକ ଦିନର ମନାନ୍ତର ଓ ମତାନ୍ତର କ୍ରମେ ଭୀଷଣ ରୂପ ଧରିଲା । ଆତ୍ମସମ୍ମାନର ସହ ଏକ ମର୍ଯ୍ୟାଦାଜନକ ଜୀବନ ଜିଇବାକୁ ଚାହୁଁଥିବା ସାବିତ୍ରୀଜଣକ ସ୍ୱାମୀଙ୍କ ବ୍ୟବହାର ଓ ଆକ୍ଷେପରେ ଦିନକୁ ଦିନ ଅଣନିଶ୍ୱାସୀ ହେଇପଡୁଥିଲେ । ସେ ଆର୍ଥିକ ଦୃଷ୍ଟିକୋଣରୁ ଥିଲେ ସ୍ୱାମୀଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳା । ତଥାପି ଦିନେ ସେ ନିଜର ସମସ୍ତ ସାହସ ସଞ୍ଚୟ କରି ସାତବର୍ଷର ତାଙ୍କର ସେହି କୁନି ଝିଅଟାକୁ ସାଙ୍ଗରେ ଧରି ଘରୁ ଗୋଡ଼ କାଢ଼ିଲେ । ଅଳ୍ପକେଇଦିନ ଭିତରେ ସେ ଆତ୍ମନିର୍ଭରଶୀଳା ହେଲେ । 


  ସାବିତ୍ରୀ ଘରୁ ବାହାରିଆସିଥିଲେ ସ୍ୱାଧୀନଭାବେ ନିଜ ବିଚାରଧାରା ସହ ସୁନ୍ଦର ଜୀବନଟେ କୁ ସ୍ୱାଗତ କରିବାପାଇଁ, ଯୋଉଠି ନଥିବ କୌଣସି ବାଧା, ବନ୍ଧନ ଓ ମିଥ୍ୟା ଅହମିକାର ଶୃଙ୍ଖଳ । କିନ୍ତୁ ବାହାରକୁ ଆସି ଦେଖିଲେ ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ସେ ଦେଖିଲେ ସେ ଭିତର ଠାରୁ ବାହାରେ ଆହୁରି ବେଶି ଅସୁରକ୍ଷିତା । ସ୍ୱାମୀପରିତ୍ୟକ୍ତାର ମୋହରଟେ ତାଙ୍କ ଦେହରେ ଲାଗିଯାଇଥିଲା । 


   ନିଜକୁ ଓ ନିଜ ଝିଅକୁ ସୁରକ୍ଷିତ ରଖିବାପାଇଁ ପଛରେ ଛାଡି ଆସିଥିବା ସୁରକ୍ଷାକବଚଟାକୁ ସେ ଆଉଥରେ ପିନ୍ଧିନେଲେ । ପଞ୍ଜୁରୀ ବାହାରେ ଥାଇମଧ୍ୟ ନିଜକୁ ବନ୍ଦିନୀର ବେଶରେ ସଜେଇ ନେଲେ । ପ୍ରତ୍ୟେକ ସାବିତ୍ରୀବ୍ରତ ଦିନ ନୂଆ ଶାଢ଼ି,ଚୁଡ଼ି,ଅଳତା ଓ ସିନ୍ଦୁର ପିନ୍ଧି ଖୁବ୍ ସୁନ୍ଦର ଭାବେ ନିଜକୁ ସଜେଇ ସେ ମନ୍ଦିର ଯାଆନ୍ତି । ମନ୍ଦିରରୁ ଫେରି ଝିଅ ସହ ଚିକେନ୍ ପିଜ୍ଜା ନହେଲେ ଚାଓମିନ୍ କିମ୍ବା ଚାର୍ଟ୍ ଖାଆନ୍ତି ଓ ସନ୍ଧ୍ୟାରେ ପାର୍କ୍ ବୁଲି ଛୁଟିଦିନଟାକୁ ସୁନ୍ଦରଭାବେ କଟେଇଦିଅନ୍ତି । 


  ଆଜି ବି ସେହି ସାବିତ୍ରୀଜଣକ ସେମିତି ଗୋଟେ ସାବିତ୍ରୀବ୍ରତ ପାଳିବାପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଲକ୍ଷେ ଆଖିର ଲୋଲୁପ ଦୃଷ୍ଟିଠାରୁ ନିଜକୁ ସୁରକ୍ଷିତ ରଖିବା ହିଁ ଏଇ ତାଙ୍କ ବ୍ରତର ଯେ ଉଦ୍ଦେଶ୍ୟ ଏ କଥା ସେ ଓ ବଡ଼ ହେଉଥିବା ତାଙ୍କ ଝିଅଟି ବ୍ୟତୀତ ଆଉ କେହି ବୋଧେ ଜାଣନ୍ତିନି । 


  ସେ ଠିକ କରୁଛନ୍ତି କି ଭୁଲ କରୁଛନ୍ତି ତାହା ପରଖିବାପାଇଁ ନିଜକୁ ତାଙ୍କର ମାଲିକ୍ କହୁଥିବା ସେହି ସ୍ୱାମୀ ନାମ୍ନୀ ଲୋକଟି ଏବେ ଆଉ ତାଙ୍କ ପାଖରେ ରହେନାହିଁ । କିନ୍ତୁ ତାଙ୍କରି ନାଁଟିକୁ ଆଉ କିଛିଦିନ ଯାଏଁ ନିଜର ବାହ୍ୟଆବରଣ କରିରଖିବା ପାଇଁ ସାବିତ୍ରୀ ମନେ ମନେ ସ୍ଥିର କରିନେଇଛନ୍ତି ।



Rate this content
Log in

Similar oriya story from Inspirational