Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନ୍ଧାର ଆଲୋକ ଠାରୁ ମହାନ
ଅନ୍ଧାର ଆଲୋକ ଠାରୁ ମହାନ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

5 Minutes   273    12


Content Ranking

ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ଅନ୍ଧାର ଆଲୋକ ଠାରୁ ମହାନ

ସୂର୍ଯ୍ୟ ଅସ୍ତ ହୋଇ ଗଲେଣି । ସାରା ଗାଁ ଅନ୍ଧାରରେ ଆଚ୍ଛନ୍ନ ହୋଇଯିବ । ସେଥିପାଇଁ ରନ୍ଧା କାମରେ ବ୍ୟସ୍ତ ସ୍ତ୍ରୀ ଲୋକମାନେ ଦୀପ ଲଗାଇଲେ ।

ମାଛ ଭଜାର ବାସ୍ନା କୁଡିଆରୁ ଭାସି ଆସୁଛି । ଏହି ବାସ୍ନା କୁକୁରଟିର କ୍ଷୁଧା ବଢେଇ

ଦେଲା । ତାହା ତାକୁ ଦ୍ୱାର ମୁହଁକୁ ଟାଣିଆଣିଲା । ସେଠାରେ ସେ ଲାଙ୍ଗୁଡ ହଲାଇଲା । ସେ ଦେଖିଲା କାହାର ନାଁ ଗନ୍ଧ ନାହିଁ । ତେଣୁ ସେ ଭୁକିଲା । ସେଥିରେ ସେ କାନ୍ଦୁଥାଏ – “ମୋତେ ଭାରି ଭୋକ, କିଛି ଖାଦ୍ୟ ମିଳୁ ।”

କୁକୁରର ଭୁକା ଶୁଣି ସ୍ତ୍ରୀ ଲୋକଟି ତାକୁ ଗାଳିଦେଲା । ଖାଲି ସେତିକି ନୁହେଁ, ସେଠାରୁ ତଡିଦେଲା ।

କୁକୁର ମୁଁହ ଫିକା ପଡିଗଲା । ସେ ଭୁକି ଭୁକି ଯାଉଥିଲା, “ଆଲୋକ ଠାରୁ ଅନ୍ଧାର

ମହାନ୍ ।”

କୁକୁରଟି କ’ଣ କହୁଥିଲା, ସ୍ତ୍ରୀ ଲୋକଟି ବୁଝିବାକୁ ଅକ୍ଷମ । ବୁଝିବା ପାଇଁ ସେ ହାତକୁ ନେଇ ତା’ର ମୁଣ୍ଡରେ ବାଡେଇଲା ।

କିନ୍ତୁ ତାହା ବ୍ୟର୍ଥ । ଅର୍ଥ ଜାଣି ପାରିଲା ନାହିଁ । ସେ ତା’ର ସ୍ୱାମୀକୁ ଏ ବିଷୟରେ

ପଚାରିଲା ।

ସେ କିନ୍ତୁ ତା ସ୍ତ୍ରୀ ଠାରୁ ବିଜ୍ଞ ନୁହେଁ । ଉଭୟେ ଗାଁରେ ଅନ୍ୟ ଗ୍ରାମବାସୀଙ୍କୁ ପଚାରିଲେ । ଗାଁଟାଯାକର ସମସ୍ତେ ମାଈ କୁତୀ କହିଥିବା କଥାର ଅର୍ଥ ଜାଣିବାକୁ ଆଗ୍ରହୀ । ମୁଣ୍ଡ ଖେଳାଇଲେ, କିନ୍ତୁ ଅର୍ଥ ଜାଣି ପାରିଲେ ନାହିଁ । ସେଥିପାଇଁ ବ୍ୟସ୍ତ ଓ ବିଚଳିତ । ଅର୍ଥ ପାଇଁ ମିଳିତ ଉଦ୍ୟମ ହେଲା । ଅଥଚ କେହି କୌଣସି ସଠିକ୍ ଅର୍ଥ ତା’ର ପାଇ ପାରିଲେ ନାହିଁ । ଶେଷକୁ ଜଣେ

କହିଲା - “ଅନ୍ଧାର କିପରି ଆଲୋକ ଠାରୁ ମହାନ୍ ହେବ ?”

ଏହା ଅବାସ୍ତବ । ଅର୍ଥହୀନ । ଏଥିରେ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ । କିନ୍ତୁ ବୁଢାଟିଏ କହିଲା - “ତୁମେ ଯଦି ଏହି ଉକ୍ତିର ଅର୍ଥ ପାଉନାହଁ, କୁତୀକୁ ଏହାର ଅର୍ଥ ପଚରାଯାଉ ।

ସେ ଠିକ୍ ଉତ୍ତର ଦେଇ ପାରିବ । ”

କଥାଟା ଗାଁ ବାଲାଙ୍କ ମନକୁ ଆସିଲା । ସମସ୍ତେ କୁତୀକୁ ଖୋଜିବାକୁ ଲାଗିଗଲେ । ଶେଷକୁ ସେମାନେ ଦେଖିଲେ ଯେ କୁତିଟି ଅଳିଆ ଗଦାରେ ଜାକିଜୁକି ହୋଇ ଶୋଇଛି ।

ସେମାନଙ୍କର ଅନୁରୋଧରେ କୁତୀଟି ହାକିମିଆ କଣ୍ଠରେ କହିଲା - “ତମ ଭଳିଆ ଲୋକକୁ ମୋ ଉକ୍ତିର ତାତ୍ପର୍ଯ୍ୟ କିଛି କହିବି ନାହିଁ । ଯଦି ରାଜା ନିଜେ ପଚାରିବେ, ତାହା ହେଲେ ଏହାର ଅର୍ଥ କହିବି ।”

ଏହି ଉତ୍ତର ଗ୍ରାମବାସୀଙ୍କ ପ୍ରତି ଅପ୍ରତ୍ୟାଶିତ । ଗାଁ ଲୋକମାନେ ସେମାନଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା କଲେ ।

ସେମାନଙ୍କ ମଧ୍ୟରୁ ଜଣେ ପ୍ରସ୍ତାବ ଦେଲା -

“ଚାଲ, ଆମେ କୁକୁରକୁ କହିବା ଯେ, ଆମେ ରାଜାଙ୍କ ପାଖକୁ ଯାଉଛୁ, ତୋ ଉକ୍ତିର ଅର୍ଥ ରାଜାଙ୍କୁ କହିଦେବୁ ।”

ଏ କଥା କୁତୀ ଶୁଣି ଭୟଙ୍କର ରାଗିଯାଇ ସେମାନଙ୍କୁ ଭୁକିବାକୁ ଲାଗିଲା । ତାର ଅର୍ଥ ହେଲା - “ତୁମେ ମତେ କ’ଣ ବୋଲି ଭାବିଛ ? ଯଦି ରାଜା ଅର୍ଥ ଜାଣିବାକୁ ବ୍ୟଗ୍ର, ମୁଁ ଯାଇ

କହିବି । କିନ୍ତୁ ସେଥିପାଇଁ ମୋତେ ପାଲିଙ୍କିରେ ତାଙ୍କ ପାଖକୁ ଯାଇ ତାଙ୍କ ଆଗରେ ଉତ୍ତର ଦେବାକୁ ହେବ ।”

କୁତୀର କଥା ଶୁଣି ଗାଁବାଲା ସ୍ତମ୍ଭୀଭୂତ । ପାଟିରୁ ତାଙ୍କର କଥା ବାହାରିଲା ନାହିଁ । କିନ୍ତୁ ଅର୍ଥ ଜାଣିବାର ଆଗ୍ରହ ତ ସେମାନଙ୍କର ପ୍ରବଳ । ତାହା ସେମାନଙ୍କୁ ରାଜାଙ୍କ ପାଖକୁ ଯିବାକୁ ବାଧ୍ୟ କଲା ।

ରାଜା ସେମାନଙ୍କର କଥା ଧୈର୍ଯ୍ୟର ସହ ଶୁଣିଲେ । ଯେଉଁ କୁତୀ ରାଜାଙ୍କ ଠାରୁ ସମ୍ମାନ ଚାହୁଁଚି, ସେ ସାଧାରଣ କୁତୀ ନୁହଁ । ଏହା ହେଲା ରାଜାଙ୍କର ମତ । ତାକୁ ଦେଖିବାକୁ ରାଜା ବି ଇଚ୍ଛୁକ ।

ରାଜାଙ୍କର ଲୋକେ ପାଲିଙ୍କିଟିଏ ନେଇ କୁତୀ ପାଖକୁ ଗଲେ । ତାକୁ ଆସିବାକୁ ସେମାନଙ୍କର ତାକୁ ଅନୁରୋଧ ଥିଲା ।

ପାଲିଙ୍କରେ ଆନନ୍ଦରେ ବସି କୁତୀଟି ରାଜଦ୍ୱାର ନିକଟକୁ ଆସିଲା । ସେଠାରେ ରାଜାଙ୍କର ଲୋକେ କୁତୀକୁ ପାଲିଙ୍କିରୁ ଉଆସକୁ ଯିବାକୁ କହିଲେ । କିନ୍ତୁ କୁତୀ ପାଲିଙ୍କିରୁ ଓହ୍ଲାଇବାକୁ ନାରାଜ ।

ରାଜାଙ୍କର ଲୋକେ କୁତୀର ଏ ଅଦ୍ଭୁତ ପ୍ରକାର ବ୍ୟବହାରର କୈଫିୟତ ମାଗିଲେ । କୁତୀର ଉତ୍ତର ହେଲା - “ରାଜାଙ୍କ ଦରବାର ମଝିରେ ଗୋଟିଏ ପରଦା ଟଣାଯାଉ । ମୁଁ ଗୋଟିଏ ପଟେ ବସିବି । ରାଜା ଆରପଟେ ବସିବେ । ମୁଁ ଉତ୍ତର ଦେଲାବେଳେ ରାଜାଙ୍କର ଶ୍ରୀମୁଖ ଯେପରି ଦେଖି ପାରିବି ନାହିଁ ।”

କୁତୀର ଦାବୀ ରାଜାଙ୍କୁ ଜଣାଇ ଦିଆଗଲା ।

ଏ ପ୍ରକାର ଦାବୀ ଅଭିନବ । ଏହା ଶୁଣି ରାଜା ମଧ୍ୟ ଆଶ୍ଚର୍ଯ୍ୟ । କିନ୍ତୁ ଉତ୍ତର ଶୁଣିବାକୁ ରାଜା ତ ଆଗ୍ରହୀ । ତେଣୁ କୁତୀର ପ୍ରସ୍ତାବରେ ସେ ରାଜି ହେଲେ । ଗୋଟିଏ ବିରାଟ ପରଦା ରାଜାଙ୍କ ସିଂହାସନ ଓ କୁତୀ ବସିବା ଜାଗା ମଧ୍ୟରେ ଟଣା ହେଲା । ରାଜା କହିଲେ - “ମୁଁ ତମ ଭଳି କୁତୀ ବିଷୟରେ ଆଗରୁ କିଛି ଶୁଣି ନାହିଁ । ମୋ ଦରବାରରେ ତମକୁ ମୁଁ ଭେଟୁଛି । ସେଥିପାଇଁ ମୁଁ ଖୁସି । ବାସ୍, ଆମେ ଜାଣୁ ଆଲୋକ ଅନ୍ଧାର ଠାରୁ ମହାନ୍ । କିନ୍ତୁ ଆପଣ ବିପରୀତ କଥା କହୁଛନ୍ତି । ସମସ୍ତେ ସେମାନଙ୍କର କାମରେ ବ୍ୟସ୍ତ । ସେଥିପାଇଁ ମୁଁ କ’ଣ ମୋର ପ୍ରଜାମାନେ ବି ବ୍ୟସ୍ତ । ଦୟାକରି ମୋତେ କୁହନ୍ତୁ - ଅନ୍ଧାର କିପରି ଆଲୋକ ଠାରୁ ମହାନ ।”

କୁତୀ କହିଲା - “ମହାରାଜ, ଏହା ସମସ୍ତଙ୍କର ଧାରଣା ରାଜା ବେଶୀ ଧନର ମାଲିକ । ସେ ସାରା ସଂସାରକୁ ଆଲୋକରେ ଶାସନ କରନ୍ତି । ଅନ୍ଧାର ବିପଦର ଦେବତା । ଆଲୋକ ଲିଭିଗଲେ ସେ ଶାସନ ଚଳାନ୍ତି । ଯେତେବେଳେ ଆଲୋକ ଥାଏ, ମୋ ଭଳି ବିଚାରା ଜୀବର ଖାଦ୍ୟ ଆଣିବାକୁ ଯିବା ବିପଦଜନକ । ତେଣୁ ସେ କ୍ଷାନ୍ତ ହୁଏ । କିନ୍ତୁ ଅନ୍ଧାର ଆସିଗଲେ, ଅବସ୍ଥାର ପରିବର୍ତ୍ତନ ହୋଇଯାଏ । ସମସ୍ତେ ସେମାନଙ୍କର କାମ ଛିଣ୍ଡାଇ ଶୋଇଯାନ୍ତି । ଫଳରେ ନିଦର ଘୁଙ୍ଗୁଡି ମାରନ୍ତି । ଆମକୁ ସୁବିଧା ଜୁଟେ । ଆମେ ଖାଦ୍ୟ ଚୋରୀ କରି ଖାଉ । ତେଣୁ ମୋ ମତରେ ଅନ୍ଧାର ଆଲୋକ ଠାରୁ ମହାନ୍ ।

ରାଜାଙ୍କ ମୁହଁରେ ହସ । କୁତୀର ବକ୍ତବ୍ୟ ଯୁକ୍ତିଯୁକ୍ତ । ତାହା ସେ ଗ୍ରହଣ କଲେ । ତାପରେ ରାଜାଙ୍କର ପ୍ରଶ୍ନ - “ଆମ ଭିତରେ ପରଦା ପକାଇବାକୁ ତୁମେ କାହିଁକି ଜିଦ୍ ଧରିଲ ।”

କୁତୀର ଉତ୍ତର ଥିଲା - “ଆମର ପ୍ରଥା ଅନୁସାରେ ଶାଶୁ ଓ ଜ୍ୱାଇଁ ପରସ୍ପର ଏକାଠି ରହନ୍ତି ନାହିଁ । ତେଣୁ ମହାରାଜ କିପରି ଶାଶୁ ସାଥିରେ ସାମ୍ନା ସାମ୍ନି କଥା ହୋଇଥାନ୍ତେ ।”

ଏକଥା ଶୁଣି ରାଜା ହତବାକ୍ୟ । ଆଚ୍ଛା, ଯଦି ତୁମେ ଗୋଟିଏ କୁତୀ, ତୁମେ କିପରି ଶାଶୁ ବୋଲି ଦାବୀ କରୁଛ ? ଏହା ଅସମ୍ଭବ ଓ ଅସ୍ୱାଭାବିକ କଥା । ରାଜା ବିରକ୍ତ ହୋଇ ଗର୍ଜି ଉଠିଲେ । ଖାଲି ସେତିକି ନୁହେଁ, ପରଦା ଦଉଡିକୁ ଟାଣି ଦେଲେ । ତାହା ଛିଣ୍ଡି ଗଲା ।

ରାଜା ଦେଖିଲେ – କୁକୁରଟି ତାର ପଛ ଗୋଡ ଦୁଇଟିରେ ବସିଛି । ସେ ରାଜାଙ୍କୁ ଦେଖି ଠିଆ ହେଲା । ଥର ଥର ଗଳାରେ ସେ କହିଲା - “ମହାରାଜ, ଦୟାକରି ମୋ କଥା ଟିକିଏ ଶ୍ରବଣ କରନ୍ତୁ । ଅଳ୍ପ ଦିନ ତଳେ ମହାରାଜ ନିଜେ ମହାରାଣୀଙ୍କ ଉପରେ ରାଗିଥିଲେ । ହଜୁର୍ ଯାହା ତାଙ୍କୁ ଗାଳି ଦେଲେ ତାହା ହଜୁରଙ୍କ ମନେ ଅଛି । କିନ୍ତୁ ଆପଣ କୁତୀ କନ୍ୟା ବୋଲି କହି ନଥିଲେ କି ? ଯଦି ହଜୁରଙ୍କ ରାଣୀ ମୋର କନ୍ୟା, ମୁଁ ହଜୁରଙ୍କ ଶାଶୁ ନୁହେଁ କି?”

ରାଜା ହସି ଉଠିଲେ । ସଭାସଦ୍ ଓ ପ୍ରଜାମାନେ ତାଙ୍କୁ ଅନୁସରଣ କଲେ ।

ରାଜାଙ୍କର କୁତୀ ପ୍ରତି ଦୟା ହେଲା । ରାଜ ଉଦ୍ୟାନରେ ତାର ରହିବା ପାଇଁ ଘରଟିଏ ହେଲା । ଉଦ୍ୟାନ ରକ୍ଷକକୁ ତାର ତତ୍ତ୍ୱ ନେବାକୁ ଓ ଖାଇବାକୁ ଦେବାକୁ ଆଦେଶ ଦେଲେ । କୁତୀର ବୁଦ୍ଧିର ବିଚକ୍ଷଣତା ପାଇଁ ଏହା ଥିଲା ରାଜାଙ୍କର ପୁରସ୍କାର ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


ଆଲୋକ ଅନ୍ଧାର ମାଛ ଭଜା

Rate the content


Originality
Flow
Language
Cover design

Comments

Post

Some text some message..