Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ସର୍ବସାଧାରଣ ସମ୍ପତ୍ତି

ସର୍ବସାଧାରଣ ସମ୍ପତ୍ତି

4 mins
7.1K


ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ସର୍ବସାଧାରଣ ସମ୍ପତ୍ତି

ଜଣେ ସାଧୁ ଥିଲେ । ତାଙ୍କର ବ୍ୟାଗ୍ ଗୋଟିଏ ତକିଆ ଖୋଳ ଭଳି ଦେଖାଯାଏ । କିନ୍ତୁ ସେଥିରେ ତୁଳା ନଥିଲା । ଅସଦ୍ ଉପାୟରେ ସଂଗୃହୀତ ସୁନା ସବୁ ଥିଲା । ସେକେଣ୍ଡ୍ ତ ଦୂରର କଥା, କ୍ଷଣକ ପାଇଁ ମଧ୍ୟ ସେ ତାଙ୍କ ବ୍ୟାଗକୁ ହାତଛଡା କରୁ ନଥିଲେ । ତା’ ଛଡା କାହାକୁ ମଧ୍ୟ ସେ ତାଙ୍କ ବ୍ୟାଗ୍ ଛୁଆଁଇ ଦେଉ ନଥିଲେ ।

ଅନେକ ସେଇ ବ୍ୟାଗକୁ ଛଡାଇ ନେବାକୁ ଚାହାନ୍ତି । କିନ୍ତୁ ସମସ୍ତେ ସେଥିରେ ଅସଫଳ ହୁଅନ୍ତି । ସେ ସମସ୍ତଙ୍କୁ କହନ୍ତି - “କେବଳ ମୃତ୍ୟୁ ହିଁ ତାଙ୍କ ଠାରୁ ତାଙ୍କ ବ୍ୟାଗକୁ ଅଲଗା କରି ପାରିବ । ସେଇ ବ୍ୟାଗ୍ ହେଉଛି ତାଙ୍କ ଆତ୍ମା ସଦୃଶ୍ୟ ।”

ସେଇ ଅଞ୍ଚଳରେ ଗୋଟିଏ ଯୁବକ ରହେ । ସେ ଭାବିଲା “ମୁଁ କିଛି ଚତୁରତା ପ୍ରୟୋଗ କରି ସାଧୁଙ୍କ ଠାରୁ ସେଇ ଧନରତ୍ନ ପୂର୍ଣ୍ଣ ବ୍ୟାଗଟି ହାସଲ କରିବି ।” ଦିନେ ସେହି ଯୁବକ ସାଧୁଙ୍କ ପାଖକୁ ଗଲା । ତା’ର ସାଧୁଙ୍କୁ ପ୍ରାର୍ଥନା - “ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ । ” ଏକଥା ଶୁଣି ସାଧୁ ଭାବିଲେ – ସେ ବୃଦ୍ଧ ହୋଇଗଲେଣି । ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ଜଣେ ନିହାତି ଦରକାର । ତେଣୁ ସେ ଯୁବକର କଥାରେ ଖୁସି । ସେ ରାଜି ହୋଇଗଲେ । ସେହିଦିନ ଠାରୁ ଯୁବକକୁ ସାଧୁ ଶିଷ୍ୟ ଭାବେ ଗ୍ରହଣ କଲେ । ଯୁବକଟି ପ୍ରତିଦିନ ସାଧୁଙ୍କୁ ଗାଧୋଇବା ପାଇଁ ନଈକୁ ନେଇଥାଏ । ଯେତେବେଳେ ସାଧୁ କ୍ଲାନ୍ତ ହୋଇପଡନ୍ତି, ତାଙ୍କର ଗୋଡ ଘଷି ଦିଏ । ତାଙ୍କ ପାଇଁ ଭିକ୍ଷା ମାଗି ଆଣେ । ସାଧୁ ଯୁଆଡେ ଯିବାକୁ ଚାହାନ୍ତି ତାଙ୍କୁ କାନ୍ଧରେ ବସାଇ ନେଇଯାଏ । ସେ ସବୁବେଳେ ସାଧୁଙ୍କର କାର୍ଯ୍ୟରେ ନିଜକୁ ନିୟୋଜିତ କରେ । ସାଧୁ ଯୁବକର ସାହାଯ୍ୟ ପାଇ ତା’ ଉପରେ ଖୁସି ହୁଅନ୍ତି ।

ଦିନ ଗଡି ଚାଲିଥାଏ । ଏହା ଭିତରେ ସାଧୁ ଯୁବକଟିକୁ ଦିନକୁ ଦିନ ଭଲ ପାଇବାରେ ଲାଗିଲେ । ଯୁବକଟି ଏବେ ସାଧୁଙ୍କର ଖୁବ୍ ବିଶ୍ୱାସୀ । ତେଣୁ ସାଧୁ ନିଜର ସୁନା ପୂର୍ଣ୍ଣ ବ୍ୟାଗ୍ ବ୍ୟତୀତ ସବୁ ଜିନିଷର ଦାୟିତ୍ୱ ଯୁବକକୁ ଦେଇଦେଲେ ।

ଯୁବକଟି ସାଧୁଙ୍କର ଗତିବିଧି ଲକ୍ଷ୍ୟ କରୁଥାଏ । ସେ ନିଜେ ନିଜେ କୁହେ “ଏଇଟି ଉପଯୁକ୍ତ ସମୟ ନୁହେଁ । ମତେ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।” ଦିନେ ସକାଳୁ ସାଧୁ ଓ ଶିଷ୍ୟ ଗୋଟିଏ ଗାଁରୁ ଅନ୍ୟ ଗୋଟିଏ ଦୂର ଗାଁକୁ ବାହାରିଲେ । ଶିଷ୍ୟଟି ଅଧଘଣ୍ଟା ଚାଲିବା ପରେ ହଠାତ୍ ରହିଯାଇ ଚିତ୍କାର କଲା - “ହେ ଗୁରୁ, ମୁଁ ଗୋଟିଏ ବଡ ପାପ କରି ବସିଛି । ଯଦି ମୁଁ ସେଥିରୁ ମୁକ୍ତ ନ ହୁଏ, ମତେ ଭଗବାନ କେବେ ହେଲେ କ୍ଷମା କରିବେ ନାହିଁ । ବର୍ତ୍ତମାନ ମତେ କୁଡିଆକୁ ଫେରି ଯିବାକୁ ହେବ ।”

“ପାପ । କି ପାପ? ସତ କୁହ ।” ସାଧୁ ପଚାରିଲେ ।

“ଗତ ରାତିରେ ଯେତେବେଳେ ମୁଁ ଗୋଟିଏ ଗାଁରୁ ଭିକ୍ଷା ନେଇ ଫେରୁଥିଲି, ଗୋଟିଏ ସ୍ତ୍ରୀ ଲୋକ ମତେ ତା’ର ଘରକୁ ଡାକିଲା ଏବଂ ଖାଇବାକୁ ଦେଲା । ଯେତେବେଳେ ମୁଁ ଖାଉଥିଲି, ବୁଢିଆଣୀ ଜାଲ ଏବଂ ଅଳିଆ ତା’ର ଚାଳରୁ ମୋ ମୁଣ୍ଡରେ ପଡିଲା । ମୁଁ ସେଇ ବୁଢିଆଣୀ ଜାଲ ଓ ଅଳିଆକୁ ଉପର ଠାଉରିଆ ଭାବେ ଝାଡିଦେଲି । ତାହା ମୋ ମୁଣ୍ଡରୁ ତା’ର ଘରେ ପଡିଲା । କିନ୍ତୁ ଏବେ ମୁଁ ଭାବୁଛି ମୋ ଅଜାଣତରେ କିଛି ବୁଢିଆଣୀ ଜାଲ ମୋ ମୁଣ୍ଡରେ ଲାଗିଛି । ନ୍ୟାୟତଃ ଏ ବୁଢିଆଣୀ ଜାଲ ଘରର ମାଲିକର । ସାମାନ୍ୟ ହେଲେ ବି ଏହା ତା’ର ସମ୍ପତ୍ତି । ତା’ର ଅଜ୍ଞାତସାରରେ ମୁଁ ସେତକ ଘେନି ଆସିଛି । ଏହା ତ ଚୋରୀ । ଏହା କ’ଣ ଗୋଟିଏ ପାପ

ନୁହେଁ ?”

ତା’ କଥା ଶୁଣି ସାଧୁ ହସିଲେ । ସେ କହିଲେ - “ସମ୍ପତ୍ତି ବୋଲି ଏଇ ବୁଢିଆଣୀ ଜାଲ । ସମ୍ପତ୍ତିରେ ଏହାକୁ ଏହାକୁ କିଏ ଗଣେ ? ବରଂ ତମେ ଯଦି ଘରର ସବୁ ବୁଢିଆଣୀ ଜାଲତକ ନେଇଆସିବ, ଘରର ମାଲିକ ଖୁବ୍ ଖୁସି ହେବେ ।”

“ନାଁ, ନାଁ ଗୁରୁଦେବ । ସମ୍ପତ୍ତି ଅର୍ଥ ସମ୍ପତ୍ତି । ସିଏ ସୁନା ହେଉ ବା ବୁଢିଆଣୀ ଜାଲ ହେଉ ବିନା ଅନୁମତିରେ ଅନ୍ୟର ସମ୍ପତ୍ତିକୁକ ନେଇ ଆସିବାଟା ପାପ । ମୁଁ ସନ୍ନ୍ୟାସୀ । ସମ୍ପତ୍ତି ଲୋଭ ମୋର ନାହିଁ ଏହା ସତ୍ୟ । ମୁଁ ତା’ର ସମ୍ପତ୍ତିକୁ ଆଣିବା କଥା ସ୍ୱପ୍ନରେ ସୁଦ୍ଧା ଭାବିବାର ନୁହଁ । ତଥାପି ମୁଁ ଏହାକୁ ଆଣିଛି । ଫେରାଇ ନଦେଲେ ମୋ ଆତ୍ମାକୁ ଶାନ୍ତି ମିଳିବ ନାହିଁ ।”

ଏହା କହିବା ପରେ ଶିଷ୍ୟଟି କୁଡିଆକୁ ଦୌଡିବାକୁ ଲାଗିଲା । ଏପରିକି ଗୁରୁଙ୍କର ଅନୁମତି ମାଗିବାକୁ ମଧ୍ୟ ଅପେକ୍ଷା କରିପାରିଲା ନାହିଁ ।

“ଏଡେ ସଚ୍ଚୋଟ ବ୍ୟକ୍ତି । ମୁଁ ଏହାକୁ ନିଜର ଶିଷ୍ୟ ଭାବରେ ଗ୍ରହଣ କରି ଖୁବ୍ ଗର୍ବୀତ । ଧନ୍ୟ ବି ।” ସାଧୁ ନିଜକୁ ନିଜେ ଧନ୍ୟବାଦ ଦେଲେ । ଯୁବକଟି ସାଙ୍ଗେ ସାଙ୍ଗେ ସାଧୁ ଥିବା ସ୍ଥାନକୁ ଫେରିଆସିଲା । ସେ ଧଇଁସଇଁ ହୋଇ ଜୋରରେ ନିଃଶ୍ୱାସ ମାରୁଥାଏ । ସେ ସେଇ ଅବସ୍ଥାରେ କହିଲା – “ହେ ଗୁରୁଦେବ, ମୁଁ ମୋର ପାପ ଧୋଇସାରିଛି । ମୁଁ ସେଇ ସ୍ତ୍ରୀଲୋକଟିର ଜିନିଷକୁ ତାକୁ ଫେରାଇ ଦେଇ ଆସିଛି ।”

ସନ୍ଧ୍ୟା ହେଲା । ସାଧୁ ସ୍ନାନ କରିବାକୁ ଚାହିଁଲେ । ତେଣୁ ସେ ତାଙ୍କ ଦେହରୁ ସମସ୍ତ ବସ୍ତ୍ର ବାହାର କଲେ । ତାକୁ ଶିଷ୍ୟକୁ ଦେଇ କହିଲେ - “ତମେ ମୋର ପୋଷାକ ଓ ଭିକ୍ଷା ପାତ୍ରଟିକୁ ଜଗିଥିବ ।” ତା’ପରେ ସେ ସୁନା ପୂର୍ଣ୍ଣ ବ୍ୟାଗ୍ ଓ ପୋଷାକ ତାଙ୍କର ଶିଷ୍ୟ ହାତକୁ ବଢାଇଦେଲେ । କହିଲେ - “ମୁଁ ସ୍ନାନ କରିବାକୁ ଯାଉଛି । ତମେ ଜଣେ ସଚ୍ଚୋଟ ବ୍ୟକ୍ତି । ମୁଁ ତମକୁ ବିଶ୍ୱାସ କରେ । ତମେ ବ୍ୟାଗଟିକୁ ଯତ୍ନ ସହକାରେ ଜଗିଥିବ ।”

ଶିଷ୍ୟଟି ବ୍ୟାଗକୁ ଗଛ ଛାଇରେ ଥୋଇ ତା’ ପାଖରେ ବସିଲା । ଜଣେ ଭଦ୍ରଲୋକ ହିସାବରେ ଗୁରୁଙ୍କର ବିଶ୍ୱାସ ଜନ୍ମାଇବା ପାଇଁ କହିଲା, “ଗୁରୁଦେବଙ୍କର ସମ୍ପତ୍ତି ସାକ୍ଷାତ ଭଗବାନଙ୍କର ସମ୍ପତ୍ତିକୁ ଠକି ନେବାକୁ ସାହସ କରିବ ନାହିଁ । ”

ଶିଷ୍ୟର କଥାରେ ଖୁସି ହୋଇ ଗୁରୁ ସ୍ନାନ କରିବା ପାଇଁ ପୋଖରୀକୁ ଗଲେ । ସେଠାରେ ବହୁ ସମୟ ଧରି ମନ ଖୁସିରେ ସେ ସ୍ନାନ କଲେ । ସ୍ନାନ ସାରି ସେ ଘଣ୍ଟାଏ ପରେ ଫେରିଲେ । କିନ୍ତୁ ସେ ଦେଖିଲେ ଶିଷ୍ୟଟି ସେଠାରେ ନାହିଁ । ସେ ଚାରିଆଡେ ଖୋଜାଖୋଜି କଲେ । କିନ୍ତୁ କେଉଁଠାରେ ହେଲେ ସେ ଶିଷ୍ୟକୁ ପାଇଲେ ନାହିଁ । ସେ ନିଜର ମୁଣି ହରାଇଛନ୍ତି, ଏହା ତାଙ୍କର ଭୟ ହେଲା । ସେ ଶିଷ୍ୟର ନାମ ଧରି ବଡ ପାଟିରେ ଡାକିଲେ । କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ ।

ସାଧୁ ଉପାୟଶୂନ୍ୟ । ସେ ତାଙ୍କର ମୁଣ୍ଡ ବାଳକୁ ଟାଣି ଛାତି ବାଡେଇ କାନ୍ଦିବାକୁ ଲାଗିଲେ । ମାଟିରେ ପଡି ଗଡିବାକୁ ଲାଗିଲେ । ସେତିକିବେଳେ ସେ ଦେଖିଲେ ମାଟିରେ ଗୋଟିଏ ଧାଡି ଲେଖା ହୋଇଛି । ସେ ଲୁହ ପୂର୍ଣ୍ଣ ଆଖିରେ ସେଇ ଧାଡିଟିକୁ ପଢିଲେ । ଧାଡିରେ ଲେଖା ଥିଲା - “ଭଗବାନଙ୍କ ସମ୍ପତ୍ତି ହେଉଛି ସର୍ବସାଧାରଣଙ୍କର ।”

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


Rate this content
Log in

Similar oriya story from Children