Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Comedy Others Inspirational

0.6  

Amiya Bej

Comedy Others Inspirational

ସତ : ୬

ସତ : ୬

1 min
14.9K


{୧}

ଆଜି ସବୁ ଫେଷ୍ଟିଭ୍ ମୁଡ୍ । ମାଇପେ ସଜବାଜ , ଗହଣା ଲତପତ । ଦେଖି ଦେଖେଇହେବାର ମାୟା ।

{୨}

ମଉକା ଆଜି 'ଚକରା' ର । ହାତ କାମରେ ଦକ୍ଷତା ଦେଖେଇବ । ମୁଡ୍ଡି ମାଇକିନାଙ୍କ ବେକରୁ , ଏଇମିତି ବାଗରେ ଝାମ୍ପିନେବଯେ' , ସୁରାଗ ମିଳିବନି । ଦି'ଚାରିଟା ଶିକାର ମିଳିଗଲେ , ଛ'ମାସ ସୁଖ !

ଧରାପଡି ପିଟା ଖାଇଲେ ବି ବାଧିବନି । ଚମଡ଼ା ମୋଟେଇ ଗଲାଣି । ପାଣୁ କନେଷ୍ଟବଳ କୁ ଭାଗ ଦେଇ ହାତେଇଛି ସେ । ଦି'ଦିନରେ ମୁକୁଳେଇ ଦେବ ।

{୩}

- ହଇଓ ! ଏତେ ଗହଣାଗାଣ୍ଠି ରେ ପୋତି ହେଇଛ କିଆଁ ?

ପୂଜା ଭିଡ଼ରେ , ଚେନ୍ ଲୁଟେରା ମାତିଛନ୍ତି , ଜଣାନାଇଁ ??

- ମାତନ୍ତୁ । କଣଟା ' ଅବା ଲୁଟିବେ ଯେ ??

- ମାନେ ?

- ସବୁତ ଇମିଟେସନ୍ । ଧରାପଡିଲେ ତୁଚ୍ଛାଟାରେ ବହେ ମାଡ ଖାଇବେ ବରଂ !!

- ଏଁ ! ଶଃ , ତାହେଲେ ଏସବୁ ଚମକ ଆର୍ଟିଫିସିଆଲ୍ ? 

- ଆଉନା !

- ଧୋକା , ଘୋର୍ ଧୋକା !

( ବିଚରା ପତି ଆଉ ବିଚରା ଚକରା , ଦୁହେଁଯାକ ପାଖାପାଖି ବୋକା )

@ ଅମିୟ


Rate this content
Log in

Similar oriya story from Comedy