Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ପତନର କାରଣ

ପତନର କାରଣ

2 mins
7.2K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ପ୍ରାଚୀନ କାଳରେ ଚେଦି ବେଶରେ ଧର୍ମଦତ୍ତ ନାମରେ ଜଣେ ବ୍ରାହ୍ମଣ ରହୁଥିଲା l ସେ ବେଶ୍ ହୃଷ୍ଟପୃଷ୍ଟ ଥିଲେ ମଧ୍ୟ ଦେଖିବାକୁ ଅସୁନ୍ଦର ଥିଲା l ତେଣୁ ତା’ର ବିଭାଘର ହୋଇ ପାରୁନଥିଲା l ତେଣୁ ବିଚରା ବ୍ରାହ୍ମଣ ବଡ଼ ଦୁଃଖୀ ଥିଲା l ନିଜର କର୍ମ କାଣ୍ଡରେ ଆଉ ମନ ଲାଗୁନଥିଲା l ସେ ପ୍ରଥଭ୍ରଷ୍ଟ ହୋଇଯାଇଥିଲା l ହେଲେ ବ୍ରାହ୍ମଣ ହୋଇଥିବାରୁ ତାକୁ କର୍ମକାଣ୍ଡ କରିବାକୁ ହିଁ ମିଳୁଥିଲା l

ଥରେ ତାକୁ ଏକ ବିବାହ କାର୍ଯ୍ୟ କରିବାକୁ ମିଳିଲା l ଯେତେବେଳେ କନ୍ୟା ବାରମାଳା ନେଇ ଆସିଲା, ସେତେବେଳେ ତାକୁ ଅନାଇ ତା’ର ରୂପରେ ବିମୋହିତ ହୋଇଗଲା l ବିବାହ କରାଇ ସାରି ସେ ବରକୁ କହିଲା – କନ୍ୟାଠାରେ ମଙ୍ଗଳଦୋଷ ଅଛି l ଏଣୁ ସଙ୍ଗେ ସଙ୍ଗେ ବିଦାକାରିବା ଶାସ୍ତ୍ର ଦୃଷ୍ଟିରୁ ଠିକ୍ ନୁହେଁ l ବରର ବାପା ମଧ୍ୟ ସେ କଥା ଗ୍ରହଣ କରିନେଲେ l ତେଣୁ ସେ ମଙ୍ଗଳଦୋଷ ଶେଷ କରିବା ପାଇଁ ନାଟକୀୟ ଢଙ୍ଗରେ ବିଧି ବିଧାନ କରି କହିଲା – ଯେ କନ୍ୟା ତା’ସହିତ ଏକୁଟିଆ ବେଦୀ ଉପରେ ରହିବ l ସାରାରାତି ପୂଜାପାଠ ପରେ ସକାଳକୁ ଶୁଦ୍ଧ ହୋଇଯିବ l

ପୁରୋହିତ ବ୍ରାହ୍ମଣ ଯେତେବେଳେ କହୁଛନ୍ତି ତା’ କଥାରେ ବିଶ୍ଵାସ କରି ମଙ୍ଗଳଦୋଷ ନିବାରଣ ପାଇଁ କନ୍ୟାକୁ ରାତିରେ ତା’ ପାଖରେ ଛାଡ଼ି ଦିଆଗଲା l ସେହି ବ୍ରାହ୍ମଣ ପୂଜାର ବାହାନା କରି ସାରା ରାତି ତାକୁ ଉପଭୋଗ କଲା l ସକାଳ ହେବାରୁ କନ୍ୟାଟି ବିଦା ହୋଇଗଲା l କିଛି ଦିନ ପରେ ସେହି କନ୍ଯାର ଗର୍ଭରେ ଧର୍ମଦତ୍ତର ପୁଅ ଜନ୍ମ ନେଲା l ପୁଅଟି ଠିକ୍ ରୂପ ରଙ୍ଗର ହୋଇଥିଲା l ତା’ର ସ୍ଵାମୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା l ଏପରି ସନ୍ତାନ କେମିତି ଜନ୍ମ ହେଲା ? ସେତେବେଳେ ତା’ର ସ୍ତ୍ରୀ ସବୁ ଘଟଣା ତା’ ଆଗରେ କହିଦେଲା l ଏଥିରେ ସ୍ଵାମିଟି ରାଗି ଯାଇ ତାକୁ ଘରୁ ବାହାର କରିଦେଲେ l ବେତାଳ କହିଲା ଏଥିରେ ଦଣ୍ଡ ପାଇବ କିଏ ? ତା’ର ସ୍ଵାମୀ ନା ଧର୍ମଦତ୍ତ, ବ୍ରାହ୍ମଣ ନା କନ୍ଯାର ବାପା ମାଆ ?

ବିକ୍ରମାଦିତ୍ୟ କହିଲେ,’’ ଶୁଣ ବେତାଳ ଏପରି ଘଟଣା ମୋର ସାମ୍ନାରେ ପହଞ୍ଚିଛି ଯେତେବେଳେ ବିଚାର କରୁଛି l ପ୍ରଥମତଃ ଯୁବତୀଟି କହିଲା ନାହିଁ କି ବିରୋଧ ମଧ୍ୟ କଲା ନାହିଁ l ଏପରିକି ପାଟି ତୁଣ୍ଡ ମଧ୍ୟ କଲା ନାହିଁ l ସନ୍ତାନ ଜନ୍ମ ହେଲା ପରେ ହିଁ ସବୁ କହିଲା l ଏଥିରେ ତା’ର କିଛିଦୋଷ ନାହିଁ l ନିଃସନ୍ଦେହରେ ବିଚାରୀ ଗୋଟେ ଅବୋଧ ଝିଅ l ପାପୀ ବ୍ରାହ୍ମଣ ଯାହା କଲା, ତାହା ପୂଜାପାଠର ଏକ ଅଙ୍ଗ ବୋଲି ଧରି ନିଆଯିବ l ତେଣୁ ଧର୍ମଦତ୍ତ ବ୍ରାହ୍ମଣ ମଧ୍ୟ ଦୋଷୀ ନୁହଁ l ମଙ୍ଗଳ ଦୋଷ କଟାଇବାକୁ କନ୍ଯାର ପିତାମାତା ଜଣେ ପୁରୁଷ ପାଖରେ ରାତିରେ ଏକଲା ନିଜର ଝିଅକୁ ଛାଡ଼ିଦେଲେ କିପରି ? ଏଣୁ ଏ ପାପର ଅସଲ ଭାଗିଦାର ତା’ର ବାପାମାଆ l ତେଣୁ ଦଣ୍ଡ ତାଙ୍କୁ ହିଁ ମିଳିବା ଉଚିତ l ସେ ହିଁ ଅପରାଧୀ,ଯାହାର ବ୍ୟବହାରରୁ ଅପରାଧ ଜନ୍ମ ନେଇଥାଏ l ‘’


Rate this content
Log in

Similar oriya story from Children