Sumanta Nayak

Inspirational Romance


3.3  

Sumanta Nayak

Inspirational Romance


ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

4 mins 7.3K 4 mins 7.3K

ଜୀବନର କେଉଁ ଏକ ପାହାନ୍ତି ପହରରେ ଜଣେ ଆସେ, ମନର କବାଟ ଖୋଲି ହୃଦୟ ଭିତରେ ପଶେ, ଜୀବନରେ ଏମିତି ଏକ ଅତିଥି ସାଜେ ଯାହାର ଆସିବା ବାଟକୁ ସମସ୍ତେ ଚାହିଁ ରହିଥାନ୍ତି |   ସାତରଙ୍ଗରେ ଜୀବନକୁ ରଙ୍ଗୀନ କରିଦିଏ ଏବଂ ପୁଣି କେଉଁ ଏକ ପାହାନ୍ତି ପହରରେ ନିଜର ସାଥିକୁ ଏକୁଟିଆ କରି ଚାଲିଯାଏ| ପ୍ରେମ ଏକ ନିସ୍ତବ୍ଧ ରାତିର ପରିଟିଏ ପରି, ଯାହାର ଆସିବା କୁ କେହି ଜାଣିପାରେନା, କିନ୍ତୁ ସିଏ ଆସେ ଜୀବନରେ ରଙ୍ଗ ଭରେ ଓ ପୁଣି ଚାଲିଯାଏ ତାର ପରି ରାଇଜକୁ |

ଭୁବନେଶ୍ୱର Platform No. 2, ଚା ବିକାଳୀ, ବୁଲା ବିକାଳୀ ଓ ଲୋକ ମାନଙ୍କ କୋଳାହଳ ରେ କମ୍ପୁଥାଏ | ଠିକ ଏଇ ସମୟରେ Announcement ହୁଏ କି ଦିଲ୍ଲୀ ଅଭିମୁଖେ  ଆସୁଥିବା ଟ୍ରେନ ଟି ୧ ଘଣ୍ଟା ବିଳମ୍ବ ରେ ଆସିବ ବୋଲି | ଏହି କଥା ସମ୍ବିତ ମହାପାତ୍ରଙ୍କୁ ବ୍ୟତିବ୍ୟସ୍ତ କରିପକାଇଲା ସ୍ୱାଧୀନତାର ଏତେ ବର୍ଷ ପରେବି ରେଳ ବିଭାଗର ଏପରି କାର୍ଯ୍ୟ କୁ ସେ ସହଜରେ ଗ୍ରହଣ କରିପାରିନଥିଲେ ବିରକ୍ତି ଚିତ୍ତ ରେ ସେ ବସିପଡିଲେ ଏକ ଚେୟାର ଉପରେ | ଏବଂ ନିଜ ଅଜାଣତରେ ସେ ହଜି ଯାଇଥିଲେ ତାଙ୍କର ହୃଦୟ କନ୍ଦରରେ ଥିବା ବାନ୍ଧବୀ ପରିର ସ୍ମୃତି ରେ | 

ସେ ଥିଲେ ଗାଁର ଶାନ୍ତ ଓ ସରଳ ପରିବେଶରେ ଜନ୍ମ ଗ୍ରହଣ କରିଥିବା ଏକ ମଧ୍ୟବିତ୍ତ ପରିବାରର ପୁଅ | ପାହାନ୍ତି ପହରର କାକର ବିନ୍ଧୁପରି ସେ ଥିଲେ ଶାନ୍ତ ଓ କୋମଳ | ତୁଳସୀ ଦୁଇ ପତ୍ର ରୁ ବସିଲା ପରି ସେ ଥିଲେ ଉଜ୍ଜଳ ବନ୍ତ| ଜଣେ ମେଧାବୀ ଛାତ୍ର ଭାବରେ ସେ ଥିଲେ ସମସ୍ତଙ୍କର ପ୍ରିୟ ପାତ୍ର |ହାଇସ୍କୁଲୁ ସରିଲା ପରେ କଲେଜରେ ନାମ ଲେଖାଇଥିଲେ ସମ୍ବିତ | କଲେଜର ତାଙ୍କର ଦେଖା ହୋଇଥିଲା ପରି ସହିତ | ସତେ ଯେ ପରି ସେ ଝିଅଟି ଥିଲା ଇଶ୍ଵରଙ୍କର ସୁନ୍ଦର ସୃଷ୍ଟି ର ଏକ ସୁନ୍ଦର ପ୍ରତିଛବି | ଯାହାର କଥାକୁହା ଆଖି, ମିଠା କଥା ଓ ଅନ୍ୟକୁ ସାହାଯ୍ୟ କରିବାର ଗୁଣ ସମ୍ବିତ ମନକୁ କିଣି ନେଇଥିଲା | କ୍ରମେ ସେ ଝିଅ ସହିତ ପଦେ କଥା ଓ ଟିକେ ଦେଖା ପାଁଇ ତାର ହୃଦୟ ତାକୁ ବାରମ୍ବାର ଆହ୍ୱାନ କରୁଥିଲା, କିନ୍ତୁ ନିଜର ଲାଜୁଆ ସ୍ୱଭାବ ଯୋଗୁ ସେ କିଛି ବି କହି ପାରୁନଥିଲା | ସତରେ ଏ ପ୍ରେମ କେତେ ନିଆରା ନିଜର ପ୍ରିୟ ମଣିଷକୁ ଗୋଟେ ମୁହୂର୍ତ ନଦେଖିଲେ ପାଗଳ ପରି ଲାଗେ | ନିଜ ପ୍ରେମିକା କୁ ଟିକେ ଦେଖିବା ପାଣି ସେ କଲେଜ ରେ ଘୁରିବୁଲେ ଠିକ ଏକ ପାଗଳ ପ୍ରଜାପତି ପରି | କାହାକୁ ହୃଦୟ ଦେଇ ଭଲ ପାଇଲେ ଇଶ୍ୱର ପ୍ରେମର ଦୂତ ସାଜି ସାହାଯ୍ୟ କରନ୍ତି ଠିକ ସେହିପରି ପ୍ରେମର ଦୂତ ସାଜି ତାର ବାଲ୍ୟବନ୍ଧୁ ଅମ୍ଲାନ ତାର ସବୁ ସମସ୍ୟା ର ଅନ୍ତ କରିଦେଇଥିଲା | ପ୍ରେମ ଛଡା ଜୀବନରେ ଏମିତି ସମ୍ପର୍କ ଅଛି ଯାହା ହୃଦୟର ଅତି ନିଜର ତାହା ହଉଚି ବନ୍ଧୁତା | ବନ୍ଧୁତାର କୁହୁକ ସ୍ପଶରେ ଅସମ୍ଭବ ବି ସମ୍ଭବ ହୋଇଯାଏ | ଅମ୍ଲାନ ର ପ୍ରଚେଷ୍ଟାରେ ସମ୍ବିତ ଓ ପରି ର ସମ୍ପର୍କ ଗଢି ଉଠିଥିଲା ଓ କ୍ରମେ ନିବିଡ଼ତା ଆଡକୁ ଗତି କରିଥିଲା |

ସମୟ ଗଢି ଚାଲେ କ୍ରମେ ସମ୍ବିତ Engineering ପଢିବାକୁ ଯାଏ | ସମୟର ଖେଳ ବଡ ବିଚିତ୍ର | ପରିସ୍ଥିତି ର ଚାପରେ ତାକୁ ଏକ ଛୋଟ କମ୍ପାନୀ ରେ ଚାକିରୀ କରିବାକୁ ପଡେ ଏହି ସମୟରେ ଏକ ଶୁଭେଚ୍ଛା ବାର୍ତା ଆସେ ତାର ସେହି ବାନ୍ଧବୀ ପରି ପାଖରୁ ଯାହା ତା ମନରେ ଭରି ଦେଇଥିଲା ଅସୁମାରୀ ଖୁସି, ବାସ୍ତବିକ ନିଜ ପ୍ରିୟାର ଏକ ଛୋଟ ହସ ଆଗରେ କୁବେରଙ୍କ ସମ୍ପତି ମଧ୍ୟ ତୁଚ୍ଛ ଲାଗେ | କିନ୍ତୁ ସମ୍ବିତ ତାକୁ କେବେବି କହି ପାରୁ ନଥିଲା କି ସେ ତାକୁ ଭଲ ପାଏ ଏବଂ ତାକୁ ତା ଜୀବନର ରାଣୀ କରିବାକୁ ଚାହେଁ ବୋଲି |ଆସେ ଏକ ପବିତ୍ର ଦିନ ଫଗୁ ପୁର୍ଣିମାର ଦିନ , ପ୍ରେମର ଦିନ , ମିଳନର ଦିନ | ସେହିଦିନ ମନରେ ଅସୁମାରୀ ସାହସ ଓ ଉଦିପନ୍ନା ଭାରି ତା ମନ କଥାକୁ କହି ଦେଇଥିଲା ତାର ସେହି ମନର ମାନସୀ ଆଗରେ | କିନ୍ତୁ ତାପରେ ସେ ଯାହା ଦେଖେ ତା ପାଦତଳୁ ମାଟି ଖସିଯାଏ ତା ଆଖି ଆଗରେ ଶ୍ରାବଣର ବର୍ଷା ପରି ଲୋତକର ବର୍ଷା ରେ ଭିଜି ଯାଇଥିଲା ତା ମନ ମନ୍ଦିରର ରାଣୀ ପରି ଓ ଥରିଲା କଣ୍ଠରେ କହିଥିଲା ତମେ କେବଳ ମୋର ଜଣେ ଭଲ ବନ୍ଧୁ | ବନ୍ଧୁ ଛଡା ମୁ ତୁମକୁ କିଛିବି ଭାବିନି | ହଠାତ ସମ୍ବିତ ମନର ତାଜମହଲ ଭାଙ୍ଗିରୁଜି ଚୁରମାର ହୋଇଯାଏ, ତାର ହୃଦୟ ଆର୍ତ୍ତଚିତ୍କାର କରେ, କିନ୍ତୁ ସେ ତାର ଭାବନା ଉପରେ ସଂଯମ ରଖେ କାରଣ ତା ପରି ତା ଆଗରେ କାନ୍ଦୁଚି ଯାହାକୁ ସେ ସାରାଜୀବନ ଖୁସିରେ ଦେଖିବାକୁ ଚାହେଁ | କିଛି ନ ଭାବି ଅତୀତର ଏକ କଥା କହି ମଜା କରୁଥିଲି ବୋଲି କହିପକାଏ |ପରି ଆଖିରୁ ଲୁହ କମିଯାଏ ଓ ସ୍ମିତହାସ୍ୟ ଟିଏ ଖେଳିଯାଏ | କଳାମେଘର ଅନ୍ଧକାର ପରେ ସମ୍ବିତ ହସି ହସି ଘରକୁ ଫେରେ | ଜୀବନରେ ପ୍ରଥମ ଥର ତାକୁ ଅନୁଭବ ହୁଏ କି ସେ ବି ଭଲ ଅଭିନୟ କରିପାରେ ମିଛରେ ମିଛରେ | କିନ୍ତୁ ତା ଭଲପାଇବା ତାକୁ ପରି ଉପରେ ଦୋଷ ଦେବାକୁ ଦିଏନି ଧନୀ ବାପାର ଅଲିଅଳି ଝିଅ ସିଏ ମୋ ଠାରୁ ତାକୁ କଣବା ମିଳିପାରିଥାନ୍ତା କିଛିଟା ଶୁଖିଲା ଭଲପାଇବା ଯାହା ଆଜିର ଏହି ବସ୍ତୁବାଦୀ ଦୁନିଆରେ ସମ୍ପୂର୍ଣ ମୂଲ୍ୟହୀନ | ସେ ଆଜି ଦୁନିଆ ଓ ପରି ଆଗରେ କେବଳ ତାର ଜଣେ ଭଲ ସାଙ୍ଗ, ଓ ଆଜି ବି ତାକୁ ଖୁସି ଦେଖିବାକୁ ଚାହେଁ ଠିକ ପୂର୍ବ ପରି | ସେ କେବେବି ବୁଝିବାକୁ ଚେଷ୍ଟା କରିନାହିଁ କି ସେ ଠିକ କରୁଛି କି ଭୁଲ କରୁଛି କାହିଁକି ନା ତା ଭଲ ପାଇବା ତାକୁ ଏମିତି କରିବାକୁ ସୁଯୋଗ ଦେଇନି |ସେ ଆସୁଛି ବନ୍ଧୁ ଭାବରେ ମିଶୁଛି ଓ ପୁଣି ଫେରିଯାଉଛି ସେଇ ସ୍ୱପ୍ନ ରାଇଜକୁ |    

 

ହଠାତ ଟ୍ରେନର ଶବ୍ଦରେ ସମ୍ବିତ ଆଚମ୍ବିତ ହୁଏ କାରଣ ଦିଲ୍ଲୀ ଅଭିମୁଖେ ଆସୁଥିବା ଟ୍ରେନ ଟି Platform ରେ ଲାଗିସାରିଥିଲା ତାର ଅଜାଣତରେ | ସମ୍ବିତ ଧଡ଼ପଡ଼ ହୋଇ ଟ୍ରେନ ଭିତରକୁ ଚାଲିଯାଇଥିଲା ନିଜର ଗନ୍ତବ୍ୟ ପଥରେ |


Rate this content
Originality
Flow
Language
Cover Design