Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ନିଶ

ନିଶ

2 mins
7.3K


ନିଶ

ଭାଈ ଓ ଭାଉଜ ବମ୍ବେ ରୁ ଘରକୁ ଆସିଥିଲେ | ସେ ସେଠି ଚାକିରୀ କରେ | ଅଜାଙ୍କ ଦେହ ଭଲ ନଥିଲା ବୋଉ କହିଲା ଆରେ ଚାଲ ଟିକେ ଅଜା

ଘରକୁ ଯିବା ଓ ତାଙ୍କୁ ଦେଖି ଆସିବା | ସକାଳୁ ଗୋଟେ କାରରେ ସମସ୍ତେ ଅଜା ଘରକୁ ବାହାରିଲୁ ଓ ଗୋଟେ ଘଣ୍ଟା ପରେ ତାଙ୍କ ଘରେ ପହଁଚିଲୁ | ଅଜା ଖଟରେ ଶୋଇଥିଲେ | କଥା ଟିକେ ଧୀରେ କହୁଥିଲେ , ସମସ୍ତକୁଂ ପାଖରେ ବସାଇ କଥା ହେଲେ |ଭାଉଜ ପ୍ରଥମ କରି ତାଙ୍କ ଘରକୁ ଆସିଥିବାରୁ ଅଜା ବହୁତ ଖୁସି ହେଲେ ,

ତାକୁ ପାଖରେ ବସାଇ ବହୁତ ଗପିଲେ |ଆଇ କୁ କହିଲେ ପିଲାମାନେ ସବୁ ଏଠି ଖାଇକରି ଯିବେ , ରୋଷେଇ କର | ଭାଇକୁ କହିଲେ ଆରେ ନିଲୁ ତୋ ଅଫିସ କାମ କେମିତି ଚାଲିଛି ? ସେ କହିଲା ଭଲ ଚାଲିଛି ତାପରେ କହିଲେ ତୋ ନିଶ ଟା ମତେ ବହୁତ ଭଲ ଲାଗୁଛି ,ମତେ ଦେବୁତ ? ସେ ବୁଝି ପାରିଲାନି ,କହିଲା ହଁ ଦେବି ,ହେଲେ ତମେ ମୋ ନିଶ ନେଇ କରିବ କଣ ? ଆଜା କହିଲେ ମୋର ନିଶ ନାହିଁତ, ତୋ ନିଶ ଲଗେଇକି ଉପରକୁ ଯିବି | ବୋଉ କହିଲା ବେକାର କଥା କାହିଁକି କହୁଛ ? ଗାଡ଼ିରେ ଖୋର୍ଦ୍ଧା ଚାଲ ଡାକ୍ତର କୁ ଦେଖା କରି ଆସିବ | ଅଜା କହିଲେ ମେଡ଼ିସିନ ଖାଉଛି ଟିକେ ଭଲ ଲାଗୁଚି , ଆଉ ଦିନେ ଦି ଦିନରେ ସବୁ ଠିକ ହୋଇଯିବ | ବୋଉକୁ କହିଲେ

ପିଲାମାନଙ୍କୁ ନେଇ ମନ୍ଦିର ବୁଲାଇ ଆଣେ ,ତାପରେ ଭାତ ଖାଇକରି ଯିବ | ଆମେ ମନ୍ଦିର ବୁଲି , ଭାତ ଖାଇ ଖୋର୍ଦ୍ଧା ଫେରି ଆସିଲୁ |

2 ଦିନ ପରେ ଖବର ଆସିଲା ଅଜା ଚାଲିଗଲେ |ବୋଉ ବହୁତ କାନ୍ଦୁଥିଲା | ବୋଉ ଓ ଆମେ ସମସ୍ତେ ଅଜା ଘରକୁ ଗଲୁ ଓ ଦାହ ସଂସ୍କାର ପରେ ଖୋର୍ଦ୍ଧା ଫେରି ଆସିଲୁ | ଭାଇ ତା ଛୁଟି ବଢ଼ାଇଲା | ଅଜାଙ୍କ ଦଶ କୁ ସମସ୍ତେ ତାଙ୍କ ଘରକୁ ଗଲୁ | ଦଶ ରେ ଭାଈ ତା ନିଶ ପୁଳାକ କାଟିଦେଲା ଅଜା ଙ୍କ ପାଇଁ | ତା ମୁଁହ ଟା ବଡ଼ ଅବାଗିଆ ଲାଗୁଥାଏ , ହେଲେ ତାର ଦୁଃଖ ନଥିଲା | ରାତିରେ ବୋଉକୁ ଅଜା ଘରେ ଛାଡି ଆମେ ଘରକୁ ଫେରିଲା ବେଳେ , ଆମର ଅଜାଙ୍କ ସେ କଥା ମନେ ପଡୁଥିଲା "ମୋର ନିଶ ନାହିଁତ, ତୋ ନିଶ ଟା ଲଗେଇକି ଉପରକୁ ଯିବି" |ସେ କଥା ଭାବିଲା ବେଳେ ଆମ ସମସ୍ତଙ୍କ ଆଖିରେ ଲୁହ ଆସିଗଲା |


Rate this content
Log in