Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଷ୍ପତି
ନିଷ୍ପତି
★★★★★

© Dillip Kumar Parida

Drama

3 Minutes   14.5K    16


Content Ranking

ହଠାତ୍‍ ସେଦିନ କାହିଁକି କେଜାଣି ଆଖି ସହିତ ଲୁହର ସାମନା ସାମନି ହେଇଗଲା । ନା’ତ ,ମୋର ତ କାହିଁ ମନେ ପଡୁନି । ବିଗତ ସାତ ଦଶନ୍ଧିରେ ଦୁହେଁ ଏମିତି କେବେ ସାମନା ସାମନି ହେବାର ! ପୁଅ କୈବଲ୍ୟର ବାପା ଡାକରେ ଜୀବନରେ ପ୍ରଥମଥର ପାଇଁ ହାତ ଦୁଇଟା ଚାଲି ଯାଉଥାଏ ଚଷମା ଉତ୍ତାରି ଭିଜା ଆଖି ଦୁଇଟିକୁ ଶୁଖିଲା କରିବାକୁ । କାର ଭିତରେ ସବୁ ଜିନିଷପତ୍ର ରଖିବାପରେ କୈବଲ୍ୟ ମୋତେ ପଚାରିଲା,“ ବାପା ଆଉ କିଛି ନେବାର ନାହିଁ ତ ?” ଠିକ୍‍ ଏମିତି ଏକ ସଂଳାପ, କୈବଲ୍ୟକୁ ଡାକ୍ତରୀ ପଢିବାକୁ ହଷ୍ଟେଲ୍‍ରେ ଛାଡି ଆସିବାବେଳେ, ମୁଁ କହିକି ଆସିଥିବା କଥା ମୋର ମନେ ପଡିଗଲା । “ନା’ରେ ବାପା, ଆଉ କ’ଣ ରହିବ?କେତେଟା ଦିନ ଅଛି ଯେ ? କେତେ ସରଞ୍ଜାମ ନେଇକି ଯିବି ? ହଁ ..ଗୋଟେ ଜିନିଷ ବାକି ରହିଲା ଯେ ସେଇଟା କ’ଣ ତୁ ମୋତେ ଦବୁ?” “ବାପା ! ଏମିତି କ'ଣ କହୁଛ? କହୁନା କ'ଣ ରହିଲା?” ଟିକେ ହସି ଦେଇ କହିଲି, “ଛାଡ, ଚାଲ୍‍ ଯିବା ।” ଏତିକିବେଳେ ନାତି ଟୋକାଟା ମୋର, ମୋତେ ବାଏ ବାଏ କରି ସ୍କୁଲ ବସ୍‍ରେ ବସି ଚାଲି ଯାଉଥାଏ । ଏମିତି ଏଇକଥାଟା ନିତିଦିନିଆ ଘଟଣା ହେଲେବି ଆଜି କାହିଁକି କେଜାଣି କଥାଟା ମୋ ମନଟିକୁ ଗୋଟିଏ ପୃଥକ ପୃଥିବୀ ଆଡକୁ ଟାଣିନେଉଥିଲା । ଗାଡି ଷ୍ଟାର୍ଟ କରି କୈବଲ୍ୟ ଓ ମୁଁ ଆଗକୁ ଆଗକୁ ଚାଲି ଯିବାବେଳେ, ନା ସେ ସଙ୍ଗୀତର ତାଳେ ତାଳେ ନାଚୁଥାଏ ନା ମୁଁ ତାକୁ ତାଗିଦ୍‍ କରି ସିଟ୍‍ରେ ଚୁପ୍‍ଚାପ୍‍ ବସି ପଡ ବୋଲି କହି ପାରୁଥାଏ ।

ପ୍ରାୟ ଘଣ୍ଟାଏ ପରେ ଆମ ଗାଡି ପହଞ୍ଚି ଯାଇଥାଏ ମୋ ନୂଆ ଠିକଣାରେ । ଗାଡିଟିକୁ ଚର୍ଚ୍ଚର ଗେଟ୍‍ ସାମନାରେ ରଖି କୈବଲ୍ୟ ବାହାରିଗଲା ଫାଦରଙ୍କ ସହ କଥା ହେବା ପାଇଁ । ଫାଦରଙ୍କ ସହ ଫେରି ଆସୁଥିବା ବେଳେ ମୋର ଭଲମନ୍ଦ ସବୁ, କୈବଲ୍ୟ ନିଜେ ବୁଝିବ ବୋଲି ଫାଦରଙ୍କୁ  କହୁଥାଏ । ଏଥର ଏଇ ଚର୍ଚ୍ଚ ଦ୍ୱାରା ପରିଚାଳିତ ଓଲ୍ଡଏଜ୍‍ହୋମ‍ ହିଁ ହେବ ମୋର ନୂଆ ଠିକଣା । ମୋ ପୁଅର ନିଷ୍ପତି ଯେ ଯେତେଦିନ ଯାଏ ମୋ ବୋହୁ ମୋତେ ଉପଯୁକ୍ତ ସମ୍ମାନ ନଦେଇଛି, ନିଜ ଭୁଲ୍‍ ବୁଝି ମୋତେ ସେ ନିଜେ ନ ନେବାକୁ ଆସିଛି, ସେତେଦିନ ଯାଏ ମୋତେ ଅଲଗା କରି ରଖିବ ବୋଲି । କ'ଣ ଆଉ କରିବି, ଦୁନିଆଁରେ ମୋ ପୁଅକୁ ମୁଁ ସବୁଠୁ ବେଶି ଭଲ ପାଏ ପରା, ତା’ ନିଷ୍ପତିକୁ କେମିତିବା ଟାଳି ଦେଇ ଥା’ନ୍ତି ? ବିନା ବାକ୍ୟବ୍ୟୟରେ ଏଠିକି ଚାଲି ଆସିଲି ।

 କୈବଲ୍ୟ ମୋତେ ଫାଦରଙ୍କ ସହ ଭେଟ କରାଇଦେଇ ଗାଡିପାଖକୁ ଚାଲିଯାଉଥାଏ ଜିନିଷଗୁଡିକୁ ମୋ ରୁମ୍‍ରେ ରଖିବା ପାଇଁ । “କିଛି ଚିନ୍ତା କରଂତୁନି । ଆପଣଙ୍କ ପୁଅ ବହୁତ ପଇସା ଦେଇଛନ୍ତି, ଆପଣଙ୍କ ପାଇଁ ସ୍ପେସାଲ ରୁମ୍‍ର ବ୍ୟବସ୍ଥା କରାଯାଇଛି । ଆପଣଙ୍କର ଏଠି କିଛି ଅସୁବିଧା ହେବନି ।” ଫାଦର ଏତିକି କହିବା ଭିତରେ ମୋତେ ଅନେକଥର ଚିହ୍ନିଲା ଚିହ୍ନିଲା ଆଖିରେ ଅନେଇ ରହୁଥା’ନ୍ତି । ମୋ ସ୍ପେସାଲ‍‍(!)ରୁମ୍‍ରେ ଜିନିଷ ଗୁଡିକୁ ରଖିଲା ପରେ କୈବଲ୍ୟ ଡାକିଲା, “ବାପା ରୁମ୍‍କୁ ଚାଲ”, କିନ୍ତୁ ଫାଦର ମୋ ହାତକୁ ଟାଣି ଧରି ହସି ଉଠି କହିଲେ, “ହେ ଈଶ୍ୱର, ଧନ୍ୟ ତୁମେ । ତିରିଶ ବର୍ଷର କାହାଣୀ ପୁନରାବୃତ୍ତି ହେଉଥିବାର ଦେଖି ମୁଁ ନହସି ରହି ପାରୁନି । ମୋତେ କ୍ଷମା କରିବେ ।” ଏକଥା ଶୁଣି କୈବଲ୍ୟ ଆର୍ଶ୍ଚଯ୍ୟ ହେଉଥିଲେବି ମୁଁ ହତବାକ ହେଉନଥିଲି । ଫାଦର ପୁଣି ଆରମ୍ଭ କଲେ,“ବୟସ ବଢି ଯାଇଛି, କଳାକାରବି ବଦଳି ଯାଇଛନ୍ତି କିନ୍ତୁ ଏ ରଙ୍ଗମଞ୍ଚଟା ଏଯାଏ ବଦଳିନି । ବଦଳିନି ଜୀବନ ସଙ୍ଗୀତ କି ବଦଳି ପାରିନି ଏ ଆଲୋକ ମାଳା ।” କୈବଲ୍ୟ ଆଉ ନିଜକୁ ସମ୍ଭାଳି ନପାରି ଫାଦରଙ୍କୁ କହୁଥାଏ, “ଦୟାକରି ଆପଣଙ୍କର ହସିବାର କାରଣ କହିପାରିବେ ଫାଦର ?” “କ’ଣ ଆଉ କାରଣ କହିବି ମାଇଁ ସନ୍‍ ?ତିରିଶ ବର୍ଷ ତଳେ ଯିଏ ଏଇ ଚର୍ଚ୍ଚର ପାହଚ ଉପରୁ ଫିଙ୍ଗା ଯାଇଥିବା ଗୋଟିଏ ଅନ୍ନର ଦାନାକୁ  କୈବଲ୍ୟ ଭାବି  ପାଖରେ ସାଇତି ରଖିଥିଲା । ସେଇ କୈବଲ୍ୟ  ଆଜି ସେଇ ଲୋକକୁ ପୁଣି ଶେଷ ପାହଚରେ ଛାଡି ଦେଇ ଯାଉଛି, ଏକଥା ଦେଖି ମୁଁ ନହସି ରହି ପାରୁନି ।” “ଫାଦର...!! ତାମାନେ ଏ କୈବଲ୍ୟ ଗୋଟିଏ ଅନାଥ ? ଗୋଟିଏ ଜାରଜ ?” ନିଜକୁ ସମ୍ଭାଳି ପାରିନଥିଲା କୈବଲ୍ୟ ? ଭୋ ଭୋ ହୋଇ କାଂଦି ଉଠିଥିଲା । ମୁଁ ବି ଏଥର ନିଜକୁ ସମ୍ଭାଳି ପାରିନଥିଲି । ଯାହାର ଖୁସି ପାଇଁ ମୁଁ ଆଜି ଗୋଟିଏ ଥୁଣ୍ଟା ଗଛଟିଏ ସାଜି ଯାଇଛି, ତା ଲୁହକୁ ମୁଁ କ’ଣ ଏତେ ସହଜରେ ଦେଖି ପାରିବି ? ସବୁଥର ପରି ଆଜିବି ମୋ ପୁଅକୁ କୋଳକୁ ଭିଡି ନେଇ କହିଲି,” କିଏ କହିଲା ତୁ ଅନାଥ ? କିଏ କହିଲା ତୁ ଜାରଜ । ତୁ ମୋ’ରି ପୁଅ । ତୁ ମୋ କୈବଲ୍ୟ । ତୁ ଜାରଜ ନୁହଁ ବାପା ତୁ ସ୍ମାରକ ।” ଏତିକିରେ ହିଁ ବାପପୁଅ ଦୁହେଁ ଭିଜି ଯାଇଥିଲୁ ଅଶ୍ରୁର ପ୍ରଳୟ ବନ୍ୟାରେ । “ବାପା କ'ଣ ପାଇଁ ତମେ ଚୁପ ରହିଲ ? ମୁଁ ଏତେ କଥା  କରିବା ପୁର୍ବରୁ ଥରେ ତ ମୋତେ ଏକ ଶକ୍ତ ଚାପୁଡା ମାରି କହିଦେଇଥା’ନ୍ତ ମୁଁ ......।” ଆଗକୁ କିଛି କହିବା ପୂର୍ବରୁ ମୁଁ ମୋ ପୁଅର ଲୁହକୁ ପୋଛି ଦେଉ ଦେଉ  କହିଲି, “ନା..ରେ ବାପା, ତୁ ମୋରି ପୁଅ । ତୁ ତ ମୋ ପାଇଁ ଈଶ୍ୱରଙ୍କ କୈବଲ୍ୟ । କହିଲୁ କୈବଲ୍ୟକୁ କିଏ କ’ଣ ଅଇଁଠା ଭାତ ବୋଲି କହି ପାରିବ ?” ଏତିକିରେ ବାପପୁଅ ଦୁହେଁ ପୁଣି କୋଳାକୋଳି ହୋଇ କାନ୍ଦୁଥିଲାବେଳେ ଫାଦର ନିଜେ ମୋ ଜିନିଷ ଗୁଡିକୁ ପୁଣି ଗାଡିରେ ଲଦି ଦେଉଥିଲେ ।

ଲୁହ କୈବଲ୍ୟ ସମ୍ମାନ

Rate the content


Originality
Flow
Language
Cover design

Comments

Post

Some text some message..