Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shibaram dalai

Tragedy Inspirational

3  

shibaram dalai

Tragedy Inspirational

ମାଆ

ମାଆ

2 mins
708


ମା'... ମାଆ ଭୋକ ଲାଗିଲାଣି ଖାଇବାକୁ ଦେ ମୋର ସ୍କୁଲ ଟାଇମ ବିଳମ୍ବ ହେଇଯିବ ବାର ବର୍ଷର ଝିଅ ଗୁଗୁଲି କହିଲା ।

ରୀନା (ମା) କହିଲା ମାଲୋ ତୁ ବଡ ହେଲୁଣି ଭିତର ଘରେ (ହାଣ୍ଡି ଶାଳେ) ଭଜା ଭାଜି ରଖିଛି ବାଢି ଆଣି ଖାଇଦେଇ ସ୍କୁଲ ଯାଆ । ନାଇଁ ତୁ ଦେ'  ଆଉ ଶୋଇଛୁ କ'ଣ ଯେ ଗୁଗୁଲି ପଚାରିଲା । ମୋ ମୁଣ୍ଡଟା ଆଜି କାଇଁ ବିନ୍ଧୁଛି , ଟିକେ ପରେ ଭଲ ହେଇଗଲେ ମୁଁ ଯାଇ ବାବୁ ଘର କାମ କରି ଆସିବି । ମୁଣ୍ଡ ବିନ୍ଧୁଛି ଦେଖେଇଲୁ ମୁଁ ମୁଣ୍ଡ ଚିପିଦେବି ।  ମା' ତୋତେ ତ ଭୀଷଣ ଜ୍ଵର ,ତୁ କଣ କହୁଛୁ ମୁଣ୍ଡ ବିନ୍ଧୁଛି ବୋଲି । ଦେଲୁ ଦେଲୁ ମୋତେ ପଇସା ଦେ' ମୁଁ ଔଷଧ ଆଣିବି । ମାଲୋ ଯାହା ପଇସା ଥିଲା କାଲି ସବୁ ସରିଗଲା, ଆଗକୁ କୁମାର ପୂନେଇ ତୋ ପାଇଁ ସାଟ ଖଣ୍ଡେ ଆଣିଛି, କିଛି ଖାଦ୍ୟ ସାମଗ୍ରୀ ବି କିଣିଦେଇଛି ଆଉ ଦୁଇ ମାସ ହବ ବାବୁ ଘର ଦେଇନାହାନ୍ତି ।ଦେହ ଟିକେ କ'ଣ ହେଇଛି ଟିକେ ପରେ ଭଲ ହେଇଗଲେ ମୁଁ ଯିବି ବାବୁଙ୍କ ଠାରୁ ମାଗି ଆଣିବି । 

ତୋର କୁଆଡେ ଯିବା ଦରକାର ନାହିଁ ,ମୁଁ ଯାଉଛି ବାବୁଙ୍କ ଘରୁ ପଇସା ଆଣି ଔଷଧ ନେଇ ଆସିବି, ଆଜି ସ୍କୁଲ ଯିବିନି  ଏତିକି କହି ଗୁଗୁଲି ଦୌଡ଼ିଲା ବ୍ରାହ୍ମଣ ସାହିକୁ ।

ବାବୁ ନମସ୍କାର ,ମୋ ମା ଦେହ ଖରାପ କିଛି ପଇସା ଦରକାର ମୁଁ ଔଷଧ ନେବି ।

ଆରେ ଗୁଗୁଲି ମାଆ କୁଆଡ଼େ ଗଲା ? ନାନୀ (ବାବୁଆଣି) ବାହାରକୁ ଆସି ପଚାରିଲେ ।

ବାବୁ - ମା' ଆଉ କୁଆଡେ ଯାଇଥିବ, ଏ ମିଛ କହୁଛି ତା ମା'କୁ କୁଆଡ଼େ ଜ୍ୱର ପୁଣି ମୋତେ ପଇସା ମାଗୁଛି ।

ନାନୀ - ଛୋଟ ପିଲା ସେ କଣ ମିଛ କହୁଥିବ ।

ବାବୁ - ତୁମେ ଚୁପକର... ପଇସା ଫଇସା କିଛି ମିଳିବନି, ଏ ଗରିବ ଛୋଟଲୋକ ମାନେ ଏମିତି ମିଛ ବାହାନା କରନ୍ତି । ଆଉ ତୁ ଯଦି ପଇସା ନବୁ ତାହେଲେ ଯା ତୋ ମା'ର କାମତକ ପଡ଼ିଛି ସବୁ କରିଦେ ତା ପରେ ପଇସା ଦେବି ।

ଗୁଗୁଲି - କରିବି ବାବୁ ମୋତେ କିଛି ପଇସା ଦେଲେ ମୁଁ ଔଷଧ ଦେଇଆସି ସବୁକାମ କରିଦେ... ।

ବାବୁ - ମୋତେ ବୋକା ଭାବିଛୁ ନାହିଁ । ଏଡିକି ବକଟେ ଝିଅ ,ମୋତେ ଠକିବାକୁ ବସିଛି । ଯା' ଆଗେ କାମ କର ।

ସେତେବେଳକୁ ଗୁଗୁଲିର କୋମଳ ଆଖିରୁ ଦୁଇଧାର ଅଶ୍ରୁ ଗଡି ଓଠରେ ମିଶି ସାରିଥିଲା । ଆଉ ତା ପାଖରେ ଔଷଧ କିଣିବାର କୌଣସି ରାସ୍ତା ନଥିଲା ,ତେଣୁ ବାବୁଙ୍କ ଘରର ସବୁ କାମ କରିବାକୁ ଆଗେଇଗଲା । ବାବୁଙ୍କ ଘରର କାମ କରୁଥିବା ସମୟରେ ମନେପକୋଉଥିଲା ଅତୀତରେ ତା ବାପା କିପରି ଦାଦନ ଖଟି ଅନେକ ସୁଖ ଆଣି ତା ହାତରେ ଧରେଇ ଦେଉଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କିଛି ବର୍ଷ ପୂର୍ବରୁ କେରଳରୁ ଦାଦନ ଖଟି ଘରକୁ ଫେରୁଥିବା ଭୁବନେଶ୍ୱର- କଟକ ରାସ୍ତାରେ ବସ ଦୁର୍ଘଟଣାରେ ପ୍ରାଣ ହରାଇଲା ।ଏହି ସବୁ ଭାବିବା ଓ କାମ କରିବା ଭିତରେ କେତେବେଳେ ୧:୨୫ ବାଜି ସାରିଥିଲା ଗୁଗୁଲି ଜାଣେନା ।

ଏତିକିବେଳେ ନାନୀ (ବାବୁଆଣି)ଆସି ପଚାରିଲେ ଆରେ ମା' ସବୁ କାମ ସାରିଦେଲୁ । ଏ କ'ଣ ତୁ କାନ୍ଦୁଛୁ ,ତୋର କଣ ହେଇଛି ଗୁଗୁଲି ?

ଗୁଗୁଲି କୋହଭରା କଣ୍ଠରେ କହିଲା ମୋ.. ମାଆ ,ଏତିକି କହି ଭେଁ କରି କାନ୍ଦି ଉଠିଲା । ଗୁଗୁଲିର କାନ୍ଦ ଶୁଣି ବାବୁ - ଆରେ କ'ଣ ହେଲା ତାର ,ସେ କାନ୍ଦିଲା କାହିଁକି ? ଶୁଣ ତୁମେ ଗୋଟେ କାମ କର ତାକୁ କିଛି ବଳକା ଖାଦ୍ୟ ଦେଇଦିଅ, ସେ ଯାଉ ତା ମାଆ ଆଉ ସେ ଘରେ ଖାଇନେବେ ।ଏତିକି ବେଳେ ଗୁଗୁଲି ବାବୁଙ୍କ ଗୋଡ ଧରିପକେଇ କହିଲା ବାବୁ ମୋର କିଛି ଖାଦ୍ୟ ଦରକାର ନାହିଁ କି ପଇସା ବି ଦରକାର ନାହିଁ , ମୋତେ କିଛି ଔଷଧ ଦିଅ ଯାହାକୁ ଖାଇଲେ ମୋ ମାଆ ଭଲ ହେଇଯିବ ।


Rate this content
Log in

Similar oriya story from Tragedy