Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dipti lekha Mishra

Inspirational Tragedy

4.8  

Dipti lekha Mishra

Inspirational Tragedy

କିନ୍ନର ମୋ ଜନ୍ମ

କିନ୍ନର ମୋ ଜନ୍ମ

2 mins
428


ମୋ ବାପି ଜଣେ ରିକ୍ସା ବାଲା ।ବହୁତ ରୋଜଗାର କିନ୍ତୁ କରୁଥିଲେ।ଅନେକ କଷ୍ଟରେ ଚଳୁଥିଲେ ମୋ ବାପା ଆଉ ମାଆ ।ମୋ ମାଆଙ୍କ ଗର୍ଭରେ ମୋର ଆବିର୍ଭାବ ହୁଏ ।ହଠାତ୍ ଦିନେ ବାପା ପଚାରିଲେ ଆମର ପୁଅ ହେବ ନା ଝିଅ ହେବ ?ମାଆ କହିଲେ ଆଜକୁ ବାର ବରଷ ହେଲାଣି ,ସନ୍ତାନ ସୁଖ କଣ ଜାଣିନେ ।ଏଣୁ ମୋ ମତରେ ଯାହା ଜନ୍ମ ହେଲେ ଖୁସି ହେବି ।ବାପା କହିଲେ ଠିକ୍ କହିଲୁ ।ସାତମାସରେ ଘରକୁ ବନ୍ଧୁବାନ୍ଧବ ସବୁ ପିଠା ମିଠା ନେଈ ଆସିଲେ ମାଆର ସାଦଖିଆ ପାଈଁ ।ସମସ୍ତଙ୍କ ଆନନ୍ଦ କହିଲେ ନ ସରେ ।

ରୁନୁ ମାଉସୀ ମୋ ବଉକୁ ପଚାରିଲେ ଆଲୋ ଆଲୋ !କେମିତି କଣ ହେଲା ଯେ ସମ୍ଭବ ।ବଡ ଡାକ୍ତର ଦେଖା ଦେଖି କଲୁକି ?

ମୋ ବଉ କହିଲା ୟାଙ୍କୁ ବେଳ ନଥିଲା ଡାକ୍ତର ପାଖକୁ ଯିବାକୁ ।"କାଢନ୍ତେ ଯଦି ବେଳା

ବୁଡନ୍ତା ଖାଈବା ଭେଳା"।

ହଁ ପରା ଲୋ ନାନୀ ।ସେଈଟା କିନ୍ତୁ ସତ ।ବହୁତ ଦେଖା ଶିଖା କଥା ନିଜ ନିଜ ଭିତରେ ଅତିଥି ମାନେ ହେଲେ ।ମୋ ବଉ କିନ୍ତୁ କାହାକୁ ଖାତିର କରିନି ।ଭଲରେ ଭଲରେ ସାଦଖିଆ

ସରିଗଲା ।ଯିଏ ଯାହାର ଘରକୁ ଚାଲିଗଲେ ।ବାପା କହିଲେ ଆଲୋ ଏଈ କଣ ହେଲା ଯେ ମୁହଁ ଶୁଖାଉଛୁ ।

ନଅ ମାସ ବିତିଗଲା ,ଅନେକ ଯାତନା ସହିବାକୁ ପଡିଲା ମୋ ବଉକୁ ।ତା ପରେ ମୋର ଜନ୍ମ ।ଜନ୍ମ ବେଳେ ମୋ ବଉର ଚେତା ନଥିଲା ।ମୋ ବାପାର ମୁହଁ ଶୁଖିଗଲାଣି ।ବନ୍ଧୁବାନ୍ଧବଙ୍କର ଭ୍ରାମ୍ୟମାଣରେ ଲଗାତାର ଫୋନ୍ ଆସିଲା କିନ୍ତୁ ମୋ ବାପା କହିଲେ ଆରେ ମୁଁ କଣ କହିବି ପୁଅ ନାଝିଅ ।ବଉର ଚେତା ଫେରିଲା ।ବଉ ମଧ୍ଯ ପଚାରିଲା ଆମର କଣ ହୋଈଛି ?ବାପା କହିଲେ ପୁଅ ନାହିଁ କି ଝିଅ ନାହିଁ ।ମୋ ବଉ ଏତିକିରେ ପୁଣି ଚେତାଶୁନ୍ୟ ହୋଈଗଲା ।ମୋ କାନ୍ଦରେ ବଉ ଉଠିବସିଲା ।

ବାପାର କଥା ମନେ ପକାଈ ମୋ ବଉ ମୋ ଦେହଟା ସାରା ଆଉଁସି ଆଉଁସି ଗେଲ କଲା ।ଜାଣିପାରିଲା ଯେ ମୁଁ ତୄୄତୀୟ ଲିଙ୍ଗ ।ଏଣୁ ବଉ ମଧ୍ଯ କିଛି ସମୟ ଗୁମ୍ ସୁମ୍

ହୋଈଗଲା ।ପୁଣି ଭାବିଲା ନାଆ ମୁଁ ଏତେ କଷ୍ଟରେ ଜନ୍ମ ଦେଲି ଏଣୁ ଅଯଥା ଚିନ୍ତା ନକରି ଆପଣେଈଲା ମୋତେ ।ବାପାଙ୍କୁ କହିଲା କାହିଁକି ମନଉଣା କରୁଛ ଯେ ,ଭଗବାନଙ୍କ ସଂପତି ।ଆପଣେଈବା ଦରକାର ।

ବହୁତ ସମୟ ପରେ ବାପା ବି ଗ୍ରହଣ କଲେ ଅତି ଖୁସିରେ ।ଏଥର ଯିଏ ଫୋନ୍ କଲେ କହିଲେ ମୋର ପୁଅ ନାହିଁ କି ଝିଅ ନାହିଁ କିନ୍ତୁ ଜନ୍ମ ହେଈଛି ଡଉଲଡାଉଲ ସନ୍ତାନଟି ।

ବଡ ହେବାରେ ଲାଗିଲି,ବହୁତ ବଡ ହୋଈଗଲି ।ବାର ବରଷରେ ପାଦ ଥାପିଲି ।ସ୍କୁଲ୍ ସାଙ୍ଗମାନେ ବହୁତ ଉପହାସ କରୁଥିଲେ ।ଠିକ୍ ସେ ସମୟରେ ଆମ ସାର୍ ବି କହିଦେଲେ କିନ୍ନର ଟା ବେଶୀ ହଉଛୁ ।

ମୋ ଆଖିରୁ ଧାରଧାର ଲୁହ ବୋହିଗଲା ।କିନ୍ତୁ ବାପା ବଉ ର ବାରବରଷର ସଂଘର୍ଷ ମନେ ପକାଈ ଦୄୄଢ କଲି ମନ ।ଟୋଲ୍ ଫ୍ରି ନଂ ନେଈ ତାପର ଦିନ ବାପାର ଭ୍ରାମ୍ୟମାଣରୁ କଲ୍ କରି ସବୁ କଥା କହିଲି ।

ସାର୍ ଙ୍କୁ ଦଣ୍ଡ ମାଳିଲା ମୋତେ ଅପମାନ କରିଥିବାରୁ କାଲି ।ପିଲାମାନେ ଏଥର ଭୟଭୀତ ହୋଈ ମୋ ସହ ଶତ୍ରୁତା କଲେ ନାହିଁ ।ଏଥର ମୁଁ ବି ତୁମ ପରି କହି ସମସ୍ତଙ୍କୁ ଆପଣାର କରିପାରିଲି ।ମୋ ଜନ୍ମ କିନ୍ନର, ସାର୍ଥକ ହେଉ ଜୀବନର ସବୁ ସ୍ବପ୍ନ ।


Rate this content
Log in

Similar oriya story from Inspirational