Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suniti Devi

Tragedy Inspirational

2.5  

Suniti Devi

Tragedy Inspirational

ମାଟିଦୀପ

ମାଟିଦୀପ

3 mins
1.5K


ଆଲୋ ହେ ନାତୁଣୀ ! ନାହିରେ ତେଲ ଦେଇ ଶୋଇପଡିଲୁଣି ନା କଣ ଲୋ । ତୋର ମୋ କଥାକୁ ନିଘା ନାହିଁ ଦେଖୁଛି । ଆଲୋ ନୂଆ ମାଟି ଦୀପ ,ସଳିତା,ତେଲ ଏସଵୁ ଆଣିବୁନିକି ! ଯା ଵା ଘନ ଦୋକାନରୁ ଘିତିଆ ।ହଁ କାଉଁରିଆ କାଠି ଗୋଛାଏ ଆଣିବୁ ବା । ତୋ ଜେଜ ପା ଉପରେ ଅନେଇ ଥଵ।ତାକୁ ଡାକିବୁନି କି?ଦେଖିବୁନି ଜେଜ ଖୁସି ହେଇ ଏମିତି ଆଶୀଷ ଢାଳିବ ଯେ ଆର ସନକୁ ତୋ ଵିଭାଘର ଏତିକି ବେଳକୁ ହେଇ ଯାଇଥିବ। ତୁ ଆଉ ଏ କୁଳରେ ନଥିବୁ ଲୋ ନାତୁଣୀ। ଆଉ କାହା କୁଳ ପାଇଁ ବଡ଼ ବଡିଆଙ୍କୁ ଡାକିବୁ।

- ଓହୋ ଏ ବୁଢୀଟା ଏ ଖରାଵେଳଟାରେ ବି ରଖେଇ ବସାଇ ଦବନି। ମୁଣ୍ଡ ତ କୋଉ ଦିନଠୁ ବିଗିଡି ଯାଇଛି। ଦିନ ରାତି ଜେଜ ଜେଜ ହୋଉଛି। ଜେଜ ୟା ଖାଇବାକୁ ଭଲପାଏ,ତା କରିଲେ ତାକୁ ସୁଖ ମିଳିବ,ଆଇଁଷ ରନ୍ଧା ହେଲେ ଦାଣ୍ଡଆଡେ କଦଳୀ ପତ୍ରରେ ବାଢି ଦେଇ ଆସ।ଜେଜ କାଉ ହେଇ ଆସି ଖାଇବ। ଓଃ ୟା ବରାତରେ ମଣିଷ ମଲାଣି। ଭଲା ଜେଜ ଗଲା ବାଟରେ ୟାକୁ ନେଇ ଯାଇଥାନ୍ତା,ନା ସେ ଯିଵନି। ବାପା ଯୋଉ ବିରକ୍ତ ହଉଛନ୍ତି! ଵୋଉକୁ ଉଠାଇ ବସାଇ ଦଉନି। ଖାଲି ୟା ରାନ୍ଧେ,ତା ରାନ୍ଧେ,ୟା କର,ତା କର। ଜେଜ ଖୁସି ହଵ । ଏ ବୁଢୀକୁ ଭୂତ ଖାଉନି। ସର ଓରଫ ସରଳା ବିରକ୍ତ ହେଇ ଚବର ଚବର ହେଲା ଜେଜୀ ବୁଢୀ ଉପରେ।

ଵୁଢୀ ପୁଣି ରଡି ଛାଡିଲା,ଏ ସର ! ଆଲୋ ଇଆଡେ ଟିକେ ଆ ବା! ଶୁଣ ଟିକେ। ଆଲୋ ବାରିପଟ ବାଉଁଶ ବଣକୁ ଯାଇଥିଲି ଅଳିଆ ଫିଙ୍ଗିବାକୁ,ସାକ୍ଷାତ ଛାଇ ଦେଖିଲି ଜେଜର। ଦିନରୁ ଦିନରୁ ଆଇଲାଣି ବା ! ଝାଳ ସରସର ହେଇଗଲି ଗୋଟିପଣେ। କହିଲା ବା ଯା ଯା ସରକୁ ପଠାଇ ଘନିଆ ଦୋକାନରୁ ମାଲପା,ଦୀପ ସଳିତା,କାଉଁରିଆ କାଠି ଘିନିଆ। ଶ୍ୟାମ ସୁନ୍ଦର ଶୁଣିବ ନାହିଁ। ସର ଶୁଣିବ!

ସରଳା ବହେ ରାଗି ତମତମ ହେଲା। ଝଡି ବରଷା ଦିଦିନ ହେଲା ନାଗିଛି। ଛୁଆବାପା କଟକ ଯାଇଛି ବଡ଼ବଡ଼ ବମ୍,ଫୁଲଝରି,ଚକ୍ରୀ ,ଆଉ କେତେ କିସମର ବାଣ ଆଣିବ କହିଛି। ଗାଁରେ ସଵୁ ସନ ପରି ଏସନ ଟଙ୍କା ଦଶହଜାର ଖର୍ଚ୍ଚ କରିବ ବାଣରେ। କହିଛି ସେ ମଫସଲୀ ଢ଼ଙ୍ଗରେ ଆଉ ଘରେ ମାଲପା ଦୀପରେ ଦୀପ ଜଳିବନି। ଜଡାତେଲ ଗୁଡା ଯୋଉଠି ପଡିଲେ ସେଠୁ ଆଉ ଛାଡିବନି। ଏତେ ଭଲ ଘର ବନେଇଛି,ଆରମାସରେ ଘରକୁ ଜମା ବରଷେ ହବ। ସଵୁ ଵିଜୁଳିରେ ଦୀପ ଜଳିବ। ଏ ବୁଢୀ କିଛି ବୁଝୁନି ଖାଲି ରଟ ନଗେଇଛି। 

ସରଳା ଏଥର ଦୁମୁଦୁମୁ ହେଇ ଆସି ତା ଆଗରେ ଠିଆ ହେଇଗଲା। କହିଲା,କଣ କିଲୋ ବୁଢୀ ! ଏମିତି ଝଡି ବରଷା ପାଗରେ ରଟ ନଗେଇଛୁ। ଘନିଆ ଦିଦିନ ହେଲା ଦୋକାନ ଖୋଲୁନି। ମୁଁ ଆଣିବି କୋଉଠୁ! ତୋ ସାନପୁଅ କଟକ ଯାଇଛି। ସେସଵୁ ଘିନି ଆସିବ। ଏ ଦି ପହରେ ତୋତେ ନିଦ ନାହିଁ ଵୋଲି କାହାକୁ ନିଦ ମାଡିବନି ନାଁ କଣ। ଚୁପ୍ ହେଇକି ବ! ନହେଲେ ବାପା ଆଇଲେ କହିବୁ। ।

ଵୁଢୀ ନଵାତର ଆଖି ଦିଟା ଛଳଛଳ ହେଇଗଲା। ଶ୍ୟାମ ସୁନ୍ଦର,ରାମ ସୁନ୍ଦର ଦିଟା ପୁଅ ଜନମ କରି ସିଏ ଆଜି କାର ନୁହଁ। ବୁଢା ଗଢି ଦେଇଥିଲା ସଂସାର,ଷାଠିଏ ଛୁଇଁଛି ଵୁଢୀ ମୁଣ୍ଡର ସୁନ୍ଦର ନେଇ ପାର୍। ଦୀପାବଳୀକି କେତେ ପିଠାପଣା, ଏଇଦିନରେ ସାନ ପାଇଁ ଶୁଳ ଧରି ପୁଅ ଜନମ କରିଥିଲା ବୋଲି ବୁଢା ସାନର ନାଁ ଦେଲେ ରାମ ସୁନ୍ଦର। ଆହା କୁଆଡେ ଗଲା ସେଦିନ। କାଲି ପରି ଲାଗୁଛି। କହିଲେ ଓଠ ଧରଧରି ଅମେଇସା ହଉ,ପୁଅ ପା ତମର ରାମଚନ୍ଦର। ଆଇଛନ୍ତି ମୋ ଘରକୁ। ଇଲୋ ଆଜି ପା ରାମ ରାବଣକୁ ମାରି ଚଉଦ ବରଷ ପରେ ଘର ଲେଉଟିଥିଲେ।ବୁଝିଲୁ ତ ନଵାତ! ସେଇଥି ପାଇଁ ଘରେଘରେ ଅଯୋଧ୍ୟାରେ ଦୀପ ଜଳା ହେଇ ଥିଲ। ତୋ ପୁଅ ରାମ ଆଇଛି ପରା। ହେଇତି ମନେରଖିଥା ଆମ ଘରେ ଗୋଟେ ହେଲ ମାଲପା ଦୀପ ତୁ ଜାଳୁଥିବୁଟି। ଆଉ ମୁଁ ସେପୁରକୁ ଗଲେ ବି ଅନେଇ ଥିବି। ତୋ ନାତିନାତୁଣୀ ମୋତେ କାଉଁରିଆ କାଠି ଜାଳି ଡାକିଲେ ମୁଁ ଓ କରୁଥିବି ଟି । କେଡେ କଥା କହି ଦେଇଥିଲେ ମଜାକୁ ସେଦିନ।

ଆସି ଅଶୀ ଧଇଲାଣି ତାକୁ। ଏ ପରିଯନ୍ତେ ନବାତ ଭୁଲିନି ତା ଗିରସ୍ତର କଥା। ଦୀପାବଳୀ ଆସିଲେ ମନେପଡେ ତାରପୁଅ ଜନମ ପାଇଁ ଶୁଳ ଧରିବାର କଥା। ଇଣ୍ଡୁରୀ ପିଠା ଭାଡିଏ କରି ଦାଣ୍ଡରେ ପାଣି ଛଡାଇ ଦେଲେ ଯାଇ ଯୋଉ କଥା। ଏଵେ ଦି ବରଷ ହେଇଗଲା ପିଠା ପୁଞାଏ କରିବାକୁ ବଡ଼ବୋହୂ ନାକେଦମ୍ କରୁଛି। ବୁଢ଼ୀ ଲସରପସର ହେଇ ତା ଶୋଇବା ଘରେ ରଖିଥିବା ମାନ୍ଧାତା ଅମଳର ବାଉଁଶ ପେଟରା ଖୋଲି ମାଟିଦୀପଟିଏ ବାହାର କଲା। ତାପରେ ଲୁଗାତଳେ ଦୀପଟିକୁ ନୁଚେଇ ରନ୍ଧାଶାଳ ଆଡେ ଧାଇଁଲା। ଘରେ ସଭିଏଁ ବାଣ ଫୁଟାଇବାରେ ଲାଗିଛନ୍ତି। ନାତୁଣୀ ସେ ଘରେ ମାଆ ସାଙ୍ଗରେ ସାଙ୍ଗମାନଙ୍କୁ ଧରି କେକପିଠା କାଟୁଛି।


Rate this content
Log in

Similar oriya story from Tragedy