Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋଲେଷ୍ଟ୍
ମୋଲେଷ୍ଟ୍
★★★★★

© Neelima Nivedita Behera

Inspirational

4 Minutes   13.2K    14


Content Ranking

 [୧]

“କୌଣସି ଏକ ମୁହୂର୍ତ୍ତର ଆଗ୍ରହ ଓ ଉତ୍ତେଜନାକୁ ଟପି ଆଉ କିଛି ଅନୁଭୂତି ଥାଏ କି ? ଆସ... ଆସ ଥରେ ! ଥରୁଟିଏ ସୁଯୋଗ ଦିଅ ମୋତେ, ପିଇଯିବା ପାଇଁ ତୁମ ଈଷତ୍ ଲାଲ୍ ଓଠର ଦ୍ରାକ୍ଷା ରସ । ଥରୁଟିଏ ସଞ୍ଚରି ଯିବାକୁ ଦିଅ ମୋତେ, ତମ ନୀଳ ଧମନୀରେ, ସ୍ଵେଦର ଶେଷ ବିନ୍ଦୁରେ । ଯାହାକୁ ତମେ ପାପ ବୋଲି ଭାବି ପଛଘୁଞ୍ଚା ଦେଉଛ, ସେଇହିଁ ପ୍ରକୃତିର ଡାକ ! ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ! ମୋ ପୁରୁଷାକାର ଓ ତମ ନାରୀପଣ, ଦୁହେଁ ବ୍ୟାକୁଳ । ତେବେ ଏ ଯୌବନର ଇଙ୍ଗିତକୁ ତୁମର ଉପେକ୍ଷା କାହିଁକି ? ତୁମ ଅନ୍ତରର ଈପ୍ସିତ ଉଚ୍ଛ୍ଵାସକୁ ନିଜ ହାତରେ ତୁମେ ଏମିତି କାହିଁକି ଦଳିମକଚି ଦିଅ ବାରମ୍ବାର ?”

ପଠାଇଥିବା ଶବ୍ଦଭର୍ତ୍ତି ଧାଡ଼ି ଗୁଡ଼ିକ ନିଶ୍ଚୟ ସଦ୍ୟ ପଢିଥିବା କୋଉ ଉପନ୍ୟାସର ସଂଳାପ ବୋଲି ଲୀନା ଭାବୁ ହିଁ ଥାଏକି... ଠିକ୍ ସେହି ସମୟରେ ମୋବାଇଲ୍ ସ୍କ୍ରିନରେ ଚାଲିଆସିଲା ନିହାତି ଗୋଟାଏ ଅଶ୍ରିଳ ଚିତ୍ର । ଚିତ୍ର ନା ଦୁଇଟି ଦେହର ମିଳନ’ର ଶେଷଗୀତ ? ନା, ତାକୁ ଆଦୌ ଗୀତ କହିହେବନି । ଖୁବ୍ ଉତଶୃଙ୍ଖଳ ଓ ସ୍ଵରବିହୀନ, ଯାହାକୁ କେବଳ ଦମ୍ପତ୍ତି ହେଇ ଭୋଗିହେବ ରାତ୍ରିର ଅନ୍ଧକାରରେ, ଦେଖିହେବନି ଖୋଲା ଆଖିରେ ।

“ଗୁଗୁଲ୍ ଇଣ୍ଡିକ୍” ଆପ୍ ଆସିଲା ପରେ ପରେ ମୋବାଇଲରେ ଓଡ଼ିଆ ଟାଇପକୁ ନେଇ ଅନେକେ ଖୁସି । ନିଜ ଭାଷାରେ ନିଜ ମନର ଭାବକୁ ବ୍ୟକ୍ତ କରିବାରେ ଅନେକେ ଆଗଭର । ଯଦିଓ ଆକାଶ ସହିତ ଚାଟିଂ ପ୍ରଥମଥର ନୁହଁ ତଥାପି ଓଡ଼ିଆରେ ଲେଖିବା ଥିଲା ପ୍ରଥମ । ଆକାଶ ଦ୍ଵିବେଦୀ, ପ୍ରୋଫେସନାଲି ହେଲଥ ଡିପାର୍ଟମେଣ୍ଟର ରିଜିଓନାଲ ହେଡ୍ । ସାହିତ୍ୟ ପ୍ରତି ରୁଚି ରଖନ୍ତି ବୋଲି ହିଁ ଏଲୀନା ସାହୁ ସହିତ ବନ୍ଧୁତା । ବିଶେଷ ନହେଲେ ବି ଗୋଟିଏ ଦି’ଟା ସାହିତ୍ୟ ସମାଗମରେ ଭେଟ ହେଇଛି ଦୁହିଁଙ୍କର । ଫନି ଟାଇପ୍ ଗାୟ୍ । ଲିଜର୍ ଟାଇମରେ ବିଭିନ୍ନ ବହି ପଢିବାକୁ ପସନ୍ଦ କରନ୍ତି ସେ ।

[୨]

ଶରତ ଋତୁର ଆଗମନୀରେ ସାରା ପୃଥିବୀ କାଶତଣ୍ଡି ସମ୍ଭାରରେ ନାଚୁଥିଲାବେଳେ ଲୀନା ଆଖିରେ ଭାଙ୍ଗୁଥିଲା ଲୁହର ଲହଡ଼ି । ଝରକା ରେଲିଂ ଦେଇ ପଶି ଆସୁଥାଏ ଆଲୁଅ, ପରଦା ସାଙ୍ଗକୁ ଲୀନାର ଦେହକୁ ବି ଛୁଇଁ ଯାଉଥାଏ ଦ୍ଵିତୀୟା ଜହ୍ନର ଶୀତଳ କିରଣ । ଲୀନା କିନ୍ତୁ ତାତି ଥାଏ ଅପମାନବୋଧରେ, ଜଳୁଥାଏ ଲଜ୍ୟାରେ ।

ଆଗରୁ ଦେଖିନି ସେକଥା ନୁହେଁ । କୋଣାର୍କ ମନ୍ଦିର ଗାତ୍ରରେ ଅନେକ କାମଉଦ୍ଦୀପକ ଯୁଗଳ ମୂର୍ତ୍ତିମାନ । ଦେଖିଛି ବି, ମଧ୍ୟପ୍ରଦେଶର ଖଜୁରାହ ମନ୍ଦିରର ଉତ୍ତେଜକପୂର୍ଣ୍ଣ ଯୁଗଳ ମୂର୍ତ୍ତିଗୁଡ଼ିକର ନିଖୁଣ କାରୁକାର୍ଯ୍ୟମାନ, ଯାହାକୁ ସଂସ୍କୃତି ଓ ପରମ୍ପରା କହି ଲୋକେ ଗର୍ବ କରନ୍ତି । ଠିକ୍ ସେଇଠି କିନ୍ତୁ ଆଶ୍ଚର୍ଯ୍ୟ-ଚକିତ ହୁଏ ଲୀନା । ନିଜକୁ ନିଜେ ଅପମାନିତ ବି ହୁଏ । ପଚାରିବ ତ କାହାକୁ ପଚାରିବ ଯେ, କାହିଁକି ଚାରିକାନ୍ଥ ଭିତର ଦମ୍ପତ୍ତିଙ୍କ ଗୁପ୍ତ କାର୍ଯ୍ୟକଳାପ ମନ୍ଦିର କାନ୍ଥରେ ଖୋଦିତ ? ପୁରୁଷ ଜଣେ କାହିଁକି କାମାଗ୍ନିରେ ଜଳେ ଓ ନାରୀ ଜଣେ କାହିଁକି ନିଜକୁ ଲୁଟାଇବାକୁ ଥାଏ ତତ୍ପର ?

[୩]

- ହ୍ୟାଲୋ ! କିଛି କହିଲନି ଯେ ? ତମେ କାଲି ଆସୁଛ ତ ? ସକାଳୁ ଆସ । ମୁଁ ରୁମ୍ ବୁକ୍ କରୁଛି । ଦୁହେଁ ଖୁବ୍ ଏଞ୍ଜୟ କରିବା ।

- ଅନ୍ୟ ଝିଅଙ୍କ ପରି ଗାଳି ଦେବିନି । ପଚାରିବିନି ଯେ ତମେ କୋଉଠୁ ଜୁଟେଇଲ ଏତେ ସାହସ ମୋତେ ଏସବୁ କହିବାକୁ । କିନ୍ତୁ ହଁ ଆକାଶ, ଗୋଟିଏ କଥା ନିଶ୍ଚୟ ପଚାରିବି ।

- ଲୀନା ! ତମେ ଯଦି ଭାବୁଥାଅ ଏହା ମୋର ତମ ପ୍ରତି ଦୁର୍ବଳତା ତେବେ ସେଇଟା ତମର ବୋକାମୀ ଛଡ଼ା ଆଉ କିଛି ନୁହଁ । ରୁବି ଛଡ଼ା ମୋ ହୃଦୟରେ କେହି କେବେବି ସ୍ଥାନ ପାଇପାରିବେନି ଏକଥା ତମେ ବି ଭଲରୂପେ ଜାଣ । ଯଦିଓ ସିଏ ଏବେ ଆଉ କାହା ଘରର ବୋହୂ । ହେଲେ ମୁଁ ତ ଗୋଟିଏ ମଣିଷ ନା ? ମୋର ବି ତ କିଛି ବାଇଲୋଜିକାଲ୍ ନିଡ୍ ରହିଛି ? ତମର କ’ଣ ନାହିଁ ?

- ଅଛି । କିଏ ମନା କଲା ? ଆମେ ଜୀବ, ଜୈବିକତା ରହିବା ତ ସ୍ଵାଭାବିକ୍ । ତା’ବୋଲି ???

- କ’ଣ ତା’ବୋଲି ? ତମେ ଭାବୁଥିବ ଉପରୋକ୍ତ ସଂଳାପ କୌଣସି ଗୋଟେ ଉପନ୍ୟାସରୁ ଉଦ୍ଧୃତ, ରାଇଟ୍ ? କିନ୍ତୁ ସତ ତ ଏଇଆ ଯେ ସେସବୁ ମୋ ମନର କଥା ଯାହା କେବଳ ତମ ପ୍ରତି ଥିଲା ।

- ପ୍ରେମ ?

- ହାଃ ହାଃ ହାଃ ! ପ୍ରେମ ? ନା ନା । ପ୍ରେମ ତ ଜୀବନରେ ଥରେ ହୁଏ । ରୁବି ମୋର ପ୍ରଥମ ଓ ଶେଷ ପ୍ରେମିକା । ତା’ମାନେ କ’ଣ ମୁଁ ବିବାହ କରିବିନି ? ତୁମ ଉତୁଙ୍ଗ ଯୌବନକୁ କାଇଁ ଏମିତି ଏକ୍ଲାପଣରେ ଲୀନ କରୁଛ ଲୀନା ? ମୋ ସ୍ପର୍ଶ ଦେଇ ତାକୁ ସତେଜ ରହିବାକୁ ଦିଅ ।

- ଦେନ୍ ହ୍ଵାଟସ୍ ଏବାଉଟ୍ ଭର୍ଜିନିଟି, ଆକାଶ ?

- ବକୱାସ୍ ! ଭର୍ଜିନିଟିକୁ ସାଉତୁ ସାଉତୁ ବୟସ ଗଡ଼ିଯିବ । ଜୀବନକୁ ଉପଭୋଗ କେତେବେଳେ କରିବ ? କଥା ମାନ । ସେ ସୁନାର ଦେହକୁ ନିସଙ୍ଗତାରେ ଏମିତି ଜାଳନା । ଗୋବିନ୍ଦ ଦାସଙ୍କ ଲେଖା “ଅମାବାସ୍ୟାର ଚନ୍ଦ୍ର” ପଢିଛ ? ମଉଳିଯିବା ପୂର୍ବରୁ ଭ୍ରମର ସାଜି ମୋତେ ଲୁଣ୍ଠିନେବାକୁ ଦିଅ ତୁମ ମଧୁପ । ଥରେ ସେ କାଉଲ୍ ହେବାକୁ ଦିଅ ମୋତେ ଏଲୀନା !

- ହାଃ ହାଃ ହାଃ ! କାଉଲ୍ ପୁଣି ତମେ, ଆକାଶ ! ଜଣେ ମଦ୍ୟପ, ବେଶ୍ୟାସକ୍ତ, ଜୁଆଡ଼ି, କଳାବଜାରୀ, ଅସାଧୁ ଓ ନାସ୍ତିକ ସତ୍ତ୍ୱେ ସେ ମନୀଷାକୁ ପ୍ରେମ କରୁଥିଲା । କାହାଣୀର ଶେଷଯାଏଁ ଯାହା ସାହସ ଟିକିଏ ଯୁଟେଇପାରିନି । ମନୀଷା ସାମ୍ନାରେ ନିଜ ପ୍ରେମକୁ ଜାହିର୍ କରିପାରିନି । ତମେ କିନ୍ତୁ ଖୁବ୍ ସାହସୀ ଆକାଶ । ନିଜଠାରୁ ୪ ବର୍ଷ ବଡ଼ ଗୋଟେ ଅଭିଆଡ଼ୀ ଝିଅକୁ ଖୋଲାଖୋଲି ଆହ୍ଵାନ ଦେଇପାରୁଛ । ହେଲେ ମନେରଖ । ଆଧୁନିକତାର ମାନେନୁହେଁ ନିଜ ସଂସ୍କୃତିର ଅବମାନନା । ତୁମ ଆବଶ୍ୟକତା ଯଦି କେବଳ ଦେହ, ତେବେ ବେଶ୍ୟାଳୟର ଦୁଆର ଖୋଲାଅଛି ।

- ହ୍ଵାଟ୍ .........???

- ବାୟେ ଫର୍ ଏଭର୍ ଆକାଶ । ବଟ୍ ଆଇ ରିଏଲି ଲାଇକଡ଼ ୟୁ ।

ତୁରନ୍ତ ଚାଟ୍ ବାକ୍ସର ସେଟିଂକୁ ଯାଇ ବ୍ଲକ୍ ଅପସନକୁ ଚିପିଦେଲା ଲୀନା । ଏତେବେଳକୁ ବାହାରେ ବର୍ଷା ଛାଡ଼ି ସାରିଥିଲା । ଗାଲକୁ ବୋହି ଆସିଥିବା ଲୁହସବୁ ଶୁଖି ସାରିଥିଲା । ଉପନ୍ୟାସର ମନୀଷା ପରି ନିରବ ରହିଲାନି, କୌଣସି ଇଙ୍ଗିତ ଦେଲାନି, ପ୍ରତୀକ୍ଷା ବି କଲାନି ଏଲିନା । କେବଳ ସାହସ କଲା ଆକାଶକୁ ଛାଡି#ନୀଳିମାନିବେଦିତା

ବାକୁ।

ମୋଲେଷ୍ଟ୍ ପୃଥିବୀ ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..