Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଆ
ମାଆ
★★★★★

© Subhakanta Sahu

Inspirational

3 Minutes   7.4K    9


Content Ranking

ଗୋଟେ ପଟେ ମାଆ ଆଉ ଅନ୍ୟ ପଟେ ସ୍ତ୍ରୀ ! ଦୁଇଟି ନାରୀ ମଧ୍ୟରେ ମୁଁ ଅଣନିଶ୍ୱାସୀ ହୋଇପଡୁଥିଲିା ସ୍ତ୍ରୀର ଉଗ୍ର ଆଧୁନିକ ଚଳଣୀ ମାଆର ଜମା ପସନ୍ଦ ନଥିଲା । ଏଣେ ସଂସ୍କାରର ଷଣ୍ଢଣା ଶିଖାଉଥିବା ମୋ ମାଆ ଦିନକୁ ଦିନ ମୋ ସ୍ତ୍ରୀ ପାଇଁ ଅସହ୍ୟ ବୋଧ ହୋଇ ଉଠୁଥିଲା । ସ୍ତ୍ରୀକୁ ମୁଁ ବି ଅନେକ ବାର କହିଲିଣି ମାଆ କିଛି ଭୁଲ୍ କହୁନାହିଁ । ଅନ୍ତ୍ତଃ ସେଥିଲା ଯାଏଁ ତା’ କଥା ମାନି ଚଳିଯାଅ । ଘରକୁ ଆସିବା ମା୍ତ୍ରେ ସ୍ତ୍ରୀ ଏଣୀକି ମାଆ ବିରୋଧରେ ଦୁଇ ଚାରିଟି ଅଭିଯୋଗ ନ କଲେ ପାଣି ଗ୍ଲାସେ ବି ବଢାଏନି । ସ୍ତ୍ରୀର ଏଣିକି ଯିଦି ହେଲାଣି ମାଆକୁ କୌଣସି ବୃଦ୍ଧାଶ୍ରମରେ ଛାଡିଦିଅ ନଚେତ୍ ମୋତେ ମୋ ବାପ ଘରେ ଛାଡିଦେଇ ଆସ” । ଦୂରରୁ ଶୁଣୁଥିବା ମାଆ କହିଲା, “ମୋର ଆଉ ବେଶୀ ଦିନ ନାହିଁରେ ପୁଅ । ସ୍ତ୍ରୀ ସାରା ଜୀବନ ତୋ ପାଖରେ ରହିବ ।ତେଣୁ ମୋତେ ଟିକେ କଷ୍ଟ ହେଲେ ହେବ ସିନା ମୋତେ କେଉଁଠି ଛାଡିଦେ । ସ୍ତ୍ରୀ ସହିତ ତୁ ଭଲରେ ରହା” ଅନିଛା ସତ୍ୱେ ମୁଁ ସେଇୟା ହିଁ କଲି । ପୁଅର ଗେହ୍ଲା ଜେଜୀ ଆଜିଠୁଁ ବହୁ ଦୂରରେ ରହିବ । ତେଣୁ ପୁଅ ବି ଆମ ସାଙ୍ଗରେ ବୃଦ୍ଧାଶ୍ରମ ଯାଏଁ ଗଲା । ଶେଷ ଥର ପାଇଁ ବୃଦ୍ଧାଶ୍ରମରେ ଜେଜୀ- ନାତି ବୁଲାବୁଲି କରି ପୁରା ଆଶ୍ରମଟି ଦେଖିନେଲେ । ଫେରିଲା ବେଳେ ପୁଅ କହିଲା,”ମୁଁ ବି ଜେଜୀ ସାଙ୍ଗରେ ଏଇଠି ରହିବ”ି । ସ୍ତ୍ରୀ ପୁଅକୁ ଗେହ୍ଲା କରି କହିଲେ, “ତୁ ଏଠି ରହିପାରିବୁନିା ତୋର ଚଳିଲା ଭଳି ସୁବିଧା ଏଠି କିଛି ନାହିଁ” । ପୁଅ ପୁଣି ପଚାରିଲା, “ତାହାଲେ ଜେଜୀ କେମିତି ରହିବେ?” ମୋ ଚତୁରୀ ସ୍ତ୍ରୀ ବୁଝାଇଦେଲେ, “ଜେଜୀ ମାଅର ଏମିତି ପରିବେଶରେ ଚଳିବାର ଆଗରୁ ଅଭ୍ୟାସ ଅଛି । ଆଉ ତୁ ଏଠି ରହିଲେ ପାଠ କେମିତି ପଢିବୁ?ପୁଅ କହିଲା, “ଘରେ ଜେଜୀ ମୋତେ ଯେମିତି ପାଠ ପଢାଉଥିଲେ ଏଠିବି ସେମିତି ପଢାଇବେ ।”

ଅବୁଝା ପୁଅର ଯିଦି ମୋ ସ୍ତ୍ରୀ ଦେହରେ ଗଲାନି ।ତାକୁ ଦି ଚଟକଣି ଦେଇ ଟାଣିଟାଣି ନେଇ ଆସିଲା ।କାନ୍ଦି କାନ୍ଦି ଅଥୟ ହୋଇ ପଡୁଥିବା ପୁଅକୁ ଖେଳନା ଓ ତା’ର ମନ ପସନ୍ଦର ଚକୋଲେଟ୍ ଦେଇ ଭୁଲାଇଦେଲା ମୋ ଚତୁରୀ ସ୍ତ୍ରୀ ।ପୁଣି କିଛି ସମୟ ପରେ ପୁଅ କହିଲା , ଆମେ ପୁଣି ଆସିବା ନା ଜେଜୀଙ୍କୁ ଦେଖିବାକୁ । ଏବେ ଅନଛା ସତ୍ୱେ ମୋ ସ୍ତ୍ରୀ ହଁ ଭରିଦେଲା ।ପୁଅ କହିଲା, ତାହାଲେ ସେଦିନ ଆସିଲେ ଆମେ ଏଠି କିଛିଦିନ ରହିଯିବା ମାମା?” ପୁଅର ଖିଆଲି କଥା ଭାବି ମୋ ସ୍ତ୍ରୀ ହସି ହସି କହିଲେ, “ମୁଁ ଏଠି ବିଲ୍କୁଲ୍ ରହିପାରିବିନି । ଆମ ଘରେଯେଉଁ ସୁବିଧା ଅଛି ଏଠି କ’ଣ ସେମିତି ସୁବିଧା ମିଳିବ?” ପୁଅ ଏଥର କହିଲା, “ବାପା, ମୋ ପାଇଁ ଯେଉଁ ସାଇକଲ୍ ଆଣିବ ବୋଲି କହୁଥିଲ,ଆଉ ଅଣିବନିା ସେ ପଇସା ଏଇ ଆଶ୍ରମକୁ ଦେଇଦେବ ।ମୁଁ କହିଲି ତୁ ସେଥିକି ଚିନ୍ତା କରନା । ଜେଜୀ ମାଆଙ୍କ ଖର୍ଚ୍ଚ ପାଇଁ ମୁଁ ପ୍ରତି ମାସରେ ଟଙ୍କା ବାନ୍ଧିବିା ପୁଅ କହିଲା, “ ତାହାଲେ ମୋ ପାଇଁ ଖେଳନା ଆଉ ଚକୋଲେଟ୍ ବାବଦକୁ ଯାହା ଖର୍ଚ୍ଚ କରୁଥିଲ, ସେ ପଇସା ବି ଏଇ ଆଶ୍ରମ କୁ ଦେଇଦେବ । ମୋ ସ୍ତ୍ରୀ ପୁଅକୁ କୋଳେଇ ନେଇ ସ୍ନେହରେ ପଚାରିଲା, “କାହିଁକି?” ପୁଅ କହିଲା,”ସେଇ ଟଙ୍କାରେ ସେ ଆଶ୍ରମରେ ଆଉ ଗୋଟେ ରୁମ୍ କରିବାକୁ କହିବା, ଯେଉଁଥିରେ ଆମ ଘର ପରି ସବୁ ସୁବିଧା ଥିବ” । ମୋ ସ୍ତ୍ରୀ ପୁଣି କହିଲା, “ଆରେ ତୋ ଜେଜୀଙ୍କର ଏମିତି ଘରେ ରହିବାର ଅଭ୍ୟାସ ଅଛି । ତେଣୁ ତାଙ୍କୁ ଏତେ ସୁବିଧା ଦରକାର ନାହିଁ” । ପୁଅ କହିଲା, “ମାମା ଜେଜୀଙ୍କର ସିନା ଅଭ୍ୟାସ ଅଛି;ତମର ତ ନାହିଁ” । ଆଭିଜାତ୍ୟ ଶୈଳୀରେ ସିଟ୍ କୁ ଆଉଜି ମୋ ସ୍ତ୍ରୀ କହିଲେ, ମୋ ପାଇଁ ବ୍ୟସ୍ତ କାହିଁକି ବାବା? ଆମର ପରା ଘର ଅଛି ! ପୁଅ କହିଲା,”ମୁଁ ଜାଣିଛି ମାମା ଆମର ଘର ଅଛି । ହେଲେ ମୁଁ ଯେତେବେଳେ ବଡ ହୋଇଯିବି ଆଉ ମୋ ସ୍ତ୍ରୀ ଆସିବ, ତମୁକୁ ତ ପୁଣି ଏଠାକୁ ଆସିବାକୁ ପଡିବ ନାଁ” ଚମକି ପଡିଲା ମୋ ପୁଅର ମାଆ! ଏକ ଅଜଣା ଆତଙ୍କରେ ଥରିଥରି କହିଲା, “ଗାଡିବୁଲାଅ, ମାଆଙ୍କୁ ଆଶ୍ରମ ନୁହେଁ ; ଆମ ଘରେ ରଖିବା”

E-mail: subhakantasahu@gmail.com

ମୋ-୯୮୬୧୭୩୨୨୫୬

ଶୁଭକାନ୍ତ ସାହୁ, ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା,ଗଂଜାମ,ପିନ୍-୭୬୧୧୦୫ ।

ମାଆ ସ୍ତ୍ରୀ ପୁଅ

Rate the content


Originality
Flow
Language
Cover design

Comments

Post

Some text some message..