Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସୋମଦତ୍ତ କଥା

ସୋମଦତ୍ତ କଥା

2 mins
7.4K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଏଥର ବେତାଳ ରାଜାଙ୍କୁ ଆଉ ଏକ କାହାଣୀ ଶୁଣାଇବାକୁ ଯାଇ କହିଲା – ଗାନ୍ଧାର ଦେଶରେ ବ୍ରହ୍ମଦତ୍ତ ବୋଲି ଜଣେ ଧନୀ ବ୍ୟକ୍ତି ଥିଲେ l ସେ ରାଜାଙ୍କର ଖୁବ୍ ପ୍ରିୟ ଥିଲେ l ସେହି ଦେଶରେ ନିୟମ ହୋଇଥିଲା ଯେ କୌଣସି ଲୋକ ଆଉ ଦ୍ଵିତୀୟ ସ୍ତ୍ରୀ ଗ୍ରହଣ କରି ପାରିବେ ନାହିଁ କିମ୍ବା ଅନ୍ୟର ସ୍ତ୍ରୀକୁ ନିଜର ସ୍ତ୍ରୀ କରି ପାରିବେ ନାହିଁ l

ବ୍ରହ୍ମଦତ୍ତର ପୁଅ ନାଁ ସୋମଦତ୍ତ l ଦିନେ ସନ୍ଧ୍ୟାରେ ଗୋଟିଏ ମନ୍ଦିର ନିକଟରେ ଚନ୍ଦ୍ରସେନା ସହିତ ସୋମଦତ୍ତର ସାକ୍ଷାତ୍ ହେଲା ସୋମଦତ୍ତ ଚନ୍ଦ୍ରସେନାକୁ ବିବାହ କରିବ ବୋଲି ତା’ ଘରକୁ ପ୍ରସ୍ତାବ ଦେଲା l ହେଲେ ଚନ୍ଦ୍ରସେନାର ବାପା ମାଆ ଏଥିରେ ରାଜି ହେଲେ ନାହିଁ l କାରଣ ଜୟକର୍ଣ୍ଣ ବୋଲି ଜଣେ ଯୁବକ ସହିତ ଚନ୍ଦ୍ରସେନାର ବିବାହ ଠିକ୍ ହୋଇ ସାରିଥିଲା l ଏ ଖବର ଶୁଣି ସୋମଦତ୍ତ ମନ ଦୁଃଖରେ ଘର ଛାଡ଼ି ଚାଲିଯିବାକୁ ଠିକ୍ କଲା l

ଚନ୍ଦ୍ରସେନା ନିଜର ଜଣେ ଦାସୀ ହାତରେ ଚିଠିଟିଏ ଦେଇ ଦେଖିଲା ଯେ ବିବାହ ପରେ ସେ ନିଶ୍ଚୟ ସୋମଦତ୍ତ ସହିତ ମିଳିତ ହେବ l ସେ ଚିଠି ସୋମଦତ୍ତ ଚନ୍ଦ୍ରସେନାର ଫେରିବା ବାଟକୁ ଚାହିଁ ରହିଲା l

ଚନ୍ଦ୍ରସେନା ଜୟକର୍ଣ୍ଣକୁ ବିଭାହେଲା ପରେ ମିଳନ ରାତିରେ ସୋମଦତ୍ତକୁ ଭଲପାଏ ବୋଲି କହିଲା l ଜୟକର୍ଣ୍ଣର ଅନୁମତି ନେଇ ଏ ସେହି ରାତିରେ ସୋମଦତ୍ତ ପାଖକୁ ଆସିଲା l ବାଟରେ ଗୋଟିଏ ଚୋର ସହିତ ତା’ର ଦେଖାହେଲା l ଫେରିବା ପରେ ନିଜର ସବୁ ଅଳଙ୍କାର ଦେବ ବୋଲି ସେ କହିଲା l

ସୋମଦତ୍ତ ପାଖରେ ପହଞ୍ଚିବାରୁ ସୋମଦତ୍ତ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା l ରାଜାଙ୍କର ନିୟମ କଥା ଜଣାଇ କହିଲା, ‘ ଦେଖ ଚନ୍ଦ୍ରସେନା ! ତୁମେ ବିବାହିତା l ଆଉ ଜଣଙ୍କର ସ୍ତ୍ରୀ ହୋଇସାରିଛ l ତୁମକୁ ମୁଁ ଗ୍ରହଣ କରିପାରିବି ନାହିଁ l ଶେଷରେ ଚନ୍ଦ୍ରସେନା ନିରାଶ ମନରେ ସେଠାରୁ ଫେରି ଆସିଲା l

ଚନ୍ଦ୍ରସେନାକୁ ବାଟରେ ଚୋର ଦେଖି ତା’ ଠାରୁ ସବୁ ଶୁଣିଲା l ତା’ ମନରେ ଦୟା ଆସିଲା l ସେ ଚନ୍ଦ୍ରସେନାକୁ ଜୟକର୍ଣ୍ଣ ମଧ୍ୟ ଗ୍ରହଣ କଲା ନାହିଁ l ସେ ତାକୁ ଛାଡ଼ି ଦେବାରୁ ଚନ୍ଦ୍ରସେନା ଲୋକଲଜ୍ଜା ଭୟରେ କୂଅକୁ ଡେଇଁ ପ୍ରାଣ ହରାଇ ଦେଲା l

ବେତାଳ କହିଲା-ରାଜା ! ଏବେ କୁହ ଏଥିରେ ପରୋପକାର କାହାର ଅଧିକ ?

ରାଜା କହିଲେ- ‘’ ଯିଏ ବିନା ସ୍ଵାର୍ଥରେ ପରୋପକାର କରିଲା, ତାହାକୁ ଶ୍ରେଷ୍ଟ ବୋଲି କୁହାଯିବ l ଏଥିରେ ଚୋରର କୌଣସି ପ୍ରକାରର ସ୍ଵାର୍ଥ ନଥିଲା l ଚୋରଟି ଚନ୍ଦ୍ରସେନାର ଅଳଙ୍କାର ନ ନେଇ ତା’ର ଦୁଃଖରେ ସମଭାଗୀ ହେଲା ଓ ତାକୁ ଫେରାଇ ଦେଲା l ‘’

ବେତାଳ କହିଲା – ସାବାସ୍ ରାଜା ବିକ୍ରମାଦିତ୍ୟ l ତୁମର ଏହି ନ୍ୟାୟଦେବାକୁ ଧନ୍ୟବାଦ l ଏହା କହି ସେ ଚଟାପଟ୍ ରାଜାଙ୍କ କାନ୍ଧରୁ ଡେଇଁ ସେହି ଗଛରେ ଯାଇ ଓହଳି ପଡ଼ିଲା


Rate this content
Log in

Similar oriya story from Children