Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -66
ଜହ୍ନମାମୁଁ -66
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

3 Minutes   6.9K    17


Content Ranking

ମହାଭାରତ 2

ଦ୍ରୋଣ ଆଜ୍ଞା ଦେଲେ, “ତେବେ ତୀର ଚଳାଅ” । ଆଜ୍ଞା ପାଇବା ମାତ୍ରେ ଅର୍ଜୁନ ତୀର ମାରି ସେହି ପକ୍ଷୀର ମୁଣ୍ଡକୁ ଉଡାଇ ଦେଲେ । ଦ୍ରୋଣ ତାଙ୍କର ତୀର ଚାଳନାରେ ଗଦଗଦ ହୋଇଗଲେ ।

ଥରେ ଦ୍ରୋଣ ତାଙ୍କ ଶିଷ୍ୟମାନଙ୍କୁ ନେଇ ଯମୁନାରେ ସ୍ନାନ କରିବାକୁ ଯାଇଥିଲେ । ସେ ସ୍ନାନ କରିବାବେଳେ, ଏକ କୁମ୍ଭୀର ତାଙ୍କର ପାଦକୁ ଧରି ନେଇଥିଲା । ସେ ଚିତ୍କାର କଲେ, “ହେ ଶିଷ୍ୟମାନେ, ତୀର ଚଳାଅ ଓ ମୋତେ ଏହି ଭୟଙ୍କର କୁମ୍ଭୀର ମୁହଁରୁ ରକ୍ଷାକର ।” ଅନେକେ ଭୟରେ ପଳାଇଲେ । ଆଉ ଅନେକେ ଭୂଲ୍ ଭାବରେ ତୀର ମାରିଲେ । କେବଳ ଅର୍ଜୁନହିଁ ପାଞ୍ଚଟି ତୀର ମାରି ଗୁରୁଙ୍କୁ ରକ୍ଷା କଲେ । ଏହା ମଧ୍ୟ ପୁର୍ବନିର୍ଦ୍ଧାରିତ ଆଉ ଏକ ନାଟକ ଥିଲା । ସେହି କୁମ୍ଭୀରଟି ଏକ ହାତଗଢା କୁମ୍ଭୀର ଥିଲା ।

ଦ୍ରୋଣ ଅର୍ଜୁନଙ୍କ ଉପରେ ଖୁସି ହୋଇ କହିଲେ, “ପୁତ୍ର ତୁମେ ସମସ୍ତ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛ । ତୁମକୁ ମୁଁ ଆଜି ବ୍ରହ୍ମଶିର ନାମକ ଅସ୍ତ୍ରର ଶିକ୍ଷା ଦେବି । ଏହାକୁ ମୁଁ କେବଳ ତୁମକୁ ହିଁ ଶିକ୍ଷା ଦେବି ଯାହାର ପ୍ରୟୋଗ ମାନବର ଅତୀତ କୌଣସି କିଛି ଉପରେ ମଧ୍ୟ କରାଯାଇ ପାରେ । ସାଧାରଣ ମନୁଷ୍ୟ ଉପରେ ଏହାକୁ ପ୍ରୟୋଗ କଲେ ପୃଥିବୀ ଦଗ୍ଧ ହେବ ।”

ଅର୍ଜୁନ ସଙ୍ଗେ ସଙ୍ଗେ ସ୍ନାନ କରି ଶୁଚୀବନ୍ତ ହୋଇ ଗୁରୁଙ୍କଠାରୁ ସେହି ମହାନ୍ ଅସ୍ତ୍ର ଶିକ୍ଷା କଲେ ।

ଦିନେ ଧୃତରାଷ୍ଟ୍ରଙ୍କ ସଭାକୁ ଦ୍ରୋଣ ଗଲେ । ସେତେବେଳେ ସେଠାରେ ଭୀଷ୍ମ, ବିଦୁର, କୃପ, ବାହ୍ଲୀକ ଓ ସୋମଦତ ଥିଲେ ।

ଦ୍ରୋଣ ଧୃତରାଷ୍ଟ୍ରଙ୍କୁ କହିଲେ, “ମହାରାଜ, କୁମାରମାନଙ୍କର ତ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିକ୍ଷା ପ୍ରାୟ ସମାପ୍ତ ହେଲାଣି । ଆପଣ ଦିନେ ରଙ୍ଗସଭାର ଆୟୋଜନ କରି ସେମାନଙ୍କ ଯୋଗ୍ୟତାର ପରୀକ୍ଷା ନିଅନ୍ତୁ ।”

ଧୃତରାଷ୍ଟ୍ର ଦ୍ରୋଣଙ୍କୁ କହିଲେ, “ଆପଣ ଆମ କୁମାରମାନଙ୍କର ବଡ ଉପକାର କଲେ । ଏବେ ଆପଣ କୁହନ୍ତୁ କେବେ ଓ କେଉଁଠାରେ ସେମାନଙ୍କର ଅସ୍ତ୍ରବିଦ୍ୟା ପ୍ରଦର୍ଶନ ହେବ, ମୁଁ ସେହି ଅନୁସାରେ ବ୍ୟବସ୍ଥା କରିବି ।”

ଏସବୁ ପାଇଁ ବ୍ୟବସ୍ଥା କରିବାର ଦାୟିତ୍ୱ ବିଦୁରଙ୍କୁ ଦିଆଗଲା । ଏକ ବିରାଟ ରଙ୍ଗଭୂମି ପ୍ରସ୍ତୁତ କରାଗଲା । ରାଜବଂଶର ସମସ୍ତେ ସେଠାକୁ ଦେଖିବାକୁ ଆସିଲେ । ସମସ୍ତେ ଆସନ ଗ୍ରହଣ କରିବା ପରେ ରଙ୍ଗଭୂମିକୁ ଦ୍ରୋଣ ତାଙ୍କ ପୁତ୍ର ଅଶ୍ୱତ୍ଥାମା ସହିତ ପ୍ରଥମେ ଆସିଲେ । ତା’ପରେ ତାଙ୍କର ଶିଷ୍ୟଗଣ ଖଡ୍ଗ, ଢାଲ, ଧନୁ, ତୀର, ଗଦା ଇତ୍ୟାଦି ଅସ୍ତ୍ରଶସ୍ତ୍ର ଧରି ରଙ୍ଗଭୂମିରେ ଆସି ପ୍ରବେଶ କଲେ । ପ୍ରଥମେ ଯୁଧିଷ୍ଠିର ଓ ତାଙ୍କ ପଛରେ ସମସ୍ତେ ଆସିଲେ ।

ରଥ ଉପରେ ବସି, ହାତୀ ଉପରେ ବସି, ବା ଘୋଡା ଉପରେ ବସି ସେମାନେ ନିଜ ନିଜର ଅସ୍ତ୍ରର କୌଶଳ ପ୍ରଦର୍ଶନ କଲେ । ଯାହା ଯାହା ଘଟଣା ସବୁ ରଙ୍ଗଭୂମିରେ ଘଟୁଥାଏ, କୁନ୍ତୀ ଗାନ୍ଧାରୀଙ୍କୁ ଓ ବିଦୁର ଧୃତରାଷ୍ଟ୍ରଙ୍କୁ ସେସବୁ କଥା କହି ଦେଉଥା’ନ୍ତି ।

କିଛି ସମୟ ପରେ ଭୀମ ଓ ଦୁର୍ଯ୍ୟୋଧନ ନିଜନିଜର ଗଦା ଧରି ରଙ୍ଗଭୂମିକୁ ଆସିଲେ । ଦୁହେଁ ଗଦାଯୁଦ୍ଧ ଆରମ୍ଭ କଲେ । ଏହା କେବଳ ପ୍ରଦର୍ଶନ ପାଇଁ ହେବାର ଜାଣି ସୁଦ୍ଧା ସେ ଦୁହେଁ ପ୍ରକୃତ ଯୁଦ୍ଧରେ ଲାଗିଗଲେ । ଦର୍ଶକମାନଙ୍କ ମଧ୍ୟରୁ ଦଳେ ଭୀମଙ୍କୁ ତ ଆଉ ଦଳେ ଦୁର୍ଯ୍ୟୋଧନଙ୍କୁ ଉତ୍ସାହ ଦେଉଥା’ନ୍ତି । ଦ୍ରୋଣ ଦେଖିଲେ ଅବସ୍ଥା ବଡ ଗୁରୁତର । ତେଣୁ ଅଶ୍ୱତ୍ଥାମା ଆସି ସେମାନଙ୍କର ଗଦା ଯୁଦ୍ଧ ବନ୍ଦ କଲେ ।

ଅର୍ଜୁନ ଶେଷରେ ଆସିଲେ । ତାଙ୍କୁ ଦେଖିବାମାତ୍ରେ ସଭାରେ ଉପସ୍ଥିତ ଲୋକମାନେ ଅତି ଆନନ୍ଦରେ କୋଳାହଳ କଲେ । ଧୃତରାଷ୍ଟ୍ର ପଚାରିଲେ, “ବିଦୁର, ହଠାତ୍ ଏ କୋଳାହଳ କାହିଁକି?”

ବିଦୁର କହିଲେ “ମହାରାଜ, କୁମାର ଅର୍ଜୁନ ରଙ୍ଗଭୂମିକୁ ପ୍ରବେଶ କରିବା ଯୋଗୁଁ ଦର୍ଶକମାନେ ଆନନ୍ଦରେ କୋଳାହଳ କରୁଛନ୍ତି ।”

ତା’ପରେ ଦ୍ରୋଣଙ୍କ ଆଦେଶ କ୍ରମେ ମହାବୀର ଅର୍ଜୁନ ବରୁଣାସ୍ତ୍ର ଚଳାଇ ଜଳ ବର୍ଷାକଲେ । ଆଗ୍ନେୟାସ୍ତ୍ର ଚଳାଇ ଅଗ୍ନି ସୃଷ୍ଟି କଲେ । ବାୟବାସ୍ତ୍ର ଚଳାଇ ବାୟୁ ସୃଷ୍ଟି କଲେ, ଏସବୁ ଦେଖି ଦର୍ଶକମାନେ ଚମତ୍କୃତ ହେଉଥା’ନ୍ତି । ସମସ୍ତେ ଖାଲି ଅର୍ଜୁନଙ୍କ ପ୍ରଶଂସାରେ ଶତମୁଖ । ଏଣେ ଏସବୁ ଘଟଣା ଦେଖି ଦୁର୍ଯ୍ୟୋଧନ ଓ ତାଙ୍କ ଭାଇମାନେ କେବଳ ଈର୍ଷ୍ୟାରେ ଜଳି ଯାଉଥା’ନ୍ତି ।

ଠିକ୍ ଏହି ସମୟରେ ସୂତପୁତ୍ର କର୍ଣ୍ଣ ରଙ୍ଗଭୂମିକୁ ପ୍ରବେଶ କଲେ । ସେ ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟଙ୍କୁ ସବିନୟେ ପ୍ରଣାମ କରି କହିଲେ, “ଆଚାର୍ଯ୍ୟ ମହାଶୟ, ଅର୍ଜୁନ ଯେଉଁ ସମସ୍ତ ବିଦ୍ୟାରେ ପାରଙ୍ଗମ ସେସବୁଥିରେ ମୁଁ ମଧ୍ୟ ବିଦ୍ୟାଶିକ୍ଷା କରିଛି । ମୋତେ ଅନୁମତି ଦେଲେ ମୁଁ ମଧ୍ୟ ସେସବୁ ପ୍ରଦର୍ଶନ କରିବି ।”

ଦ୍ରୋଣ କହିଲେ, “ବତ୍ସ, ତୁମେ କେଉଁ ବଂଶର ଓ କେଉଁ ଜାତିର ନ ଜାଣିଲେ ମୁଁ ତୁମକୁ କିପରି ଏହି ରାଜକୁମାରମାନଙ୍କ ସହ ଅସ୍ତ୍ରବିଦ୍ୟା ପ୍ରଦର୍ଶନ ପାଇଁ ଅନୁମତି ଦେବି? ଏବେ ତୁମେ ନିଜର ପରିଚୟ ଦିଅ ।”

ତାଙ୍କ କଥା ଶୁଣି କର୍ଣ୍ଣ ନୀରବ ରହିଲେ । ତାଙ୍କର ଆଉ ବାକ୍ସ୍ଫୁର୍ତି ହେଲା ନାହିଁ । ଏସବୁ ଦେଖି କୁନ୍ତୀ ଭୀଷଣ ଦୁଃଖରେ ମୂର୍ଚ୍ଛିତା ହୋଇ ପଡିଲେ । ଏପରି ଅବସ୍ଥା ସୃଷ୍ଟି ହେବ ବୋଲି କର୍ଣ୍ଣ ଜାଣି ନଥିଲେ । ଏଣୁ ସେ ନିଜକୁ ବହୁତ ଅପମାନିତ ଅନୁଭବ କଲେ । ତାଙ୍କର ଏହି ଦୟନୀୟ ଅବସ୍ଥା ଦେଖି ଦୁର୍ଯ୍ୟୋଧନ କୁମାରମାନଙ୍କ ମଧ୍ୟରୁ ବାହାରି ଆସି କର୍ଣ୍ଣଙ୍କୁ ଆଲିଙ୍ଗନ କରି କହିଲେ, “ତୁମେ ଆଜିଠାରୁ ମୋର ପରମମିତ୍ର । ତୁମକୁ ମୁଁ ଅଙ୍ଗରାଜ୍ୟ ପ୍ରଦାନ କଲି । ଅଙ୍ଗରାଜ କର୍ଣ୍ଣଙ୍କର ଜୟ ହେଉ ।”

ଦୁର୍ଯ୍ୟୋଧନଙ୍କର ଏପରି ଉଦରତାରେ କର୍ଣ୍ଣ ବେଶ୍ ମୁଗ୍ଧ ହେଲେ ଓ ସେହିଦିନଠାରୁ ସେ ତାଙ୍କ ପ୍ରତି ଚିରଋଣି ହୋଇ ରହିଲେ । ସେଦିନ ପାଇଁ କର୍ଣ୍ଣ ଓ ଅର୍ଜୁନ ଗୁରୁଙ୍କ ନିର୍ଦେଶରେ ଦ୍ୱନ୍ଦଯୁଦ୍ଧରୁ କ୍ଷାନ୍ତ ହେଲେ । ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟ ଅବସ୍ଥା ସମ୍ଭାଳି ନେଲେ ।

ରଙ୍ଗସଭା ଭଙ୍ଗ ହେଲା । ସେଦିନର କାର୍ଯ୍ୟକ୍ରମ ସବୁ ସେତିକିରେ ଶେଷ ହେଲା ।

ଦ୍ରୋଣ ଧୃତରାଷ୍ଟ୍ର ଅଙ୍ଗରାଜ୍ୟ

Rate the content


Originality
Flow
Language
Cover design

Comments

Post

Some text some message..