Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଅସମ୍ଭାଳ ଅନାମିକାଙ୍କ

ଅସମ୍ଭାଳ ଅନାମିକାଙ୍କ

2 mins
1.6K


ଅସମ୍ଭାଳ ଅନାମିକାଙ୍କ ;
#ପ୍ରତିତଅବସ୍ଥା       (ଅଣୁ ଗଳ୍ପ)
 
ବିଦାୟ,ଆଜିଠାରୁ ,ତୁମ ଠାରୁ ମଧ୍ୟ କିନ୍ତୁ,କବିତା ,ଅନାମିକା ତୁମେ ଅଛ, ରହିବ ,ରହିଥିବ ସବୁଦିନ ,ଖୋଜି ପାରିବ, ନିଶିକାନ୍ତ ଙ୍କୁ ଯେମିତି ଖୋଜି ଚାଲିଛ ତୁମ ଚରାଚରିତ ଚରିତ୍ର ମାନଙ୍କ ଭିଢ଼ରେ ;  
#ପ୍ରତିତଅବସ୍ଥା ବାସ୍ତବ ଚିତ୍ରଣର ପରିପୁରକ ,ତୁମ ଓ ମୋ, କଲମରୁ ନିଷ୍କୃତ ସବୁ ଚରିତ୍ର ମାନେ
ତୁମେ ଏକା କଦାପି ନୁହଁ ,ପୁଣି ଅବାସ୍ତବ ବୋଲି କୁହୁଛ ତାହା ଅସମ୍ଭବ,
ନିଶିକାନ୍ତ ମଧ୍ୟ ତୁମ ସହ ଚାଲୁଥିବା
#ପ୍ରତିତଚରିତ୍ର,
କଳ୍ପନାରେ ଅତି ନିକଟ ଜିନ୍ତୁ ହୋଇପାରେ, ବାସ୍ତବତା ଠାରୁ ବହୁତ ଦୂର-------।
                   ଦିଗନ୍ତ ସେପାରିରେ ତାରା,ଜହ୍ନ,ଆକାଶ,ଅମାରାତି ପରା ଆମ ସହଚର , ସେମାନେ କଣ ? ତୁମ ବିନା, ନିଶିିକାନ୍ତଙ୍କୁ ଦେଖିବାକୁ ଚାହିଁବେ, କୁହ ତ ,ବାସ୍ତବତା ଠାରୁ ପ୍ରତିତ ଅବସ୍ଥା 
ଯଦି ଅତି ରୋମାଞ୍ଚଭରା  ହୁଏ ,ତାକୁ କଣ ? ଦୁରେଇ ଦେବା ଆମ ପକ୍ଷରେ ସମ୍ଭବ । 
ଆମେ ପରା କଳ୍ପନା ବିଳାସୀ ସାରସ୍ୱତ ସନ୍ତାନ ।
ଜହ୍ନ,ତାରା ବିନା ଆକାଶ କଣ ?ଭଲ ଲାଗିବ ।
ତୁମର ପ୍ରଘାଢ଼ ବିଶ୍ୱାସ ଭଗବାନଙ୍କ ଉପରେ ,ଜାଣ ନି ମୋର ଅଛି କି ନାହିଁ କିନ୍ତୁ ମୋର ବିଶ୍ୱାସ କେବଳ ତୁମେ ଓ ତୁମ ଅନାବିଳ ପ୍ରେମ
ତୁମକୁ ଅନ୍ତର ର ନିହିତ ବିଶ୍ୱାସ ବନାଇ ଚାଲିଛି , ଥକିବି ,କଦାପି ନୁହେଁ,  କେବେ ନୁହେଁ , ଦୁଖଃ ବି କରିବି ନାହିଁ,କାରଣ ପ୍ରତିତଅବସ୍ଥା ମତେ ବି ଭଲ ଲାଗେ,
ପ୍ରଯ୍ୟୁକ୍ତି ଖେଳ,ଏଠି ଚରିତ୍ର ଗୁଡିକୁ ବାସ୍ତବତା ଠାରୁ ଢେର ସୁନ୍ଦର ବନାଇ ଦେଲାଣି । ଆଗ ଠାରୁ ଆହୁରି ବି ସୁନ୍ଦର ଦେଖା ଗଲଣି ତୁମେ #,ଅନାମିକା
 ସାରା ଦୁନିଆଁ ପରା ମାତିଛି ,ପ୍ରତିତ ଅବସ୍ଥାରେ ,ତମେ ଓ ମୁଁ କାହିଁକି ? ଯେ ଅନାମିକ! ପଡିବା ବାଦ ।
କୁହ ! ଅନାମିକା , 
ନିଶିକାନ୍ତ ତୁମ ସହ ଏମିତି ରହି ବି ବନି ପାରେ ଆଗଧାଡିର ଘୋଡା ଜୀବନ ଦୌଡ଼ରେ, ସେ ପହଁରିବା ଶିଖି ଆସିଛି , ଲଗାମ କିନ୍ତୁ ତୁମ ହାତରେ ଦେଇ ,ଦୌଡି ବି ଚାଲିଛି, ପାରୁ ପର୍ଯ୍ୟନ୍ତ,ନେଇ ଅନୁମତି ତୁମ ବିଧାତାଙ୍କ, ଦୁଖଃ ! ସେ ତୁମ ଠାରୁ ମୋର ଆପଣାର, 
ଆଜି ସେ  ନାରାଜ ,ତୁମ ଭଳି ମତେ ନ ଛାଡିବାକୁ କେବେ ।
ତୁମେ ନିଜେ ବି ଜଳି ମତେ ବି ଜାଳି ଚାଲି ଥାଅ । ମହମର ପ୍ରାରବ୍ଧ ଯେ ନିର୍ଦ୍ଧିଷ୍ଠ । 
ତୁମ ତଥାକଥିତ ଭଗବାନ କୁଆଡେ ସବୁ ଧାର୍ଯ୍ୟ କରନ୍ତି ,ଅନାମିକା !
ଚାଲ ଏମିତି ଘୁରି ବୁଲୁଥିବା ଚରିତ୍ର ବନି ଅଶରୀର ଆତ୍ମା ମାନଙ୍କ ରୂପ ନେଇ,
ଆଗ ଠାରୁ ଢେର ଗଭୀର,ଗମ୍ଭୀର ନୀଳ ସାଗର ଆଉ ତା ଦୀର୍ଘ ନୀରବତା ଭିତରେ,ଭଲପାଅ ପରା ମତେ ତୁମେ ଯାହାକୁହ ,ଏମିତି ପ୍ରତିତ ଅବସ୍ଥାରେ-----!
 
କାଶ୍ୟପ ।
ରାୟଗଡା ।
 
 
 
 


Rate this content
Log in