Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବୀରବଲଙ୍କ ଝିଅ ବାହାଘର

ବୀରବଲଙ୍କ ଝିଅ ବାହାଘର

2 mins
7.2K


ଶ୍ରୀମତୀ ସୁଜାତା ସିହ୍ନା

ଦିନେ ବୀରବଲ ମନ ଦୁଃଖରେ ଦରବାରରେ ଆସି ପହଞ୍ଚିଲେ l ଆକବର ତାଙ୍କୁ ଦେଖି ଭାବିଲେ ବୀରବଲ ତ ସବୁବେଳେ ଖୁସି ରୁହନ୍ତି l ଆଜି କାହିଁକି ଏମିତି ଚିନ୍ତିତ ଓ ବ୍ୟସ୍ତ ଜଣା ପଡ଼ୁଛନ୍ତି l ଏହା ଭାବି ସେ ପଚାରିଲେ ବୀରବଲ ! ତୁମର କି ଅସୁବିଧା ହୋଇଛି ? ମୁଁ ତୁମକୁ କିଛି ସାହାର୍ଯ୍ୟ କରିପାରେ କି ?

ବୀରବଲ କହିଲେ- ଜାହାଁପନା ! କାଲୀ ରାତିରେ ମୋର ଝିଅ ଟିଏ ହୋଇଛି l ଏକ ଝିଅ ପାଇଁ ତାର ବାପ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ l ତେଣୁ ମୁଁ କେମିତି ଖୁସିହେବି ଯେ ? ଏହା ଶୁଣି ଆକବର କହିଲେ- ମୁଁ ଜାଣେ ତୁମ ଝିଅ ଯେତେବେଳେ ବିବାହ ଯୋଗ୍ୟ ହୋଇଯିବ ତାକୁ ବିବାହ କରିବା ପାଇଁ ଅନେକ ହିନ୍ଦୁ ରାଜକୁମାରମାନେ ଆଗେଇ ଆସିବେ l ତାର ଆଗକୁ ଆଉ କିଛିବି ଅସୁବିଧା ରହିବ ନାହିଁ l ତା’ ହେଲେ ତୁମେ କାହିଁକି ଖୁସି ନୁହଁ ?

ବୀରବଲ କହିଲେ- ଜାହାଁପନା ! ଝିଅ ପାଇଁ ଭଲ ଘର ଓ ଯୋଗ୍ୟ ବାର ଠିକ୍ କରିବା ତ କଠିନ ତା ଛଡା ବିବାହ ସମୟରେ ଯେତେ ଯାନି ଯୌତୁକ ଦେଲେ ମଧ୍ୟ ଶଶୁର ଘର ଲୋକ ଝିଅର ବାପ ଉପରେ ଖୁସି ନୁହନ୍ତି l ଏହା ଶୁଣି ଆକବର କହିଲେ ବୀରବଲ ବ୍ୟସ୍ତ ହୁଅ ନାହିଁ l ମୁଁ ଶପଥ କରି କହୁଛି ତୁମ ଝିଅର ବିବାହ ସମୟରେ ମୁଁ ତୁମକୁ ସାହାର୍ଯ୍ୟ କରିବି l

ବହୁତ ବର୍ଷ ବିତିଗଲା l ବୀରବଲ ଦିନେ ଆସି ଝିଅର ବାହାଘର ଠିକ୍ ହୋଇ ଯାଇଛି ବୋଲି ବାଦସାହାଙ୍କୁ ଜଣାଇଲେ l ବାଦଶାହ ବୀରବଲଙ୍କୁ ବିବାହର ସମସ୍ତ ଯୌତୁକ ଝିଅକୁ ଦେବା ପାଇଁ ଦେଲେ l ତା’ ସହିତ ବରଯାତ୍ରୀମାନଙ୍କ ସ୍ଵାଗତ ପାଇଁ ବଡ଼ ଭୋଜିର ଆୟୋଜନ କରାଯାଇ ଥିଲା l ଆକବର ନିଜେ ସବୁ ଜିନିଷର ତଦାରଖ କରୁଥିଲେ l ଘରର ଦ୍ଵାର ସମ୍ମୁଖରେ ସେ ଏକ ସୁନା ମୁଦ୍ରାରେ ଭର୍ତ୍ତି ଗୋଟିଏ ମାଠିଆ ରଖିଥିଲେ l ବରଯାତ୍ରୀମାନେ ଗୋଟିଏ ମୁଠାରେ ଧରି ପାରୁଥିବା ଭଳି ସୁନା ମୁଦ୍ରାସବୁ ମନଇଚ୍ଛା ନେଉଥିଲେ ରାଜକୀୟ ଖାଦ୍ୟ ତଥା ପାନୀୟର ବ୍ୟବସ୍ଥା କରାଯାଇଥିଲା l ବରପକ୍ଷଙ୍କୁ ବହୁତ ଦାମି ଦାମି ଉପହାର ସବୁ ଦିଆ ଯାଉଥିଲା l

ବିବାହ ପର ଦିନ ଆକବର ପଚାରିଲେ – ବୀରବଲ ! ମୁଁ ଶୁଣିଲି ବରଯାତ୍ରୀମାନେ ବହୁତ ଖୁସି ଓ ସନ୍ତୁଷ୍ଟ ହୋଇ ଯାଇଛନ୍ତି l ବରପିତା ମଧ୍ୟ ଖୁସି ଜଣା ପଡୁଥିଲେ l ତେଣୁ ତୁମେ ହିଁ ପ୍ରକୃତରେ ଗୋଟେ ଝିଅର ଚିନ୍ତାହୀନ ଖୁସି ବାପା l

ଏହା ଶୁଣି ବୀରବଲ କହିଲେ – ହଜୁର ! ଆପଣଙ୍କ ଧାରଣା ପୂରାପୂରି ଭୁଲ l ଯେତେ ଯାହା କଲେ ବି ବରପକ୍ଷଙ୍କୁ ଖୁସି କରାଇବା ଅସମ୍ଭବ l ବିରବଲଙ୍କର ଏପରି କଥା ଶୁଣି ବାଦଶାହଙ୍କୁ ଟିକେ ଆଘାତ ଲାଗିଲା l ସେ କହିଲେ- କ’ ଣ ହେଲା ! ତାକୁ ତ ସବୁ କିଛି ଦିଆଗଲା l ଏତେ ନେଇ ମଧ୍ୟ ଅସନ୍ତୁଷ୍ଟ ? ବୀରବଲ କହିଲେ ହଜୁର ! ସେମାନେ ନିଜ ନିଜ ଭିତରେ ସବୁ କୁହା କୁହି ହେଉଥିଲେ ଝିଅର ବାପା ଜଣେ ବଡ଼ କଞ୍ଜୁସ l ଏ ଏମିତି ଏକ ଛୋଟ ମୁହଁ ଥିବା ମାଠିଆରେ ସୁନା ମୋହର ରଖିଛନ୍ତି ଯେଉଁଥିରୁ ଏକ ହାତରେ ବି ଗୋଟିଏ ମୁଠା ସୁନା ମୋହର ଉଠୁନାହିଁ l ଯଦି ସେ ବଡ଼ ମୁହଁ ଥିବା ମାଠିଆ ରାଖୀ ଥାଆନ୍ତେ ତେବେ ଦୁଇ ହାତରେ ମନଇଛା ମୋହର ନେଇ ହୁଅନ୍ତା l

ଏହା ଶୁଣି ଆକବର ମନେ ମନେ ଚିନ୍ତାକାଲେ ପ୍ରକୃତରେ ଝିଅର ବାପା ହେବା ବଡ଼ ଚିନ୍ତା ଦାୟକ l


Rate this content
Log in

Similar oriya story from Children