Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାଧୁ ଦେବ ଶର୍ମାଙ୍କ କାହାଣୀ
ସାଧୁ ଦେବ ଶର୍ମାଙ୍କ କାହାଣୀ
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.2K    8


Content Ranking

ଅନେକ ଦିନ ତଳେ, ଏକ ନିକାଂଚନ ସ୍ଥାନରେ ‘ଦେବଶର୍ମା’ ନାମକ ଜଣେ ସାଧୁ ମଠ ସ୍ଥାପନ କରିଥିଲେ । ତାଙ୍କର ଏହି ମଠକୁ ଅନେକ ସାଧାରଣ ଜନତା ବୁଲିବାକୁ ଆସୁଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ହାତବୁଣା ଦ୍ରବ୍ୟ ପ୍ରଦାନ କରଥିଲେ । ଯାହାକୁ କି ସେ ବିକ୍ରୀ କରି ଦିନକୁ ଦିନ ଧନୀ ହେବାକୁ ଲାଗିଲେ । ସେ ଯେତେ ଧନୀ ହେଲେ ମଧ୍ୟ କାହାପ୍ରତି ଦିନେ ବିଶ୍ୱାସ ଘାତକତା କରି ନଥିଲେ । ଦିନ, ରାତି ସବୁ ସମୟରେ ସେ ସଂଚିତ ଧନର ଥଳୀଟିକୁ ହାତରେ ଧରୁଥିଲେ । କଦାପି ନିଜଠାରୁ ତାହାକୁ ଅଲଗା କରୁ ନଥିଲେ ।

ସାଧୁ ଦେବ ଶର୍ମାଙ୍କ ମତରେ ଧନ ଉପାର୍ଜନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଧନର ଆସିବା,ଯିବା ସଦାସର୍ବଦା ଅସୁବିଧା ସୃଷ୍ଟି କରିଥାଏ । ତାଙ୍କ ମତରେ ଏହା ଶେଷହୀନ । ଶେଷହୀନ ଏହି ଚିନ୍ତାର କାରଣକୁ ସର୍ବଦା ନିନ୍ଦା କରିବା ଉଚିତ୍ ।

ଆଷାଢଭୂତି ନାମକ ଜଣେ ଠକ ଯିଏ କି ସର୍ବଦା ସାଧାରଣ ଜନତାଙ୍କର ଉପାର୍ଜିତ ଧନକୁ ଲୁଣ୍ଠନ କରେ । ସେ କିପରି ଜାଣିବାକୁ ପାଇଲା ଯେ, ସାଧୁ ଦେବଶର୍ମା ତାଙ୍କ ସଂଚିତ ଧନକୁ ସଦାସର୍ବଦା ନିଜ ବାହୁ ମୂଳରେ ରଖି ଥାଆନ୍ତି । ସେ ମନେ ମନେ ଚିନ୍ତାକଲା, କିପରି ସାଧୁଙ୍କର ଧନକୁ ଅପହରଣ କରିବ । ମଠର କାନ୍ଥରେ ଗାତ କରି ସେହି ବାଟରେ ଯାଇ ଚୋରି କରିବା ଅତ୍ୟନ୍ତ କଷ୍ଟକର । ତେଣୁ ଏପରି କିଛି କରିବାକୁ ହେବ ଯାହା ଦ୍ୱାରା ସେ ସାଧୁଙ୍କର ବିଶ୍ୱାସ ଭାଜନ ହୋଇପାରିବ । ତେଣୁ ସେ ପ୍ରଥମେ ସାଧୁଙ୍କ ନିକଟରେ ପହଁଚି ଏପରି ମଧୁର ବଚନ କହିବ ଯେ, ଯାହାଦ୍ୱାରା ସାଧୁ ତାକୁ ନିଜର ଶିଷ୍ୟ ରୂପେ ଗ୍ରହଣ କରିବେ । ଏହିପରି କିଛିଦିନ ସାଧୁଙ୍କର ବିଶ୍ୱାସ ଭାଜନ ହେବା ପରେ ସେ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ନିଜ ହାତ ମୁଠାକୁ ଆଣିପାରିବ ।

ଏହିପରି ଭାବରେ ସେ ମନେ ମନେ ସଂକଳ୍ପବଦ୍ଧ ହେଲା ଯେ, ଏହି ଯୋଜନା ଅନୁସାରେ ସେ କାର୍ଯ୍ୟ କରିବ । କିଛି ଦିନପରେ ଆଷାଢ ଭୂତି ଦେବ ଶର୍ମାଙ୍କ ଆଶ୍ରମରେ ଯାଇ ପହଁଚିଲେ । ବିନମ୍ର ଭାବରେ ସାଧୁଙ୍କ ସମ୍ମୁଖରେ ଠିଆ ହୋଇ ‘ଓମ୍ ନମଃ ଶିବାୟ’ ମନ୍ତ୍ର ଉଚ୍ଚାରଣ କଲେ । ଏବଂ କହିଲେ, ‘ହେ ଭଗବାନ! ଏଇ ଜୀବନ ହେଉଛି ତୁଚ୍ଛ, ଅସାର ମଣିଷର ଯୌବନ ଠିକ୍ ଯେପରି ପର୍ବତରୁ ପ୍ରଖର ବେଗରେ ନିର୍ଗତ ହେଉଥିବା ନଦୀ ସହିତ ତୁଳନୀୟ । ଏହି ପୃଥିବୀରେ ସମସ୍ତ ସୁଖ ହେଉଛି କ୍ଷଣସ୍ଥାୟୀ, ଯେପରି କି ଶରତ୍ କାଳୀନ ଆକାଶରେ ଦେଖା ଦେଉଥିବା ବାଦଲ୍ ପରି । ଏବଂ ସ୍ତ୍ରୀ, ପୁତ୍ର, ବନ୍ଧୁମାନଙ୍କ ସହିତ ସଂପର୍କ ହେଉଛି ସ୍ୱପ୍ନପରି ଏହାକୁ ମୁଁ ଭଲଭାବରେ ଅନୁଧ୍ୟାନ କରି ଜାଣିପାରିଛି । ଆପଣ ବର୍ତ୍ତମାନ ମୋତେ ଉଚିତ୍ ପରାମର୍ଶ ଦିଅନ୍ତୁ ଯେପରି ମୁଁ ଏହି ଜୀବନ ରୂପକ ମହା ସମୁଦ୍ରକୁ ଅତିକ୍ରମ କରିପାରିବି ।

ଆଷାଢ ଭୂତିଙ୍କଠାରୁ ଏହା ଶୁଣିସାରିବାପରେ ଦେବଶର୍ମା ବିନୟ ସହକାରେ କହିଲେ, ‘ବାପାରେ! ତୁମେ ହେଉଛ ବାସ୍ତବିକ୍ ଧନ୍ୟ । କାରଣ ତୁମେ ଏହି ଯୁବକ ଅବସ୍ଥାରେ ପୃଥିବୀ ତ୍ୟାଗ କରିବାକୁ ଚାହୁଁଛ । ତୁମେ ମୋତେ ପଚାରିଛ କିପରି ଜୀବନ ରୂପକ ସାଗରକୁ ଅତିକ୍ରମ କରିବ? ତେବେ ଶୁଣ । ମୋ ମତ ଅନୁସାରେ ମନୁଷ୍ୟର ମନ ଯଦି ନିର୍ମଳ ହୋଇଥାଏ ତା’ହେଲେ ବୃଦ୍ଧ ଅବସ୍ଥାରେ ସେ ଶାନ୍ତି ପାଏ । ଯୁବକ ଅବସ୍ଥାରେ ତା’ର ଶରୀର ଦୁର୍ବଳ ହୋଇ ଥିଲେ ମଧ୍ୟ ମାନସିକ ସ୍ତରରେ ସେ ଯୁବକ ହୋଇ ରହିଥାଏ ।’

ଏହା ଶୁଣିସାରିବା ପରେ ଆଷାଢଭୂତି ଦେବଶର୍ମାଙ୍କ ପାଦତଳେ ଲୋଟି ପଡିଲେ ଏବଂ କହିଲେ, “ହେ ମୋର ଭଗବାନ ଜୀବନର ଏହି ରହସ୍ୟ ସଂପର୍କରେ ମୋତେ ଆପଣ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତୁ ।”

ଦେବ ଶର୍ମା କହିଲେ ‘ପ୍ରିୟ ଆଷାଢ ଭୂତି, ମୁଁ ହେଉଛି ଏକ ସନ୍ନ୍ୟାସୀ । ସନ୍ନ୍ୟାସୀମାନେ ସାଧାରଣତଃ ରାତିରେ ଏକାକୀ ରହିଥାଆନ୍ତି । କାରଣ କଥାରେ କୁହାଯାଇଛି, ଜଣେ ରାଜା ପଥଭ୍ରଷ୍ଟ ହୁଅନ୍ତି କେବଳ କୁପରାମର୍ଶଦାତା ମାନଙ୍କ ଦ୍ୱାରା, ସେହିପରି ସନ୍ନ୍ୟାସୀ ଜଣକ ଯଦି ବଂଧୁ, ପରିଜନଙ୍କ ମେଳରେ କାଳାତିପାତ କରନ୍ତି ଏବଂ ପୁତ୍ରକୁ ଅଧିକ ପ୍ରଶୟ ଦେଲେ ତା’ର ଭବିଷ୍ୟତ ନଷ୍ଟ ହେବା ପରି, ଉତମ ଚରିତ୍ର ସଂପର୍ଣ୍ଣ କାଲି ଯଦି କୁସଂଗରେ ପଡନ୍ତି ସେମାନେ ଧ୍ୱଂସକୁ ହିଁ ଆମନ୍ତ୍ରଣ କରିଆଣନ୍ତି । ତେଣୁ ତୁମକୁ ପ୍ରଥମେ ମୋର ଦୀକ୍ଷା ଗ୍ରହଣ କରିବାକୁ ପଡିବ । ଦୀକ୍ଷା ଗ୍ରହଣ କରିବା ପରେ ତୁମକୁ ଏକ ଚାଳଛପରରେ ନିର୍ମିତ କୁଟୀର ଯାହାକି ଆଶ୍ରମର ପ୍ରବେଶ ଦ୍ୱାର ନିକଟରେ ଅବସ୍ଥିତ ସେଠାରେ ତୁମେ ବିଶ୍ରାମ ନେବ ।

ଗୁରୁଙ୍କ କଥାରେ ଆଷାଢଭୂତି ତତ୍କ୍ଷଣାତ୍ ସମ୍ମତି ପ୍ରଦାନ କଲେ ଏବଂ ଗୁରୁଙ୍କର ଆଜ୍ଞା ପାଳନ କରିବାକୁ ନିଜର ପ୍ରଧାନ କର୍ତ୍ତବ୍ୟ ବୋଲି ମନେ କଲେ ।

ଆଶ୍ରମର ରୀତି ନୀତି ଅନୁସାରେ ଦେବଶର୍ମା ଆଷାଢଭୂତିଙ୍କୁ ଦୀକ୍ଷା ଦେଇ ନିଜର ଶିଷ୍ୟ ରୂପେ ଗ୍ରହଣ କଲେ । ଶିଷ୍ୟ ହେବାପରେ ଆଷାଢଭୂତି ଗୁରୁଙ୍କର ସେବା କାର୍ଯ୍ୟରେ ମନୋନିବେଶ କଲେ । ପ୍ରତିଦିନ ଶୋଇବା ସମୟରେ ଆଷାଢଭୂତି ଗୁରୁଙ୍କର ହାତ, ପାଦ ମର୍ଦ୍ଧନ କରନ୍ତି । ଗୁରୁ କିପରି ଆଷାଢଭୂତିଙ୍କ ଉପରେ ସନ୍ତୁଷ୍ଟ ହେବେ ସେଥିପାଇଁ ଆଷାଢଭୂତି ଯଥେଷ୍ଟ ଉଦ୍ୟମ କରୁଥାଆନ୍ତି । କିନ୍ତୁ ଦେବ ଶର୍ମା ତାଙ୍କ ନିକଟରୁ ଧନର ଥଳୀଟିକୁ ମୁହୂର୍ତକ ପାଇଁ ମଧ୍ୟ ଅଲଗା କରୁ ନଥାନ୍ତି ।

କିଛି ଦିନ ଅତିକ୍ରାନ୍ତ ହେଲାପରେ ଆଷାଢଭୂତି ଚିନ୍ତାକଲେ ଗୁରୁଙ୍କ ଠାରୁ ତ କୌଣସି ଉପାୟରେ ଧନର ଥଳୀ ନେଇ ହେଉନାହିଁ । ମୁଁ ତାଙ୍କୁ ହତ୍ୟା କରି କିମ୍ବା ବିଷ ଦେଇ ତାଙ୍କ ଠାରୁ ଏହା ଅପହରଣ କରାଯାଇପାରେ । ଆଷାଢଭୂତି ମନେମନେ ଏହା ସ୍ଥିର କରିଥାଆନ୍ତି । କିଛିଦିନ ପରେ ପାଖ ଗ୍ରାମର ଜଣେ ଶିଷ୍ୟ ଦେବ ଶର୍ମାଙ୍କୁ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ କରିବାକୁ ଆସିଲେ । ଏବଂ କହିଲେ ଆଜି ଯଜ୍ଞପବୀତ ପଇତା ଦାନ କାର୍ଯ୍ୟକ୍ରମ ମୋ ଗୃହରେ ଅନୁଷ୍ଠିତ ହେଉଛି । ତେଣୁ ଆପଣ ଦୟାକରି ଏହି କାର୍ଯ୍ୟରେ ଯୋଗଦାନ କରି ମୋ ଗୃହକୁ ପବିତ୍ର କରନ୍ତୁ ।

ଦେବଶର୍ମା ଶିଷ୍ୟର ଅନୁରୋଧ ଭାଙ୍ଗି ପାରିଲେ ନାହିଁ । ସଂଗେ ସଂଗେ ସେହି ଶୁଭ କାର୍ଯ୍ୟରେ ଯୋଗଦାନ କରିବାପାଇଁ ଆଷାଢଭୂତିଙ୍କୁ ସାଙ୍ଗରେ ନେଇ ଯିବାପାଇଁ ମନସ୍ଥ କଲେ ।

ଯିବା ସମୟରେ ବାଟରେ ଏକ ନଦୀ ପଡିଲା । ଯେତେବେଳେ ଦେବଶର୍ମା ନଦୀ ତଟରେ ପହଁଚିଲେ, ସେତେବେଳେ ସେ ତାଙ୍କର ଧନର ଥଳୀଟିକୁ ନିଜ ପୋଷାକ ମଧ୍ୟରେ ରଖିଲେ । ଆଷାଢଭୂତିଙ୍କୁ କହିଲେ, “ମୋ ଫେରିବା ପର୍ଯ୍ୟନ୍ତ ତୁମେ ଏହି ପୋଷାକକୁ ଜଗି ରହିଥିବ ।” କିନ୍ତୁ ଆଷାଢଭୂତି ଗୁରୁଙ୍କର ବାକ୍ୟକୁ ଅମାନ୍ୟ କରି ଧନର ମୁଣିକୁ ଅପହରଣ କରି ନେଇ କେଉଁ ଆଡେ ଅଦୃଶ୍ୟ ହୋଇଗଲେ ।

କିଛି ଦୂରରେ ଦେବଶର୍ମା ଦେଖିଲେ ଦୁଇଟି ମେଣ୍ଢା ପରସ୍ପର ସହିତ ଝଗଡା କରୁଥାନ୍ତି । ସେମାନେ ଏତେ ଜୋର୍ରେ ପରସ୍ପର ସହିତ ଝଗଡା କରି ଉଭୟେ ଲହୁ ଲୁହାଣ ହୋଇ ପଡିଥାନ୍ତି । ଏହି ସମୟରେ ଏକ ରକ୍ତ ପିପାସୁ ଶୃଗାଳ ସେଠାରେ ଉପସ୍ଥିତ ହୋଇ ପଡିଥିବା ରକ୍ତ ଗୁଡିକୁ ଚାଟିବାକୁ ଲାଗିଥାଏ । ଏହା ଦେଖି ଦେବ ଶର୍ମା ଚିନ୍ତା କଲେ, ମେଣ୍ଢା ଦୁଇଟି ପରସ୍ପର କଳି ଲାଗିବା ସମୟରେ ଯଦି ଏହି ଶୃଗାଳଟି ଆସିଥାଆନ୍ତା ତା’ହେଲେ ସିଏ ନିଶ୍ଚୟ ସେମାନଙ୍କୁ ମାରି ଦେଇଥାଆନ୍ତା । କିନ୍ତୁ ରକ୍ତ ପିପାସୁ ଶୃଗାଳ ମେଣ୍ଢା ଦୁଇଜଣଙ୍କୁ ଧରିବା ପାଇଁ ସେମାନଙ୍କୁ ଅନୁସରଣ କଲା । ଏବଂ ସେମାନଙ୍କ ସହିତ ଯୁଦ୍ଧ ମଧ୍ୟ ଆରମ୍ଭ କଲା । ଶେଷରେ ନିଜେ ନିଜର ମୁଣ୍ଡ ପିଟି ନିଜେ ମୃତ୍ୟୁ ବରଣ କଲା ।

ଏହି ସବୁ କଥା ଦେଖି ସାରିବା ପରେ ଦେବଶର୍ମା ଧିରେ ଧିରେ ସେହି ସ୍ଥାନ ପରିତ୍ୟାଗ କଲେ । ଏବଂ ସେହି ଘଟଣା ବିଷୟ ଚିନ୍ତା କରିବା ସହିତ ତାଙ୍କ ଅର୍ଜିତ ଧନ କଥା ମଧ୍ୟ ଚିନ୍ତା କରୁଥାଆନ୍ତି ।

ସେ ଯେତେବେଳେ ପୋଷାକ ରଖିଥିବା ସ୍ଥାନରେ ଆସି ପହଁଚିଲେ, ସେଠାରେ ସେ ଆଷାଢଭୂତିଙ୍କୁ ଦେଖିବା ବଦଳରେ ଦେଖିଲେ ତାଙ୍କର ପୋଷାକ ପଡିଆରେ ପଡିଛି । ସେ ସଂଗେ ସଂଗେ ପୋଷାକ ଭିତର ଦେଖିଲେ । ମାତ୍ର ତହିଁରେ ନିଜର ଧନ ମୁଣିଟିକୁ ନ ଦେଖି ଅତ୍ୟନ୍ତ ଦୁଃଖିତ ହେଲେ । ଏବଂ ଅସହାୟ ହୋଇ କାନ୍ଦିବାକୁ ଆରମ୍ଭ କଲେ । ଶେଷରେ ଭୂମିରେ ମୂର୍ଚ୍ଛାହୋଇ ପଡିଗଲେ । କିଛି ସମୟ ପରେ ତାଙ୍କର ସଂଜ୍ଞା ଫେରି ପାଇଲେ । ତତ୍କ୍ଷଣାତ୍ ଭୂମିରୁ ଉଠିପଡି ‘ଆଷାଢଭୂତି’ ‘ଆଷାଢଭୂତି’ ନାମରେ ଚିତ୍କାର କଲେ ଓ କହିଲେ ‘ଆଷାଢଭୂତି’! ‘ତୁମେ; କେଉଁଠାରେ ଅଛ’? ତୁମେ ଜଣେ ଠକ, ପ୍ରବଂଚକ । ତୁମେ ମୋ ପ୍ରତି ବିଶ୍ୱାସଘାତକତା କରିଛ । ଏହିପରି କିଛି ସମୟ ଚିତ୍କାର କରିବା ପରେ ସେ ଧୀରେ ଧୀରେ ଆଷାଢଭୂତିଙ୍କ ପାଦଚିହ୍ନ ଯେଉଁ ଆଡକୁ ପଡିଛି, ସେ ତାହାକୁ ଅନୁସରଣ କରି ଏକ ଛୋଟ ଗ୍ରାମରେ ପହଁଚିଲେ । ସେଠାରେ କିଛି ସମୟ ରହିବା ପରେ ସେ ଆଶ୍ରମକୁ ଫେରି ଆସିଲେ ।

ଏହାପରେ ଦମନକ ପୁଣି କହିବା ଆରମ୍ଭ କଲେ, ଏବଂ କହିଲେ, ‘କାରାତକ’! “ମୁଁ କ’ଣ କହୁଥିଲି, ଦୁଇଜଣ ମେଣ୍ଢାଙ୍କ ମଧ୍ୟରେ ଶୃଗାଳ ଆସି ମୃତ୍ୟୁ ବରଣ କରିବା ଏବଂ ଆଷାଢଭୂତିଙ୍କର ସନ୍ନ୍ୟାସୀଙ୍କ ପ୍ରତି ବିଶ୍ୱାସ ଘାତକତା ଏକ ପ୍ରକାରର କଥା ।” କାରାତକ କହିଲେ, ‘ଦମନକ’! ତୁମେ ଠିକ୍ କହୁଛ । କିନ୍ତୁ ଯେତେବେଳେ ବିପଦ ପଡିଥିବ, ସେତେବେଳେ ଆମେ କ’ଣ କରିବା?’ ‘ଦମନକ’ କହିଲେ “ଧର୍ଯ୍ୟର ସହିତ ଆମକୁ କିଛି କରିବାକୁ ପଡିବ” । ମୁଁ ଅତ୍ୟନ୍ତ ଚତୁରତାର ସହିତ ରାଜା ପିଙ୍ଗଳକ ଏବଂ ସଂଜୀବକଙ୍କ ମଧ୍ୟରେ ବିଶ୍ୱାସ-ଘାତକତା ସୃଷ୍ଟି କରି ପାରିବି ଏବଂ ସେମାନଙ୍କୁ ପରସ୍ପର ଠାରୁ ଅଲଗା କରିପାରିବି ।

କିନ୍ତୁ କାରାତକ କହିଲେ, ‘ଭାଇ’! ଏକଥା ଯଦି ପିଙ୍ଗଳକ ଏବଂ ସଂଜୀବକ ଜାଣନ୍ତି ତା’ହେଲେ ସେମାନେ ତୁମକୁ ଏଠାରୁ ବିତାଡିତ କରିଦେବେ । ଦମନକ କହିଲେ, ‘ପ୍ରିୟ କାରାତକ’ ଏପରି କୁହନାହିଁ । ଯେତେବେଳେ ଖରାପ ସମୟ ଆସିବ ଏବଂ ଭାଗ୍ୟ ଖେଳ ଖେଳୁଥିବ, ସେତେବେଳେ ଆମେ ଅଧୈର୍ଯ୍ୟ ନ ହୋଇ କାର୍ଯ୍ୟ କରିବା ଉଚିତ୍ । କାରାତକ କହିଲେ, ‘ଠିକ୍ ଅଛି ଭାଇ, କିନ୍ତୁ ମୋତେ ବହୁତ ଭୟ ଲାଗୁଛି, କାରଣ ସଂଜୀବକ ହେଉଛନ୍ତି ବୁଦ୍ଧିମାନ ଏବଂ ପିଙ୍ଗଳକ ହେଉଛନ୍ତି ପ୍ରଚଣ୍ଡ-କ୍ରୋଧୀ। କିନ୍ତୁ ମୋର ତୁମର ଚତୁରତା ଉପରେ ବିଶ୍ୱାସ ଅଛି । ତଥାପି ସେମାନଙ୍କୁ ପରସ୍ପର ଠାରୁ ଅଲଗା କରିବା ତୁମ ସୀମାର ବାହାର ପରି ମୋତେ ଲାଗୁଛି । ତୁମର ଏହି କାର୍ଯ୍ୟରେ ସଫଳତା ହାସଲ ଉପରେ ମୋର ମନରେ ସନ୍ଦେହ ଜାତ ହେଉଛି ।’

‘ଦମନକ’ କହିଲେ, ଯାହା ହେଲେ ମଧ୍ୟ ମୁଁ ମୋ କାର୍ଯ୍ୟରେ ସଫଳ ହେବି । ତୁମେ ଜାଣିଛ ଯେଉଁ କାର୍ଯ୍ୟକୁ ବଳ ପ୍ରୟୋଗ କରି ହାସଲ୍ କରାଯାଇପାରେ ନାହିଁ, ସେହି କାର୍ଯ୍ୟ ହାସଲ କରିବାକୁ ହେଲେ ‘ଚତୁରତା ଆବଶ୍ୟକ’ ତୁମେ ଜାଣିଛ କୁଆ କିପରି କଳା ଗୋଖର ସାପକୁ ମାରିବାକୁ ସକ୍ଷମ ହେଲା । ତେଣୁ ବୁଦ୍ଧି ନିକଟରେ ବଳ ସଦା ସର୍ବଦା ହାର ମାନିଥାଏ ।

ଅତ୍ୟନ୍ତ ଉତ୍ସୁକ ହୋଇ ‘କାରାତକ’ ପଚାରିଲେ, ‘କିପରି ଏହା ସମ୍ଭବ ହେଲା’?

ଏହାପରେ ଦମନକ କୁଆ ଏବଂ ଗୋଖରସାପର କାହାଣୀ ଅବତାରଣା କଲେ ।

ଦେବଶର୍ମା ସାଧୁ ବୁଦ୍ଧି

Rate the content


Originality
Flow
Language
Cover design

Comments

Post

Some text some message..