Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୧୩

ଆକବର ବିରବଲ - ୧୩

1 min
7.3K


ବୋକାମାନଙ୍କର ତାଲିକା

ଅନ୍ୟ ରାଜାମାନଙ୍କ ପରି ଆକବରଙ୍କର ମଧ୍ୟ ବିଭିନ୍ନ ରକମର ଘୋଡା ପାଳିବା ଏକ ସଉକ୍ ଥାଏ । ସେ ତାଙ୍କର ଘୋଡାଶାଳରେ ଜାତି ଜାତିକା ଘୋଡା ରଖିଥାଆନ୍ତି । ଦିନେ ଜଣେ ବ୍ୟକ୍ତି ସାଂଗରେ କିଛି ଘୋଡାଧରି ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ସଂଗେ ସଂଗେ ଘୋଡା ବେପାରୀକୁ ଉପଯୁକ୍ତ ମୂଲ୍ୟ ଦେଇ ସବୁତକ ଘୋଡା ରଖିଦେଲେ । ଏପରିକି ଆହୁରି ଅଧିକ ଘୋଡା ଆଣିବା ପାଇଁ କିଛି ପଇସା ଦେଇ ଦେଲେ । ଦିନ ପରେ ଦିନ ଗଡିଚାଲିଲା । ହେଲେ ଘୋଡା ବେପାରୀର ଦେଖା ନାହିଁ । ରାଜାଙ୍କର ମଧ୍ୟ ସେକଥା ମନରେ ନାହିଁ ।

କିଛିଦିନ ଗଲା, ଦିନେ ଆକବର ବିରବଲଙ୍କୁ କହିଲେ, “ବିରବଲ! ଆମ ରାଜ୍ୟରେ ଯେତେବୋକା ଅଛନ୍ତି, ତୁମେ ତାହାର ଏକ ତାଲିକା ପ୍ରସ୍ତୁତ କରି ମୋତେ ଦିଅ ।” ଦୁଇତିନିଦିନ ପରେ ବିରବଲ ରାଜାଙ୍କୁ ଏକ ତାଲିକା ନେଇ ଧରାଇ ଦେଲେ । ତାଲିକା ଦେଖି ରାଜା ଜୋର୍ରେ ରାଗିଗଲେ । ବିରବଲଙ୍କୁ କହିଲେ, “ତୁମେ ଏଠାରେ ମୋ ନାମ କ’ଣ ପାଇଁ ପ୍ରଥମେ ଲେଖିଛ?” ରାଜାଙ୍କୁ ବୁଝାଇବାଙ୍କୁ ଯାଇ ବିରବଲ କହିଲେ, “ମହାରାଜ୍! ଲେଖିଛି ଏଇଥିପାଇଁ ଯେ, ଆପଣ କୌଣସି ଲୋକ ବିଷୟରେ କିଛି ନଜାଣି ଟଙ୍କା ଦେଇ ଦିଅନ୍ତି । ଯେମିତି ସେ ଘୋଡା ବେପାରୀକୁ ଦେଇଥିଲେ । ଆଜି ପର୍ଯ୍ୟନ୍ତ ତା’ର ଦେଖାନାହିଁ ।”

ବିରବଲଙ୍କ କଥା ଶୁଣିବାପରେ ରାଜା ନିଜର ଭୁଲ୍ ବୁଝିପାରିଲେ ।


Rate this content
Log in

Similar oriya story from Children