Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମିଛ ହିଁ କାଳ
ମିଛ ହିଁ କାଳ
★★★★★

© ଓଡିଆ ଶିଶୁ ଗପ

Children

1 Minutes   7.0K    19


Content Ranking

ଜଣେ ପିଲା ପାହାଡ ଉପରେ ମେଣ୍ଢା ଚରାଉଥାଏ । ସେଠି ତ ତା’ସାଙ୍ଗରେ ଗପସପ କରିବାକୁ କେହି ବି ମିଳନ୍ତି ନାହିଁ । ସେଥିପାଇଁ ସେ ସାଙ୍ଗମାନଙ୍କୁ ତା’ପାଖକୁ ନେବାରେ ଗୋଟିଏ ଉପାୟ ପାଂଚିଲା ।

ଦିନେ ମିଛଟାରେ ହେଟାବାଘ ଆସୁଛି ବୋଲି ସେ ବହୁତ ପାଟି କଲା । ସାଙ୍ଗମାନେ ତା’ର ପାଟିଶୁଣି ତା’ପାଖକୁ ଦୌଡି ଗଲେ । ଯାଇ ଦେଖିଲେ ଯେ, ହେଟାବାଘ ଆସି ନାହିଁ । ସେ ଖାଲି ମିଛଟାରେ ପାଟି କରୁଛି ।

ଏହିପରି ସେ ପିଲାଟି ଆଉ କେତେଥର ମିଛରେ ପାଟିକରି ତା’ସାଙ୍ଗମାନଙ୍କୁ ତା’ପାଖକୁ ନେଇଗଲା । କିଛି ଦିନ ପରେ ସତରେ ହେଟାବାଘକୁ ଦେଖି ସେ ପିଲାଟି ଯେତେବେଳେ ପାଟି କଲା, ସାଙ୍ଗମାନେ ତାକୁ ଆଉ ବିଶ୍ୱାସ କଲେ ନାହିଁ କିମ୍ବା ତାକୁ ସାହାଯ୍ୟ କରିବାକୁ କେହି ବି ଆସିଲେ ନାହିଁ ।

ମିଛୁଆ ସତ କହିଲେ ମଧ୍ୟ ତାକୁ ଲୋକମାନେ ସର୍ବଦା ଅବିଶ୍ୱାସ ହିଁ କରନ୍ତି ।

ମେଣ୍ଢା ସାଙ୍ଗ ହେଟାବାଘ

Rate the content


Originality
Flow
Language
Cover design

Comments

Post

Some text some message..