Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh Meher

Others

2  

Ashutosh Meher

Others

ଖରାର ଦୁଃଖ

ଖରାର ଦୁଃଖ

1 min
7.2K


ଖରାର ଦୁଃଖ

ଆଶୁତୋଷ  ମେହେର

     ଖରାକୁ ମୋଟେ ଡରେନା ସେ । ଦିନମଜୁରିଆ ଲୋକ । ବର୍ଷତମାମ ଖରାରେ ତା'ର କାମ । ଖରା, ପରିଶ୍ରମ ଓ ଝାଳର ମିଶାମିଶିରେ ହିଁ ସେମାନଙ୍କ ଜୀବନ-ସଂଗୀତ । ତେଣୁ ତା ପାଇଁ ଏଗୁଡା ସବୁ ଦୁଃଖ ବୋଲି ସେ ଭାବେନା । ଖରାବେଳିଆ ବିଶ୍ରାମ ସମୟରେ ଗଛଛାଇରେ ଗାମୁଛା ବିଛାଇ ଲୋଟିଥିବା ମନୁଆଁ ଭାବୁଥିଲା ମନେମନେ...

     ହେଲେ ଏ ଖରାଦିନ ଆସିଗଲେ ସେ ଯେଉଁ କଲୋନୀରେ ଭଡାଘର ଖଣ୍ଡେ ନେଇ ରହୁଛି ସେଠି ପିଇବା ପାଣି ଥିବା ନଳକୂଅଟା ଶୁଖଲା ପଡିଯାଏ । ସରକାରଙ୍କ ପାଣିକଳ ଯୋଡାଯାଇ ନାହିଁ ତାଙ୍କ ଏ ଅଘୋଷିତ କଲୋନୀକୁ । ତେଣୁ ତା ସ୍ତ୍ରୀ କୁନିକୁ ପିଇବା ପାଣି ପାଇଁ ନିତିଦିନ ସକାଳୁ ଯିବାକୁ ପଡେ ପାଖାପାଖି କିଲୋମିଟର ଖଣ୍ଡେବାଟ, ଯେଉଁଠୁ ଦୁଇଗରା ପାଣି ବଡ କଷ୍ଟରେ ମୁଣ୍ଡାଇେ ଆଣେ ସେ । ଏଇଟା ହିଁ ମନୁଆଁକୁ ସବୁଠୁ ବଡ ବାଧେ, ଦୁଃଖ ଦିଏ । ମାନସିକ ଦୁଃଖ... ତା... ଖରାଦିନର ଦୁଃଖ ।।

*****


Rate this content
Log in