Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swarnalata Mohapatra None

Others

3  

Swarnalata Mohapatra None

Others

ଅଙ୍କ

ଅଙ୍କ

3 mins
7.8K


-ହା 'ଏ ସୋନୁ ଅପା।

-ମୀତା ତୁ ଏଠି! କ'ଣ ମାର୍କେଟ ବୁଲି ଆସିଥିଲୁ?

ଆମେ ପ୍ରାୟ ସମ ବୟସର ହେଲେବି ସେ ମତେ ଅପା ଡାକେ ।ବଡ଼ ବୋଲି ମାନେ ।ଅର୍ଥାତ, ମ୍ୟାଚୋର୍ ବୋଲି ଭାବେ ।ସମ୍ମାନ ଦିଏ।

ତା'ଜୀବନର ପୃଷ୍ଠା ଗୁଡା ଭାରି ଅସ୍ତ ବ୍ୟସ୍ତ ।ସବୁବେଳେ କିଛି ନା କିଛି କରି ବସିଥିବ,ନ ହେଲେ ତା ଦ୍ବାରା ହେଇ ଯାଇଥିବ । ଭାରି ଚଞ୍ଚଳ ପ୍ରକୃତିର ।ସବୁ କଥାକୁ ଭାରି କ୍ୟାୟର୍ ଲେସ୍ ଭାବିନିଏ। ବେଳେବେଳେ ଅଡୁଆରେ ପଡିଯାଏ । ସମ୍ଭାଳି ପାରେନା ନିଜକୁ । ଏଇ କାରଣରୁ ଆଗରୁ ଦୁଇ ଥର ସୁଇସାଇଡ୍ ପ୍ରୟାସ କରି ଫେଲ୍ ମାରିଛି । ବହୁତ ବୁଝାସୁଝା ପରେ ଏବେ ଟିକେ ବାଟକୁ ଆସିଛି । ପାଖକୁ ଆସି କୁଣ୍ଢେଇ ପକେଇଲା।

-ଚାଲନା ଅପା କଫି ପିଇବା।

-ହଉ ଚାଲ୍।ହଁ... କ ଏଥର କେମିତି ଚାଲିଛି ସବୁ।

-ହଁ...ଅଁ...ସେମିତି। (ଦୀର୍ଘ ନିଶ୍ଵାସଟେ ମାରି ଉତ୍ତର ଦେଲା।)

-ସେମିତି ମାନେ!!ପୁଣି କ'ଣ ଗଡ୍ ବଡ୍ କରିର ଦେଇଛୁ କି??ମୁଁ ତାକୁ ସଂଦେହ ଦୃଷ୍ଟିରେ ଚାହିଁଲି।

-ନା ନା ଏବେ ସବୁ ଠିକ୍ । ତୁମ ପିଲା ଦିନର ଛୋଟ ସ୍ମୃତି ଟିଏ ସବୁବେଳେ ମତେ କୁହ, ମନେ ଅଛି? ସେ ଅଙ୍କରେ ଫେଲ୍ ହବା କଥା ମ...

ସେ ସ୍ମିତହସଟେ ହସି, ମତେ ଚାହିଁଲା ।ମୁଁ ମନେ ପକାଉ ଥିଲି।

 ମୋର ସେତେବେଳେ ଦ୍ୱିତୀୟ ଶ୍ରେଣୀ ସ୍କୁଲ ମତେ ଆଦ୍ୟ ଭଲ ଲାଗେନା ।ବନ୍ଦୀ ପରି ଲାଗେ ।ଭାରି ରେଷ୍ଟିକ୍ ସନ୍ ।ଦିଦି କ୍ଲାସରେ ପସିଲେ ଛିଡ଼ା ହବ,ସେ ବସିଲା ପରେ ବସିବ । ମନ ଇଚ୍ଛା ବାହାରକୁ ଯାଇପାରିବନି । ଦିଦିଙ୍କୁ ପଚାଚିବ । ସେ ବି ମନା କରିବେ । ମିଛରେ ପାସ୍ କହି ପଦାକୁ ଯିବାକୁ ହବ।

ମୁଁ ସମସ୍ତଙ୍କୁ ଠେଲାପେପା କରି ଝର୍କା ପାଖେ ବସେ । ଉଦେଶ୍ୟ ଏକମାତ୍ର, ବାହାରେ ଖେଳ ପଡିଆ,ଆମ୍ବଗଛ, କାଉ କୋଇଲି,ପାରା । ସେଇଠି ମୋ ମନ । ଫ୍ରକ୍ ପକେଟରୁ ଆମ୍ଵସଢା କାଢ଼ି ମଝିରେ ମଝିରେ ଚାଟେ । ମୋର ଧୈର୍ଯ୍ୟ କମ୍ । ଖେଳ ଛୁଟିଯାଏ ତର ସହେନା । ଯେଉଁ ଦିନ କୋଉ ପିଲା ଜବର କରି ମତେ ତଡି ଦିଏ,ମୁଁ ଝର୍କା ପାଖେ ବସିପାରେନା । ପଦାପଟ ସିଟ୍ ରେ ବସେ । ପ୍ରଥମ ପିରିୟଡ଼ ଗୁମୁରି ଗୁମୁରି କାନ୍ଦେ।ତା'ପର ସବୁ ଯାକ ପିରିୟଡ଼ ସେଇ କଥା ଭାବି ଧକେଇ ହୁଏ । କାନ୍ଦିଲା ମାନେ ମୋ ନାକ ଚୋକ୍ ହବ । ମୁଁ ସୁଁ ସୁଁ ହେବି । ସମସ୍ତେ ବୁଲି ପଡ଼ି ଚାହିଁବେ ।କିଏ ପଚାରିଲେ କହିବି,ମତେ ଥଣ୍ଡା ଧରିଛି ।ନାକରୁ,ଆଖିରୁ ପାଣି ଗଡୁଛି । କିଏ ଧରିପାରିବେନି।

 ଅଙ୍କରେ ଫେଲ୍ ହେଇଗଲି ଥରେ।ଫେଲ୍ ମାନେ ଶୂନ୍ ଥିଲା।ସେଦିନ ଝର୍କା ପାଖରେ ବସିଲି । ହେଲେ ଆମ୍ବଗଛ,କାଉକୋଇଲି, କି କୁକୁର ଛୁଆ ମତେ କେହି ଭଲ ଲାଗିଲେନି । କାନ୍ଦ ଲାଗୁନଥିଲା । ପେଟରୁ କେମିତି ଗୋଟେ ହାବୁକା ବାହାରୁଥିଲା । ଘରେ କହିଲେ ବୋଉ ମାରିବ,ବାପା ଗାଳି କରିବେ । ଏଇ ଆତଙ୍କରେ ମୁଣ୍ଡ ଝାଇଁ ଝାଇଁ ହଉଥିଲା।

ମନେମନେ ଭାବୁଥିଲି, କୋଉଠି ଆଉ ଭୁଲ୍ କରି ଦେଲିକି,ସବୁ ମାର୍କ କଟିଗଲା ।ତାଙ୍କର ଗ୍ରେସ୍ ମାର୍କିଙ୍ଗ୍ ନାହିଁ କି ।ଦିଦି ମତେ କାଇଁ ଦେଲେନିତ??

ଗଲା କାଲି ଭାଇ କହୁଥିଲା, ତାଙ୍କ ସ୍କୁଲରେ ତେର ଜଣ ପିଲା ଫେଲ୍ ହଉ ହଉ ବଞ୍ଚି ଗଲେ । ଗ୍ରେସ୍ ମାର୍କଙ୍ଗ ଯୋଗୁଁ । ଘରକୁ ଗଲେ ବୋଉକୁ କ'ଣ କହିବି,ଏ ଦିଦି ବି ପକ୍କା ଅଛନ୍ତି । ଦେଇଦେଲେନି ପାଞ୍ଚ କି ଛ।ତ୍ରଙ୍କର କ'ଣ ହାତରୁ ଯାଉଥିଲା?

 ସେଦିନ ଜାଣିଲି ମାର୍କ କମ୍ ଥିଲେ କି ଶୂନ୍ ଥିଲେ ବି ମଣିଷକୁ ଲାଜ ମାଡେ ।ଘରେ କିଛି କହିଲିନି । ପର ଦୁଇ ଦିନ ଆଉ ଝର୍କା ପାଖେ ବସିଲିନି । ମୁହଁ ହାଣ୍ଡି କରି ପଛ ପଟେ ବସିଲି । ଆମ ମେନକା ଦିଦିଙ୍କର କେବଳ ଗୋଟେ ଗୁଣ ମତେ ଭଲ ଲାଗେ।(ଅଙ୍କ ଦିଦି)ସେ ମତେ ବହୁତ ଭଲ ପାଆନ୍ତି । ମାରନ୍ତିନି । ଅବଶ୍ୟ ସମସ୍ତେ ଉଣା ଅଧିକ ଭଲ ପାଆନ୍ତି । ମତେ ଦେଖି ପାଖକୁ ଡାକିଲେ,ମୁହଁ ପୋତି ପୋତି ଗଲି।

 -ଦେଖିବୁ ତୋର କେତେ ଅଛି?

-ଦିଦି ମୁଁ ଯାଣିଛି । ପହରଦିନ ପା ଆପଣ ସବୁ ପିଲାଙ୍କ ନମ୍ଵର ବଡ଼ ପାଟିରେ କହିଲେ । ମୋ'ରଟା କହିଲା ବେଳକୁ ସମସ୍ତେ ଚୁପ୍ ହେଇଗଲେ,ତା ପରେ ଏକା ସାଙ୍ଗରେ ମତେ ଅନେଇ ହସାହସି ହେଲେ । ମୁଁ ଯାଣିଛି,ଶୂନ୍ ଅଛି।

-କାହିଁକି ଶୂନ୍ ରହିଲା ଯାଣିଛୁ?

-ଆପଣ କିଛି ଦେଲେନି । ଶୂନ୍ ଦେଲେ । ଧିରେ ଧିରେ କହିଲି।

ହାଃ.. ହାଃ ..ହସି ପାଖକୁ ଡାକି ପିଠି ଆଉଁଷି ଦେଲେ । ଆଦରରେ।

-ଏଇ ଦେଖେ ତୋ ଖାତା, କିଛି ଲେଖିନୁ ।ପୁରା ସାଧା କାଗ ଜ। କେମିତି କିଛି ଦେଇ ଥାଆନ୍ତି, ତୁ କହ।

ମୁଁ ଏପଟ ସେପଟ କରି ବହେ ଘାଣ୍ଟିଲି।କିଛି ନାହିଁ।ପୁରା ସାଧା ।ଆଖି ଛଳ ଛଳ ହେଇଗଲା । ମନେ ପଡିଲା ,ଝର୍କା ପାଖେ ବସି ବାହାରକୁ ଚାହିଁ ଥିଲି ସେଦିନ।ସ୍କୁଲ ପାଖ ସାହୁବୁଢା ଘର କୁକୁଡ଼ା ର ଛୁଆ ଫୁଟିଥିଲା ।ମେଞ୍ଚେ ଚିଆଁଙ୍କୁ ନେଇ ଦାନା ଖୁଣ୍ଟୁଥିଲା ।ଆମ ସ୍କୁଲ ହତା ଭିତରେ ।ଚିଁ ଚିଁ ହେଇ ତା ଛୁଆ ମାନେ ଧାଉଁଥିଲେ ତା'ପଛରେ।ଆ ଟି ଟି ଟି ଟି ଡାକିଲା ମାନେ ସାହୁ ବୁଢା ପାଖକୁ ଦୌଡୁଥିଲେ ସମସ୍ତେ।ଆଃ.. ହାଃ..କି ସୁନ୍ଦର ଦୃଶ୍ୟ।ବଢିଆ ଲାଗିଲା।ମନ ଦେଇ ଦେଖିଲି।ଏତେ ଭିତରେ ବେଲ୍ ବାଜିଗଲା।ମନିଟର୍ ଖାତା ଟାଣିକି ନେଇଗଲା।ମତେ ତ ଅଙ୍କ ଭଲ ଲାଗେନା ।ସେ ଦିନ ଅଙ୍କ ଉପରେ କେମିତି ଗୋଟେ ବିତୃଷ୍ଣା ଆସିଗଲା।

ମୁଁ ଦିଦିଙ୍କୁ କିଛି କହିପାରିଲିନି।ଖାଲି ବଲ ବଲ କରି ଚାହିଁଲି।

-ଶୁଣୁ,ତତେ ଯାହା ବି ଆସିବ ଲେଖିବୁ । ଯେତିକି ବି ହଉ । ଭୁଲ୍ ହଉ ପଛେ,ଏମିତି ଖାଲି ଖାତା ଫେରେଇବୁନି କେବେ।

ସଡନ୍ ମୋ ମୁଣ୍ଡକୁ ପସିଲା।ମୁଁ ଖାତା ଭିତରେ ଟିପ ମାରି ଦେଖେଇଲି

-ଦିଦି ଏଠି ମୋ ନାଁ ଆଉ ରୋଲ୍ ନମ୍ଵର ତ ଲେଖିଛି।

ହସିହସି ଗଡ଼ି ଗଲେ ସେ।ମତେ ଭାରି ଅପମାନ ଲାଗିଲା।ଏଥିରେ ହସିବାର କ'ଣ ଅଛି??ସତ କହିଲିତ ।ମୁହଁ ଫେଣ୍ଡୁରା କରି ଚାହିଁ ଥାଏ।

ଆଉଁସି ଦେଲେ ମଥାକୁ ଦିଦି।

-ଆରେ ତୁ ତୋ ନାଁଟା ଲେଖିଛୁ ବୋଲି ତ, ଯାଣିଲି ଯେ ଏଟା ତୋ ଖାତା।ଖାଲି ନାଁ ନୁହେଁ, କିଛି ପାଠ ତ ଲେଖିଥାଆନ୍ତୁ ।ପାଗେଳିଟା ତୁ।ହଉ ଯା ଏଥର।ଦିଦି କହିଲେ।

 ମୁଁ ବୁଝିଗଲି ଏଥର।ବାର୍ଷିକ ପରୀକ୍ଷାରେ ଲେଖିଲି ସବୁ।ବା'ର ଆସିଲା।ମୁଁ ଦୁଃଖ କଲିନି।ଯଦିଓ ବା'ରଟା ଫେଲ୍ ମାର୍କ, ଦିଦି ରିପୋଟ୍ କାଡ଼୍ ରେ ଉର୍ତ୍ତୀର୍ଣ୍ଣ ଲେଖିଦେଲେ।ଚେଷ୍ଟା ତ କରିଥିଲି।ହଉ ହଉ ତ ହବନା।ଏକାଥରେ କା'ର ହେଇଛି??

ଜୀବନର କୌଣସି ପୃଷ୍ଠା ଖାଲି ଛାଡି ବନି।ହାରିବନି।କିଛି ନା କିଛି ଗାରେଇ ଚାଲିଥିବ।

 ମୀତାକୁ ଚାହିଁଲି।ମୁହଁରେ ତା'ର ପରିପକ୍ବତାର ହସଟେ ଝଟକୁଥିଲା।ମୋ'ର ତାକୁ ଆଉ କିଛି ପଚାରିବାର ଆବଶ୍ୟକତା ନଥିଲା।

~Swarnalata Mohapatra~

nayapalli,bhubaneswar-12

swarnalatamohapatra0@gmail.com


Rate this content
Log in

More oriya story from Swarnalata Mohapatra None