Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Inspirational Others

3  

Sarada Parida

Inspirational Others

କୈଳାଶର ଇଶ୍ଵର

କୈଳାଶର ଇଶ୍ଵର

4 mins
7.1K


“ହେଲେ ହେଉ, ତୁ ତାଙ୍କ କଥା ବୁଝିବୁ ମା’, ତୋ ଜିନିଷ ଯିଏ ନେଇଛି ତୁ ଗୋଡେଇ ଖା, ମୋତେ ଇଏ କାହିଁ ତୁଚ୍ଛାରେ ଧରି ଅପବାଦ ଦଉଛନ୍ତି।

ହା ହା ବୋଧେ ମୋ ଦୁଃଖ ଦେଖି ସହି ପାରିଲୁନି । ଖାଇବା ପିଇବାରେ କିଛି ଅସୁବିଧା ନାଇଁ ଯେ , ହେଲେ ମନ୍ଦିର ଘାଟ ଟିକେ ବୁଲିବା ଅସମ୍ଭବ । ହଉ ସବୁ ତ ତୋରି ଇଚ୍ଛା । ତୁ ଆଣିଛୁ , ତୁ ବଳେ ବଳେ ବାହାରକୁ ନେବୁନି । ମୁଁ କାହିଁ ତୁଛାଟାରେ ଚିନ୍ତା କରିବି । ପେଟ ଚାଖଣ୍ଡକୁ ଦାନା ଗଣ୍ଡାଏ ତ ଦଉଛୁ ସେତିକି ଯଥେଷ୍ଟ । ”

ନିବୁଜ୍ ବନ୍ଦିଶାଳାର ଚାରି କାନ୍ଥ ଭିତରେ କାହା ସହ ବସି ହସି ହସି କଥା ହେଉଛି ସେ । ବୋଧେ ଇଶ୍ଵରଙ୍କ ସହିତ କଥା ହେଉଥିଲା କୈଳାଶ । ତିନିଦିନ ଜେଲ ଭିତରେ ରହିବା ପରେ ବି କେମିତି ଅଭିଯୋଗ ନାହିଁ କାହା ଉପରେ। ନିର୍ଦ୍ଦୋଷ ହୋଇ ବି ପ୍ରମାଣ କରିବାର ଜୁ ନାହିଁ କି ପ୍ରଚେଷ୍ଟା ବି । ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ । ଲୋକଟା କେମିତି କେଜାଣି ଏତେ ନିର୍ମୋହ । ବର୍ଷ ବର୍ଷ ଧରି ଆପଣେଇ ନେଇଛି ଦରିଦ୍ରତାକୁ । ବେଳାଏ ଖାଇ ଯଦି ଆଉ ବେଳାଏ ଉପାସ ରହିବାକୁ ପଡେ ସେଥିରେ ବି ଚିନ୍ତା ନାହିଁ। ବିନା ଆଜ୍ଞାରେ କାହାର କୁଟା ଖଣ୍ଡେ ଧାରିବାର ନୁହଁ । ହେଲେ ତା ସହ ମିଶିଥିବା ଲୋକ ହିଁ କେବଳ ଜାଣିଛି ସେ କଥା । ନୋହିଲେ ଅଜଣା ଲୋକ , ତା ହାବ ଭାବ, ରୂପଭେକ ଦେଖି ସିନ୍ଧି କଟା ଚୋର ବୋଲି ଭାବିବ। ଅସ୍ଵାଭାବିକ ନୁହଁ । ଫୁରୁ ଫୁରୁ ନୁଖୁରା କେଶ , ମୁଣ୍ଡରେ ନାଲି ସିନ୍ଦୁରର ଗାର , ଲାଲ ଲାଲ ଆଖି , କଳା ମଚ ମଚ ଚେହେରା । ପୁଣି ତା ସାଙ୍ଗକୁ ଅନବରତ ଗଞ୍ଜେଇ ନିଶାରେ ଚୁର ।

ଯେମିତି ତାର ରୂପଭେକ ସେମିତି ତାର ଅସ୍ତିତ୍ଵ । ପରିଚୟ କହିଲେ କେବଳ ନାଁ ଖଣ୍ଡକ । ଘରଦ୍ଵାରର ଠିକଣା ରାଜଧାନୀ ଭିତରେ ଅଗୋଚର ଆଉ ଅନାବଶ୍ୟକ ମଧ୍ୟ । ତା ଛଡା କାହାକୁ ବା ଏ ଥିରେ କ’ଣ ବା ଯାଏ ଆସେ । ବାହାର ଦେଖା ଦୁନିଆ ଭିତରେ ଭିତରର କଥା କିଏ ବୁଝୁଛି । ପରିପାଟି ଭିତରେ ଯେମିତି ଊହ୍ୟ ହେଇ ଯାଇଥାଏ କୈଳାଶର ସଚ୍ଚୋଟ ବ୍ୟକ୍ତିତ୍ଵ ଖଣ୍ଡକ ।

କୈଳାଶର ଦିନ ଆରମ୍ଭ ଆଉ ଦିନର ଶେଷ ବୁଢୀ ଠାକୁରାଣୀର ମନ୍ଦିର ବେଢାରୁ ହୁଏ । ଦିନ ଯାକ ଯାହାର ଯେମିତି ବୋଲ ହାକ କରି ଦୁଇ ମୁଠା ପେଟକୁ ଆହାର ଦେବା ପରେ ସଞ୍ଜ ସରିକି ସଞ୍ଜ ଘଣ୍ଟ ବାଜୁ ବାଜୁ ମନ୍ଦିର ବେଢାରେ ହାଜିର ହେଉଥାଏ । ବର୍ଷକ ବାରମାସ ତା’ରି ଭିତରେ । ଯେମିତି ମନ୍ଦିର ଘଣ୍ଟ କାହାଳି ଅନ୍ୟ ସାଜ ସରଞ୍ଜାମ ପରି ସିଏ ଗୋଟାଏ ସରଞ୍ଜାମ ପାଲଟି ଯାଇଥାଏ ।

ରାଜଧାନୀରେ ଲୋକ ଯେମିତି ମନ୍ଦିର ବି ସେମିତି । ଭକ୍ତି ଥାଉ କି ନଥାଉ ପରିଚର୍ଯ୍ୟା ଆଉ ଭେକ ରେ କମ ନାହିଁ । ଦାତା ବି ଅନେକ । ମନ୍ଦିରର ପୂଜାରୀ ଜଣକ ଭଲ ଭାବରେ ଠୋଶ ଯମେଇ ସାରିଥାନ୍ତି ସେତେବେଳକୁ ଜଣେ ଧର୍ମାତ୍ମା ବୋଲି। ଯେମିତି ଇଶ୍ଵର ତାଙ୍କ କଥାରେ ଉଠ ବସ ହୁଅନ୍ତି । ଆଉ ଏ ତୁଚ୍ଛ ମଣିଷ ଗୁଡାକ କୁଆଡୁ ବର୍ତ୍ତିବେ। ଅନେକ ଭକ୍ତ ପାଲଟି ଯାଇଥାନ୍ତି ମନ୍ଦିରର ଆଉ ପୂଜକଙ୍କର ସେତେବେଳେକୁ । ପୂଜକଙ୍କର ଆଜ୍ଞାକୁ ଅବଜ୍ଞା କରିବା ଯେମିତି ସାଧାରଣ ଭକ୍ତଟାଏ ପାଇଁ ଅସମ୍ଭବ । ଧୀରେ ଧୀରେ ମନ୍ଦିରର ଆୟ ବଢି ବଢି ଚାଲିଥାଏ । ଆଉ ବଢି ଚାଲିଥାଏ ପୂଜାରୀଙ୍କର ଧର୍ମାତ୍ମା ହେବାର ଚର୍ଚ୍ଚା । ବଢିବାରେ ଲାଗିଥାଏ ମନ୍ଦିରର ବେଶ। ଏଣିକି ଠାକୁରଙ୍କ ପାଖରେ ଲାଗି ହେଉଥାଏ ସୁବର୍ଣ୍ଣର ଆଭୁଷଣ , ଘଣ୍ଟ ଘଣ୍ଟା , ବାସନ ବ୍ୟସନ ଇତ୍ୟାଦି ଇତ୍ୟାଦି , ମାତ୍ର ଇଶ୍ଵରଙ୍କର ଏଥିରେ କ’ଣ ଲୋଡା । ତାଙ୍କର କ’ଣ ଏଥିରେ ଲୋଭ । ଲୋଭ ତ ମଣିଷର । ଯିଏ ବେଳେ ବେଳେ କାଚକୁ କାଞ୍ଚନ ଭାବି ଛାତିରେ ଜାବୁଡି ଧରେ ।

ଦିନକର କଥା, ଥରେ ରାତିରେ ମନ୍ଦିରରୁ ସମସ୍ତ ମୂଲ୍ୟବାନ ସାମଗ୍ରୀ ଚୋରି ହେଲା , ସାଧାରଣରେ ଯାହାର ମୂଲ୍ୟ ଠଉରେବା ଅସମ୍ଭବ । ପ୍ରକୃତ ତଥ୍ୟ ତ ମନ୍ଦିର ସମିତି ଆଉ ପୂଜାରୀଙ୍କ ପାଖରେ । ନିକଟସ୍ଥ ଥାନାରେ ଅଭିଯୋଗ । କଲୋନୀ ଲୋକଙ୍କ ଚାପ , ଭଲ ପାରିବାର ଲୋକମାଙ୍କର କଲୋନୀ । ଥାନା ବାବୁଙ୍କୁ ପୁଣି ତ ଗୋଟାଏ କିଛି ଉତ୍ତର ଦେଇ କଲୋନୀ ଲୋକଙ୍କୁ ସାନ୍ତ କରିବାକୁ ପଡିବ। ନୋହିଲେ କଥା ଯଦି ଉପର ମହଲକୁ ଗଲା , ହଜାରେ କଇଫତ , ଏତେ ସବୁ ଝାମେଲାରେ କିଏ ପଡୁଛି । ଏଣେ କେହି କେହି ପୂଜାରୀ ମହାଶୟଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କଲେଣି । ପୁଣି କେହି ଆଉ କିଛି ସମିତି ସଭ୍ୟଙ୍କ ଉପରେ ଅଙ୍ଗୁଳି ଦେଖେଇଲେଣି । ତେବେ କିଛି ନିର୍ଦ୍ଧିଷ୍ଟ ଭାବେ କହିବା ତ ଅସମ୍ଭବ। ତା ଉପରେ ପୁଣି ରାଜନୀତି ।

ସବୁ ଆଡୁ ମାଡି ମାଡି ଆସୁଥାଏ । ଆସନ୍ନ ବିପଦ । ଚୋରି ହେଲେ ଘର ବାଲାଠୁ ଯେମିତି ଥାନା ବାବୁଙ୍କର ବେଶୀ ଚିନ୍ତା । ମନେ ମନେ ଈଶ୍ଵରଙ୍କୁ ଯାଚଣା ଦେଉଥାନ୍ତି ।

ଘଟଣାସ୍ଥଳକୁ ବାହାରିଲେ ଥାନା ବାବୁ । କିଛି ତ ଗୋଟାଏ ଖିଅ ମିଳିବ । ତହୁଁ ମନ୍ଦିରରେ ନଜର ପଡିଲା କୈଳାଶ ଉପରେ । ସାଧାସିଧା ସରଳ ସମାଧାନ । ସେଉଠୁ ଧରିଛନ୍ତି କୈଳାଶକୁ , ତହୁଁ ମିଡିଆରେ ଚର୍ଚ୍ଚା । ମାତ୍ର ଅଣଚାଳିଶ ଘଣ୍ଟାରେ ଧରାପଡିଲା ମନ୍ଦିରର ସନ୍ଧିକଟା ଚୋର । ହେଲେ ପ୍ରକୃତ ପକ୍ଷେ ଘଟଣାର ସତ୍ୟତା ଯେମିତି ଦାନ୍ତ ଦେଖେଇ ହସୁଥିଲା ।

ଥାନା ବାବୁ ଆଉ ପୂଜାରୀଙ୍କର ସାମୂହିକ ଭାବେ ତହିଁ ଆରଦିନ ମନ୍ଦିରରେ ପୂଜା ଦେଉଥିବାର ଦେଖାଗଲା , ଗୋଟାଏ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯିବାର ଖୁସିରେ ।

ଏଣେ କୈଳାଶ କଥା ହେଉଥିଲା ସେମିତି ଠାକୁରାଣୀ ସହ ଜେଲ ର ଚାରି କାନ୍ଥ ଭିତରେ………


Rate this content
Log in

Similar oriya story from Inspirational