Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

ବୋଉ ତୁ ଖାଇବୁନି?

ବୋଉ ତୁ ଖାଇବୁନି?

1 min
7.1K


ଏ ସକାଳ ସ୍କୁଲ୍ କାହିଁକି ହୁଏ କେଜାଣି ? କୋଉ କାମ ଠିକ୍ ରୂପେ କରି ହୁଏନି l ସେ ଦିନ ସ୍କୁଲରୁ ଫେରିବା ବେଳକୁ ଘର ଗହଳି l ବ୍ରହ୍ମପୁରରେ ଘର କରିବା ପରଠୁ ସବୁ ଦିନ ଘରେ କିଏ ନା କିଏ l କାହାର ସି.ଆଇ. ଅଫିସରେ କାମ ତ କାହାର ମେଡିକାଲରେ l କିଏ ଭୋଜି ପାଇଁ ସଉଦା କିଣିବ ତ କିଏ ଗହଣା ତିଆରି କରେଇବ l ଆଉ ସମସ୍ତେ ଆସି ରହିବେ ଏଇଠି l ଘର ତ ନୁହେଁ ଧର୍ମଶାଳା l ଚିଡି ଲାଗିଲେ ବି ନୀରବରେ ହଜମ୍ କରିବାକୁ ହୁଏ l ନଣନ୍ଦ ଆସିଛନ୍ତି ଭାଣିଞ୍ଜୀଙ୍କୁ ନେଇ ଚିକିତ୍ସା କରେଇବା ପାଇଁ l ଖିଆପିଆ ସାରି ସେ ବାହାରିଲେଣି ମେଡିକାଲ୍ l ହାଣ୍ଡିରେ ଆଉ ଖୁଦ କଣିକାଟେ ବି ବାକି ନାହିଁ l ନଳା ମୁହଁରେ ବାସନ ସବୁ ପଡିଛି l ଘର ବି ଅସ୍ତବ୍ୟସ୍ତ l ଅସଜଡା ହେଲେ ମୁଁ କିଛି ବି କାମ କରି ପାରେନି l ଘର ସଜାଡି ସାରି ବାସନ ମାଜି ବସିଲି l ତିନି ବର୍ଷର ଝିଅ ଆସି ମୋର ପିଠି ଉପରେ ଲାଉ ହୋଇଗଲା l

       : ବୋଉ ତୁ ଖାଇବୁନି ? ଲୁସିର କଥା ଶୁଣିବା ପରେ ମୋର ମନେ ପଡିଲା ଯେ ମୁଁ ସେ ପର୍ଯ୍ୟନ୍ତ ଖାଇନି l ଘରେ ଏତେ ମଣିଷ ଅଛନ୍ତି l କାହା ନଜରକୁ ଆସିଲାନି l ଅଥଚ ମୋ ଝିଅ l ଆଜି ପ୍ରଥମ ଥର ପାଇଁ ଝିଅର ମାଆ ବୋଲି ମୋତେ ଗର୍ବ ଲାଗୁଥିଲା l


Rate this content
Log in

Similar oriya story from Abstract