Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Tragedy

3  

SIPRA NAMTA

Tragedy

ପ୍ରତିଧ୍ୱନୀର ଶେଷ ସ୍ୱର

ପ୍ରତିଧ୍ୱନୀର ଶେଷ ସ୍ୱର

6 mins
7.3K


ମୁହଁରେ ଭାଵ କିଛି ନ ଥିଲା ଅମିତାଙ୍କର ।ଶରୀରରେ ହେଉଥିବା ଯନ୍ତ୍ରଣାକୁ ଯଥା ସମ୍ଭବ ଲୁଚାଇ ରଖୁଥିବାର ପ୍ରୟାସ କରୁଥାନ୍ତି ।ପାଖରେ ବସିଥିବା ସ୍ୱାମୀ ବିକାଶ ବାବୁଙ୍କ ଆଡକୁ ଗୋଟେ ଡାଏରୀ ବଢାଇ ଦେଇ କହିଲେ ସେ ---"ଏଇଥିରେ ସବୁ ଅଛି .....ପଢିବ ଏବଂ ସେଇ ଅନୁସାରେ ଯାହା କରିବା କଥା କରିବ "କହି ଆଖି ବନ୍ଦ କଲେ ସେ ।

         ହାତ ବୁଲାଇଲେ ବିକାଶ ବାବୁ ଡାଏରୀ ଉପରେ....

କଣ ଲେଖିଥିବ ଅମିତା ସେଥିରେ .....ମନେ ପଡୁଥିଲା ଅମିତାଙ୍କ ଉପରେ ତାଙ୍କ ଅବହେଳା ,ତାତ୍ସଲ୍ୟ ,ଲାଂଛନା , ଆଉ ଅଶ୍ଳୀଳ କଟୁକ୍ତି ।ଦୁଇଟି ଝିଅ ଜନ୍ମ କରିଥିବାରୁ ଅମିତା ଥିଲେ କାଠଗଡାରେ ନର ହତ୍ୟା ଅଭିଯୋଗରେ ଠିଆ ହୋଇଥିବା ଆସାମୀ ପରି ।ସେଥିପାଇଁ ସେ ତାଙ୍କୁ କମ ହୀନସ୍ତା କରି ନାହାଁନ୍ତି ସତେ ? କେବଳ...... ପୁଅଟିଏ ପାଇଁ ।

       ଚାକିରୀଆ ଝିଅ ଅମିତା ପ୍ରଥମେ ପ୍ରଥମେ ଅନେକ ଯୁକ୍ତି କରୁଥିଲେ ସେ ବିଷୟରେ କିନ୍ତୁ ଆସ୍ତେ ଆସ୍ତେ ଦେହସୁହା କରିନେଇ ନୀରବି ଯାଇଥିଲେ ।କନ୍ୟା ଦୁଇଟିଙ୍କର ପ୍ରତିପାଳନ ପାଇଁ ସବୁ ସମୟ ,ସାମର୍ଥ୍ୟ ଲଗାଇଦେଇଥିଲେ ସେ ।ବଡ ଝିଅ ଆଜି ଫେସନ ଡ଼ିଜାଇନିଂର ଶେଷ ବର୍ଷର ଛାତ୍ରୀ ।ଆଉ ସାନ ଝିଅଟି ବି. ଏଡ଼ କରୁଛି ଗ୍ରାଜୁଏସନ ପରେ ।ଦିନେ ସେ ସେମାନଙ୍କ ପାଠ ପଢା କଥା ,ଦେହ ପା କଥା ବୁଝିନାହାନ୍ତି ।ତଥାପି ସେ ଦୁହେଁ ଆତ୍ମନିର୍ଭରଶୀଳତାକୁ ଆପଣାର କରି ନେଇ ଜୀବନର ଗତିପଥରେ ସଂଘର୍ଷ ରତ ।କିନ୍ତୁ ସେ କେବଳ ରହିଗଲେ ଅନ୍ୟ ଉପରେ ବୋଝ ହୋଇ ।ପ୍ରକୃତରେ ସେ ଅଦ୍ୟାବଧି ନିଜ କାମ ନିଜେ କରିପାରିଲେ ନାହିଁ ।ଅମିତା ଧୀରେ ଧୀରେ ରୁକ୍ଷ, ଚିଡିଚିଡା ହୋଇଯାଉଥିଲେ ମଧ୍ୟ ତାଙ୍କର ସମସ୍ତ ଦାୟିତ୍ୱ ନିର୍ବାହ କରୁଥିଲେ ଏବଂ ଵିରକ୍ତ ହେଉଥିଲେ ।ଅତି ଅସହ୍ୟ ହେଉଥିଲେ ତାଙ୍କ ସହ ଦିନ ଦିନ ଧରି କଥା ବାର୍ତ୍ତା

ବନ୍ଦ କରିଦେଉଥିଲେ ।କିନ୍ତୁ ସେ ନିଜ ସ୍ଵଭାବ ଅନୁଯାୟୀ ପ୍ରତ୍ୟେକ କଥାରେ ଅମିତାଙ୍କୁ ଗଞ୍ଜଣା ଦେଉଥିଲେ ,ଖୁଣ କାଢୁଥିଲେ ।ସବୁ କଥାର ସୀମା ଥାଏ କିନ୍ତୁ ତାଙ୍କ ପାଇଁ କୌଣସି ସୀମା ନ ଥିଲା କଟୁକ୍ତି କରିବାରେ ଅମିତାଙ୍କ ପ୍ରତି ।ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ ତାଙ୍କର ।କେତେବେଳେ ଛଟେଇ ତ କେତେବେଳେ ନିଯୁକ୍ତି ତା'ର ଠିକଣା ନ ଥାଏ ।

                   କେବେ କେଉଁ ବିଷୟ ଅମିତା ବିକାଶ ବାବୁଙ୍କୁ କହୁ ନ ଥିଲେ ,ବିଶେଷ କରି କାହାର କିଛି ଦେହ ଖରାପ ହେଲେ ।ତେଣୁ ନିଜ କଥା ତ ଆଦୌ ନୁହେଁ ।କାରଣ ସେ ତ ବୁଝିବେନି କିନ୍ତୁ ଏମିତି ଛାତି ଚିରା କଥା କହିବେ ଯେ କଲିଜା ପୋଡିଯିବ।ଏମିତି ଅଭିମାନରେ ବର୍ଷ ବର୍ଷ ବିତାଇଦେଇଛନ୍ତି ଅମିତା ।ଏବେ କିନ୍ତୁ ସବୁ ଲୁଚାଇ ହେଉନାହିଁ ।ଶରୀର ଦୁର୍ବଳ ହେଉଛି ଧୀରେ ଧୀରେ ।କାମ କରିବାର ଶକ୍ତି କ୍ଷୀଣ ହେଉଛି ।

ତଥାପି ସେ ଭଲ ଡାକ୍ତର ଦେଖାଇନାହାନ୍ତି ।ଯେତେବେଳେ ଖରାପ ଲାଗିଲା କଣ ଟିକିଏ ହୋମିଓପ୍ୟାଥି କିମ୍ବା ଆୟୁର୍ବେଦିକ ଔଷଧଟିକିଏ ଖାଇଦିଅନ୍ତି ସେ ।କାରଣ ଭଲ ଡାକ୍ତର ପାଖକୁ ଗଲେ ଖର୍ଚ୍ଚର ଏକ ଲମ୍ବା ତାଲିକା ଆସିଯିବ କେବଳ ଟେଷ୍ଟିଙ୍ଗରେ ,ପୁଣି ଚିକିତ୍ସା ତ ଅଛି ..........ସମ୍ବଳ କାହିଁ ??ଏତେ ଖର୍ଚ୍ଚ କରି ଚିକିତ୍ସା କରିବା ପାଇଁ ।ସେ ତାଙ୍କ ସ୍ୱାମୀଙ୍କର ପାରିବା

ପଣିଆକୁ ଖୁବ୍ ଭଲ କରି ଜାଣିଥିଲେ ତେଣୁ ନୀରବ ରହିବା ହିଁ ଶ୍ରେୟସ୍କର ବୋଲି ଭାବିଥିଲେ ।କାହିଁକି କହିବ ଏବଂ ପୁଣି ଗୋଟେ ତୁମ୍ବୀ ତୋଫାନ ଘଟିବ ସେଇ କାରଣରୁ ଚୁପ ରଖିଛନ୍ତି ପାଟି ।ହେଲେ କେତେ ଦିନ ରୋଗଟା ଚୁପ ହୋଇ ରହିବ ?ଅସୁସ୍ଥତାଟା ଦିନକୁ ଦିନ ବଢିବ ସିନା କମିବ କେମିତି ?ପାଖ ପଡିଶାର ଜଣେ ଧରମ କରମ ମୈତ୍ର ବହୁତ ବୁଝାନ୍ତି ଅମିତାକୁ ।କିନ୍ତୁ ସେ ବୁଝେ ନାହିଁ ।"ଏମିତି ନ ଜାଣି ବଞ୍ଚିହେବ ସିନା ଜାଣିଲେ କିନ୍ତୁ ବଞ୍ଚିବା କଷ୍ଟ କର ହେବ ।ଥାଉ ମୁଁ ଦେହ ନ ଦେଖାଇବା ହିଁ ଭଲ ।କେଉଁଦିନ ଯମକୁ ମୋ କଥା ମନେପଡିବ ଦେଖାଯାଉ ।ଯେଉଁଦିନ ଟାଣିନେବ ସ୍ୱସ୍ତିରେ ଚାଲିଯିବି ।"ଗଭୀର ଅବଶୋଷରେ ଅମିତା ଉତ୍ତର ଦିଏ ।

ଏକାକୀ ନିଜ ସହ ନିଜେ ବା ଆଉ କେତେ ଦିନ ଯୁଦ୍ଧ କରିପାରିଥାନ୍ତା ।

          "କିନ୍ତୁ ତୁମେ ଚାଲିଗଲେ ଛୁଆ ମାନେ ଅନାଥ ହୋଇଯିବେ ଅମି ,ସେମାନଙ୍କ କଥା ଟିକିଏ ଭାଵ ..." ମୈତ୍ରଙ୍କ ପ୍ରଶ୍ନର ଉତ୍ତରରେ ଅମିତା ଟିକେ ହସିଦିଏ ଆଉ କହେ --"ମୁଁ ଯଦି ମୋ ଚିକିତ୍ସା କରିବାକୁ ଯିବି ତା'ହେଲେ ସେମାନଙ୍କ ପାଠ ପଢାରେ ଖର୍ଚ୍ଚ କରିପାରିବିନି । ମୋର ବା ଆଉ କଣ ସୁଖ ଅଛି ଜୀବନରେ !!!ସେଇମାନେ ଯଦି ନିଜ ଗୋଡରେ ନିଜେ ଠିଆ ହୋଇ ପାରିବେ ତେବେ ସେଇଟା ହିଁ ମୋର ସୁଖ ,ତେଣିକି ମୁଁ ଥାଏ କେତେ ନ ଥାଏ କେତେ ।କିନ୍ତୁ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିଦେଇଯିବି ।କୌଣସି ଅସୁବିଧା ହେବନି ।ତା' ନ ହେଲେ ମୁଁ ଶାନ୍ତିରେ ମରିପାରିବିନି ଯେ । " ପୈତୃକ ସମ୍ପତ୍ତିରୁ ଅମିତାଙ୍କୁ କିଛି ମିଳିଥିଲା । ଭାଇ ଭଉଣୀଙ୍କର ବିଶେଷ ଆପତ୍ତି ନ ଥିଲା ଯେହେତୁ ପରିସ୍ଥିତିରେ ପଡି ଅମିତା ଭଲ ଘରେ ବିବାହ କରି ପାରିନଥିଲେ ।ତା'ଉପରେ ପୁଣି ଦୁଇଟି ଝିଅ ଥିବାରୁ କେହି କିଛି ଆପତ୍ତି କରି ନ ଥିଲେ ।କିନ୍ତୁ ପିତାମାତାଙ୍କ ଅନ୍ତେ ଭାଇ ଭଉଣୀଙ୍କ ସହ ସମ୍ପର୍କରେ

ଶିଥିଳତା ପଡିଯାଇଥିଲା ବିକାଶ ବାବୁଙ୍କ ଅସହିଷ୍ଣୁତା ଗୁଣ ଯୋଗୁଁ ।ତେଣୁ ଅସହାୟ ହୋଇପଡିଥିଲେ ଅମିତା ।ନିଜ ଅସୁସ୍ଥତା ବିଷୟରେ ସେମାନଙ୍କୁ ଜଣାଇ ପାରୁ ନ ଥିଲେ ।ତେବେ ଏଇ କିଛି ମାସ ହେବ ତାଙ୍କୁ ବେଶୀ ଖରାପ ଲାଗୁଛି ।

ଲାଗୁଛି ଯେମିତି ଆଉ କେଇଟା ହାତଗଣତି ଦିନ ଆଉ ବଞ୍ଚିବେ ।ସେଥିପାଇଁ ସବୁ କଥା ବିକାଶ ବାବୁଙ୍କୁ ଜଣାଇଦେବା ପାଇଁ ସ୍ଥିର କରି ଅନେକ ଦିନରୁ ଧୀରେ ଧୀରେ ଡାଏରୀଟିରେ

ସବୁ କଥା ଲେଖିଦେଇଛନ୍ତି ।

              ବିକାଶ ବାବୁ ଡାଏରୀ ଖୋଲିଲେ ।କିଛି ହିସାବ ଲେଖାହୋଇଛି ପିଲାଙ୍କର ପଢ଼ାଖର୍ଚ୍ଚ ବାବଦରେ ।ତାଙ୍କ ଅନ୍ତେ ସାନଝିଅ ତାଙ୍କ ଚାକିରୀ ଟି କିପରି ପାଇବ ,ସେ ସମ୍ବନ୍ଧରେ କାହା ସହ ଆଲୋଚନା କରିବ ସବୁ କଥା ଲେଖାହୋଇଛି ।

ଅମିତାର ପୈତୃକ ସମ୍ପତ୍ତି କେମିତି ଝିଅଙ୍କ ବିବାହରେ ଲାଗିପାରିବ ସେ ବ୍ୟବସ୍ଥାର ଉଲ୍ଲେଖ ଅଛି ।ବିକାଶ ବାବୁଙ୍କ ଚଳିବା ପାଇଁ ମଧ୍ୟ ସମସ୍ତ ପ୍ରକାର ଯୋଜନା କରିଛନ୍ତି ।ତା'ପରେ ତଳକୁ ଲେଖା ହୋଇଛି ।--------

""ଝିଅ ମାନେ ସ୍ୱାଧୀନ ହୋଇ ଚଳିବା ଶିଖିଯାଇଛନ୍ତି ।କେବଳ ଆର୍ଥିକ ସହାୟତା ଦରକାର ସେମାନଙ୍କ ଉନ୍ନତି ପାଇଁ ଯାହା ବ୍ୟବସ୍ଥା କରିବା କଥା ସବୁ ମୁଁ କରିଦେଇଛି ।ସେଇ ଅନୁସାରେ ଖାଲି ଗାଇଡ଼ କରିବ ।ତମ ଉପରେ ସେମାନେ କୌଣସି ପ୍ରକାରେ ବୋଝ ହେବେନି ।ସେମନଙ୍କ ଯଥେଷ୍ଟ ବୁଦ୍ଧି ଜ୍ଞାନ ଅଛି । ସମାଜରେ ସଂଘର୍ଷ କରି ବଞ୍ଚିବାର କଳା ସେମାନେ ଶିଖିଯାଇଛନ୍ତି ।ସମସ୍ତ ପ୍ରକାର ଦାୟିତ୍ୱରୁ ତୁମେ ମୁକ୍ତ ଥିଲ ,ଅଛ ଆଉ ରହିବ ମଧ୍ୟ ।କୌଣସି ଦିନ କୌଣସି ଘଟଣାରେ ତୁମେ ସଂସାରରେ ଆବଦ୍ଧହୋଇ ନଥିଲ ଯେତେବେଳେ ତୁମ ଠାରୁ ଅଧିକ କିଛି ଆଶା କରିବା ମୁର୍ଖତା ମାତ୍ର ।କିନ୍ତୁ ମୁଁ ଏତିକି କହିବାକୁ ଚାହେଁ ଯେ ମୋ ଅନୁପସ୍ଥିତିରେ ଅନ୍ତତଃ ବାପା ହିସାବରେ ପିଲାଙ୍କୁ ଟିକେ ଗାଇଡ କରିବ ଓ ମୋ ଶେଷ ଇଛାଟିକୁ ତମେ ସମସ୍ତେ ସମ୍ମାନ ଦେବ ।

          ମୋର ଦୁର୍ଭାଗ୍ୟ କି ଭାଗ୍ୟ ସେକଥା ମୁଁ ଜାଣେନା କିନ୍ତୁ ତମର ବୋଧହୁଏ ଦୁର୍ଭାଗ୍ୟ ଯେ ମନ ଲାଖି ସ୍ତ୍ରୀ ଟିଏ ତମେ ପାଇଲନି ,ଯିଏ କି ତମ ଈଶାରାରେ ଉଠ ବସ ହୋଇଥାନ୍ତା ।

ପତିଟିଏ ହୋଇଥିଲ ଖାଲି ଅଧିକାର ସାବସ୍ତ୍ୟ ପାଇଁ କିନ୍ତୁ ବନ୍ଧୁଟିଏ ହୋଉପାରିଲନି ଦୁଃଖ ବାଣ୍ଟିବା ପାଇଁ ।ସେଇ ଅବୋଶୋଶ ନେଇ ମୁଁ ବିଦାୟ ନେଇଯିବି ।କିନ୍ତୁ ତା'ପରେ ସମସ୍ତେ ଯେମିତି ବ୍ୟତିବ୍ୟସ୍ତ ହୋଇପଡନ୍ତି ଦଶାହ କର୍ମ ପାଇଁ ସେମିତି କୌଣସି ଆଡମ୍ବର ମୋ ପାଇଁ କରିବା ଦରକାର ନାହିଁ ।ସବୁ ସ୍ତ୍ରୀଙ୍କର ଅରମାନ ଥାଏ ଅନ୍ତିମ ସମୟରେ ସ୍ୱାମୀର ହାତରୁ ସିନ୍ଦୂର ଟିକିଏ ନାଇ ଶେଷ ଯାତ୍ରା କରିବ ।କିନ୍ତୁ ମୁଁ ସେମିତି କିଛି ଦରକାର ମନେ କରୁନି ।ଏ କଥା ପଢି ତୁମକୁ ଖରାପ ଲାଗିବ ।ପୁଣି କହିବ ମୁଁ ତ ଅଣ୍ଡିଆଟେ ।ମୋର କଣ ଦରକାର କି ?

କିନ୍ତୁ ସତ କଥା ହେଲା ଯେଉଁ ଅବୋଶୋଶ ମୋ ଭିତରେ ରହିଗଲା ସେଇଟା ଏଇ ବାହ୍ୟ ଆଡମ୍ବରରେ ପୂରଣ ହେବନି ତ !!!ମୋ ର ପୁଅ ବି ନାହିଁ ଯେ କି ମୋ ମୁହଁରେ ନିଆଁ ଦେବ ,ସେଥିପାଇଁ ବି କହୁଛି ଅନିଚ୍ଛା ପୂର୍ଵକ କେହି କିଛି କରିବା ମୁଁ ଚାହେଁନା ।ଏପରି କି ତୁମେ ମଧ୍ୟ ।ମୋ ଝିଅ ମାନେ ଯଦି ଇଛା କରିବେ ମୋ କର୍ମ କରିବେ ନୋଚେତ୍ କିଛି ର ଆବଶ୍ୟକତା ନାହିଁ ।ନିଜ ଆତ୍ମାର ସ୍ବୀକାରୋକ୍ତି ନେଇ ଯିଏ ଚାହିଁବ ,ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଛାତ୍ର ଛାତ୍ରୀ ,ଜ୍ଞାତି ,ପଡୋଶୀ ,ଯିଏ ବି ହୁଅନ୍ତୁନା କାହିଁକି କରିପାରିବେ କିନ୍ତୁ ତୁମ ଠାରୁ କେବେ ବି କିଛି କାମ ନେବାକୁ ମୁଁ ଚାହେଁନା ।

ଏଇ ହେଲା ମୋର ଶେଷ କଥା .......ତୁମେ ମୋ ପାଇଁ କରିଛ କ'ଣ .....ଥରେ ଭାଵ ........" ।

         ହତବାକ ହୋଇ ଅମିତା ଆଡକୁ ଚାହିଁଲେ ବିକାଶ

ବାବୁ । ହଠାତ ଉଠିଯାଇ ଧୀରେ କି'ନା ହଲାଇ ଦେଲେ ତାଙ୍କୁ ଅମିତାର ହାତଟି ଗୋଟେ କଡକୁ ଖସି ଆସିଲା ତାଙ୍କ ହାତ ଉପରକୁ ।ଓଃ ଚମକି ପଡିଲେ ବିକାଶ ବାବୁ .............

ଅମିତା ....ଅମିତା .... ଦି ଚାରିଥର ଡାକିଲା ପରେ ଜାଣିଲେ

ଅମିତା ଆଉ ଜୀବନରେ ନାହାନ୍ତି...। ବିକାଶ ବାବୁଙ୍କ କର୍ଣ୍ଣ କୁହରରେ ଖାଲି ପ୍ରତିଧ୍ବନିତ ହେଉଥିଲା "ମୋ ପାଇଁ କରିଛ କ'ଣ.. ........।"

ସିପ୍ରା ନାମତା ( ନମ୍ରତା )

ବାରିପଦା 


Rate this content
Log in

Similar oriya story from Tragedy