Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଘୋ  ଘୋ  ରାଣୀ
ଘୋ ଘୋ ରାଣୀ
★★★★★

© Kalyani Nanda

Inspirational

3 Minutes   678    13


Content Ranking

ଆଦ୍ୟ ଆଷାଢ଼ର ପ୍ରଥମ ବର୍ଷାରେ ମାଟିରୁ ଯେତେବେଳେ ଭିଜାଭିଜା ଭୁରୁଭୁରୁ ଗନ୍ଧ ବାହାରେ , ପ୍ରୀତିସୁଧା ଗୋଟାପଣେ ଯେମିତି ସେ ବାସ୍ନାକୁ ନିଜ ମନ, ଦେହରେ ବୋଳି ହୋଇଯାଏ । ଅଳ୍ପ ସମୟର ବର୍ଷା , ଖରାରେ ସିଝିଥିବା ଧୂଳି ଧୂସରିତ ଗଛ, ବୃଚ୍ଛକୁ ଗୋଟାପଣେ ଧୋଇଦେଇ ଚକଚକ କରିଦିଏ । ଧୂସର ପତ୍ର ସବୁ ଯେମିତି ସଦ୍ଯସ୍ନାତା ବଧୂ ପରି ସବୁଜ ସବୁଜ ହୋଇ ଖୁସିରେ ଦୋହଲୁଥାନ୍ତି । ସେ ସବୁ ଭିତରେ ପ୍ରୀତିସୁଧା କୋଉଠି ଯେମିତି ହଜି ହଜି ଯାଏ । ଶ୍ରାବଣର ନୃତ୍ଯରତା ବରଷା ପ୍ରୀତିସୁଧାର ଭାରି ପ୍ରିୟ । ଆଜି ବି ସନ୍ଧ୍ଯାରୁ ଶ୍ରାବଣ ଶ୍ରାବଣୀ ପାଲଟିଛି । ମେଘର ହାତ ଛାଡି ଶ୍ରାବଣ ବର୍ଷି ଚାଲିଛି । ଧରାକୁ ଭିଜାଇ ଚାଲିଛି ।ଶୁଭ୍ରାଂଶୁ ଅଫିସରୁ ଫେରି ଶୋଇପଡ଼ିଲେଣି ।କିନ୍ତୁ ପ୍ରୀତିସୁଧାର ନିଦ ଯେମିତି ଶ୍ରାବଣ ଚୋରେଇ ନେଇଛି । ଏମିତି ସବୁଦିନ ପ୍ରୀତିସୁଧା ଖୁବ୍ ଡେରିଯାଏ ଶୋଇପାରେନି । ଆଉ ବର୍ଷା ହେଉଥିଲେ ତ ବିଲକୁଲ ଶୁଏନି । ବର୍ଷା ପ୍ରତି ଛୋଟବେଳୁ ତାର ଅହେତୁକ ଦୁର୍ବଳତା ।ଆଉ ଏବେ ତାର ମନଟା ଯେତେବେଳେ ନିଃସଙ୍ଗ ମୂହୁର୍ତ୍ତ ସବୁ ସାଉଁଟୁଥାଏ , ସେତେବେଳେ ବର୍ଷା ତାର ଝମଝମ ଶବ୍ଦର ନୂପୁର ଧ୍ବନି ଶୁଣାଏ । ନିଦ ବା କେମିତି ହେବ ଯେ ? ? ବର୍ଷାର ସେ ଅପରୂପ ଶୋଭା ଦେଖିବାକୁ ସେ କେମିତି ଏଡାଇ ଯିବ ଯେ ?

ଶୁଭ୍ରାଂଶୁ ତାର ଇହକାଳ , ପରକାଳ ଦେବତା । ବାହାଘର ତିନିବର୍ଷ ହେବାକୁ ଯାଉଛି । ମାଁ ହେବାର ସୌଭାଗ୍ଯ ଏ ଯାଏ ପାଇନି ସିଏ । ପ୍ରଥମ ବର୍ଷେ / ଦେଢ ବର୍ଷ ଶୁଭ୍ରାଂଶୁ ଠିକ ସମୟରେ ଅଫିସରୁ ଆସି ତା ସହ କେବେ କୁଆଡେ ବୁଲାଇବାକୁ ନେଇଯାଆନ୍ତି, ନ ହେଲେ ଘରେ ଥିଲେ , ତାକୁ ଏମିତି ଏକାଏକା କେବେ ରଖି ଦିଅନ୍ତିନି ।କିନ୍ତୁ ଏବେ ? ? ପ୍ରମୋଶନ ପାଇ ବଡ ପଦବୀ ପାଇବା ପରେ ଯେମିତି ସେଦିନର ଶୁଭ୍ରାଂଶୁ ଏକ ଅନ୍ଯ ମଣିଷ ପାଲଟି ଯାଇଛନ୍ତି ।ସକାଳୁ ଅଫିସ ଗଲାପରେ, ବିଳମ୍ବିତ ରାତ୍ରିରେ ନିଶାସକ୍ତ ଶୁଭ୍ରାଂଶୁ ଘରକୁ ଫେରନ୍ତି । ସେମିତି ଅବସ୍ଥାରେ ଖଟରେ ପଡି ଶୋଇଯାଆନ୍ତି ।ନା ଥାଏ ତାଙ୍କ ପ୍ରିୟ ସୁଧା ର ଚିନ୍ତା ନା ତା ଉପସ୍ଥିତି ତାଙ୍କୁ ସଚେତନ କରାଇ ପାରେ ।ତାପରେ ସାରା ରାତିର ଅନ୍ଧକାର ଓ ନିର୍ଜନତାକୁ ପ୍ରୀତିସୁଧା ପୁରାପୁରି ନିଜର କରିନିଏ ।ବର୍ଷା ଯଦି ହୁଏ, ସେ ଆଉ କିଛି ଭାବେନି ।ଅଗଣା ପାଖ ବାରଣ୍ଡାରେ ଆରାମ କେୟାରରେ ବସି ମେଘ ଓ ବର୍ଷା ସହ ତା ନିଃସଙ୍ଗ ମୂହୁର୍ତ୍ତ କୁ ବାଣ୍ଟି ନିଏ ।

ଆଜି ବି ବର୍ଷା ଝରୁଛି ।ବୋଧେ ସେ ବି ଅନୁଭବ କରୁଛି ପ୍ରୀତିସୁଧାର ନୀରବତା ର ସ୍ପର୍ଶ । ଶୁଣିପାରୁଛି ତା ମନର ଶୂନ୍ୟତାର ଶବ୍ଦ । ପ୍ରୀତିସୁଧା ଦେଖୁଛି , ଅନ୍ଧାରକୁ ଖାତିର ନକରି ଶ୍ରାବଣ ମେଘର ହାତ ଛାଡି ନାଚୁଛି ଧରାର ବୁକୁ ଉପରେ ।ଗଛପତ୍ର, ଫୁଲ ସଭିଏଁ ତା ସହ ତାଳ ଦେଇ ନାଚିଚାଲିଛନ୍ତି ।ସମଗ୍ର ଯାନ୍ତ୍ରିକ ନଗରୀ ସୁପ୍ତ । କିନ୍ତୁ ପ୍ରୀତିସୁଧା ଏବେ ବି ଚେଇଁଚି ।ମନ ତାର ଉଦବେଳିତ ।ଯିବକି ବର୍ଷା ସହ ସିଏ ବି ତାଳ ଦେଇ ନାଚି ଯିବ । ଯେମିତି ଛୋଟବେଳେ ବର୍ଷାରେ ଭିଜିଭିଜି ଡେଉଁଥିଲା ଆଉ ମାଁ ତାର ପାଟି କରୁଥାଏ, ଗାଳି କରୁଥାଏ । ଭିଜିବା କୁ ମନା କରୁଥାଏ ।କିନ୍ତୁ ଏବେ ତ କେହି ନାହିଁ ତାକୁ ଆକଟ କରିବାକୁ । କେହି ନାଇଁ ତାକୁ ଭିଡି ଆଣିବ ଘର ଭିତରକୁ । ଯିବ କି? ? ନା, ସେ ଯିବ । ଶ୍ରାବଣ ଯେ ତାକୁ ହାତଠାରି ଡାକିଲିଣି ।

ଗଛ...ବୃକ୍ଷ..ମେଘ.. ବର୍ଷା...ପବନ ...! ପ୍ରୀତିସୁଧା ଆଉ ପାରିଲାନି । ଅଣ୍ଟାରେ ଶାଢୀ କାଳିକୁ ଖୋସି ଦେଇ ଚାଲିଗଲା ଅଗଣା ମଝିକୁ ।ତାକୁ ଦେଖି ମେଘ, ବର୍ଷା ଯେମିତି ଖୁସିରେ ବେଶି ବେଶି ତା ପାଦ ସହ ତାଳ ଦେବାକୁ ଲାଗିଲେ । ପ୍ରୀତିସୁଧା ଦୁଇହାତ ମେଲାଇ ଘୁରୁଛି ଚକ୍ରି ପରି । ପାଟିରେ ଗୁଣୁ ଗୁଣୁ ହୋଇ ଗାଉଛି ...." ଘୋ ଘୋ ରାଣୀ ... ଆଣ୍ଠୁଏ ଆଣ୍ଠୁଏ ପାଣି ।" ଓଃ, କି ଆନନ୍ଦ ତାର ।ନିର୍ଜନତାର ସୁର ତା ଗୀତର ସୁରେ କେଉଁଠି ହଜି ଗଲାଣି । ଖାଲି ଯାହା ଶୁଭୁଛି ,...." ଘୋ ଘୋ ରାଣୀ ....." ! !

.

କଲ୍ଯାଣୀ ନନ୍ଦ ,

ବୁଢାରଜା , ସମ୍ବଲପୁର, ଓଡିଶା ।

ଆଷାଢ଼ ବର୍ଷା ଆରାମ

Rate the content


Originality
Flow
Language
Cover design

Comments

Post

Some text some message..