Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Action

3  

Rasmi Rekha Tripathy

Inspirational Abstract Action

ମଞ୍ଜୁଳା ଦିଦି

ମଞ୍ଜୁଳା ଦିଦି

2 mins
14K


ମଞ୍ଜୁଳା ଦିଦି ଆମକୁ ସଂସ୍କୃତ ପଢାଉଥିଲେ l ସେ ସମ୍ପର୍କରେ ମୋର ମାଉସୀ ହେଲେ ମଧ୍ୟ, ଯେହେତୁ ସେ ଆମ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ ଆମେ ତାଙ୍କୁ ଦିଦି ବୋଲି ଡାକୁଥିଲୁ l ସେତେବେଳକୁ ଗୁରୁମା ଡାକ ସ୍କୁଲମାନଙ୍କରେ ପଶି ନ ଥିଲା ଆହୁରି l ଦିଦିଙ୍କୁ ସମସ୍ତଙ୍କର ପ୍ରାଣେ ଭୟ l ସବୁଠୁ ଭଲ କଥା ଥିଲା, ଦିଦିଙ୍କ ଡରରେ ଆମ ଶ୍ରେଣୀରେ ସମସ୍ତେ ସଂସ୍କୃତ ଠିକ୍ ଭାବରେ ପଢୁଥିଲେ ଓ ସମସ୍ତେ ସଂସ୍କୃତରେ ପାଶ୍ ହେବା ସହ ପଚାଶ ମାର୍କରୁ ଅଧିକା ରଖୁଥିଲେ l ସେ କେବଳ ଆମର ଶିକ୍ଷୟିତ୍ରୀ ନ ଥିଲେ, ଥିଲେ ମାର୍ଗଦର୍ଶିକା l ଆଜି ମୁଁ ଯାହା ବି ହେଇଛି ସେଥିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଆଜି ବି ତାଙ୍କ ନାଁ ପଡିଲେ ମୋ ଦେହ ଥରି ଉଠେ l ତାଙ୍କ ଠାରୁ ଦଣ୍ଡ ପାଇବା ଭୟ ମୋତେ ସବୁବେଳେ ସତ୍ ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେଇଛି l ଏଇ କିଛି ଦିନ ତଳେ ଦିଦି ମୋତେ ବହୁତ ଗାଳି ଦେଇଥିଲେ , ମୋର ଗୋଟିଏ ଭୁଲ ପାଇଁ l ମୁଁ ସଚେତନ ହେବା ପାଇଁ ସେ ଦିନ ସେ ଗାଳିର ଆବଶ୍ୟକତା ଥିଲା l ବୃତ୍ତିଗତ ଚାପ, ବର୍ତ୍ତମାନ ଜୀବନଧାରାର ବ୍ୟସ୍ତତା ଭିତରେ ମୁଁ ଆଉ ତାଙ୍କୁ ଫୋନ୍ କରି ପାରିନି l କାଲି ରାତିରେ ଫୋନ୍ କରିଥିଲେ ସିଏ l ମୁଁ ରାଗିଛି ବୋଲି ସେ ଭାବିଛନ୍ତି l ମୋତେ ସେଥିପାଇଁ ଦୁଃଖ ବି ଜଣେଇଲେ l ମୋ ଆଖିକୁ ଲୁହ ଚାଲି ଆସିଲା l ମୁଁ କଣ କହିବି ଜାଣିପାରିଲି ନାହିଁ l ଦିଦି ଜାଣିପାରିଲେ ମୋ ଭିତରର ନ୍ଦ୍ୱନ୍ଦକୁ l


କହିଲେ, “ମା’ରେ! ଆଉ କଣ ସେ ଦିନ ଅଛି ? ଏବେ ପରା ଆମକୁ ମନା କରାଯାଇଛି କୌଣସି ପ୍ରକାର ଦଣ୍ଡ ଦେବା ପାଇଁ !” ଦୀର୍ଘ ନିଃଶ୍ୱାସ ଛାଡିଲି

ମୁଁ l ସେ ପିଲାମାନେ କେମିତି ବୁଝିପାରିବେ ଯେ ସେହି ଦଣ୍ଡର ଭୟ ଓ ତଦଜନିତ ଲଜ୍ଜା ଯୋଗୁଁ ଆମେ ଆଜି ଏଠାରେ l



Rate this content
Log in

Similar oriya story from Inspirational