Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

*ଦେଵଦାସୀ ବନାମ ବାଛଲ୍ୟତା- ଏକ ବିଚାର।

*ଦେଵଦାସୀ ବନାମ ବାଛଲ୍ୟତା- ଏକ ବିଚାର।

2 mins
7.2K


*ଦେଵଦାସୀ ବନାମ  ବାଛଲ୍ୟତା- 
ଏକ ବିଚାର।
 
ଦେଵଦାସୀ ଜଣେ ପ୍ରଥମେ ନାରୀ  । ନାରୀସୁଲଭ ଗୁଣଯୁକ୍ତ ନୃତ୍ୟାଙ୍ଗନା ,ଏକ ରୁଡ଼ି ପରମ୍ପରାର ନିଷ୍କର୍ଷ । ନିଶ୍ଚିତ ରୂପେ 
ସମ୍ପୂର୍ଣ୍ଣ ସମର୍ପିତା ପ୍ରେମିକା ଜଗନ୍ନାଥଙ୍କ 
କାରଣ ଜଣେ ନାରୀ କାୟା,ମନ ଓ ବାକ୍ୟର ବନ୍ଧନରେ ନ ରହିଲେ 
ସେ କେବେ ଏକ ବିଗ୍ରହରୂପୀ ପ୍ରତିତ ଦେବତାଙ୍କୁ ଆପଣାଇ ପାରିବ ନାହିଁ।
   ନାରୀ ସହଜ ସୁଲଭଗୁଣ ଭିତରେ ବାଛାଲ୍ୟତା ବି ଏକ ବିଶେଷ ଗୁଣ ।
ଜଣେ ପ୍ରେମିକା ଅଵା ବିବାହିତା ନାରୀଙ୍କ ପାଖରେ ତା ମାନସ ପ୍ରେମିକ ତାଙ୍କ ପାଇଁ ଏକାଧାରରେ ପତି,ପ୍ରେମିକ,ସନ୍ତାନ, ସବୁକିଛି । ସେ ସ୍ଥାନ କାଳ ପାତ୍ରରେ ସବୁ ଭୂମିକା ନିଭାଇ ପାରେ । ସେଥିପାଇଁ ନାରୀ ଶବ୍ଦଟିକୁ ; ନା କୁ ବାଖ୍ୟା କଲେ -ନରରୁ ଜାତ ନାରୀକୁ ବାଖ୍ୟା ଯଦି କରାଯାଏ ଅର୍ଥ - ଗୁଣ ଅର୍ଥାତ ଅଷ୍ଠ ମାନବ ଗୁଣ ସମ୍ପନ୍ନ ।
ଅତ୍ୟନ୍ତ ପ୍ରଯୁଜ୍ୟ ଉକ୍ତି:
ନାରୀଙ୍କୁ ମାନବ ମାନଙ୍କ ଭିତରେ ସର୍ବଶ୍ରେଷ୍ଟ ବୋଲି ପ୍ରତିପାଦନ କରିବାକୁ
"ଶୟନେସୁ ରମ୍ଭା,କାର୍ଯ୍ୟସୁ ମନ୍ତ୍ରୀ,
ଭୋଜେୟସୁ ମାତା, କରଣେସୁ ଦାସୀ "
ଦେଵଦାସୀ- ନାମର ଅର୍ଥ ଯେଉଁ ଦାସୀ ଦେବତାଙ୍କ ସମସ୍ତ କାର୍ଯ୍ୟ ପାଇଁ ନିଯୁକ୍ତ ।
ସେ ଜଗନ୍ନାଥଙ୍କୁ ପୁତ୍ର ଭଳି ସ୍ନେହ ବି ଦେଇ ପାରିବେ । 
ଶ୍ରୀ କୃଷ୍ଣ ବି ରାଧାଙ୍କ ଠାରୁ ସମସ୍ତ ପ୍ରେମ ରସ ପାଇଥିଲେ ବୋଲି ଯୋଗିଗଣ, ରାଧାଙ୍କ ପାଦ ପଦ୍ମରେ ତାଙ୍କ ଧ୍ୟାନ ସର୍ବଶ୍ରେଷ୍ଠ ବୋଲି ମାନନ୍ତି ।
ଏହି ଉକ୍ତିରେ ଜଣେ ପ୍ରେମିକାଙ୍କ ନିକଟରେ ତାଙ୍କ ପ୍ରେମିକଙ୍କୁ ବି ପୁତ୍ରସମ ବାଖ୍ୟା କରା ଯାଇପାରେ ।
ଆଉ ପ୍ରତିତ ଅବସ୍ଥାରେ ବଞ୍ଚି ଚାଲି ଥିବା ନାରୀ ବାସ୍ତବତାରୁ ବହୁ ଦୁରେ ଜଣେ ଦେଵଦାସୀ ଏକ କେବଳ ଚରିତ୍ର ନୁହେଁ ,ଜଣେ ସାଧାରଣ ଶରୀରଧାରୀ ମଣିଷ । ଜଗନ୍ନାଥଙ୍କ ପ୍ରେମିକା ବି ହୋଇପାରେ ,ମାତା, ନୃତ୍ୟାଙ୍ଗନା,ଦାସୀ ଇତ୍ୟାଦି ଇତ୍ୟାଦି,ହୋଇପାରେ,ଏଥିରେ ଦ୍ଵିମତ୍ତ ହେବାର କିଛି ନାହିଁ ।
ଜଣେ ପ୍ରେମିକା ବଛାଲ୍ୟ ବି ଦେଇ ଥାଏ, ଦାସୀ କ୍ଷେତ୍ରରେ ଏହାର ମାତ୍ର ଅଧିକ କାରଣ ସେ ଦାସତ୍ୱ ବନ୍ଧନେ ଚୁକ୍ତିବଦ୍ଧ ।
ପ୍ରେମର ପରିଭାଷା ଅନନ୍ତ । 
ପୁରୁଷର ଅହମିକା ଛାଡି ଯଦି ଜଣେ ପୁରୁଷ, ତାଙ୍କ ପ୍ରେମିକା ଅଵା ସ୍ତ୍ରୀଙ୍କୁ ପୁତ୍ର ପ୍ରେମରେ ବାନ୍ଧି ପାରନ୍ତି ତାହେଲେ ତାଙ୍କ ପ୍ରେମିକାଙ୍କ ଠାରୁ ଉଭୟ ବାଛଲ୍ୟରସ ଓ ଶୃଙ୍ଗାରରସରେ ନିଶ୍ଚତ ଭାବେ ଭରି ଦେବେ ।
 
କାଶ୍ୟପ,
ରାୟଗଡା ।


Rate this content
Log in