Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Karjee

Tragedy

3.3  

Trilochan Karjee

Tragedy

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

1 min
263


ସାଗରକୁ ନେଇ ସ୍ବପ୍ନା ମନରେ ଅନେକ କିଛି ଆଶା ଓ ଆଶଙ୍କା । ନିଜର ଭଲ ପାଇବା ଭାବନାକୁ ହୁଏତ କହିପାରିଥାନ୍ତା କିନ୍ତୁ କାହିଁକି ଗୋଟିଏ ହୃଦୟ ଭିତରେ ଚାପିରଖେ । ପିଲାଟି ଦିନରୁ ଉଭୟ ପରସ୍ପରକୁ ଜାଣନ୍ତି । ସାଗର ଜଣେ ବ୍ରାହ୍ମଣ ପରିବାରର ପୁଅ ଆଉ ସ୍ବପ୍ନା ଜଣେ ଭଣ୍ଡାରି ଘରର ଝିଅ । ଏଇଥି ପାଇଁ ସ୍ଵପ୍ନା କହିପାରେନି । କାଳେ ସମାଜ ଭଲ ପାଇବାର ପ୍ରେମ ବନ୍ଧନକୁ ସୀକୃତି ଦେଇ ନପାରେ।

ସେଦିନ ସ୍ବପ୍ନା ଦେଖିଲା ସାଗର ନୂଆ ଝିଅ ସହିତ ବନ୍ଧୁତା କରିଛି । ତାର ନାମ ସୋନାଲି । ନୂଆରୁ କଲେଜ ଆଡମିଶନ କରିଛି । ତା ସହିତ ମିଶିବା ପାଇଁ ତାକୁ ମନା କଲା । ସାଗର ସେମିତି ମାନିବାର ପିଲା ନଥିଲା । ବାରମ୍ବାର ସେମାନଙ୍କ ମିଳାମିଶାକୁ ବିରୋଧ କଲା । ଏପରି କି ସାଗର ସହ ଆଉ କଥା ହେବ ନାହିଁ ବୋଲି ନିଷ୍ପତ୍ତି ନେଇ ସାରିଥିଲା ।


ସାଗରର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଶେଷରେ ସ୍ବପ୍ନା କେବଳ ନିଜର ଅହଂକାର ରଜ୍ଜୁରେ ବାନ୍ଧି ହୋଇ ନିଜର ଭଲ ପାଇବାର ପ୍ରେମ ବନ୍ଧନକୁ ହୁଏତ ନ କହି ପାରି ମନରେ କେବଳ କଷ୍ଟ ଭୋଗିବାକୁ ପଡ଼ିଲା । ତାହାର ଥିବା ବନ୍ଧୁତାକୁ ସେ ସମ୍ପର୍କ ଛିଣ୍ଡି ଯାଇଥିଲା । ପ୍ରେମ ବନ୍ଧନରେ ବାନ୍ଧି ହୋଇ ରହିବାର ସ୍ବପ୍ନ ଅଧୁରା ହୋଇ ରହିଗଲା।


Rate this content
Log in

Similar oriya story from Tragedy