ଟିଭି...
ଟିଭି...
1 min
7.3K
✿ ଟିଭି ✿
[୧]
ସଂଜବୁଡ଼ୁଣୁ ପଡିଶାଘରେ ଟିଭି ଦେଖିବାକୁ ବାଉଳା ଦେଖି, ବୁଢ଼ୀ ମନକଲା, ବୋହୂ ଲାଗି ଟିଭିଟେ କିଣିବାକୁ । ସୁନାନାକୀ ବୋହୂର ପରଘରେ ମନଦେଖି ଦିହ ସହୁନଥିଲା ବୁଢ଼ୀର । ସାଇତା ଭତ୍ତା ପଇସା ଦେଇ ପୁଅକୁ ମନାଇଲା ।
[୨]
ବୁଢ଼ୀ କି ଜାଣିଥିଲା, ଘରେ ଟିଭିଟେ ଆସିବା ପରେ 'ସୁନାବୋହୂ'ଟା ତା'ର 'ଟିଭିବୋହୂ' ହୋଇଯିବ ବୋଲି ???
[୩]
ବଦଳା ଚାଲିଚଳଣ ଦେଖି ବୁଢୀର ମନହେଉଥିଲା, ଭସୁଆଁ ଟିଭିଟାକୁ ପାହାରେ ଦେଇ ଭାଙ୍ଗିପକାନ୍ତା କି ଆଉ ! କ'ଣ କରିବ ଯେ ? ସବୁଯାକ ସଂଚୟ ତ ସେଇ ଟିଭି ପଛରେ ଲଗାଇ ସାରିଥିଲା ........!!!
✿ ଅମିୟ ବେଜ୍ ✿