Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TapaswiniDash Sarangi

Romance

4.2  

TapaswiniDash Sarangi

Romance

ଶାଶ୍ଵତ ପ୍ରେମ

ଶାଶ୍ଵତ ପ୍ରେମ

4 mins
796


ମନ୍ଦିରର ବେଢାରେ ହଠାତ୍ ନଜର ପଡିଲା ସୁମି ଉପରେ । ବୋଧ ହୁଏ ପ୍ରାୟ ଦଶ ବର୍ଷ ପରେ ସେ ଦେଖିଲା ସୁମିକୁ । ହୃଦୟର ଏକ ନିରାପଦ କୋଣରେ ସେ ସାଇତି ରଖିଛି ତା'ର ଭଲ ପାଇବାକୁ କେବେ ବି ପ୍ରକାଶ କରିନି ନିଜର ମନ କଥା ସୁମି ଆଗରେ । ସେ ଯାଇ ପହଞ୍ଚିଲା ସୁମି ପାଖରେ ।


ହାୟ୍ ସୁମି । କେମିତି ଅଛୁ? କଲେଜ୍ ସରିକି ଏତେ ବର୍ଷ ହୋଇଗଲା ମୁଁ ବି ଦିଲ୍ଲୀ ପଳେଇଲି ଜେ.ଏନ୍.ୟୂରେ ଡକ୍ଟରେଟ୍ କରିବାକୁ । ମଝିରେ କଟକକୁ ଆସିଥିଲି ବୋଉକୁ ପଚାରିଲି ବୋଉ କହିଲା ତୋ ବାପାଙ୍କର ବଦଳି ହୋଇ ଯାଇଛି ଆଉ ତୁମେ ସମ୍ବଲପୁରରେ । ଏମିତି ଅନେକ କଥା ଗୋଟେ ନିଶ୍ଵାସରେ କହି ଚାଲିଥିଲା ଶାଶ୍ଵତ । ହ୍ୟାଲୋ,ହଁ ମୁଁଁ ଭଲ ଅଛି । ବାପାଙ୍କର ଦେହାନ୍ତ ହୋଇଗଲାଣି । ଏବେ ଆମେ ପୁଣି ଏଇ କଟକରେ ରହୁଛୁ ।


ସୁମିର ଏମିତି ଉତ୍ତରରେ ଶାଶ୍ଵତ ଖୁସି ନଥିଲା । ସେ ପୂର୍ବ ସୁମିକୁ ଦେଖିବାକୁ ପାଇଲାନି । ହସକୁରି ଆଉ ମଜାଳିଆ ସ୍ଵଭାବର ଥିଲା ସୁମି । ସେଇ ସ୍ଵଭାବ ସକାଶେ ତ ସେ ସୁମିକୁ ଭଲ ପାଇଥିଲା ଆଉ ମନର ମାନସୀ କରି ରଖିଛି । କିନ୍ତୁ ଦୁଃଖର କଥା ଏ ଯାଏଁ ମନର କଥା ସେ ସୁମିକୁ କହି ପାରିନି । ସୁମି ଶାଶ୍ଵତକୁ ଏକ ଭଲ ସାଙ୍ଗ ଭାବେ । ଦୁଇ ସାଙ୍ଗ କିଛି ଘଣ୍ଟା କଥା ହେଲା ପରେ,ଶାଶ୍ଵତ ସୁମିକୁ କହିଲା ମୁଁ ତତେ ଆଜି ଗୋଟେ କଥା କହିବି ରଖିବୁ ତ ।

ହଁ କହୁନୁ କଣ ହେଲା ସୁମି କହିଲା । ଆଜି ଯାଏଁ ତୋର ସବୁ କଥା ମୁଁ ରଖିଛି । କହ କଣ କହୁଛୁ ।

ଛାତିରେ ସାହସ ବାନ୍ଧି କହିଲା ଶାଶ୍ଵତ- Will you marry me?

I love you very much.ଏତିକି ପାଟିରୁ ସରିଛି କି ନାହିଁ ,ସେ ଦେଖିଲା ସୁମି ଆଖିରେ ଲୁହ, ଯାହା କେବେ ଆଜି ଯାଏଁ ସେ ଦେଖି ନଥିଲା । କଣ ହେଲା ସୁମି ତୁ କାନ୍ଦୁଛୁ ଯେ?


ତୋର ମୁଣ୍ଡ ଖରାପ ହୋଇ ଗଲା କି? ତୁ ମୋତେ ବାହା ହେବାକୁ କହୁଛୁ । ତୁ କଣ ଜାଣିଛୁ ମୋ ବିଷୟରେ?

ମୁଁ ଏବେ ମୁମ୍ବାଇରେ ଏକ ମେଡିସିନ୍ କମ୍ପାନୀରେ ରିସର୍ଚର୍ ଅଛି ଆଉ ଦରମା ବି ଭଲ ପାଉଛି । ଆମେ ଦୁହେଁ ଭଲରେ ଚଳିବା । କହିଲା ଶାଶ୍ଵତ ।

ମୁଁ ତୋ ଯୋଗ୍ୟତାକୁ ସନ୍ଦେହ କରୁନି । ତତେ ମୋ ଠାରୁ ଭଲ ଝିଅ ମିଳିବେ । ତୁ କାଇଁ ମୋତେ ବିବାହ କରିବାକୁ ଚାହୁଁଛୁ?ସୁମି କହିଲା ।

ମୋ ଜୀବନରେ ତୁ ପ୍ରଥମ ଆଉ ଶେଷ ଝିଅ ଯାହାକୁ ମୁଁ ଅନ୍ତର ଦେଇ ଭଲ ପାଉଛି । ହେଲେ ତୋର କଣ ହେଲା ତୁ କାହିଁକି ମନା କରୁଛୁ?ପଚାରିଲା ଶାଶ୍ଵତ ।


ହଉ ଶୁଣ୍ ତାହେଲେ,ମୋର ବିବାହ ଏଇ ଚାରି ପାଞ୍ଚ ବର୍ଷ ତଳେ ହୋଇଥିଲା । ମୁଁ ବହୁତ ଖୁସିରେ ଥିଲି । ସୁଶାନ୍ତ ମାନେ ମୋ ସ୍ଵାମୀ ମତେ ବହୁତ ଭଲ ପାଉଥିଲେ । ଖାଇବାରେ ପିନ୍ଧିବାରେ ଆଉ ଚଳିବାରେ କିଛି ଅସୁବିଧା ନଥିଲା । ଆମର ଖୁସିର ସଂସାରରେ କାହାର ଦୃଷ୍ଟି ପଡିଗଲା କେଜାଣି । ସେ ହୃଦ୍ ରୋଗରେ ପୀଡିତ ହେଲେ ଆଉ ମୋତେ ଲୁଚାଇଲେ କାଳେ ମୁଁ ଭାଙ୍ଗିଯିବି ବୋଲି । ମୁଁ ଯେତେବେଳେ ଜାଣିଲି ସେତେବେଳକୁ ବହୁତ ଡେରି ହେଇ ଯାଇଥିଲା ଆଉ ସେ ଆର ପାରିକୁ ଚାଲି ଗଲେ ମୋତେ ଏକା କରି,ଆଉ ମୋ ଗର୍ଭରେ ଛାଡିଗଲେ ଏକ ସନ୍ତାନ । ଏବେ ମୁଁ ଚାରି ମାସର ଗର୍ଭବତୀ । ଆଉ ସେ ଯାଇକି ଏବେ ଦୁଇ ମାସ ହୋଇଛି । ମୁଁ କୁଆଡେ ଅଲକ୍ଷ୍ମୀ ଆଉ ତାଙ୍କ ପୁଅକୁ ଖାଇଛି କହି ନିର୍ଯ୍ୟାତନା ଦେଲେ ଶାଶୁ ଘର ଲୋକେ । ଏବେ ମୁଁ ବୋଉ ସହିତ ରହୁଛି । ମୁଁ ଗୋଟେ ବିଧବା । କହିକି କାନ୍ଦିଲା ସୁମି । ଏବେ ତୁ କହ ମୋର ଭୂଲ୍ କେଉଁଠି ।


କିଛି ସମୟ ନୀରବ ରହିବା ପରେ ଶାଶ୍ଵତ କହିଲା ଦେଖ୍ ମୁଁ ତୋତେ ଭଲ ପାଏ ନା କି ତୋର ଅତୀତକୁ ନା ତୋ ସହ ଘଟିଥିବା ଘଟଣା ମୋ ଉପରେ ପ୍ରଭାବ ପକାଇବ । ମୁଁ ତୋତେ ବାଧ୍ୟ କରୁନି ମୁଁ ତୋ ଫେରିବା ବାଟକୁ ଚାହିଁ ବସିବି ତୁ ଫେରିବା ଯାଏଁ । ଏତିକି କହି ଶାଶ୍ଵତ ଚାଲିଗଲା ସେଠାରୁ ଆଉ ମୁମ୍ବାଇ ବି ଫେରିଗଲା ।

ତଥାପି ଫୋନ୍ ରେ କଥାବାର୍ତ୍ତା କରୁଥାନ୍ତି ଉଭୟ । ଏମିତି କିଛି ମାସ ଗଲା ପରେ ସୁମିର କୋଳରେ ଆସିଛି ଏକ କୁନି କଣ୍ଢେଇଟିଏ । ଆଉ ଧିରେ ଧିରେ ସୁମିର ମନ ପରିବର୍ତ୍ତନ ହୋଇଛି ଆଉ ଝିଅର ଭବିଷ୍ୟତ ପାଇଁ ଚିନ୍ତା କରି ଶାଶ୍ଵତକୁ ଫୋନ୍ କଲା ଦିନେ । କହିଲା ଶାଶ୍ଵତ ମୁଁ ତୋ କଥାରେ ରାଜି । ଶାଶ୍ଵତର ଖୁସିର ସୀମା ରହିଲା ନାହିଁ । ହାତରେ ଜହ୍ନ ତୋଳିଲା ପରି ଲାଗିଲା ଆଉ ତାପର ଦିନ ସେ ଆସି ପହଞ୍ଚିଲା କଟକରେ ଆଉ ସୁମି ଘରକୁ ଆସିଲା ତା ବାପା ମା'ଙ୍କୁ ଧରି । ଯେହେତୁ ତା ବାପା ଆଉ ମା ଉଚ୍ଚ ଶିକ୍ଷିତ ତେଣୁ ଅସୁବିଧା ହେଲାନି ମନେଇବାକୁ । ସୁମିର ମା ବି ଖୁସିରେ ରାଜି ହୋଇଗଲେ ଓ ନିରାଡ଼ମ୍ବରରେ ବିବାହ କରିଥିଲେ ହେଲା ମନ୍ଦିରରେ ।

ବିବାହର ପ୍ରଥମ ରାତିରେ ସେ କଥା ଦେଲା ସୁମିକୁ ମୁଁ ଦୁନିଆର ସବୁ ସୁଖ ତୋ ପାଦ ତଳେ ରଖିବାକୁ ଚେଷ୍ଟା କରିବି । ଆଉ କୁନି ଝିଅଟି ତୋର ନୁହଁ ଆମର ଝିଅ ସେ ମୋ ନାଁ ରେ ଏ ଦୁନିଆରେ ପରିଚୟ ପାଇବ । ଆଉ ଯେଉଁ ଯାଏଁ ତୁ ତୋର ଅତୀତକୁ ଭୂଲି ମୋତେ ଅନୁମତି ନ ଦେଇଛୁ ତତେ ଛୁଇଁବାକୁ ସେ ଯାଏଁ ମୁଁ ତୋତେ ସ୍ତ୍ରର୍ଶ କରିବିନି । ମୋ ପ୍ରେମରେ ଛଳନା ନାହିଁ । ମୁଁ ତୋ ଦେହକୁ ନୁହେଁ ତୋ ହୃଦୟ ଆଉ ତୋ ମନକୁ ଭଲ ପାଏ । ମୋ ପ୍ରେମ ଶାଶ୍ଵତ ଓ ଚିରନ୍ତନ ।



Rate this content
Log in

Similar oriya story from Romance