ଋଣ ପରିଶୋଧ
ଋଣ ପରିଶୋଧ
ଅଜୟ ମଉସାଙ୍କର ଗୋଟିଏ ବୋଲି ପୁଅ ରାମୁ । ପଞ୍ଚମ ଶ୍ରୀଣୀରେ ପାଠ ପଢେ।ରାମୁ ଛଡା ତାଙ୍କର ଦୁନିଆରେ କେହି ନାହିଁ ।ତାଙ୍କ ସ୍ତ୍ରୀ ଅନୀତା ଦେବୀ ଅନେକ ଦିନ ହେଲାଣି ତାଙ୍କୁ ଏକା କରି ଆରପାରିକୁ ଚାଳି ଗଲେଣି ।ରାମୁଙ୍କୁ ନେଇ ତାଙ୍କର ସଂସାର ଚଲେ ।
ସେ ଜଣେ ବହି ବେପାରୀ ।ଗାଁ ଗାଁ ବୁଲି ବହିପତ୍ର ବିକ୍ରି କରି ଯେଉଁ ଟଙ୍କା ରୋଜଗାର କରନ୍ତି ସେଥିରେ ରାମୁର ଅଭାବ ଅଘଟନକୁ ପୂରଣ କରି ଦୁଇ ପେଟରେ ଦାନା ଦିଅନ୍ତି ଏବଂ ରାମୁର ଯତ୍ନ ନିଅନ୍ତି । ରାମୁର ଖାଇବା ପିଇବା ଠାରୁ ଆରମ୍ଭ କରି ଅଳି ଅଝଟକୁ ପୂରଣ କରନ୍ତି ଓ ମାଆ ର ସ୍ନେହ ଆଦର ଦିଅନ୍ତି ।ଏତେ ସ୍ନେହ ଆଦର ଭଲପାଇବା ସିଏ ରାମୁକୁ ଦେଉଥିଲେ ଯେ ରାମୁ ନିଜ ମାଆକୁ ମଧ୍ୟ ଭୁଲିଯାଇ ବାପାଙ୍କୁ ନିଜର ସର୍ବସ୍ଵ ବୋଲି ମାନି ନିଏ ଓ ବେଶି ଭଲପାଏ ।ଏଇ କେତେଦିନ ହେବ ଅଜୟ ମଉସା ପାରାଲାଇସିସ୍ ରେ ପୀଡିତ ଅଛନ୍ତି ।ନା ଚାଲିପାରୁଛନ୍ତି ନା ବୁଲିପାରୁଛନ୍ତି ନା କିଛି କହୁଛନ୍ତି ଗୋଟିଏ ନିର୍ଜୀବ ପଥର ସାଜି ଖଟରେ ଶୋଇଛନ୍ତି ।ଯେତେ ଚାହିଲେ ବି କିଛି କରିପାରନ୍ତି ନାହିଁ ,କି ରାମୁ ପାଖରେ କିଛି ଭଲମନ୍ଦ କହିପାରନ୍ତି ନାହିଁ ।ତେଣେ ରାମୁ ମୁଣ୍ଡରେ ସବୁ ବୋଝ ।ଘର କାମ ଠାରୁ ଆରମ୍ଭ କରି ବାପାଙ୍କର ସେବାଶୁଶ୍ରୁଷା ଓ ପାଠ ପଢାରେ ପିଲାଟି ସବୁବେଳେ ବ୍ୟସ୍ତ ।ଛୁଟି ଦିନମାନଙ୍କରେ ରାମୁ ମଧ୍ୟ ଗାଆଁ ଗାଆଁ ବୁଲି ବହି ବିକ୍ରି କରି ସେଥିରୁ ଯାହା ଟଙ୍କା ରୋଜଗାର କରେ ନିଜର ଅଭାବ ପୂରଣ କରିବା ଓ ବାପାଙ୍କ ଔଷଧପତ୍ର ଖାଇବା ପିଇବା ସହ ଘରର ଦାୟିତ୍ୱ ତୁଲେଇବାରେ ଖର୍ଚ୍ଚ କରୁଥିଲା । ପିଲାଟା ଏତେ ପରିଶ୍ରମରେ ଦୁର୍ବଳ ହୋଇ କଳାକାଠ ପଡିଗଲାଣି । ଏତେ କମ୍ ବୟସରେ ଏତେସବୁ ବୋଝ ବିଚାରା ରାମୁ ମୁଣ୍ଡରେ ।ବେଳେବେଳେ ରାମୁ ନିଜ ମୁଣ୍ଡ ଉପରେ ଥିବା ବୋଝ ବିଷୟରେ ଚିନ୍ତାକରି ନିଜ ଭାଗ୍ୟକୁ ଦୋଷ ଦିଏ ।ଦିନ କର କଥା ।ସେତେବେଳେକୁ ରାଜୁର ଖରାଛୁଟି ହୋଇଥାଏ ।ଗ୍ରୀଷ୍ମ ମାସର ପ୍ରଚଣ୍ଡ ଖରାରେ ରାଜୁ ବାହାରିଛି ବହି ବିକ୍ରି କରି କିଛି ଟଙ୍କା ଆୟ କରିବାକୁ ।
।ଧୁଧୁ ଖରା ବେଳ କଣ ଟିକେ ପେଟରେ ପକେଇ ବିକ୍ରି ପାଇଁ ବାହାରିଲା ରାମୁ ।ଏଇ ଗାଆଁରୁ ସେଇଗାଁ ବୁଲିବୁଲି ବହି ନିଅ ବହି ନିଅ ଡାକି ଡାକି ଥକି ଯାଏ ପ୍ରଚଣ୍ଡ ଖରାରେ । ସେଦିନ ବୁଲୁବୁଲୁ ହଠାତ୍ ରାମୁର ମୁଣ୍ଡ ବୁଲେଇଦେଲା ଓ ସେ ତଳେ ପଡିଗଲା ,ଧିର ସ୍ଵରରେ ପାଣି ଟିକିଏ ଦିଅ ବୋଲି କହୁଥାଏ ବାରମ୍ବାର । ସାମ୍ନାରେ କୁଡିଆଘର ଟିଏ ଥାଏ ।ସେହି କୁଡିଆରେ ଦୁଇ ମାଆ ଝିଅ ବାସ କରୁଥିଲେ । ଲଲିତା ଦେବୀ ଓ ଝିଅ ଆନି ।କିଛି ସମୟ ପରେ ଘରୁ ଲଲିତା ଦେବୀ ବାହାରି ରାମୁ ତଳେ ପଡିଥିବାର ଦୃଶ୍ୟ ଦେଖି ଚମକି ପଡି ତରତର ହୋଇ ଦୌଡିଆସିଲେ ରାଜୁ ପାଖକୁ,ରାଜୁକୁ ତଳରୁ କୋଲେଇ ନେଇ ମୁହ ହାତଗୋଡକୁ ହଲେଇଲେ ।ରାଜୁ ଧିର କଣ୍ଠରେ ପାଣି ପାଣି କହୁଥାଏ । ଲଲିତା ଦେବୀ ଆନିକୁ ଡାକ ପକେଇ ପାଣି ଆଣିବାକୁ କହିଲେ ।ଆନି ପାଣି ଆଣି ତା ପାଟିରେ ଟିକେ ଦେଇ ଓ ମୁହରେ କିଛି ପାଣି ଛିଞ୍ଚି ଦେଲାପରେ ରାଜୁର ହୋସ୍ ଆସିଲା । ସେ ଆଖି ଖୋଲିଲା ପରେ ଲଲିତା ଦେବୀ କିଏ ବାପା ତୁମେ ବୋଲି ପଚାରିଲେ ? ରାଜୁ ଉତ୍ତର ଦେଲା ମୋ ନାଆଁ ରାଜୁ ।ନିଜର ପରିଚୟ ଗାଆଁ ଠିକଣା କହିଲା, ଆଉ ତାର ପରିସ୍ଥିତି ଓ ତା ବାପାଙ୍କ କଥା ସବୁ ଜଣେଇଲା ଏବଂ ତା ଜୀବନ ରକ୍ଷା କରିଥିବାରୁ ଲଲିତା ଦେବୀ ଓ ଆନି ଦୁହିଁଙ୍କୁ ଧନ୍ୟବାଦ ଜଣେଇଲା ।ଲଲିତା ଦେବୀ ଓ ଆନି ମଧ୍ୟ ତାଙ୍କର ପରିଚୟ ଦେଲେ । ଝାଇଁ ଝାଇଁ ଖରାରେ ତାକୁ ବହୁତ ଜୋର୍ ରେ ଶୋଷ ଲାଗୁଥିବାରୁ ପାଣି ଗୋଟେ ଗ୍ଲାସ ମାଗିଲା ।ସାଙ୍ଗେ ସାଙ୍ଗେ ଲଲିତା ଦେବୀ ଆନି କୁ ଦହିପାଣି ଆଣିବାକୁ କହିଲେ ।ଆନି ଘରକୁ ଯାଇ ଦହି ପାଣି ଗୋଟେ ଗ୍ଲାସ ଆଣି ରାମୁକୁ ଦେଲା ।ରାମୁ ଦହିପାଣି ପିଇ ନିଜର ଶୋଷ ନିବାରଣ କରି ଟିକେ ଶାନ୍ତି ପାଇଲା ।କିଛି ସମୟ ଭଳମନ୍ଦ ବାର୍ତ୍ତାଲାପ ପରେ ବହୁତ କୃତଜ୍ଞତା ଜଣେଇ ରାଜୁ ଫେରି ଆସିଲା ଘରକୁ ଏବଂ ତା ବାପା ଅଜୟ ମଉସାଙ୍କ ପାଖରେ ସବୁକଥା ଜଣାଇଲା ।ହେଲେ ତା ବାପା ତ ପାରାଲାଇସିସ୍ ରୋଗି ଯାହା ଶୁଣିଲେ ବି ନା କିଛି କହିପାରିବେ ନା କିଛି କରିପାରିବେ ।ଏମିତିରେ ସବୁକାମ କରି ରାମୁର ଦିନ କଟୁଥାଏ , ମନରେ କେତେ ଚିନ୍ତା ମୁଣ୍ଡରେ କେତେ ପ୍ରେସର ସବୁକୁ ଆପଣାଇ ବିଚାରା ରାମୁ ଦିନଗୁଡିକୁ କେତେ ଜଞ୍ଜାଳରେ କାଟିଥାଏ ,କେତେବେଳେ ଘର କାମ ତ କେତେବେଳେ ପାଠପଢା କେତେବେଳେ ବାପାଙ୍କ ସେବା ତ କେତେବେଳେ ବହିବିକ୍ରି ।ଏମିତି କିଛି ଦିନ ଗଲାପରେ ହଠାତ୍ ଦିନେ ଅଜୟ ମଉସାଙ୍କର ଦେହାନ୍ତ ହୋଇଗଲା ।ରାଜୁକୁ ଦୁନିଆରେ ଏକା ଛାଡି ଅଜୟ ମଉସା ଆଉ ଗୋଟେ ଭିନ୍ନ ଦୁନିଆକୁ ଚାଲିଗଲେ ।ଭଗବାନଙ୍କ ସାହା ଭରଷା ଛଡା ଦୁନିଆରେ ରାଜୁର କେହି ନାହିଁ ।ବିଚାରା ରାଜୁ ପୁରା ଏକା ।ବାପାଙ୍କ ସ୍ନେହ ଆଦରରେ ମାଆକୁ ଭୁଲି ଯାଇଥିଲା ହେଲେ ତା ବାପା ମଧ୍ୟ ତାକୁ ଛାଡି ଦେଇ ତାଙ୍କର ସବୁ ସ୍ନେହ ଆଦରକୁ ଧୂଳିସାତ୍ କରି ସାଙ୍ଗରେ ନେଇଯାଇଛନ୍ତି । ଅଜୟ ମଉସା ଚାଲିଗଲା ପରେ ରାଜୁ ପେଟରେ ଭୋକ ନାହିଁ ,ଓଠରେ ହସ ଲିଭି ଯାଇଛି ,ଆଖିର ଲୁହ ଝରିଝରି ଆଖି ଶୁଖି ଯାଇଛି,ସବୁକିଛି ହରେଇ ବିଚରା ସର୍ବହରା ହୋଇ ଦୁଃଖରେ ଭାଙ୍ଗି ପଡିଛି ।ଦୁନିଆରେ ତାକୁ ଆହାଃ ପଦେ କହିବାକୁ କିଏ ନାହିଁ କି ତାକୁ ସାହସ ଦମ୍ଭ ଦେବାକୁ ପାଖରେ କେହି ନାହିଁ । ସେଇ ଭାଗ୍ୟ ବିଧାତା ଭଗବାନ ହିଁ ତାର ହର୍ତ୍ତା କର୍ତ୍ତା ।ସେଇ ଦୁଃଖ,ଅବଶୋଷକୁ ନେଇ ରାଜୁ କେଇ ଦିନ ବିତେଇଲା ଏବଂ ନିଜ ମନକୁ ମନ ସାନ୍ତ୍ବନା ଦେଇ ବୁଝେଇଲା ।ଭଗବାନକୁ ସାଥିକରି ଦୁନିଆ ସହିତ ଲଢେଇ କରି ଓ ନିଜ ଜୀବନ ସହ ସଂଘର୍ଷ କରି ସାରା ଜୀବନ ଏକା ଏକା ବଞ୍ଚିବାକୁ ଓ ଗୋଟେ ଭଲ ମଣିଷ ହେବାକୁ ନିଷ୍ପତି ନେଲା ।ନିଜ ପେଟ ପୋଷିବାଲାଗି ଗାଆଁ ଗାଆଁ ବୁଲି ବହିବିକ୍ରି କଲା ଓ ପାଠପଢାରେ ମନ ନିବେଶ କଲା ।ମନ ଭିତରୁ ପୋଛି ଦେଲା ସବୁ ଦୁଃଖ ଯନ୍ତ୍ରଣା ଓ କର୍ମପଥରେ ଆଗେଇଲା ।
ଏମିତି ବହୁତ ଦିନ ବିତିଗଲା କେବେ ଖୁସିରେ ତ କେବେ ଦୁଃଖରେ ।ବହୁତ ପାଠ ପଢି ଦିନେ ଡାକ୍ତର ହେଲା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲା ଆଉ ଏକୁଟିଆ ଜୀବନକୁ ଖୁବ୍ ହସଖୁସିରେ କଟେଇ ରୋଗୀମାନଙ୍କୁ ଅତି ନିଷ୍ଠାର ସହିତ ସେବା କଲା ଦାୟିତ୍ୱବାନ୍ ହୋଇ ନିଜ ଡାକ୍ତରୀ କର୍ତ୍ତବ୍ୟକୁ ସୁଚାରୁ ରୂପେ ବହନ କଲା ।ଦିନ କର କଥା ।ସେଦିନ ସେ ହୃଦୟ ରୋଗୀମାନଙ୍କ ରୁମ୍ କୁ ଗଲା ,ରୋଗୀମାନଙ୍କର କିପରି ଅବସ୍ଥା ,କେଉଁ ପରିସ୍ଥିତିରେ ଅଛନ୍ତି ଦେଖିବାକୁ ।ସେହି ଦିନ ହିଁ ହୃଦୟରୋଗରେ ଆକ୍ରାନ୍ତ ଲଲିତା ଦେବୀ ସେଇ ହସ୍ପିଟାଲରେ ଭର୍ତ୍ତିହେବାକୁ ଆସିଲେ ଏବଂ ଭର୍ତ୍ତି ହେଲେ । ହୃଦୟରୋଗର ବିଶେଷଜ୍ଞ ଲଲିତା ଦେବୀଙ୍କୁ ସବୁ ପ୍ରକାର ପରୀକ୍ଷା ନିରୀକ୍ଷା କରି ତାଙ୍କର ଅସୁବିଧା ବିଷୟରେ ଜଣାଇ କହିଲେ ଯେ ହୃଦୟକୁ ଅପରେସନ୍ କରିବାକୁ ପଡିବ ବୋଲି । ଆଉ ଅପରେସନ୍ କଲେ ରୋଗୀ ଭଲ ହୋଇଯିବେ ବୋଲି କହିଲେ ଓ ଏଥିପାଇଁ ପାଞ୍ଚଲକ୍ଷ ଟଙ୍କା ଜମା କରିବାକୁ ପଡିବ ।ଆନି ଏତେଗୁଡିଏ ଟଙ୍କା କୋଉଁଠୁ ଆଣିବ ।ତା ପାଖରେ ତ ମାତ୍ର ଦଶ ହଜାର ଟଙ୍କା ଅଛି ।ତା ପୁଣି ଘରର କିଛି ଜିନିଷ ବିକ୍ରି କରି ସେତେକ ଟଙ୍କା ଆଣିଛି ।ଆନିର ମୁଣ୍ଡ କାମ କରୁନି କ’ଣ କରିବ ।ଏତେ ଟଙ୍କା ସେ କୋଉଠୁ ଆଣିବ କେମିତି ଯୋଗାଡ କରିବ ନିଜେ ବି ଜାଣି ପାରୁନଥାଏ ।କାନ୍ଦି ପକାଇ ଡାକ୍ତର ଅମ୍ରେଶ୍ ବାବୁଙ୍କର ପାଦ ତଳେ ପଡି ସାହାଯ୍ୟ କରିବାକୁ ଓ ତା ମାଆ ଜୀବନ ରକ୍ଷା କରିବାକୁ କାକୁତି ମିନତି ହେଲା ।ଆଉ ନିଜର ଅର୍ଥ ଅଭାବ ବିଷୟରେ ଜଣାଇଲା ।କିନ୍ତୁ ଅମ୍ରେଶ୍ ବାବୁ କିଛି କଥା ବି ଶୁଣିଲେଣି ରୋକ୍ ଠୋକ୍ ମନା କରି ଆନିକୁ ଗାଲି କଲେ ଓ ରୁମ୍ ରୁ ବାହାରି ଯିବାକୁ କହିଲେ ।ଏହି ଦୃଶ୍ୟ ରାଜୁ ଦେଖୁଥିଲା ଦୂରେଥାଇ , ଆନିକୁ ଚିନ୍ହି ପାରି ପାଖକୁ ଆସୁ ଆସୁ ଆନି ରୁମ୍ ଛାଡି ଦୁରକୁ ଯାଇ ସାରିଥିଲା ।ରାଜୁ ରୁମ୍ ଭିତରକୁ ଆସି ଡାକ୍ତର ଅମ୍ରେଶଙ୍କୁ ଆନି ବିଷୟରେ ପଚାରିଲା ଏବଂ ସେ ଆସିଥିବାର କାରଣ ପଚାରିଲା ।ଡାକ୍ତର ଆନିର ମାଆ ଲଲିତା ଦେବୀଙ୍କର ହୃଦୟ ରୋଗ ବିଷୟରେ କହିଲେ ।ରୋଗ ଭଲ ହେବା ପାଇଁ ଅପରେସନ୍ କରିବାକୁ ପଡିବ ଆଉ ସେଥିପାଇଁ ପାଞ୍ଚଲକ୍ଷ ଟଙ୍କା ଜମା କରିବାକୁ ପଡିବ ।କିନ୍ତୁ ସେ ଝିଅକୁ ଏକଥା ସବୁ କହିଲା ବେଳକୁ ସେ ଗୋଡହାତ ଧରି ନେହୁରା ହେଉଛି ସାହାଯ୍ୟ ପାଇଁ ହେଲେ ମୁଁ ତାକୁ ମନା କରି ରୁମ୍ ରୁ ବାହାର କରି ଦେଲି ।
ରାଜୁ ବିଚଳିତ ହୋଇ ଡାକ୍ତରଙ୍କୁ କହିଲେ ତୁମେ ଏବେ ହିଁ ଅପରେସନ୍ ଆରମ୍ଭ କର ମୁଁ ଏବେ ସାଙ୍ଗେ ସାଙ୍ଗେ ଟଙ୍କା ଜମା କରିଦେବି ।ସେମାନେ ମୋର ପରିଚିତ ଅଟନ୍ତି କହି ଚାଲିଗଲେ ଟଙ୍କା ଜମା କରିବାକୁ ଓ ଡାକ୍ତର ଅମ୍ରେଶ ମଧ୍ୟ ଅପରେସନ୍ ପାଇ ପ୍ରସ୍ତୁତ ହେଲେ ।ଠିକ୍ ସମୟରେ ଲଲିତା ଦେବୀଙ୍କୁ ଅପରେସନ୍ ୱାଡକୁ ନିଆଗଲା ଏବଂ ଅପରେସନ୍ କରାଗଲା ।ତେଣେ ରାଜୁ ଆନିକୁ ହସ୍ପିଟାଲ ସାରା ଖୋଜାଖୁଜି କଲା ହେଲେ ପାଇଲା ନାହିଁ ।ସେପଟେ ଆନି ବିଚାରି ହସ୍ପିଟାଲର ଗୋଟେ କୋଣରେ ଗଛତଳେ ମୁହ ପୋତି କଇଁ କଇଁ ହୋଇ କାନ୍ଦୁଛି ।ତା ମୁଣ୍ଡରେ କେତେ ଯେ ଚିନ୍ତା ଅଛି କୋଉଠୁ ଆଣିବ ଟଙ୍କା ,ଟଙ୍କା ଜମା ନକଲେ ଅପରେସନ୍ ହବନି ଆଉ ଅପରେସନ୍ ନ ହେଲେ ତା ମାଆ ଦେହ ଭଲ ହେବନି , ରୋଗୀ ମାଆ ଲଲିତା ଦେବୀ ଛଡା ଦୁନିଆରେ ତାର ସାହା ଭରଷା ବୋଲି କେହି ନାହିଁ ।ବେଳେବେଳେ ଭଗବାନଙ୍କୁ ପ୍ରାଥନା କରି କୁହେ ହେ ଠାକୁରେ ମୋ ମାଆକୁ ଶୀଘ୍ର ଭଲ କରିଦିଅ ବୋଲି ।ସେପଟେ ଲଲିତା ଦେବୀଙ୍କ ଅପରେସନ୍ ଶେଷ ହେଲା ଓ ଡାକ୍ତର ଅପରେସନ୍ ୱାଡରୁ ବାହାରି ରାଜୁକୁ କହିଲେ ଅପରେସନ୍ ସଫଲ ହେଇଛି , ଯାହା ଭଗବାନଙ୍କ ଉପରେ ଭରଷା ଆଉ ବାର ଘଣ୍ଟା ଭିତରେ ଚେତା ଫେରିବ ବୋଲି କହି ଚାଲିଗଲେ ।ରାଜୁ ଯେଉଁ ଅପରେସନ୍ ପାଇଁ ଟଙ୍କା ଜମା କରିଥିଲା ତାର ରସିଦ୍ ତଳେ ଲେଖିଥିଲା - ଗୋଟିଏ ଗ୍ଲାସ ଦହିପାଣିର ଦାମ ପାଞ୍ଚଲକ୍ଷ ଟଙ୍କାରେ ୠଣ ପରିଶୋଧ କଲି , ଏତିକି ଲେଖି ଲଲିତା ଦେବୀଙ୍କ ମୁଣ୍ଡ ପାଖରେ ରସିଦ୍ଟିକୁ ରଖିଦେଇ ଚାଲି ଆସିଲେ ।ଆନି ହସ୍ପିଟାଲ ଭିତରକୁ ଆସି ସେ ତା ମାଆକୁ ଭର୍ତ୍ତି କରିଥିବା ରୁମ୍ କୁ ଗଲା ଆଉ ଦେଖିଲା ହେଲେ ତା ମାଆ ନାହିଁ ,ଆଶ୍ଚର୍ଯ୍ୟ
ହୋଇଗଲ। ଏବଂ ପାଗଲ ଙ୍କ ପରି ଚାରିଆଡେ ଖୋଜି ବୁଲିଲା ।ହେଲେ କୋଉଠି ବି ପାଇଲା ନାହିଁ ।ଶେଷରେ ଡାକ୍ତର ଅମ୍ରେଶ ବାବୁକୁ ଯାଇ ପଚାରିଲା ତା ମାଆ ବିଷୟରେ ।ସେ କହିଲେ ଲଲିତା ଦେବୀ ଅପରେସନ୍ ରୁମ୍ ରେ ଅଛନ୍ତି ତାଙ୍କ ଅପରେସନ୍ ସଫଲ ହେଇଛି ଓ ଦଶ ବାର ଘଣ୍ଟା ଭିତରେ ଚେତା ଫେରିବ ।କେମିତି କଣ କିଛି ନ ପଚାରି, ଚାଲିଲା ଅପରେସନ୍ ରୁମ୍ ଆଡକୁ ଏବଂ ତା ମାଆ ପାଖକୁ ଯାଇ ମୁଣ୍ଡ ପାଖରେ ଥିବା ରସିଦ୍ ଟିକୁ ପଢିଲା।ସାହାଯ୍ୟ ପାଇଥିବାରୁ ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣେଇଲା ।କିଛି ସମୟ ପରେ ଲଲିତା ଦେବୀଙ୍କର ଚେତା ଫେରିଲା ।ଧିର ସ୍ଵରରେ ଆନି ଆନି ବୋଲି ଡାକ ପକାଇ ଆଖିକୁ ମିଟିମିଟି କରି ଖୋଲିଲେ ଏବଂ ତାଙ୍କ ଚାରିପାଖକୁ ବଲବଲ କରି ଚାହିଲେ ।ଆନି ମୁଣ୍ଡ ପାଖରେ ବସି ମୁଣ୍ଡ ହାତକୁ ଆଉଁସୁ ଥାଏ ଓ ମାଆ ମାଆ ବୋଲି କହୁଥାଏ ଏବଂ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଜଣାଉଥାଏ ।ଏତିକି ବେଳେ ଡାକ୍ତର ଆସି ଔଷଧ ଦେଇଗଲେ ଓ ରୋଗୀର ଯତ୍ନ ନେବାକୁ ପରାମର୍ଶ ଦେଲେ।ଲଲିତା ଦେବୀ ଆନିର ଗାଲକୁ ଆଉଁସି ଟିକେ ଚାହିଁ ହସି ଦେଇ ତୁ ଏତେ ଟଙ୍କା କୋଉଠୁଁ ଆଣିଲୁ ଲୋ ମାଁ ବୋଲି ପଚାରିଲେ ।ଆନି ଆଶ୍ଚର୍ଯ୍ୟ ହୋଇ ମୁଁ….. କହି ଟିକେ ନିରବି ଗଲା ।ପରେ ଡାକ୍ତରଙ୍କ ଆଡକୁ ଚାହିଁ ତାଙ୍କ ପାଖକୁ ଯାଇ ଅମ୍ରେଶ ବାବୁଙ୍କ ପାଦତଳେ ପଡି ଭଗବାନଙ୍କୁ ତାଙ୍କର ମଂଗଳ କାମନା କରୁଥାଏ ଓ ନିଜକୁ ତାଙ୍କ ଠାରେ ଋଣି ମନେ କରୁଥାଏ ଆଉ କହୁଥାଏ ମୋ ମା ଆଜି ତୁମ ସାହାଯ୍ୟ ପାଇଁ ନୂଆ ଜୀବନ ପାଇଛି ଆଜ୍ଞା ,ତୁମକୁ ଭଗବାନ ସଦୟ ହୁଅନ୍ତୁ ।ଅମ୍ରେଶ ବାବୁ କିଛି ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ କହିଲେ ତୁମେ କଣ କହୁଛ ମୁଁ ବୁଝିପାରୁନି ମୁଁ ତୁମକୁ କିଛି ବି ସାହାଯ୍ୟ କରିନି ମୁଁ ତ ମୋ କର୍ତ୍ତବ୍ୟ କରିଛି ।ହଁ ହଁ.. ମନେ ପଡିଲା ମୋ ଜୁନିୟର ଡାକ୍ତର ଜଣେ କହୁଥିଲେ ତୁମେ ତାଙ୍କର ପରିଚିତ ବୋଲି ଓ ସେ ହିଁ ତୁମକୁ ସାହାଯ୍ୟ କରି ତୁମ ମାଆର ଜୀବନ ରକ୍ଷା କରିଛନ୍ତି । କିଏ ଆଜ୍ଞା ଆଉ କେଉଁ ଡାକ୍ତରଙ୍କ କଥା ଆପଣ କହୁଛନ୍ତି ?ମୁଁ ତ ଜାଣିନି ମୋତେ ଦୟାକରି ସେଇ ମହାନ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଦିଅନ୍ତୁ । ଆପଣଙ୍କ ଠାରେ କୃତଜ୍ଞ ହେବି ବୋଲି ଆନି କହିଲା । କିଛି ସମୟ ପରେ ଅମ୍ରେଶ ବାବୁ ରାଜୁକୁ ନେଇ ଅପରେସନ୍ ରୁମ୍ କୁ ଆସିଲେ ଓ ଆନି ଆଉ ଲଲିତା ଦେବୀଙ୍କ ସହିତ ସାକ୍ଷାତ କରାଇଲେ ।ଯେତେବେଳେ ମା ଝିଅ ରାଜୁ ସାହାଯ୍ୟ କରିଥିବାର ଜାଣି ଓ ତାକୁ ପାଖରେ ଦେଖି ଏତେ ଖୁସି ହୋଇଥିଲେ ଯେ କହିଲେ ନ ସରେ ,ଏମିତି ଖୁସି ସେମାନେ କେବେ ପାଇନଥିଲେ । ଆନି ରାଜୁ ପାଦ ତଳେ ପଡିଯାଇ ଭଗବାନଙ୍କୁ କେତେ ପ୍ରାଥନା
କରି ମଙ୍ଗଳକାମନା କରୁଥାଏ ରାଜୁ ପାଇଁ ଏବଂ ରାଜୁକୁ କୋଟିକୋଟି ଧନ୍ୟବାଦ ଜଣାଉଥାଏ,ରାଜୁ ଆନିକୁ ପାଦତଳୁ ଉଠେଇ ତୁ ମୋତେ ଚିନ୍ହି ପାରୁଛୁ ବୋଲି ପଚାରିଲା ।ଆନି କହିଲା ହଁ ଆଜ୍ଞା ଚିନ୍ହି ପାରୁଛି ଆପଣ ସେଇ ବହି ବିକାଲି ନା କିଛି ବର୍ଷ ପୂର୍ବେ ବହି ବିକ୍ରି କରୁଥିଲେ ,ଯିଏ ଦିନେ ଆମ ଘର ଆଗରେ ଖରା ଦାଉରେ ବିହୋସ୍ ହୋଇ ତଳେ ପଡିଯାଇଥିଲା ଓ ମୁଁ ଆଉ ମୋ ମାଆ ଆପଣଙ୍କୁ ପାଣି ଓ ଦହି ପାଣି ପିଆଇଥିଲୁ ।ହଁ ମୁଁ ସେଇ ବହି ବିକାଲି ରାଜୁ,ହେଲେ ମୋତେ ତୁ ଆଜ୍ଞା କହନା ତୁ ମୋର ଛୋଟ ଭଉଣୀ ତୋ ମାଆ ମୋ ମାଆ ପରିକା ।ତୁମେମାନେ ସେଦିନମୋତେ ଗୋଟେ ଗ୍ଲାସ ଦହିପାଣି ଦେଇ ମୋ ଜୀବନ ବଞ୍ଚେଇଥିଲ ଆଜି ମୁଁ ସେଇ ଗୋଟେ ଗ୍ଲାସ ଦହିପାଣିର ମୂଲ୍ୟ ପାଞ୍ଚଲକ୍ଷ ଟଙ୍କା ଦେଇ ମୋ ମାଆର ଜୀବନ ରକ୍ଷା କରି ଋଣ ପରିଶୋଧ କଲି ଆଉ ନିଜ ଜୀବନକୁ ଧନ୍ୟ ମନେ କଲି ।ଏଇ କଥା କେତେ ପଦ ଶୁଣି ଲଲିତା ଦେବୀ ଓ ଆନିର ଆଖିରୁ ଖୁସିର ଲୁହଗୁଡିକ ଛଳଛଳ ହୋଇ ଝରିପଡୁଥାଏ ।ଏବଂ ଓଠରେ ହସଗୁଡିକ ମନରେ ଟିକେ ଶାନ୍ତି ପାଇ ଭାସିଆସୁଥାଏ, ସତେକି ଭଗବାନ ଖୁସିର ଝରାଫୁଲ ଝରେଇ ଦେଇ ଜୀବନରେ ସୁନେଲୀ କିରଣ ଆଣିଦେଇଛନ୍ତି ତିନି ଜଣଙ୍କ ଜୀବନରେ । କିଛି ଦିନ ପରେ ଲଲିତା ଦେବୀ ପୁରାପୂରି ସୁସ୍ଥ ହୋଇ ହସ୍ପିଟାଲରୁ ବିଦାୟ ନେଇ ଘରକୁ ଗଲେ ,ଓ ଖୁସିରେ ରହିଲେ ।ରାଜୁ ନିଜକୁ ରୋଗୀମାନଙ୍କ ସେବାରେ ନିୟୋଜିତ କରି ଖୁସିରେ ରହିଲା ।
ନାମ- ପ୍ରେମଶିଲା ରାଉତ
ଗ୍ରାମ- ବୃନ୍ଦାବାହାଲ
ବ୍ଲକ - ଗୋଲାମୁଣ୍ଡା
ଜିଲ୍ଲା- କଳାହାଣ୍ଡି
ଦୂରଭାଷ- ୮୦୧୮୯୨୩୫୪୬