Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶାସ୍ତି
ଶାସ୍ତି
★★★★★

© SIPRA NAMTA

Tragedy

5 Minutes   7.5K    18


Content Ranking

ଶାସ୍ତି

^^^^^

ଢାବା ର ରୋଷେଇ ରୁ ତରକାରୀ ର ବାସ୍ନା ରେ ବୁଲା କୁକୁର କେଇଟା ଟିକେ ଦୂରରେ ଥିବା ଅଇଁଠା ପତର ସବୁ କୁ ମନ୍ଥି ପକାଉ ଥିଲା ବେଳେ ବିଶାନ ଚାହିଁରହିଥାଏ ଏକ ଲୟ ରେ ସେଇ ଆଡକୁ ।

ଜରୁଆ ମାଆ ପାଟିରେ କ'ଣ ଟିକେ ଦେବ ବୋଲି ଘଣ୍ଟାଟିଏ ହେଲାଣି ସେ ସେଇଠି ଲେଙ୍କା କୁକୁର ପରି ଜଗିଛି କିନ୍ତୁ ଏ ବୁଲା ଗୁଡାକ ଙ୍କ ର ଟିକିଏ ବି ଦୟାମାୟା ନାହିଁ ବୋଧ ହୁଏ ।ବିଶାନ କିନ୍ତୁ ସେମାନଙ୍କୁ ଵିରକ୍ତ ହେଉ ନ ଥିଲା ।ସେମାନେ ଯେ ପଶୁ ,କିନ୍ତୁ ପ୍ରକୃତ ରେ ଖାଇବା ଟା ସେମାନଙ୍କ ଲକ୍ଷ୍ୟ ନୁହେଁ ,ଖାଲି ଅଇଁଠା ପତ୍ର ଚାଟିବା ହେଉଛି ଉଦ୍ଦେଶ୍ୟ ,କାରଣ ସେଥିରେ ବିଶେଷ କିଛି ଖାଦ୍ୟ ନ ଥାଏ ।ସେଇ ସମୟ ରେ ଜଣେ ଗ୍ରାହକ ଙ୍କ ର କିଶୋରୀ କନ୍ୟା ଟି ପାଇଥିବା ଖାଦ୍ୟ ପଦାର୍ଥ ର ସ୍ୱାଦ ରାଗ ଲାଗିବାରୁ ପ୍ଲେଟ କୁ ଅଳ୍ପ ଖାଇ ଘୁଞ୍ଚାଇ ଦେଇ ନିଜେ ତାକୁ ଫିଙ୍ଗିଦେବା ପାଇଁ ଉଠିପଡ଼ୁ ପଡୁ ତାକୁ ଅଟକାଇ ଦିଆଗଲା ।ସେମାନେ ସେ ସ୍ଥାନ ପରିତ୍ୟାଗ କରିବା ପରେ ଅଭୁକ୍ତ ଖାଦ୍ୟପେୟ ବାହାର କୁ ଫିଙ୍ଗିଦେବା ପାଇଁ ଆସିଥିବା ଢାବା ର ଚାକର ପିଲା ପାଖକୁ ଏକ ପ୍ରକାର ଧଇଁସଇଁ ହୋଇ ଦୌଡ଼ି ଦୌଡି ଆସି ପହଞ୍ଚି --"ମୋତେ ଦିଅ ,ମୋତେ ଦିଅ " ,କହି ସେ ପତର ଠୋଲା କୁ ଝିଙ୍କି ନେଇଗଲା ।

ଚାକର ପିଲା ଟି ଅବାକ ଆଖିରେ ସେ ଆଡକୁ ଚାହିଁ ରହିଲା ।ଧୀରେ ଧୀରେ ତା ଆଖି ପାଣିରେ ଭର୍ତ୍ତି ହୋଇଗଲା ।କହୁଣୀ ଠେସା ଦେଇ ହାତରେ ସେଇ ପାଣି କୁ ପୋଛି ନେଉଥିଲା ସେ ।

ହାୟ ରେ ବିଧାତା........!!!!

----ମାଆ ,ମାଆ ....କହି କହି ବିଶାନ ମାଆ ପାଖକୁ ଯାଇ କହିଲା -"ନେଲୁ ....ନେଲୁ ଦି'ଟା ଖାଇଲୁ ।

ତରକାରୀ ବାସ୍ନା ରେ ମହକି ଯାଉଥିଲା ଝୁମ୍ପୁଡି ଟି ।ମାଆ ପଡିଥିଲା କେଇକେରା କୁଟା ଉପରେ ଗୋଟେ ଅଖା ଘୋଡେଇ ଆଉ ଠିକ୍ ତା'ପାଖକୁ ଲାଗି କ୍ଳାନ୍ତ ହୋଇ ଶୋଇଡିଥିଲା ଛୋଟ ଝିଅ ଟେ ।

---------/---------------/-------------

ଯାଯାବର ପରି ଏଠି ସେଠି ଘୁରିବୁଲୁଥିବା ଏକ ସାମାଜିକ ପ୍ରାଣୀ ର ପରିବାର ,କହିଲେ ଏତିକି ବୁଝେ ଝୁମ୍ପୁଡି ଟି ।ସରକାରୀ ଯୋଜନାରେ କୌଣସି ରୂପେ ପ୍ରଭାବିତ ନ ହେବା ପରି ଲାଗେ । ଏଇ ସହର ର ଶେଷ ମୁଣ୍ଡା ଟି କିନ୍ତୁ କିଛି ଅଧିକ ସମୟ ପାଇଁ ଆପଣେଇ ନେଇଛି ବୋଧହୁଏ ।ଯାହା ଯେମିତି ଚଳୁଥିଲା ଏଇ ଦୁଇଦିନ ହେବ ଭାରି କଷ୍ଟ ହେଲାଣି ।ମାଆ ଜ୍ୱର ରେ ପଡିବା ଦିନ ଠାରୁ କାମ କୁ ଯାଇପାରୁନି ।ଖାଇବା କଥା ବୁଝୁଛି କିଏ ?ସେଇଥିପାଇଁ ବିଶାନ ଦୁଇଦିନ ହେବ ମାଆ କୁ ଆଉ ଅପଙ୍ଗ ସାନ ଭଉଣୀ କୁ ଜଗିରହିଛି ।

ତା'ଭଳି କିଶୋର କୁ କାମ ଦବ କିଏ ? ସରକାର ନିୟମ କରିଛନ୍ତି ଛୋଟ ପିଲାଙ୍କୁ କେହି କାମ ରେ ରଖିପାରିବେ ନାହିଁ । ରଖିଲା ମାନେ ଦୁନିଆ ଥାନା କଚେରୀ କୁ କିଏ ବା ଯିବାକୁ ଚାହିଁବ ? ଆଉ ତାକୁ ତ ଚଉଦ ବି ଛୁଇଁନି ।ସ୍କୁଲ ଯିବା ବୟସରେ ସେ ତା'ଅଭାବ ରୂପକ ପୃଷ୍ଠା କୁ ପରସ୍ତ ପରସ୍ତ କରି

ଓଲଟାଇ ଚାଲିଛି ।ମାଆ ତ କାମ କୁ ବହାରିଯିବ । ଭଉଣୀ କୁ ଦେଖିବା ପାଇଁ କେହି ନାହାନ୍ତି । ଅସହାୟ ,ମାନସିକ ବିକାରଗ୍ରସ୍ତ ,ଶିଶୁ ଙ୍କୁ ସୁରକ୍ଷା ତଥା ଥଇଥାନ କରିବା ପାଇଁ ଯେଉଁ ଗୋଟେ ଦୁଇଟା କେନ୍ଦ୍ର ଅଛି,,ସେଠାକୁ ଯାଇ ଯାଇ ଅନେକ ଥର ଫେରିଲେଣି ସେମାନେ ।ହେଲେ ଆଜି ଏ କାଗଜ ଦିଅ ,କାଲି ସେ କାଗଜ ଦିଅ ,ଫରମାଇସ କଲାବେଳକୁ ,ଏତେ ସବୁ ଡାକ୍ତରୀ ରିପୋର୍ଟ ସଂଗ୍ରହ କରିବା

ତା' ମାଆ ପକ୍ଷ ରେ ସମ୍ଭବ ହେଇପାରୁନି ବୋଲି ସାନଭଉଣୀ ର ଜ୍ୱାଳା ଯନ୍ତ୍ରଣା କୁ ସାଥିରେ ନେଇ ସେମାନେ ଚାଲୁଛନ୍ତି ।

-------------/-----------/------------

ସେଦିନ କିନ୍ତୁ,,ଏକ ଅଭାବନୀୟ କାଣ୍ଡ ଯୋଗୁଁ ମନ ର ସମସ୍ତ ବଳ ଓ ସାହସ ହରାଇ ପୁଣି ଏକ ସ୍ୱାଭାବିକ ଢଙ୍ଗ ରେ ଜୀଇଁବା ପାଇଁ ଅଣ୍ଟା ଭିଡି ବାହାରିବା ର ଦେଖିଛି ବିଶାନ ତା ମାଆ କମଳା କୁ ।ଏ ସହର କୁ ଆସିବା ପୂର୍ବରୁ ସେମାନେ ଗାଁ ରେ ଥିଲେ ।କେତୋଟି ସମ୍ଭ୍ରାନ୍ତ ପରିବାର ରେ ବାସି ପାଇଟି କରି ଚଳୁଥିଲା ସେ ।ବିଶାନ ଗାଁ ସ୍କୁଲ ରେ ପଢୁଥିଲା ।ଏମିତି ଥରେ କେଉଁ ବାବୁ ,ତାଙ୍କ ଘରକୁ ଆସି କମଳା କୁ ତାଙ୍କ ଘରେ କାମ କରିବାକୁ ଡାକି ନେଇଥିଲେ । ସେଦିନ ଠିକ୍ ସମୟ ରେ ସେ ଫେରିଆସିଥିଲା ।କିନ୍ତୁ ତା'ପର ଦିନ ସନ୍ଧ୍ୟା ରେ କାମ ରୁ ନ ଫେରିବାରୁ ବିଶାନ ଖୋଜିବାକୁ ଯାଇ ଯାହା ଦେଖିଲା ଆଖି କୁ ବିଶ୍ୱାସ କରିପାରିଲା ନାହିଁ ।

- 'ଏ କିଏ ? ତା'ମାଆ ତ !!!ଏମିତି ତ ସେ କେବେ ଦେଖିନି ତାକୁ ...!!ତେବେ ???

- ମାଆ.........,,, ଜୋର ରେ ଡାକ ଶୁଣି କମଳା ର ହୋସ ଫେରିଆସିଲା ।

ସଙ୍ଗେ ସଙ୍ଗେ , ପ୍ରକୃତ ଅବସ୍ଥା କୁ ଫେରିଆସିଲା କମଳା ।

ନିଜ ରୂପ କୁ ନିଜେ ଦେଖି ଆଖି ତା'ର ଫଟା ଫଟା

ରହିଗଲା । ଘର ମାଲିକ ଅଳ୍ପ ଦୂର ରେ ପଡିଥାନ୍ତି ,ମୁଣ୍ଡ ଫାଟି ରକ୍ତ ଝର ଝର ବୋହିଯାଉଥାଏ ।କମଳା ର ବିବସନା ନଗ୍ନ ରୂପ ,ହାତ ରେ ପନିକି ସ୍ପଷ୍ଟ ସୂଚାଉ ଥାଏ ,ମନ୍ଦ କର୍ମ ସମ୍ବନ୍ଧରେ ।ବାବୁଙ୍କୁ ପ୍ରତିରୋଧ କରିବାକୁ ଯାଇ ମାଛ କାଟୁଥିବା ଅବସ୍ଥାରେ ପନିକି ଉଞ୍ଚାଇ ଆକ୍ରମଣ କରିବାରୁ ବାବୁ ଭୟ ପାଇ ,ଝୁଣ୍ଟି ପଡିବାରୁ ମୁଣ୍ଡ ଫାଟିଗଲା ।ଆଉ କିଛି କରିବାକୁ ପଡିଲା ନାହିଁ ତାକୁ ।

ହାତ ରେ ଧରିଥିବା ପନିକି କୁ ଫିଙ୍ଗିଦେଇ କମଳା ସଙ୍ଗେ ସଙ୍ଗେ ବିଶାନ ର ହାତ ଧରି କ୍ଷୀପ୍ର ବେଗ ରେ ବଡ ବଡ ପାହୁଣ୍ଡ ପକାଇ ଘରେ ପହଁଚିଲା ପରେ ,କୋଳ ର ଝିଅକୁ ମୁଣୀ ରେ ବାନ୍ଧି ପିଠି ରେ ଧରି କେଇ ଚାରିଟା ଜିନିଷ ବୋହି ଗାଁ ଛାଡି ଚାଲିଲେ ରାତାରାତି ।କେଉଁ ସ୍ଥାନକୁ ଯିବା ଲକ୍ଷ୍ୟ ସେସବୁ ଚିନ୍ତା ନାହିଁ ।କେବଳ ଗୋଟିଏ ଉଦ୍ଦେଶ୍ୟ ,ଗାଁ ଛାଡିବା ।ଫେରାର ଆସାମୀ ପରି ବୁଲି ବୁଲି ଜୀଉଁଛନ୍ତି ।ଆଉ ପଛକୁ ଫେରି ଚାହିଁନାହାନ୍ତି କି ବୁଝିନାହାନ୍ତି କୌଣସି କଥା ।

----------------/---------------/

ବିଶାନ ର ଛୋଟିଆ ମନ ରେ ଏସବୁ କଥା କିଛି ପଶେ ନାହିଁ ।ବୁଝିବାକୁ ଚାହିଁଲେ ବି ପେଟ ର ଭୋକ ତାକୁ ବୁଝିବାକୁ ଦିଏ ନାହିଁ ।ମାଆ ର ଚଣ୍ଡୀ ରୂପ ଦେଖି ସେ କେବଳ ଏତିକି ବୁଝିଛି ଯେ, ଦୁଷ୍ଟ ଲୋକ ଙ୍କୁ ଶାସ୍ତି ଦେବା ପାଇଁ ମାଆ ମାନଙ୍କୁ ଏମିତି ରୂପ ଧାରଣ କରିବାକୁ ପଡିଥାଏ ।

ଭୋକ ଉପାସରେ,ମାଗିଯାଚି କେତେ ଦିନ ଖାଇବେ ?

ଚିନ୍ତାରେ ପଡେ ବିଶାନ ।ଯୋଉଠି କୁ ଯାଉଛି କାମ ପାଇଁ ,ସମସ୍ତେ ଅଳ୍ପ ବୟସର ବୋଲି ମନା କରିଦେଉଛନ୍ତି ।

ଏଇ କିଛିଦିନ ହେବ ସେମାନେ ରେଳ ଷ୍ଟେସନର ତଳ ପଟର ବସ୍ତି ଭିତରେ ଆସି ଠେଲି ଗେଞ୍ଜି ରହିଛନ୍ତି ।ରେଳ ପଟରୀ ଉପରେ ବସି ବସି ସେ ଲକ୍ଷ୍ୟ କରେ କିଛି ନୌଟଙ୍କି ଦଳ କୁ ,,ଯଦିଓ ଦେଖିବାକୁ ପୁରୁଷ ପରି କିନ୍ତୁ ସଜବାଜ ହୋଇ ନାରୀ ପରି ଦେଖା ଯାଉଛନ୍ତି ।ଦିନେ ସେ ତାଙ୍କଦଳ କୁ ଅନୁସରଣ କଲା ।

---'ଓଏ ,,ଛୁଟକା .....ପୀଛେ ପୀଛେ କିଉଁ ଆତା ହୈ ରେ !!!!!

--ମୋତେ ବି ତମ ଦଳ ରେ ମିଶେଇଦିଅ ......ମୁଁ ବି ନୌଟଙ୍କି କରିବି ।ତମ ପରି ହାତ ଅଙ୍ଗୁଳି ରେ ପଇସା ଧରିବି ।

ଡବ ଡବ ହୋଇ ଚାହିଁଲେ ସେ ଦଳ ଟି ବିଶାନ କୁ ।

---ଓଏ ,....ତୁ ହିନ୍ଦୀ ସମଝତା ହୈ ??ୟେ ସବ ତୁଝସେ ନହିଁ ହୋଗା ......ଯା ....ଭାଗ .....।

ବିଶାନ ଜଣକ ଗୋଡ ଧରି ପକାଇଲା ,,--"ମୋତେ ଦୟାକରି ବଞ୍ଚାଅ ।ମୋ ର ଏକ ଅପଙ୍ଗ ଭଉଣୀ ଅଛି ।ମୋତେ କେହି କାମ ଦେଉନାହାନ୍ତି ।ମାଆ କୁ ବହୁତ ଦୁଃଖ ଓ କଷ୍ଟ ସହିବାକୁ ପଡୁଛି ।

ବାସ ସେତିକିରେ ସେ ପରିଣତ ହୋଇଯାଏ ଏକ ଦର ବିକଶିତ ହିଂଜିଡା ରେ । ବେଶ ପରିପାଟୀ ଏମିତି ପିନ୍ଧିବା ଶିଖିଯାଏ ,ତାଳି ମାରି ସୁସୁରି ମାରିବା ସବୁ ଶିଖିଯାଏ ।

ଅଣ୍ଟା ହଲେଇ ,ନିତମ୍ବ ଦୋହଲାଇ ଛାତିରେ କନା ପୁଟୁଳା ଜାକି ବେଶ ସହଜ ରେ ରେଳ ରେ ଯାତ୍ରା କରୁଥିବା ଯୁବକ ,ଓ ଆସନ୍ନ ପ୍ରୌଢ ଙ୍କ ପାଖରେ ନେସି ଘେସି ହୋଇ "ଦେ ଭାଇ ,ଦେ ,ତେରା ବେଟା ସଲାମତ ରହେ ......."।

ଦଶ,,, କୋଡିଏ ,,ଏମିତି ଗୋଟାଇ ସାଉଁଟି ନିଏ ସେ ବାଁ ହାତ ର ମଝି ଆଙ୍ଗୁଠି ଆଉ ବିଶି ଆଙ୍ଗୁଠି ଭିତରେ ଦବାଇ ।ଜଣକ ପାଖରୁ ଆଉ ଜଣକ ପାଖକୁ ,,ଏଇ ହିରୋ ....ଚିକନା ....ଦେ ଦୋ ଭାଇ ଦଶ,, ବିସ ,, ଆଛା ଦିନ ଦେଖୋଗେ .......,,.ଏ ବର୍ଥ ରୁ ସେ ବର୍ଥ ........'ଏ ବଗି ରୁ ସେ ବଗି ............।

-----------------

ସିପ୍ରା ନାମତା

8249859168

ବାରିପଦା

ମୟୁରଭଞ୍ଜ

ଶାସ୍ତି ରୋଷେଇ ଝୁମ୍ପୁଡି

Rate the content


Originality
Flow
Language
Cover design

Comments

Post

Some text some message..