Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଗଳ୍ପ

Classics

2.7  

ଓଡିଆ ଗଳ୍ପ

Classics

ଅଣୁଗଳ୍ପ ହାଟ

ଅଣୁଗଳ୍ପ ହାଟ

1 min
7.4K


ଶ୍ରୀ ହେମନ୍ତ କୁମାର ରାଉତ

ପିଲାଦିନେ ସ୍କୁଲକୁ ବାହାରିଲେ, ବୋଉ କହୁଥିଲା “ବାପା ନାହାଁନ୍ତି, ତୁ ହାଟରୁ ଜିନିଷ ନେଇ ଆସିବୁ । ତେଲ, ଲୁଣ, ଲଙ୍କା, ସୋରିଷ ସ୍କୁଲକୁ ଗଲାବେଲେ ଆଗୁଆ କିଣି ରଖିଦେବୁ । ଆସିବା ବେଳେ ମନକରି ନେଇ ଆସିବୁ ।”

ବଜାର ସେପାଖରେ ଆମ ସ୍କୁଲ୍ । କଷ୍ଟ ହେଲେ ବି ହାଟ କରି ଆଣେ । ସଞ୍ଜବେଳେ ହାଟ ଫେରନ୍ତା ଲୋକଙ୍କ ସାଙ୍ଗରେ ହାଟୁଆ ପାଲଟିଯାଏ ।

ପାଠ ପଢ଼ିସାରି ଚାକିରୀ କଲି । ତେଲ, ଲୁଣ ସଂସାରଟାକୁ ମୁଣ୍ଡାଇ ଚାଲିଲି । ଆଜି, ତେଲ ନାହିଁ- କାଲି କିରାସିନ୍ ଆଣ- କଣ୍ଟ୍ରୋଲ୍ ସରିଯିବ – ଡାଲି ନାହିଁ – ଚାଉଳରେ ଗୋଡ଼ି । ହାଟ ନ କଲେ ନ ଚଳେ । କଲେ ଝିନ୍‌ଝଟରୁ ପୁଳେ ।

ବୁଢ଼ା ହେଲି । ବନ୍ଧୁ ଜଣେ ଥରେ ପଚାରିଲେ, “ଘର ପାଇଁ ତମେ ନିଜେ ହାଟ କର, ନା ଚାକର ବାକର ରଖିଛ ?” କହିଲି “ମୋ ହାଟ କରିବା ବନ୍ଦ ହେବନି । ପିଲାମାନେ ହାଟବାଟ ପାଇଁ ତ ମଙ୍ଗୁ ନାହାଁନ୍ତି । ହାଟ କରିବା ସେଇଦିନ ସରିଯିବ, ଯେଉଁଦିନ ଏ ସଂସାରରୁ ମୋ ହାଟ ସରିଯିବ ।”


Rate this content
Log in

Similar oriya story from Classics